ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ପାନପାତ୍ରବାହକ ଓ ରୁଟିକାର

ଫାରୋଙ୍କ ଦୁଇ ଜଣ କର୍ମଚାରୀ ଏକା କାରାଗାର କୋଠରିରେ ସ୍ୱପ୍ନ ଦେଖନ୍ତି। ଅର୍ଥ କହିବା ଆମ ପିତାଙ୍କର କାମ ବୋଲି କହି, ଯୋଷେଫ ଉଭୟ ସ୍ୱପ୍ନର ସଚ୍ଚୋଟ ଅର୍ଥ କହନ୍ତି: ପାନପାତ୍ରବାହକ ବଞ୍ଚେ, ରୁଟିକାର ଫାଶୀ ପାଏ। ସେ କେବଳ ମନେ ରଖାଯିବାକୁ ଅନୁରୋଧ କରନ୍ତି। ତାହା ହୁଏ ନାହିଁ — ଅଧ୍ୟାୟଟି ପାନପାତ୍ରବାହକ ତାଙ୍କୁ ସମ୍ପୂର୍ଣ୍ଣ ଭୁଲିଯିବାରେ ଶେଷ ହୁଏ।

ଅଧ୍ୟାୟ 40।

ଏହିସବୁ ଘଟଣା ପରେ ମିସରର ରାଜାଙ୍କ ପାନପାତ୍ରବାହକ ଓ ରୁଟିକାର ଆପଣାମାନଙ୍କ ପ୍ରଭୁ ମିସରର ରାଜାଙ୍କ ବିରୁଦ୍ଧରେ ପାପ କଲେ। ସେଥିରେ ଫାରୋ ଆପଣା ଦୁଇ କର୍ମଚାରୀ, ଅର୍ଥାତ୍‍ ପ୍ରଧାନ ପାନପାତ୍ରବାହକ ଓ ପ୍ରଧାନ ରୁଟିକାର ପ୍ରତି ଅତ୍ୟନ୍ତ କ୍ରୋଧିତ ହେଲେ। ପୁଣି ସେ ସେମାନଙ୍କୁ ରକ୍ଷକସେନାପତିଙ୍କ ଗୃହରେ, ଅର୍ଥାତ୍‍ ଯୋଷେଫ ଯେଉଁ ବନ୍ଦୀଶାଳାରେ ଥିଲେ, ସେହି ସ୍ଥାନରେ ବନ୍ଦୀ କରି ରଖିଲେ। ତହିଁରେ ରକ୍ଷକସେନାପତି ଯୋଷେଫଙ୍କୁ ସେମାନଙ୍କ ସେବା ନିମନ୍ତେ ନିଯୁକ୍ତ କଲେ; ଏହିପରି ସେମାନେ କେତେକ ଦିନ ବନ୍ଦୀଶାଳାରେ ରହିଲେ। ଏଥିଉତ୍ତାରେ ବନ୍ଦୀଶାଳାରେ ବନ୍ଦୀ ଥିବା ମିସରର ରାଜାଙ୍କ ପାନପାତ୍ରବାହକ ଓ ରୁଟିକାର, ଏହି ଦୁହେଁ ଗୋଟିଏ ରାତ୍ରିରେ ପ୍ରତ୍ୟେକେ ଆପଣା ଆପଣା ଅର୍ଥବିଶିଷ୍ଟ ଏକ ଏକ ସ୍ଵପ୍ନ ଦେଖିଲେ। ପ୍ରଭାତରେ ଯୋଷେଫ ସେମାନଙ୍କ ନିକଟକୁ ଆସି ଦେଖିଲେ ଯେ, ସେମାନେ ବିଷଣ୍ଣ ହୋଇଅଛନ୍ତି। ଏଥିରେ ସେ ଆପଣା ପ୍ରଭୁଙ୍କ ଗୃହରେ ଆପଣା ସହିତ ବନ୍ଦୀ ଥିବା ଫାରୋଙ୍କ କର୍ମଚାରୀମାନଙ୍କୁ ପଚାରିଲେ, “ଆଜି ତୁମ୍ଭମାନଙ୍କ ମୁଖ କାହିଁକି ବିଷଣ୍ଣ ଦେଖାଯାଉଅଛି?”

ସେଥିରେ ସେମାନେ ତାହାଙ୍କୁ କହିଲେ, “ଆମ୍ଭେମାନେ ପ୍ରତ୍ୟେକେ ଏକ ଏକ ସ୍ଵପ୍ନ ଦେଖିଅଛୁ, ମାତ୍ର ତାହାର ଅର୍ଥ କହିବାକୁ କେହି ନାହିଁ।” ତହିଁରେ ଯୋଷେଫ ଉତ୍ତର ଦେଲେ, “ଅର୍ଥ କହିବାର ଶକ୍ତି କʼଣ ଆମ୍ଭମାନଙ୍କ ପିତାଙ୍କଠାରୁ ନୁହେଁ? ବିନୟ କରୁଅଛି, ତାହା ମୋତେ କୁହ।” a a v8 ଯୋଷେଫ ପ୍ରତ୍ୟେକ ସତ୍ୟ ଅର୍ଥର ଉତ୍ସ ବୋଲି ଆମ୍ଭମାନଙ୍କ ପିତାଙ୍କ ନାମ କହୁଅଛନ୍ତି — ଯେଉଁ ମିସରୀୟମାନେ ତାହାଙ୍କୁ ଜାଣନ୍ତି ନାହିଁ, ସେମାନଙ୍କ ନିକଟରେ ସୁଦ୍ଧା।

ତେବେ ପ୍ରଧାନ ପାନପାତ୍ରବାହକ ଯୋଷେଫଙ୍କୁ ଆପଣା ସ୍ଵପ୍ନ ଜଣାଇ କହିଲା, “ମୁଁ ସ୍ଵପ୍ନ ଦେଖିଲି, ଦେଖ, ମୋʼ ସମ୍ମୁଖରେ ଏକ ଦ୍ରାକ୍ଷାଲତା ଥିଲା। ସେହି ଦ୍ରାକ୍ଷାଲତାରେ ତିନୋଟି ଶାଖା ଥିଲା; ତାହା ପଲ୍ଲବିତ ହେବା କ୍ଷଣି ତାହାର ଫୁଲ ଫୁଟିଲା, ପୁଣି ପେଣ୍ଡାସବୁ ପାଚି ଦ୍ରାକ୍ଷାଫଳ ହେଲା। ସେତେବେଳେ ଫାରୋଙ୍କ ପାନପାତ୍ର ମୋʼ ହସ୍ତରେ ଥିଲା; ତହିଁରେ ମୁଁ ସେହି ଦ୍ରାକ୍ଷାଫଳ ନେଇ ଫାରୋଙ୍କ ପାନପାତ୍ରରେ ନିଷ୍ପୀଡ଼ନ କଲି, ଆଉ ସେହି ପାନପାତ୍ର ଫାରୋଙ୍କ ହସ୍ତରେ ଦେଲି।”

ତେବେ ଯୋଷେଫ ତାହାକୁ କହିଲେ, “ଏହାର ଅର୍ଥ ଏହି: ସେହି ତିନୋଟି ଶାଖା ତିନି ଦିନ ଅଟେ। ତିନି ଦିନ ମଧ୍ୟରେ ଫାରୋ ତୁମ୍ଭ ମସ୍ତକ ଉନ୍ନତ କରିବେ, ପୁଣି ତୁମ୍ଭ ପଦରେ ତୁମ୍ଭକୁ ପୁନର୍ବାର ନିଯୁକ୍ତ କରିବେ; ତହିଁରେ ତୁମ୍ଭେ ପୂର୍ବ ପ୍ରଥା ଅନୁସାରେ, ଅର୍ଥାତ୍‍ ପାନପାତ୍ରବାହକ ଥିବା ବେଳେ ଯେପରି କରୁଥିଲ, ସେପରି ଫାରୋଙ୍କ ପାନପାତ୍ର ତାହାଙ୍କ ହସ୍ତରେ ଦେବ। ମାତ୍ର ତୁମ୍ଭର ମଙ୍ଗଳ ହେଲେ ମୋତେ ସ୍ମରଣ କରିବ, ଆଉ ବିନୟ କରୁଅଛି, ମୋʼ ପ୍ରତି ଦୟା କରି ଫାରୋଙ୍କ ନିକଟରେ ମୋʼ କଥା ଉଲ୍ଲେଖ କରିବ, ଯେପରି ସେ ମୋତେ ଏହି ଗୃହରୁ ବାହାର କରିବେ। କାରଣ ମୁଁ ପ୍ରକୃତରେ ଏବ୍ରୀୟମାନଙ୍କ ଦେଶରୁ ଚୋରି ହୋଇ ଅଣାଯାଇଅଛି, ପୁଣି ଏଠାରେ ହେଁ ମୁଁ ଏହି କାରାକୂପରେ ପଡ଼ିବା ଯୋଗ୍ୟ କୌଣସି କର୍ମ କରି ନାହିଁ।”

ଏହି ଅର୍ଥ ଉତ୍ତମ ବୋଲି ଦେଖି ପ୍ରଧାନ ରୁଟିକାର ଯୋଷେଫଙ୍କୁ କହିଲା, “ମୁଁ ମଧ୍ୟ ସ୍ଵପ୍ନ ଦେଖିଲି, ଦେଖ, ମୋʼ ମସ୍ତକ ଉପରେ ଶୁକ୍ଲ ରୁଟିର ତିନୋଟି ଟୋକେଇ ଥିଲା। ସର୍ବୋପରିସ୍ଥ ଟୋକେଇରେ ଫାରୋଙ୍କ ନିମନ୍ତେ ସର୍ବପ୍ରକାର ପକ୍ୱ ଖାଦ୍ୟ ଥିଲା, ମାତ୍ର ପକ୍ଷୀମାନେ ମୋʼ ମସ୍ତକ ଉପରିସ୍ଥ ସେହି ଟୋକେଇରୁ ତାହା ଖାଇ ପକାଉଥିଲେ।”

ତେବେ ଯୋଷେଫ ଉତ୍ତର ଦେଲେ, “ଏହାର ଅର୍ଥ ଏହି: ସେହି ତିନୋଟି ଟୋକେଇ ତିନି ଦିନ ଅଟେ। ତିନି ଦିନ ମଧ୍ୟରେ ଫାରୋ ତୁମ୍ଭ ଦେହରୁ ତୁମ୍ଭ ମସ୍ତକ ଉଠାଇ ତୁମ୍ଭକୁ ବୃକ୍ଷରେ ଟଙ୍ଗାଇ ଦେବେ; ତହିଁରେ ପକ୍ଷୀମାନେ ତୁମ୍ଭ ଦେହରୁ ମାଂସ ଖାଇ ପକାଇବେ।” ଏହାପରେ ତୃତୀୟ ଦିନରେ, ଅର୍ଥାତ୍‍ ଫାରୋଙ୍କ ଜନ୍ମଦିନରେ ସେ ଆପଣା ସମସ୍ତ କର୍ମଚାରୀଙ୍କ ନିମନ୍ତେ ଗୋଟିଏ ଭୋଜ ପ୍ରସ୍ତୁତ କଲେ; ପୁଣି ସେ ଆପଣା କର୍ମଚାରୀମାନଙ୍କ ମଧ୍ୟରେ ପ୍ରଧାନ ପାନପାତ୍ରବାହକର ମସ୍ତକ ଓ ପ୍ରଧାନ ରୁଟିକାରର ମସ୍ତକ ଉନ୍ନତ କଲେ। ଆଉ ସେ ପ୍ରଧାନ ପାନପାତ୍ରବାହକକୁ ତାହାର ପଦରେ ପୁନର୍ବାର ନିଯୁକ୍ତ କଲେ; ତହିଁରେ ସେ ଫାରୋଙ୍କ ହସ୍ତରେ ପାନପାତ୍ର ଦେଲା। ମାତ୍ର ଯୋଷେଫ ସେମାନଙ୍କ ନିକଟରେ ଯେଉଁ ଅର୍ଥ କହିଥିଲେ, ତଦନୁସାରେ ସେ ପ୍ରଧାନ ରୁଟିକାରକୁ ଟଙ୍ଗାଇ ଦେଲେ। ତଥାପି ପ୍ରଧାନ ପାନପାତ୍ରବାହକ ଯୋଷେଫଙ୍କୁ ସ୍ମରଣ କଲା ନାହିଁ, ବରଂ ତାହାଙ୍କୁ ପାସୋରି ଗଲା।