ଆୟୁବଙ୍କ ଶୁଦ୍ଧ ହୃଦୟର ଶପଥ
ଆୟୁବ ଏକ ଶପଥରେ ଶେଷ କରନ୍ତି, ଆପଣା ଜୀବନକୁ ବିଷୟ ପରେ ବିଷୟ ଖୋଲି ଦେଖାନ୍ତି: କୌଣସି କାମନା ନାହିଁ, କୌଣସି ମିଥ୍ୟା ନାହିଁ, କୌଣସି ଦାସକୁ ନ୍ୟାୟରୁ ବଞ୍ଚିତ କରିବା ନାହିଁ, ଅନାଥ ଭୋକିଲା ଥିବାବେଳେ ଏକୁଟିଆ ଖାଇବା ନାହିଁ, ସୁନାରେ ଭରସା ନାହିଁ। ସେ ତାହାରେ ଦସ୍ତଖତ କରି ଅଭିଯୋଗପତ୍ର ଦାବି କରନ୍ତି। ତାʼପରେ ତାଙ୍କ କଥା ସେଇଠି ଶେଷ ହୁଏ।
31 1“ମୁଁ ଆପଣା ଚକ୍ଷୁ ସହିତ ନିୟମ କଲି; ତେବେ କିପରି ମୁଁ କୌଣସି କୁମାରୀ ପ୍ରତି ଦୃଷ୍ଟିପାତ କରିପାରିବି? 2କାରଣ ଊର୍ଦ୍ଧ୍ଵସ୍ଥ ଈଶ୍ଵରଙ୍କଠାରୁ ମୋʼର କି ଅଂଶ ଥାଆନ୍ତା, ଉଚ୍ଚସ୍ଥ ସର୍ବଶକ୍ତିମାନଙ୍କଠାରୁ କି ଅଧିକାର ଥାଆନ୍ତା? 3ଅଧର୍ମୀ ପ୍ରତି କି ବିପଦ ଓ କୁକର୍ମକାରୀମାନଙ୍କ ପ୍ରତି କି ବିନାଶ ଘଟେ ନାହିଁ? 4ସେ କʼଣ ମୋʼ ପଥସବୁ ଦେଖନ୍ତି ନାହିଁ ଓ ମୋʼ ପ୍ରତ୍ୟେକ ପାଦଗତି ଗଣନ୍ତି ନାହିଁ?
5“ଯଦି ମୁଁ ମିଥ୍ୟା ଅନୁସାରେ ଜୀବନଯାପନ କରିଅଛି ଓ ମୋʼ ଚରଣ ଯଦି ପ୍ରବଞ୍ଚନା ଆଡ଼କୁ ଦୌଡ଼ିଅଛି, 6ତେବେ ସେ ମୋତେ ଯଥାର୍ଥ ନିକ୍ତିରେ ତୌଲ କରନ୍ତୁ ଓ ଈଶ୍ଵର ମୋʼ ସରଳତା ଜାଣନ୍ତୁ, 7ଯଦି ମୋʼ ପାଦଗତି ପଥରୁ ବିମୁଖ ହୋଇଅଛି ଓ ମୋʼ ହୃଦୟ ମୋʼ ଚକ୍ଷୁର ଅନୁଗାମୀ ହୋଇଅଛି, ଆଉ କୌଣସି କଳଙ୍କ ମୋʼ ହସ୍ତରେ ଲାଗିଅଛି, 8ତେବେ ମୁଁ ବୁଣେ ଓ ଅନ୍ୟ ଜଣେ ଭୋଜନ କରୁ, ପୁଣି ମୋʼ ନିମନ୍ତେ ଯାହା ଅଙ୍କୁରିତ ହୁଏ, ତାହା ଉତ୍ପାଟିତ ହେଉ।
9“ଯଦି ମୋʼ ହୃଦୟ କୌଣସି ସ୍ତ୍ରୀ ଦ୍ଵାରା ଭୁଲାଯାଇଅଛି ଓ ମୁଁ ଆପଣା ପ୍ରତିବାସୀର ଦ୍ଵାର ନିକଟରେ ଛକି ବସିଅଛି, 10ତେବେ ମୋʼ ଭାର୍ଯ୍ୟା ଅନ୍ୟ ପୁରୁଷର ସେବା କରୁ ଓ ଅନ୍ୟମାନେ ତାହା ସହିତ ଶୟନ କରନ୍ତୁ। 11କାରଣ ତାହା ଏକ ଲଜ୍ଜାକର ଦୁଷ୍କର୍ମ, ବିଚାରଯୋଗ୍ୟ ଏକ ପାପ ହୁଅନ୍ତା; 12ଯେଣୁ ତାହା ଏକ ଅଗ୍ନି, ଯାହା ବିନାଶ ପର୍ଯ୍ୟନ୍ତ ଗ୍ରାସ କରେ ଓ ମୋʼ ସମସ୍ତ ଫସଲ ଜାଳି ଦିଅନ୍ତା।
13“ମୋʼ ଦାସ କିମ୍ବା ଦାସୀ ମୋʼ ବିରୁଦ୍ଧରେ ଅଭିଯୋଗ ଆଣିବା ବେଳେ ଯଦି ମୁଁ ସେମାନଙ୍କ ପ୍ରତି ନ୍ୟାୟ ଅସ୍ଵୀକାର କରିଅଛି, 14ତେବେ ଈଶ୍ଵର ଉଠିବା ବେଳେ ମୁଁ କʼଣ କରିବି? ସେ ମୋʼଠାରୁ ଲେଖା ମାଗିଲେ ମୁଁ ତାହାଙ୍କୁ କି ଉତ୍ତର ଦେବି? 15ଯେ ମୋତେ ଗର୍ଭରେ ନିର୍ମାଣ କଲେ, ସେ କʼଣ ମୋʼ ଦାସକୁ ମଧ୍ୟ ନିର୍ମାଣ କରି ନାହାନ୍ତି? ସେହି ଏକ ଜଣ କʼଣ ଆମ୍ଭ ଉଭୟଙ୍କୁ ଗର୍ଭରେ ଗଠନ କରି ନାହାନ୍ତି?
16“ଯଦି ମୁଁ ଦରିଦ୍ରକୁ ତାହାର ଆବଶ୍ୟକ ବିଷୟରୁ ବଞ୍ଚିତ କରିଅଛି, କିମ୍ବା ବିଧବାର ଚକ୍ଷୁ କ୍ଷୀଣ ହେବାକୁ ଦେଇଅଛି, 17କିମ୍ବା ପିତୃହୀନ ବିନା ଭୋଜନରେ ରହିବା ବେଳେ ମୁଁ ଏକାକୀ ଆପଣା ଅନ୍ନ ଭୋଜନ କରିଅଛି, 18ତଥାପି ମୋʼ ଯୌବନାବସ୍ଥାରୁ ମୁଁ ପିତା ପରି ତାହାକୁ ପ୍ରତିପାଳନ କଲି ଓ ମୋʼ ମାତୃଗର୍ଭରୁ ମୁଁ ବିଧବାକୁ ପଥ ଦେଖାଇଲି, 19ଯଦି ମୁଁ କାହାକୁ ବସ୍ତ୍ର ଅଭାବରୁ ବିନଷ୍ଟ ହେବାର, କିମ୍ବା କୌଣସି ଦରିଦ୍ରକୁ ଆଚ୍ଛାଦନ ବିନା ଦେଖିଅଛି, 20ଯଦି ମୋʼ ମେଷର ଲୋମ ଦ୍ଵାରା ତାହାକୁ ଉଷ୍ମ କରିବା ସକାଶେ ତାହାର ସମଗ୍ର ଅନ୍ତଃକରଣ ମୋତେ ଆଶୀର୍ବାଦ କରି ନାହିଁ, 21ଯଦି ବିଚାରସ୍ଥାନରେ ମୋʼ ସପକ୍ଷ ଦେଖି ମୁଁ ପିତୃହୀନ ବିରୁଦ୍ଧରେ ଆପଣା ହସ୍ତ ଉଠାଇଅଛି, 22ତେବେ ମୋʼ ସ୍କନ୍ଧ ଅସ୍ଥିରୁ ଖସି ପଡ଼ୁ ଓ ମୋʼ ବାହୁ ସନ୍ଧିସ୍ଥାନରେ ଭଗ୍ନ ହେଉ। 23କାରଣ ଈଶ୍ଵରଙ୍କଠାରୁ ଆସୁଥିବା ବିପଦ ମୋʼ ପ୍ରତି ଭୟଙ୍କର ଥିଲା ଓ ତାହାଙ୍କ ମହିମା ସମ୍ମୁଖରେ ମୁଁ କିଛି କରିପାରିଲି ନାହିଁ।
24“ଯଦି ମୁଁ ସୁବର୍ଣ୍ଣକୁ ଆପଣା ଭରସା କରିଅଛି, କିମ୍ବା ଉତ୍ତମ ସୁନାକୁ ‘ତୁମ୍ଭେ ମୋʼ ଆଶ୍ରୟ’ ବୋଲି କହିଅଛି, 25ଯଦି ମୋʼ ଧନ ବହୁଳ ଥିବାରୁ ଓ ମୋʼ ହସ୍ତ ଏତେ ଅଧିକ ଲାଭ କରିଥିବାରୁ ମୁଁ ଗର୍ବ କରିଅଛି, 26ଯଦି ମୁଁ ପ୍ରକାଶମାନ ହେବା ବେଳେ ସୂର୍ଯ୍ୟ ଆଡ଼କୁ, କିମ୍ବା ଜ୍ୟୋତିରେ ଗମନ କରୁଥିବା ଚନ୍ଦ୍ର ଆଡ଼କୁ ଅନାଇଅଛି, 27ପୁଣି ମୋʼ ହୃଦୟ ଗୋପନରେ ଭୁଲାଯାଇଅଛି ଓ ମୋʼ ହସ୍ତ ଉପାସନାରେ ସେମାନଙ୍କୁ ଚୁମ୍ବନ ଦେଇଅଛି, 28ଏହା ହେଁ ବିଚାରଯୋଗ୍ୟ ଏକ ପାପ ହୁଅନ୍ତା, କାରଣ ତହିଁରେ ମୁଁ ଊର୍ଦ୍ଧ୍ଵସ୍ଥ ଈଶ୍ଵରଙ୍କ ପ୍ରତି ମିଥ୍ୟାଚାରୀ ହୁଅନ୍ତି।
29“ଯଦି ମୁଁ ଆପଣା ଘୃଣାକାରୀର ବିନାଶରେ ଆନନ୍ଦ କରିଅଛି, କିମ୍ବା ତାହା ପ୍ରତି ଅମଙ୍ଗଳ ଘଟିବା ବେଳେ ଉଲ୍ଲସିତ ହୋଇଅଛି। 30ମୁଁ କେବେ ହେଁ ତାହାର ପ୍ରାଣ ପ୍ରତି ଅଭିଶାପ ମାଗି ଆପଣା ମୁଖକୁ ପାପ କରିବାକୁ ଦେଇ ନାହିଁ, 31ଯଦି ମୋʼ ଗୃହର ଲୋକମାନେ କେବେ ହେଁ ‘ତାହାର ମେଜରୁ କିଏ ତୃପ୍ତ ହୋଇ ନାହିଁ?’ ବୋଲି କହି ନାହାନ୍ତି, 32କୌଣସି ବିଦେଶୀ କେବେ ଦାଣ୍ଡରେ ରାତ୍ରି ଯାପନ କରି ନାହିଁ, କାରଣ ମୁଁ ପଥିକ ନିମନ୍ତେ ଆପଣା ଦ୍ଵାର ଉନ୍ମୁକ୍ତ କଲି। 33ଯଦି ମୁଁ ଅନ୍ୟମାନଙ୍କ ପରି ଆପଣା ପାପ ଆଚ୍ଛାଦନ କରିଅଛି, ମୋʼ ହୃଦୟ ମଧ୍ୟରେ ଆପଣା ଅପରାଧ ଗୁପ୍ତ ରଖିଅଛି, 34କାରଣ ମୁଁ ଲୋକସମୂହକୁ ଏତେ ଭୟ କଲି ଓ ଗୋଷ୍ଠୀସମୂହର ଅବଜ୍ଞା ମୋତେ ଏତେ ତ୍ରାସିତ କଲା ଯେ, ମୁଁ ନୀରବ ରହିଲି ଓ ବାହାରକୁ ଗଲି ନାହିଁ।
35“ଆଃ, କେହି ଯେବେ ମୋʼ କଥା ଶୁଣନ୍ତା! ଏଠାରେ ମୋʼ ସ୍ଵାକ୍ଷର ଅଛି— ସର୍ବଶକ୍ତିମାନ ମୋତେ ଉତ୍ତର ଦିଅନ୍ତୁ! ମୋʼ ବିରୋଧୀ ଆପଣା ଅଭିଯୋଗପତ୍ର ଲେଖନ୍ତୁ! 36ନିଶ୍ଚୟ ମୁଁ ତାହା ଆପଣା ସ୍କନ୍ଧରେ ବହନ କରନ୍ତି, ମୁକୁଟ ପରି ତାହା ଆପଣା ଉପରେ ବାନ୍ଧନ୍ତି। 37ମୁଁ ତାହାଙ୍କୁ ଆପଣା ପ୍ରତ୍ୟେକ ପାଦଗତିର ହିସାବ ଦିଅନ୍ତି; ରାଜପୁତ୍ର ପରି ମୁଁ ତାହାଙ୍କ ନିକଟକୁ ଯାଆନ୍ତି।
38“ଯଦି ମୋʼ ଭୂମି ମୋʼ ବିରୁଦ୍ଧରେ କ୍ରନ୍ଦନ କରିଅଛି ଓ ତହିଁର ଲଙ୍ଗଳ ରେଖାସବୁ ଏକତ୍ର ରୋଦନ କରିଅଛି, 39ଯଦି ମୁଁ ବିନା ମୂଲ୍ୟରେ ତହିଁର ଫଳ ଭୋଜନ କରିଅଛି, କିମ୍ବା ତହିଁର ମାଲିକମାନଙ୍କ ପ୍ରାଣ ସଂହାର କରିଅଛି, 40ତେବେ ଗହମ ବଦଳେ କଣ୍ଟକ ଓ ଯବ ବଦଳେ ଦୁର୍ଗନ୍ଧ ଆଗଛା ଉତ୍ପନ୍ନ ହେଉ।” ଆୟୁବଙ୍କ ବାକ୍ୟ ସମାପ୍ତ ହେଲା।