ସପ୍ତ ଶେଷ ମହାମାରୀ
ଯେଉଁମାନେ ପଶୁକୁ ପ୍ରତ୍ୟାଖ୍ୟାନ କଲେ ସେମାନେ କାଚର ସମୁଦ୍ର ପାଖରେ ଠିଆ ହୋଇ ମୋଶାଙ୍କ ଗୀତ ଓ ମେଷଶାବକଙ୍କ ଗୀତ ଗାନ କରନ୍ତି, ଆମର ପିତାଙ୍କ ପଥସବୁ ନ୍ୟାୟ ଓ ସତ୍ୟ ବୋଲି କହନ୍ତି। ସାତ ଦୂତ ଉଜ୍ଜ୍ୱଳ ମସିଣା ବସ୍ତ୍ର ପରିଧାନ କରି ସାତଟି ପାତ୍ର ସହ ବାହାରି ଆସନ୍ତି, ଏବଂ ମନ୍ଦିର ଧୂଆଁରେ ପୂର୍ଣ୍ଣ ହୁଏ, ଯେପରି ସେଗୁଡ଼ିକ ଢଳା ନ ହେବା ପର୍ଯ୍ୟନ୍ତ କେହି ପ୍ରବେଶ କରିପାରେ ନାହିଁ।
15 1ମୁଁ ସ୍ଵର୍ଗରେ ଆଉ ଗୋଟିଏ ମହତ ଓ ଆଶ୍ଚର୍ଯ୍ୟଜନକ ଚିହ୍ନ ଦେଖିଲି; ଶେଷ ସପ୍ତ ମହାମାରୀ ଧରିଥିବା ସାତ ଦୂତ, କାରଣ ସେସବୁ ଦ୍ଵାରା ଆମ୍ଭମାନଙ୍କ ପିତାଙ୍କ କ୍ରୋଧ ସମାପ୍ତ ହେଲା।
2ଅଗ୍ନିମିଶ୍ରିତ କାଚ ସମୁଦ୍ର ପରି ଯାହା ଦେଖାଗଲା, ତାହା ମୁଁ ଦେଖିଲି, ଆଉ ଯେଉଁମାନେ ପଶୁ, ତାହାର ପ୍ରତିମା ଓ ତାହାର ନାମର ସଂଖ୍ୟା ଉପରେ ଜୟଲାଭ କରିଥିଲେ, ସେମାନେ ଆମ୍ଭମାନଙ୍କ ପିତାଙ୍କଠାରୁ ପ୍ରାପ୍ତ ବୀଣା ଧରି ସେହି ସମୁଦ୍ର ନିକଟରେ ଠିଆ ହୋଇଥିଲେ। 3ଆଉ ସେମାନେ ଆମ୍ଭମାନଙ୍କ ପିତାଙ୍କ ଦାସ ମୋଶାଙ୍କ ଗୀତ ଓ ମେଷଶାବକ ଯୀଶୁଙ୍କ ଗୀତ ଗାନ କଲେ, “ହେ ସର୍ବଶକ୍ତିମାନ ପ୍ରଭୁ ପିତା, ତୁମ୍ଭର କର୍ମସବୁ ମହତ ଓ ଆଶ୍ଚର୍ଯ୍ୟଜନକ! ହେ ଜାତିଗଣର ରାଜା, ତୁମ୍ଭର ପଥ ନ୍ୟାୟ୍ୟ ଓ ସତ୍ୟ! 4ହେ ପିତା, କିଏ ତୁମ୍ଭକୁ ଭୟ ନ କରିବ ଓ ତୁମ୍ଭ ନାମକୁ ମହିମାନ୍ଵିତ ନ କରିବ? କାରଣ କେବଳ ତୁମ୍ଭେ ହିଁ ପବିତ୍ର। ସମସ୍ତ ଜାତି ଆସି ତୁମ୍ଭ ସମ୍ମୁଖରେ ପ୍ରଣାମ କରିବେ, କାରଣ ତୁମ୍ଭର ଧର୍ମକର୍ମସବୁ ପ୍ରକାଶିତ ହୋଇଅଛି।”
5ଏହାପରେ ମୁଁ ଦେଖିଲି, ଆଉ ସ୍ଵର୍ଗରେ ସାକ୍ଷ୍ୟ-ତମ୍ବୁ ସ୍ଵରୂପ ମନ୍ଦିର ଉନ୍ମୁକ୍ତ ହେଲା। 6ସପ୍ତ ମହାମାରୀ ଧରିଥିବା ସେହି ସାତ ଦୂତ ମନ୍ଦିରରୁ ବାହାରି ଆସିଲେ, ସେମାନେ ନିର୍ମଳ ଉଜ୍ଜ୍ଵଳ କ୍ଷୌମ ବସ୍ତ୍ର ପରିଧାନ କରିଥିଲେ ଓ ବକ୍ଷରେ ସୁବର୍ଣ୍ଣ ପଟୁକା ବାନ୍ଧିଥିଲେ।
7ସେତେବେଳେ ଚାରି ଜୀବିତ ପ୍ରାଣୀଙ୍କ ମଧ୍ୟରୁ ଜଣେ, ଯୁଗେ ଯୁଗେ ଜୀବିତ ଥିବା ଆମ୍ଭମାନଙ୍କ ପିତାଙ୍କ କ୍ରୋଧରେ ପରିପୂର୍ଣ୍ଣ ସପ୍ତ ସୁବର୍ଣ୍ଣ ପାତ୍ର ସେହି ସାତ ଦୂତଙ୍କୁ ଦେଲେ। 8ଆମ୍ଭମାନଙ୍କ ପିତାଙ୍କ ମହିମା ଓ ତାହାଙ୍କ ଶକ୍ତିରୁ ଉତ୍ପନ୍ନ ଧୂମରେ ମନ୍ଦିର ପରିପୂର୍ଣ୍ଣ ହେଲା; ସେହି ସାତ ଦୂତଙ୍କ ସପ୍ତ ମହାମାରୀ ସମାପ୍ତ ନ ହେବା ପର୍ଯ୍ୟନ୍ତ କେହି ତହିଁ ମଧ୍ୟରେ ପ୍ରବେଶ କରିପାରିଲା ନାହିଁ।