ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ହେ ପିତା, ସମୟ ଉପସ୍ଥିତ ହେଲାଣି

ଯୀଶୁ ସେମାନଙ୍କ ସମ୍ମୁଖରେ ଉଚ୍ଚ ସ୍ୱରରେ ପ୍ରାର୍ଥନା କରନ୍ତି। ସେ ନିଜ ପିତାଙ୍କୁ କହନ୍ତି ଯେ କାର୍ଯ୍ୟ ସମାପ୍ତ ହୋଇଛି, ନିବେଦନ କରନ୍ତି ଯେ ଏହି ଲୋକମାନଙ୍କୁ ତାହାଙ୍କ ପିତାଙ୍କ ନାମରେ ରକ୍ଷା କରାଯାଉ ଓ ଦୁଷ୍ଟଠାରୁ ସୁରକ୍ଷିତ ରଖାଯାଉ, ଏବଂ ପରେ ବିଶ୍ୱାସ କରିବାକୁ ଥିବା ସମସ୍ତଙ୍କ ପାଇଁ ପ୍ରାର୍ଥନା କରନ୍ତି, ଯେପରି ସେମାନେ ଏକ ହୁଅନ୍ତି।

ଅଧ୍ୟାୟ 17।

ଯୀଶୁ ଏହିସବୁ କଥା କହି ସ୍ଵର୍ଗ ଆଡ଼କୁ ଊର୍ଦ୍ଧ୍ଵଦୃଷ୍ଟି କରି କହିଲେ, “ପିତଃ, ସମୟ ଉପସ୍ଥିତ ହେଲାଣି। ତୁମ୍ଭର ପୁତ୍ରଙ୍କୁ ମହିମାନ୍ଵିତ କର, ଯେପରି ପୁତ୍ର ତୁମ୍ଭକୁ ମହିମାନ୍ଵିତ କରିବେ, a a v1 ଯୋହନ ୧୭ ଅଧ୍ୟାୟ ପିତାଙ୍କ ନିକଟରେ ଯୀଶୁଙ୍କ ସର୍ବାଧିକ ଦୀର୍ଘ ଲିପିବଦ୍ଧ ପ୍ରାର୍ଥନା ଅଟେ — କ୍ରୁଶର ପୂର୍ବ ରାତ୍ରିରେ କଥିତ, ଯାହାଙ୍କୁ ସେ ପିତା, ପବିତ୍ର ପିତା ଓ ଧାର୍ମିକ ପିତା ବୋଲି ଡାକନ୍ତି, ତାହାଙ୍କ ନିକଟରେ ସେ ଆପଣା ହୃଦୟ ଉନ୍ମୁକ୍ତ କରୁଅଛନ୍ତି। ଯେହେତୁ ତୁମ୍ଭେ ତାହାଙ୍କୁ ସମସ୍ତ ମନୁଷ୍ୟଙ୍କ ଉପରେ ଅଧିକାର ଦେଇଅଛ, ଯେପରି ତୁମ୍ଭେ ଯେଉଁ ସମସ୍ତଙ୍କୁ ତାହାଙ୍କୁ ଦେଇଅଛ, ସେ ସେମାନଙ୍କୁ ଅନନ୍ତ ଜୀବନ ଦେବେ। ଆଉ ଅନନ୍ତ ଜୀବନ ଏହି, ଯେ ସେମାନେ ତୁମ୍ଭକୁ, ଏକମାତ୍ର ସତ୍ୟ ପିତାଙ୍କୁ, ପୁଣି ତୁମ୍ଭର ପ୍ରେରିତ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣନ୍ତି। ତୁମ୍ଭେ ମୋତେ ଯେଉଁ କାର୍ଯ୍ୟ କରିବାକୁ ଦେଇଥିଲ, ତାହା ସମାପ୍ତ କରି ମୁଁ ପୃଥିବୀରେ ତୁମ୍ଭକୁ ମହିମାନ୍ଵିତ କଲି। ଆଉ ହେ ପିତା, ଜଗତର ସୃଷ୍ଟି ପୂର୍ବେ ତୁମ୍ଭ ସହିତ ମୋହର ଯେଉଁ ମହିମା ଥିଲା, ସେହି ମହିମାରେ ଏବେ ତୁମ୍ଭେ ଆପଣା ସଙ୍ଗରେ ମୋତେ ମହିମାନ୍ଵିତ କର।

ତୁମ୍ଭେ ଜଗତରୁ ମୋତେ ଯେଉଁ ଲୋକମାନଙ୍କୁ ଦେଇଅଛ, ସେମାନଙ୍କ ନିକଟରେ ମୁଁ ତୁମ୍ଭ ନାମ ପ୍ରକାଶ କଲି। ସେମାନେ ତୁମ୍ଭର ଥିଲେ, ପୁଣି ତୁମ୍ଭେ ସେମାନଙ୍କୁ ମୋତେ ଦେଇଅଛ, ଆଉ ସେମାନେ ତୁମ୍ଭର ବାକ୍ୟ ପାଳନ କରିଅଛନ୍ତି। ତୁମ୍ଭେ ମୋତେ ଯାହାସବୁ ଦେଇଅଛ, ସେସମସ୍ତ ଯେ ତୁମ୍ଭଠାରୁ, ଏହା ସେମାନେ ବର୍ତ୍ତମାନ ଜାଣିଅଛନ୍ତି, କାରଣ ତୁମ୍ଭେ ମୋତେ ଯେଉଁ ବାକ୍ୟସବୁ ଦେଇଥିଲ, ତାହା ମୁଁ ସେମାନଙ୍କୁ ଦେଲି, ଆଉ ସେମାନେ ତାହା ଗ୍ରହଣ କଲେ, ପୁଣି ମୁଁ ଯେ ତୁମ୍ଭଠାରୁ ଆସିଅଛି, ଏହା ସତ୍ୟ ରୂପେ ଜାଣିଲେ, ଆଉ ତୁମ୍ଭେ ଯେ ମୋତେ ପ୍ରେରଣ କରିଅଛ, ଏହା ବିଶ୍ଵାସ କଲେ। ମୁଁ ସେମାନଙ୍କ ନିମନ୍ତେ ପ୍ରାର୍ଥନା କରୁଅଛି; ଜଗତ ନିମନ୍ତେ ନୁହେଁ, ମାତ୍ର ତୁମ୍ଭେ ମୋତେ ଯେଉଁମାନଙ୍କୁ ଦେଇଅଛ, ସେମାନଙ୍କ ନିମନ୍ତେ ପ୍ରାର୍ଥନା କରୁଅଛି, କାରଣ ସେମାନେ ତୁମ୍ଭର। ଆଉ ମୋହର ସମସ୍ତ ତୁମ୍ଭର, ପୁଣି ତୁମ୍ଭର ସମସ୍ତ ମୋହର, ଆଉ ମୁଁ ସେମାନଙ୍କଠାରେ ମହିମାନ୍ଵିତ ହୋଇଅଛି। ମୁଁ ଆଉ ଜଗତରେ ନାହିଁ, କିନ୍ତୁ ସେମାନେ ଜଗତରେ ଅଛନ୍ତି, ଆଉ ମୁଁ ତୁମ୍ଭ ନିକଟକୁ ଯାଉଅଛି। ହେ ପବିତ୍ର ପିତା, ତୁମ୍ଭେ ମୋତେ ଯେଉଁ ନାମ ଦେଇଅଛ, ତୁମ୍ଭର ସେହି ନାମରେ ସେମାନଙ୍କୁ ରକ୍ଷା କର, ଯେପରି ଆମ୍ଭେମାନେ ଯେପ୍ରକାର, ସେମାନେ ସେପ୍ରକାର ଏକ ହେବେ। ମୁଁ ସେମାନଙ୍କ ସଙ୍ଗରେ ଥିବା ସମୟରେ, ତୁମ୍ଭେ ମୋତେ ଯେଉଁ ନାମ ଦେଇଥିଲ, ତୁମ୍ଭର ସେହି ନାମରେ ସେମାନଙ୍କୁ ରକ୍ଷା କଲି। ମୁଁ ସେମାନଙ୍କୁ ରକ୍ଷା କଲି, ଆଉ ବିନାଶର ସନ୍ତାନ ବିନା ସେମାନଙ୍କ ମଧ୍ୟରୁ କେହି ବିନଷ୍ଟ ହୋଇ ନାହିଁ, ଯେପରି ଧର୍ମଶାସ୍ତ୍ର ସଫଳ ହେବ। b b v12 “ବିନାଶର ସନ୍ତାନ” ଇଷ୍କାରିୟୋତୀୟ ଯିହୂଦାର ଏକ ଉପାଧି, ଯେ ଯୀଶୁଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିଥିଲା। କିନ୍ତୁ ଏବେ ମୁଁ ତୁମ୍ଭ ନିକଟକୁ ଆସୁଅଛି, ଆଉ ସେମାନେ ଯେପରି ଆପଣାମାନଙ୍କଠାରେ ମୋହର ଆନନ୍ଦ ସମ୍ପୂର୍ଣ୍ଣ ରୂପେ ପ୍ରାପ୍ତ ହେବେ, ଏଥିପାଇଁ ମୁଁ ଜଗତରେ ଏହିସବୁ କଥା କହୁଅଛି। ମୁଁ ସେମାନଙ୍କୁ ତୁମ୍ଭର ବାକ୍ୟ ଦେଇଅଛି, ଆଉ ମୁଁ ଯେପରି ଜଗତର ନୁହେଁ, ସେମାନେ ସେପରି ଜଗତର ନୁହନ୍ତି ବୋଲି ଜଗତ ସେମାନଙ୍କୁ ଘୃଣା କଲା। ତୁମ୍ଭେ ସେମାନଙ୍କୁ ଜଗତରୁ ବାହାର କରିନିଅ ବୋଲି ମୁଁ ପ୍ରାର୍ଥନା କରୁ ନାହିଁ, ମାତ୍ର ସେମାନଙ୍କୁ ସେହି ପାପାତ୍ମାଠାରୁ ରକ୍ଷା କର ବୋଲି ପ୍ରାର୍ଥନା କରୁଅଛି। ମୁଁ ଯେପରି ଜଗତର ନୁହେଁ, ସେମାନେ ସେପରି ଜଗତର ନୁହନ୍ତି। ସତ୍ୟ ଦ୍ଵାରା ସେମାନଙ୍କୁ ପବିତ୍ର କର; ତୁମ୍ଭର ବାକ୍ୟ ସତ୍ୟ ଅଟେ। ତୁମ୍ଭେ ଯେପରି ମୋତେ ଜଗତକୁ ପ୍ରେରଣ କଲ, ମୁଁ ସେପରି ସେମାନଙ୍କୁ ଜଗତକୁ ପ୍ରେରଣ କଲି। ଆଉ ସେମାନେ ମଧ୍ୟ ଯେପରି ସତ୍ୟରେ ପବିତ୍ର ହେବେ, ଏଥିପାଇଁ ମୁଁ ସେମାନଙ୍କ ନିମନ୍ତେ ଆପଣାକୁ ପବିତ୍ର କରୁଅଛି।

ମୁଁ କେବଳ ଏମାନଙ୍କ ନିମନ୍ତେ ପ୍ରାର୍ଥନା କରୁ ନାହିଁ, ମାତ୍ର ଏମାନଙ୍କ ବାକ୍ୟ ଦ୍ଵାରା ଯେଉଁମାନେ ମୋʼଠାରେ ବିଶ୍ଵାସ କରିବେ, ସେମାନଙ୍କ ନିମନ୍ତେ ମଧ୍ୟ ପ୍ରାର୍ଥନା କରୁଅଛି। ହେ ପିତା, ତୁମ୍ଭେ ଯେପରି ମୋʼଠାରେ ଅଛ ଓ ମୁଁ ତୁମ୍ଭଠାରେ ଅଛି, ସେପରି ସେମାନେ ସମସ୍ତେ ଏକ ହୁଅନ୍ତୁ, ଆଉ ସେମାନେ ମଧ୍ୟ ଆମ୍ଭମାନଙ୍କଠାରେ ଥାଆନ୍ତୁ, ଯେପରି ତୁମ୍ଭେ ଯେ ମୋତେ ପ୍ରେରଣ କରିଅଛ, ଏହା ଜଗତ ବିଶ୍ଵାସ କରିବ। ଆଉ ତୁମ୍ଭେ ମୋତେ ଯେଉଁ ମହିମା ଦେଇଅଛ, ତାହା ମୁଁ ସେମାନଙ୍କୁ ଦେଇଅଛି, ଯେପରି ଆମ୍ଭେମାନେ ଯେପ୍ରକାର ଏକ, ସେମାନେ ସେପ୍ରକାର ଏକ ହେବେ। ମୁଁ ସେମାନଙ୍କଠାରେ ଓ ତୁମ୍ଭେ ମୋʼଠାରେ, ଯେପରି ସେମାନେ ସମ୍ପୂର୍ଣ୍ଣ ରୂପେ ଏକ ହେବେ, ଆଉ ତୁମ୍ଭେ ଯେ ମୋତେ ପ୍ରେରଣ କରିଅଛ, ପୁଣି ମୋତେ ଯେପରି ପ୍ରେମ କଲ, ସେପରି ସେମାନଙ୍କୁ ପ୍ରେମ କରିଅଛ, ଏହା ଜଗତ ଯେପରି ଜାଣିବ। ହେ ପିତା, ତୁମ୍ଭେ ମୋତେ ଯେଉଁମାନଙ୍କୁ ଦେଇଅଛ, ମୁଁ ଯେଉଁଠାରେ ଅଛି, ସେମାନେ ମଧ୍ୟ ସେଠାରେ ମୋʼ ସଙ୍ଗରେ ଥାଆନ୍ତୁ ଓ ମୋହର ମହିମା ଦେଖନ୍ତୁ ବୋଲି ମୋହର ଇଚ୍ଛା; କାରଣ ଜଗତର ସୃଷ୍ଟି ପୂର୍ବେ ତୁମ୍ଭେ ମୋତେ ପ୍ରେମ କରିବାରୁ ସେହି ମହିମା ମୋତେ ଦେଇଅଛ। ହେ ଧାର୍ମିକ ପିତା, ଜଗତ ତୁମ୍ଭକୁ ଜାଣି ନାହିଁ, କିନ୍ତୁ ମୁଁ ତୁମ୍ଭକୁ ଜାଣେ, ଆଉ ତୁମ୍ଭେ ଯେ ମୋତେ ପ୍ରେରଣ କରିଅଛ, ଏହା ଏମାନେ ଜାଣିଅଛନ୍ତି। ପୁଣି ତୁମ୍ଭେ ମୋତେ ଯେଉଁ ପ୍ରେମରେ ପ୍ରେମ କଲ, ତାହା ଯେପରି ସେମାନଙ୍କଠାରେ ରହିବ, ଆଉ ମୁଁ ସେମାନଙ୍କଠାରେ ରହିବି, ଏଥିପାଇଁ ମୁଁ ସେମାନଙ୍କ ନିକଟରେ ତୁମ୍ଭ ନାମ ଜଣାଇଅଛି, ପୁଣି ଜଣାଇବି।”