ଆସ, ତାହାଙ୍କ ଗୃହକୁ ଯିବା
ଆରୋହଣ ଗୀତ। ଦାଉଦଙ୍କ ରଚିତ।
ଆମ ପିତାଙ୍କ ଗୃହରେ ପହଞ୍ଚିବାର ଜଣେ ତୀର୍ଥଯାତ୍ରୀର ଆନନ୍ଦ, ତାʼର ପାଦ ପ୍ରକୃତରେ ଦ୍ୱାର ଭିତରେ ଠିଆ ହୋଇଛି। ଏହି ନଗରରେ ବଂଶଗୁଡ଼ିକ ଏକାଠି ହୁଅନ୍ତି ଏବଂ ଏଠାରୁ ନ୍ୟାୟ ପ୍ରଦାନ କରାଯାଏ, ତେଣୁ ସେ ଏହାର ଶାନ୍ତି ପାଇଁ ପ୍ରାର୍ଥନା କରେ, ଏବଂ କହେ ଯେ ସେ ଏହା ନିଜ ପାଇଁ ନୁହେଁ, ତାʼର ଭାଇମାନଙ୍କ ପାଇଁ କରୁଛି।
122 1ଯେଉଁମାନେ ମୋତେ କହିଲେ, “ଆସ, ଆମ୍ଭେମାନେ ଆମ୍ଭମାନଙ୍କ ପିତାଙ୍କ ଗୃହକୁ ଯିବା,” ସେମାନଙ୍କ ସହିତ ମୁଁ ଆନନ୍ଦିତ ହେଲି। 2ହେ ଯିରୂଶାଲମ, ଆମ୍ଭମାନଙ୍କ ଚରଣ ତୁମ୍ଭ ନଗରଦ୍ଵାର ମଧ୍ୟରେ ଠିଆ ହୋଇଅଛି। 3ଯିରୂଶାଲମ ଏପରି ଏକ ନଗର ସ୍ଵରୂପେ ନିର୍ମିତ, ଯାହା ଦୃଢ଼ରୂପେ ସଂଯୁକ୍ତ, 4ଇସ୍ରାଏଲ ପ୍ରତି ବିଧି ସ୍ଵରୂପେ, ଆମ୍ଭମାନଙ୍କ ପିତାଙ୍କ ନାମର ଧନ୍ୟବାଦ କରିବା ନିମନ୍ତେ, ଗୋଷ୍ଠୀସମୂହ, ଅର୍ଥାତ୍ ଆମ୍ଭମାନଙ୍କ ପିତାଙ୍କ ଗୋଷ୍ଠୀସମୂହ ସେଠାକୁ ଆରୋହଣ କରନ୍ତି। 5କାରଣ ସେଠାରେ ବିଚାର ନିମନ୍ତେ ସିଂହାସନସବୁ, ଦାଉଦଙ୍କ ବଂଶର ସିଂହାସନସବୁ ସ୍ଥାପିତ ହୋଇଥିଲା।
6ଯିରୂଶାଲମର ଶାନ୍ତି ନିମନ୍ତେ ପ୍ରାର୍ଥନା କର; “ଯେଉଁମାନେ ତୁମ୍ଭକୁ ପ୍ରେମ କରନ୍ତି, ସେମାନେ ବିଶ୍ରାମ ପ୍ରାପ୍ତ ହେଉନ୍ତୁ। 7ତୁମ୍ଭ ପ୍ରାଚୀର ମଧ୍ୟରେ ଶାନ୍ତି, ତୁମ୍ଭ ଅଟ୍ଟାଳିକା ମଧ୍ୟରେ ନିରାପତ୍ତା ହେଉ।” 8ମୋହର ଭ୍ରାତୃଗଣ ଓ ମୋହର ସଙ୍ଗୀମାନଙ୍କ ସକାଶେ ମୁଁ କହିବି, “ତୁମ୍ଭ ମଧ୍ୟରେ ଶାନ୍ତି ହେଉ।” 9ଆମ୍ଭମାନଙ୍କ ପିତାଙ୍କ ଗୃହ ସକାଶେ ମୁଁ ତୁମ୍ଭର ମଙ୍ଗଳ ଚେଷ୍ଟା କରିବି।