ସାନ୍ତ୍ଵନା ଦିଅ, ଆମ୍ଭ ଲୋକମାନଙ୍କୁ ସାନ୍ତ୍ଵନା ଦିଅ
ନିର୍ବାସନର ଦଣ୍ଡାଜ୍ଞା ପରେ ସ୍ୱର ବଦଳିଯାଏ: କୋମଳ ଭାବରେ କୁହ, ତାହାର କଠିନ ସେବା ସମାପ୍ତ ହୋଇଛି। ଯେଉଁ ପିତା ପର୍ବତଗୁଡ଼ିକୁ ତରାଜୁରେ ଓଜନ କରନ୍ତି, ସେ ମେଷଶାବକମାନଙ୍କୁ ନିଜ ଛାତିରେ ମଧ୍ୟ ବହନ କରନ୍ତି। ଯେଉଁ ଲୋକମାନେ ନିଶ୍ଚିତ ଥିଲେ ଯେ ସେମାନଙ୍କ ବିଷୟ ଅବହେଳିତ ହୋଇଛି, ସେମାନଙ୍କ ପାଇଁ ପ୍ରତିଜ୍ଞା ହେଉଛି: ଯେଉଁମାନେ ଅପେକ୍ଷା କରିବାକୁ ଇଚ୍ଛୁକ, ସେମାନେ ନୂତନ ବଳ ପାଇବେ।
40 1ତୁମ୍ଭମାନଙ୍କ ପିତା କହନ୍ତି, ଆମ୍ଭ ଲୋକମାନଙ୍କୁ ସାନ୍ତ୍ଵନା ଦିଅ, ସାନ୍ତ୍ଵନା ଦିଅ। 2ଯିରୂଶାଲମ ସହିତ ସ୍ନେହପୂର୍ଣ୍ଣ ଭାବରେ କଥା କୁହ, ଆଉ ତାହା ନିକଟରେ ଏହା ଘୋଷଣା କର ଯେ ତାହାର କଠିନ ସେବା ସମ୍ପୂର୍ଣ୍ଣ ହୋଇଅଛି, ତାହାର ଅପରାଧ କ୍ଷମା କରାଯାଇଅଛି, ପୁଣି ସେ ଆପଣା ସମସ୍ତ ପାପ ନିମନ୍ତେ ଆମ୍ଭମାନଙ୍କ ପିତାଙ୍କ ହସ୍ତରୁ ଦ୍ଵିଗୁଣ ଦଣ୍ଡ ପ୍ରାପ୍ତ ହୋଇଅଛି।
3ଗୋଟିଏ ସ୍ଵର ଉଚ୍ଚରେ ଡାକି କହୁଅଛି: ପ୍ରାନ୍ତରରେ ଆମ୍ଭମାନଙ୍କ ପିତାଙ୍କ ପଥ ପ୍ରସ୍ତୁତ କର; ମରୁଭୂମି ମଧ୍ୟ ଦେଇ ଆମ୍ଭମାନଙ୍କ ପିତାଙ୍କ ନିମନ୍ତେ ଗୋଟିଏ ସଳଖ ରାଜପଥ ପ୍ରସ୍ତୁତ କର। a a v3 ଚାରିଗୋଟି ସୁସମାଚାର ଏହି ପ୍ରାନ୍ତରରେ ଡାକୁଥିବା ସ୍ଵରର ଭାବବାଣୀକୁ ଯୀଶୁଙ୍କ ପଥ ପ୍ରସ୍ତୁତ କରୁଥିବା ବାପ୍ତିଜକ ଯୋହନଙ୍କ ପ୍ରତି ପ୍ରୟୋଗ କରନ୍ତି (ମାର୍କ ୧:୩, ମାଥିଉ ୩:୩, ଲୂକ ୩:୪, ଯୋହନ ୧:୨୩)। ଯାହାଙ୍କ ପଥ ପ୍ରସ୍ତୁତ କରାଯାଉଅଛି, ସେ ଯୀଶୁ ଅଟନ୍ତି, ଯାହାଙ୍କଠାରେ ଆମ୍ଭମାନଙ୍କ ପିତା ଆପଣା ଲୋକମାନଙ୍କ ନିକଟକୁ ଆସନ୍ତି। 4ପ୍ରତ୍ୟେକ ଉପତ୍ୟକା ଉନ୍ନତ କରାଯିବ, ଆଉ ପ୍ରତ୍ୟେକ ପର୍ବତ ଓ ଉପପର୍ବତ ନୀଚ କରାଯିବ; ଅସମାନ ଭୂମି ସମାନ ହେବ, ଆଉ ବନ୍ଧୁର ସ୍ଥାନ ସମଭୂମି ହେବ। 5ଆଉ ଆମ୍ଭମାନଙ୍କ ପିତାଙ୍କ ମହିମା ପ୍ରକାଶିତ ହେବ, ପୁଣି ସମସ୍ତ ଲୋକ ଏକତ୍ର ତାହା ଦେଖିବେ, କାରଣ ଆମ୍ଭମାନଙ୍କ ପିତାଙ୍କ ମୁଖ ଏହା କହିଅଛି।
6ଗୋଟିଏ ସ୍ଵର କହୁଅଛି, “ଉଚ୍ଚରେ ଡାକ!” ଆଉ ମୁଁ କହିଲି, “ମୁଁ କଅଣ ଉଚ୍ଚରେ ଡାକିବି?” ସମସ୍ତ ଲୋକ ତୃଣ ତୁଲ୍ୟ, ଆଉ ସେମାନଙ୍କ ସମସ୍ତ ବିଶ୍ଵସ୍ତତା କ୍ଷେତ୍ରର ପୁଷ୍ପ ତୁଲ୍ୟ। 7ଆମ୍ଭମାନଙ୍କ ପିତାଙ୍କ ନିଃଶ୍ଵାସ ତାʼ ଉପରେ ବହିଲେ ତୃଣ ଶୁଷ୍କ ହୁଏ, ପୁଷ୍ପ ମଳିନ ହୁଏ; ନିଶ୍ଚୟ ଲୋକମାନେ ତୃଣ ସ୍ଵରୂପ। 8ତୃଣ ଶୁଷ୍କ ହୁଏ, ପୁଷ୍ପ ମଳିନ ହୁଏ, କିନ୍ତୁ ଆମ୍ଭମାନଙ୍କ ପିତାଙ୍କ ବାକ୍ୟ ଅନନ୍ତକାଳ ସ୍ଥିର ରହେ।
9ହେ ସୁସମାଚାର ବହନକାରିଣୀ ସିୟୋନ, ଉଚ୍ଚ ପର୍ବତ ଉପରକୁ ଯାଅ; ହେ ସୁସମାଚାର ବହନକାରିଣୀ ଯିରୂଶାଲମ, ବଳ ସହିତ ଆପଣା ସ୍ଵର ଉଚ୍ଚ କର। ଉଚ୍ଚ କର, ଭୟ କର ନାହିଁ; ଯିହୂଦାର ନଗରସମୂହକୁ କୁହ, “ଏହିଠାରେ ତୁମ୍ଭମାନଙ୍କ ପିତା!” 10ଦେଖ, ସର୍ଵଶକ୍ତିମାନ ପିତା ବଳ ସହିତ ଆସନ୍ତି, ଆଉ ତାହାଙ୍କ ବାହୁ ତାହାଙ୍କ ନିମନ୍ତେ କର୍ତ୍ତୃତ୍ଵ କରେ; ଦେଖ, ତାହାଙ୍କ ପୁରସ୍କାର ତାହାଙ୍କ ସଙ୍ଗରେ ଅଛି, ଆଉ ତାହାଙ୍କ ପ୍ରତିଦାନ ତାହାଙ୍କ ଆଗେ ଆଗେ ଚାଲେ। 11ସେ ମେଷପାଳକ ପରି ଆପଣା ପଲ ଚରାଇବେ; ସେ ଆପଣା ବାହୁରେ ମେଷଶାବକମାନଙ୍କୁ ଏକତ୍ର କରିବେ ଆଉ ଆପଣା ବକ୍ଷସ୍ଥଳରେ ବହନ କରିବେ; ସେ ଦୁଗ୍ଧବତୀ ମେଷମାନଙ୍କୁ ଧୀରେ ଧୀରେ ଘେନିଯିବେ। b b v11 ଆମ୍ଭମାନଙ୍କ ପିତା ସେହି ମେଷପାଳକ, ଯେ ଆପଣା ମେଷଶାବକମାନଙ୍କୁ ଏକତ୍ର କରି ଆପଣା ବକ୍ଷସ୍ଥଳରେ ବହନ କରନ୍ତି। ଯୀଶୁ ଏହି ସମାନ ମେଷପାଳକର ଯତ୍ନ ଗ୍ରହଣ କଲେ, ଯେତେବେଳେ ସେ କହିଲେ, “ମୁଁ ଉତ୍ତମ ମେଷପାଳକ” (ଯୋହନ ୧୦:୧୧)। 12କିଏ ଆପଣା ହସ୍ତର ଅଞ୍ଜୁଳିରେ ଜଳ ମାପିଅଛି, ଆଉ ଆପଣା ବିତସ୍ତାରେ ଆକାଶମଣ୍ଡଳ ପରିମାଣ କରିଅଛି, ପୃଥିବୀର ଧୂଳି ପରିମାଣ ପାତ୍ରରେ ଆବଦ୍ଧ କରିଅଛି, ପୁଣି ନିକ୍ତିରେ ପର୍ବତସମୂହ ଓ ତରାଜୁରେ ଉପପର୍ବତସମୂହ ଓଜନ କରିଅଛି? 13କିଏ ଆମ୍ଭମାନଙ୍କ ପିତାଙ୍କ ଆତ୍ମାଙ୍କୁ ପରିଚାଳନା କରିଅଛି, ଅବା ତାହାଙ୍କ ମନ୍ତ୍ରୀ ହୋଇ ତାହାଙ୍କୁ ଶିକ୍ଷା ଦେଇଅଛି? 14ସେ କାହା ସହିତ ମନ୍ତ୍ରଣା କଲେ, ଆଉ କିଏ ତାହାଙ୍କୁ ବୁଝାଇଲା? କିଏ ତାହାଙ୍କୁ ନ୍ୟାୟର ପଥ ଶିଖାଇଲା, ଆଉ ତାହାଙ୍କୁ ଜ୍ଞାନ ଶିଖାଇଲା, ପୁଣି ବୁଦ୍ଧିର ମାର୍ଗ ଦେଖାଇଲା? 15ଗୋଷ୍ଠୀୟ ଲୋକମାନେ ବାଲ୍ତିରୁ ଝରିବା ଏକ ବିନ୍ଦୁ ତୁଲ୍ୟ, ଆଉ ନିକ୍ତି ଉପରର ଧୂଳି ତୁଲ୍ୟ ଗଣିତ ହୁଅନ୍ତି; ସେ ଦ୍ଵୀପସମୂହକୁ ସୂକ୍ଷ୍ମ ଧୂଳି ପରି ଉଠାଇ ନିଅନ୍ତି। 16ଲିବାନୋନ ଜ୍ଵଳିବା ନିମନ୍ତେ ଯଥେଷ୍ଟ ନୁହେଁ, କିଅବା ତହିଁର ପଶୁଗଣ ହୋମବଳି ନିମନ୍ତେ ଯଥେଷ୍ଟ ନୁହନ୍ତି। 17ସମସ୍ତ ଗୋଷ୍ଠୀୟ ଲୋକ ତାହାଙ୍କ ଛାମୁରେ ଅବସ୍ତୁ ତୁଲ୍ୟ; ସେମାନେ ତାହାଙ୍କ ଦୃଷ୍ଟିରେ ଅବସ୍ତୁ ଅପେକ୍ଷା ନ୍ୟୂନ ଓ ଶୂନ୍ୟ ବୋଲି ଗଣିତ ହୁଅନ୍ତି। 18ତେବେ ତୁମ୍ଭେମାନେ ଆମ୍ଭମାନଙ୍କ ପିତାଙ୍କୁ କାହା ସଙ୍ଗେ ତୁଲ୍ୟ କରିବ? ଅବା କି ପ୍ରତିମୂର୍ତ୍ତି ତାହାଙ୍କ ସଙ୍ଗେ ତୁଳନା କରିବ? 19ଗୋଟିଏ ପ୍ରତିମା! ଶିଳ୍ପକାର ତାହା ଢାଳେ, ଆଉ ସ୍ଵର୍ଣ୍ଣକାର ତାହା ଉପରେ ସୁବର୍ଣ୍ଣ ମଡ଼ାଏ ଓ ତହିଁ ନିମନ୍ତେ ରୌପ୍ୟ ଶିକୁଳି ଢାଳେ। 20ଯେଉଁ ଲୋକ ଏପରି ନୈବେଦ୍ୟ ଦେବା ନିମନ୍ତେ ଅତି ଦରିଦ୍ର, ସେ ଏପରି କାଷ୍ଠ ମନୋନୀତ କରେ ଯାହା କ୍ଷୟ ପାଏ ନାହିଁ; ସେ ଏପରି ଗୋଟିଏ ପ୍ରତିମା ସ୍ଥାପନ କରିବା ନିମନ୍ତେ ଯାହା ଟଳମଳ ହୁଏ ନାହିଁ, ଗୋଟିଏ ନିପୁଣ ଶିଳ୍ପକାରର ଅନ୍ଵେଷଣ କରେ। 21ତୁମ୍ଭେମାନେ କି ଜାଣ ନାହିଁ? ତୁମ୍ଭେମାନେ କି ଶୁଣ ନାହିଁ? ଆଦ୍ୟରୁ କି ତୁମ୍ଭମାନଙ୍କୁ ଜ୍ଞାତ କରାଯାଇ ନାହିଁ? ପୃଥିବୀର ଭିତ୍ତିମୂଳରୁ କି ତୁମ୍ଭେମାନେ ବୁଝି ନାହଁ? 22ସେ ପୃଥିବୀର ମଣ୍ଡଳ ଉପରେ ସିଂହାସନରେ ଉପବିଷ୍ଟ ହୁଅନ୍ତି, ତହିଁର ନିବାସୀମାନେ ତାହାଙ୍କ ଦୃଷ୍ଟିରେ ଫଡ଼ିଙ୍ଗ ତୁଲ୍ୟ; ସେ ଆକାଶମଣ୍ଡଳକୁ ସୂକ୍ଷ୍ମ ଯବନିକା ପରି ପ୍ରସାରିତ କରନ୍ତି, ବାସ କରିବା ନିମନ୍ତେ ତମ୍ବୁ ପରି ତାହା ଟାଣନ୍ତି। 23ସେ ଅଧିପତିମାନଙ୍କୁ ଅବସ୍ତୁ କରନ୍ତି, ଆଉ ପୃଥିବୀର ଶାସନକର୍ତ୍ତାମାନଙ୍କୁ ଶୂନ୍ୟ ତୁଲ୍ୟ କରନ୍ତି। 24ସେମାନେ ବୁଣାଯାଇ ନ ଥାଆନ୍ତେ, ରୋପିତ ହୋଇ ନ ଥାଆନ୍ତେ, ସେମାନଙ୍କ ଗଣ୍ଡି ଭୂମିରେ ବଦ୍ଧମୂଳ ହୋଇ ନ ଥାଆନ୍ତେ, ସେ ସେମାନଙ୍କ ଉପରେ ଫୁଙ୍କ ମାରନ୍ତି ଆଉ ସେମାନେ ଶୁଷ୍କ ହୋଇଯାʼନ୍ତି, ପୁଣି ଝଡ଼ ତୁଷ ପରି ସେମାନଙ୍କୁ ଉଡ଼ାଇ ନିଏ।
25ପବିତ୍ରତମ କହନ୍ତି, “ତେବେ ତୁମ୍ଭେମାନେ ଆମ୍ଭକୁ କାହା ସଙ୍ଗେ ତୁଳନା କରିବ, ଯେ ଆମ୍ଭେ ତାହା ତୁଲ୍ୟ ହେବା?”
26ଆକାଶମଣ୍ଡଳ ଆଡ଼କୁ ଉପରକୁ ଅନାଅ ଆଉ ଦେଖ: ଏସବୁ କିଏ ସୃଷ୍ଟି କରିଅଛି? ଯେ ସଂଖ୍ୟାନୁସାରେ ସେମାନଙ୍କ ବାହିନୀ ବାହାର କରି ଆଣନ୍ତି, ସମସ୍ତଙ୍କୁ ନାମ ଧରି ଡାକନ୍ତି; ତାହାଙ୍କ ଅଗାଧ ଶକ୍ତି ଓ ମହାପରାକ୍ରମ ସକାଶୁ ସେଥିରୁ ଗୋଟିଏ ହେଲେ ଅନୁପସ୍ଥିତ ନୁହେଁ। 27ହେ ଯାକୁବ, ତୁମ୍ଭେ କାହିଁକି କହୁଅଛ, ଆଉ ହେ ଇସ୍ରାଏଲ, କାହିଁକି ଅଭିଯୋଗ କରୁଅଛ, “ମୋହର ପଥ ଆମ୍ଭମାନଙ୍କ ପିତାଙ୍କଠାରୁ ଗୁପ୍ତ ଅଛି, ଆଉ ମୋହର ପିତା ମୋʼ ନ୍ୟାୟ ଉପେକ୍ଷା କରନ୍ତି”? 28ତୁମ୍ଭେ କି ଜାଣି ନାହଁ? ତୁମ୍ଭେ କି ଶୁଣି ନାହଁ? ଆମ୍ଭମାନଙ୍କ ପିତା ଅନନ୍ତକାଳୀନ ପିତା, ପୃଥିବୀର ପ୍ରାନ୍ତସମୂହର ସୃଷ୍ଟିକର୍ତ୍ତା। ସେ କ୍ଳାନ୍ତ ହୁଅନ୍ତି ନାହିଁ କି ପରିଶ୍ରାନ୍ତ ହୁଅନ୍ତି ନାହିଁ; ତାହାଙ୍କ ବୁଦ୍ଧିର ଅନୁସନ୍ଧାନ କେହି କରିପାରେ ନାହିଁ। 29ସେ କ୍ଳାନ୍ତ ଲୋକକୁ ଶକ୍ତି ଦିଅନ୍ତି, ଆଉ ଅଶକ୍ତ ଲୋକ ନିମନ୍ତେ ବଳ ବୃଦ୍ଧି କରନ୍ତି। 30ଯୁବକମାନେ ସୁଦ୍ଧା କ୍ଳାନ୍ତ ଓ ପରିଶ୍ରାନ୍ତ ହେବେ, ଆଉ ତରୁଣମାନେ ନିତାନ୍ତ ଦୁର୍ବଳ ହୋଇ ପଡ଼ିଯିବେ; 31କିନ୍ତୁ ଯେଉଁମାନେ ଆମ୍ଭମାନଙ୍କ ପିତାଙ୍କ ଅପେକ୍ଷାରେ ରହନ୍ତି, ସେମାନେ ନୂତନ ବଳ ପ୍ରାପ୍ତ ହେବେ; ସେମାନେ ଉତ୍କ୍ରୋଶ ପକ୍ଷୀ ପରି ପକ୍ଷ ଦ୍ଵାରା ଉର୍ଦ୍ଧ୍ଵକୁ ଉଠିବେ; ସେମାନେ ଦୌଡ଼ିବେ ଆଉ ପରିଶ୍ରାନ୍ତ ହେବେ ନାହିଁ; ସେମାନେ ଚାଲିବେ ଆଉ କ୍ଳାନ୍ତ ହେବେ ନାହିଁ।