ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ଦାଉଦଙ୍କ ସହିତ ଆମ୍ଭମାନଙ୍କ ପିତାଙ୍କ ନିୟମ

ଦାଉଦ ଆମ ପିତାଙ୍କ ପାଇଁ ଏକ ଗୃହ ନିର୍ମାଣ କରିବାକୁ ଚାହାନ୍ତି, ଏବଂ ନାଥନ ତାଙ୍କଠାରୁ ଶୁଣିବା ପୂର୍ବରୁ ସମ୍ମତି ଦିଅନ୍ତି। ଉତ୍ତରଟି ଏହାକୁ ଓଲଟାଇ ଦିଏ: ତୁମ୍ଭର ପିତା ତୁମ୍ଭ ପାଇଁ ଏକ ଗୃହ ନିର୍ମାଣ କରିବେ, ଏବଂ ତୁମ୍ଭର ପୁତ୍ର ମୋର ଗୃହ ନିର୍ମାଣ କରିବ। ଦାଉଦ ଯାଇ ବସନ୍ତି, ଏସବୁରେ ସେ ସାମିଲ ଅଛନ୍ତି ବୋଲି ଅଭିଭୂତ।

ଅଧ୍ୟାୟ 17।

ଦାଉଦ ଆପଣା ଗୃହରେ ବାସ କରିବା ପରେ ସେ ନାଥନ ଭବିଷ୍ୟଦ୍‌ବକ୍ତାଙ୍କୁ କହିଲେ, “ଦେଖନ୍ତୁ, ମୁଁ ଏରସ କାଷ୍ଠର ଗୃହରେ ବାସ କରୁଅଛି, ମାତ୍ର ଆମ୍ଭମାନଙ୍କ ପିତାଙ୍କ ନିୟମ-ସିନ୍ଦୁକ ତମ୍ବୁର ଯବନିକା ତଳେ ଅଛି।”

ତହିଁରେ ନାଥନ ଦାଉଦଙ୍କୁ ଉତ୍ତର ଦେଲେ, “ଆପଣଙ୍କ ମନରେ ଯାହା ଅଛି, ସେସବୁ କରନ୍ତୁ, କାରଣ ଆମ୍ଭମାନଙ୍କ ପିତା ଆପଣଙ୍କ ସଙ୍ଗରେ ଅଛନ୍ତି।”

କିନ୍ତୁ ସେହି ରାତ୍ରିରେ ଆମ୍ଭମାନଙ୍କ ପିତାଙ୍କ ବାକ୍ୟ ନାଥନଙ୍କ ନିକଟରେ ଉପସ୍ଥିତ ହେଲା;

ଯାଇ ଆମ୍ଭର ଦାସ ଦାଉଦକୁ କୁହ, “ତୁମ୍ଭର ପିତା ଏହା କହୁଅଛନ୍ତି, ଆମ୍ଭ ବାସ ନିମନ୍ତେ ତୁମ୍ଭେ ଗୃହ ନିର୍ମାଣ କରିବ ନାହିଁ।” ଆମ୍ଭେ ଇସ୍ରାଏଲକୁ ବାହାର କରି ଆଣିବା ଦିନାବଧି ଆଜି ପର୍ଯ୍ୟନ୍ତ କୌଣସି ଗୃହରେ ବାସ କରି ନାହୁଁ, ମାତ୍ର ଏକ ତମ୍ବୁରୁ ଅନ୍ୟ ତମ୍ବୁକୁ, ଏକ ବାସସ୍ଥାନରୁ ଅନ୍ୟ ବାସସ୍ଥାନକୁ ଯାଇଅଛୁ।

ଆମ୍ଭେ ସମସ୍ତ ଇସ୍ରାଏଲ ସହିତ ଯେଉଁ ଯେଉଁ ସ୍ଥାନକୁ ଗତାୟାତ କରିଅଛୁ, ସେଠାରେ ଇସ୍ରାଏଲର ଯେଉଁ ବିଚାରକର୍ତ୍ତାମାନଙ୍କୁ ଆମ୍ଭର ଲୋକଙ୍କୁ ପ୍ରତିପାଳନ କରିବା ନିମନ୍ତେ ଆଜ୍ଞା ଦେଇଥିଲୁ, ସେମାନଙ୍କ ମଧ୍ୟରୁ କାହାରିକୁ କି ଆମ୍ଭେ କେବେ ‘ତୁମ୍ଭେମାନେ କାହିଁକି ଆମ୍ଭ ନିମନ୍ତେ ଏରସ କାଷ୍ଠର ଗୃହ ନିର୍ମାଣ କରି ନାହଁ’ ବୋଲି କହିଅଛୁ?

ଏହେତୁ ଆମ୍ଭର ଦାସ ଦାଉଦକୁ କୁହ, “ସ୍ଵର୍ଗୀୟ ବାହିନୀଗଣର ପିତା ଏହା କହୁଅଛନ୍ତି, ଆମ୍ଭର ଲୋକ ଇସ୍ରାଏଲ ଉପରେ ଅଧିପତି ହେବା ନିମନ୍ତେ ଆମ୍ଭେ ତୁମ୍ଭକୁ ଗୋଚରଭୂମିରୁ, ମେଷପଲ ଅନୁଗମନ କରିବାରୁ ଆଣିଲୁ। ତୁମ୍ଭେ ଯେଉଁ ଯେଉଁ ସ୍ଥାନକୁ ଯାଇଅଛ, ସେହିସବୁ ସ୍ଥାନରେ ଆମ୍ଭେ ତୁମ୍ଭ ସଙ୍ଗରେ ରହିଅଛୁ ଓ ତୁମ୍ଭ ସମ୍ମୁଖରୁ ତୁମ୍ଭର ସମସ୍ତ ଶତ୍ରୁଙ୍କୁ ଉଚ୍ଛିନ୍ନ କରିଅଛୁ। ଏବେ ଆମ୍ଭେ ତୁମ୍ଭ ନାମକୁ ପୃଥିବୀର ମହାନ୍ ଲୋକଙ୍କ ନାମ ତୁଲ୍ୟ କରିବୁ। ଆଉ ଆମ୍ଭେ ଆପଣା ଲୋକ ଇସ୍ରାଏଲ ନିମନ୍ତେ ଏକ ସ୍ଥାନ ନିରୂପଣ କରିବୁ ଓ ସେମାନଙ୍କୁ ସେଠାରେ ରୋପଣ କରିବୁ, ଯେପରି ସେମାନେ ଆପଣା ନିଜ ବାସସ୍ଥାନରେ ବାସ କରିବେ ଓ ପୁନର୍ବାର ବିଚଳିତ ହେବେ ନାହିଁ; ପୂର୍ବକାଳ ପରି ଦୁଷ୍ଟ ଲୋକମାନେ ଆଉ ସେମାନଙ୍କୁ କ୍ଷୀଣ କରିବେ ନାହିଁ, ଯେଉଁ କାଳରେ ଆମ୍ଭେ ଆପଣା ଲୋକ ଇସ୍ରାଏଲ ଉପରେ ବିଚାରକର୍ତ୍ତାମାନଙ୍କୁ ନିଯୁକ୍ତ କରିଥିଲୁ, ସେହି କାଳ ପରି ଆଉ ହେବ ନାହିଁ; ପୁଣି ଆମ୍ଭେ ତୁମ୍ଭର ସମସ୍ତ ଶତ୍ରୁଙ୍କୁ ବଶୀଭୂତ କରିବୁ। ଆହୁରି ଆମ୍ଭେ ତୁମ୍ଭକୁ କହୁଅଛୁ, ତୁମ୍ଭର ପିତା ତୁମ୍ଭ ନିମନ୍ତେ ଏକ ଗୃହ ନିର୍ମାଣ କରିବେ। ଆଉ ତୁମ୍ଭର ଦିନ ସମ୍ପୂର୍ଣ୍ଣ ହେଲେ ଓ ତୁମ୍ଭେ ଆପଣା ପିତୃଲୋକଙ୍କ ସଙ୍ଗରେ ରହିବା ନିମନ୍ତେ ଗଲେ, ଆମ୍ଭେ ତୁମ୍ଭ ଉତ୍ତାରେ ତୁମ୍ଭର ବଂଶ, ଅର୍ଥାତ୍ ତୁମ୍ଭ ପୁତ୍ରମାନଙ୍କ ମଧ୍ୟରୁ ଜଣକୁ ଉତ୍ପନ୍ନ କରିବୁ ଓ ଆମ୍ଭେ ତାହାର ରାଜ୍ୟ ସ୍ଥିର କରିବୁ। ସେ ହିଁ ଆମ୍ଭ ନିମନ୍ତେ ଏକ ଗୃହ ନିର୍ମାଣ କରିବ ଓ ଆମ୍ଭେ ତାହାର ସିଂହାସନ ଅନନ୍ତକାଳ ପର୍ଯ୍ୟନ୍ତ ସ୍ଥିର କରିବୁ। ଆମ୍ଭେ ତାହାର ପିତା ହେବୁ ଓ ସେ ଆମ୍ଭର ପୁତ୍ର ହେବ; ପୁଣି ତୁମ୍ଭ ପୂର୍ବବର୍ତ୍ତୀ ଲୋକଠାରୁ ଆମ୍ଭେ ଯେପରି ଆପଣା ଦୟା ହଟାଇଥିଲୁ, ସେପରି ତାହାଠାରୁ ହଟାଇବୁ ନାହିଁ। ମାତ୍ର ଆମ୍ଭେ ଆପଣା ଗୃହରେ ଓ ଆପଣା ରାଜ୍ୟରେ ତାହାକୁ ଅନନ୍ତକାଳ ପର୍ଯ୍ୟନ୍ତ ସ୍ଥାପନ କରିବୁ ଓ ତାହାର ସିଂହାସନ ଅନନ୍ତକାଳ ପର୍ଯ୍ୟନ୍ତ ଦୃଢ଼ ରହିବ।”

ନାଥନ ଏସମସ୍ତ ବାକ୍ୟ ଓ ଏହି ସମୁଦାୟ ଦର୍ଶନ ଅନୁସାରେ ଦାଉଦଙ୍କ ନିକଟରେ ଜଣାଇଲେ।

ଦାଉଦ ବିସ୍ମୟରେ ଆମ୍ଭମାନଙ୍କ ପିତାଙ୍କ ସମ୍ମୁଖରେ ବସିଲେ

ତହିଁରେ ଦାଉଦ ରାଜା ଭିତରକୁ ଯାଇ ଆମ୍ଭମାନଙ୍କ ପିତାଙ୍କ ସମ୍ମୁଖରେ ବସି କହିଲେ, “ହେ ମୋʼ ପିତଃ, ମୁଁ କିଏ ଓ ମୋʼ ବଂଶ କʼଣ ଯେ, ତୁମ୍ଭେ ମୋତେ ଏପର୍ଯ୍ୟନ୍ତ ଆଣିଅଛ? ଆଉ ହେ ମୋʼ ପିତଃ, ଏହା ତୁମ୍ଭ ଦୃଷ୍ଟିରେ କ୍ଷୁଦ୍ର ବିଷୟ ବୋଲି ତୁମ୍ଭେ ଭାବିଲ, ପୁଣି ତୁମ୍ଭେ ଆପଣା ଦାସର ବଂଶ ବିଷୟରେ ଦୂର ଭବିଷ୍ୟତ ପର୍ଯ୍ୟନ୍ତ କଥା କହିଅଛ ଓ ହେ ମୋʼ ପିତଃ, ତୁମ୍ଭେ ମୋତେ ଉଚ୍ଚପଦସ୍ଥ ଲୋକ ତୁଲ୍ୟ ଦେଖିଅଛ। ଆପଣା ଦାସକୁ ସମ୍ମାନ ଦେବା ବିଷୟରେ ଦାଉଦ ତୁମ୍ଭକୁ ଆଉ ଅଧିକ କʼଣ କହିପାରେ? କାରଣ ତୁମ୍ଭେ ଆପଣା ଦାସକୁ ଜାଣ। ହେ ମୋʼ ପିତଃ, ତୁମ୍ଭେ ଆପଣା ଦାସର ନିମନ୍ତେ ଓ ଆପଣା ନିଜ ମନାନୁସାରେ ଏହିସବୁ ମହତ କର୍ମ କରି ଏହିସବୁ ମହତ ବିଷୟ ପ୍ରକାଶ କରିଅଛ। ହେ ମୋʼ ପିତଃ, ଆମ୍ଭେମାନେ ଆପଣା କର୍ଣ୍ଣରେ ଯାହା ଯାହା ଶୁଣିଅଛୁ, ତଦନୁସାରେ ତୁମ୍ଭ ତୁଲ୍ୟ କେହି ନାହିଁ ଓ ତୁମ୍ଭ ବ୍ୟତୀତ ଅନ୍ୟ କୌଣସି ପିତା ନାହାନ୍ତି। ଆଉ ତୁମ୍ଭ ଲୋକ ଇସ୍ରାଏଲ ତୁଲ୍ୟ କିଏ ଅଛି, ଯାହାକୁ ଆମ୍ଭମାନଙ୍କ ପିତା ଆପଣା ନିମନ୍ତେ ଏକ ଗୋଷ୍ଠୀ ହେବା ପାଇଁ ମୁକ୍ତ କରିବାକୁ ଗଲେ, ଆଉ ତୁମ୍ଭେ ଯେଉଁମାନଙ୍କୁ ମିସରରୁ ମୁକ୍ତ କଲ, ସେହି ତୁମ୍ଭ ଲୋକଙ୍କ ସମ୍ମୁଖରୁ ଗୋଷ୍ଠୀସମୂହକୁ ତଡ଼ିଦେଇ ମହତ ଓ ଭୟଙ୍କର କର୍ମ ଦ୍ଵାରା ଆପଣା ନିମନ୍ତେ ନାମ ସ୍ଥାପନ କଲ, ପୃଥିବୀର ଏପରି ଗୋଷ୍ଠୀ ଆଉ କିଏ ଅଛି? ପୁଣି ତୁମ୍ଭେ ଆପଣା ଲୋକ ଇସ୍ରାଏଲକୁ ଅନନ୍ତକାଳ ପର୍ଯ୍ୟନ୍ତ ଆପଣାର ନିଜ ଲୋକ କଲ ଓ ହେ ମୋʼ ପିତଃ, ତୁମ୍ଭେ ସେମାନଙ୍କ ପିତା ହେଲ। ଏବେ ହେ ମୋʼ ପିତଃ, ଆପଣା ଦାସ ଓ ତାହାର ବଂଶ ବିଷୟରେ ତୁମ୍ଭେ ଯେଉଁ ବାକ୍ୟ କହିଅଛ, ତାହା ଅନନ୍ତକାଳ ପର୍ଯ୍ୟନ୍ତ ସ୍ଥିର ହେଉ ଓ ତୁମ୍ଭେ ଯେପରି କହିଅଛ, ସେପରି କର। ହଁ, ତାହା ସ୍ଥିର ହେଉ ଓ ତୁମ୍ଭ ନାମ ଅନନ୍ତକାଳ ପର୍ଯ୍ୟନ୍ତ ବର୍ଦ୍ଧିଷ୍ଣୁ ହେଉ, ଯେପରି ଲୋକେ କହିବେ, ‘ସ୍ଵର୍ଗୀୟ ବାହିନୀଗଣର ପିତା ଇସ୍ରାଏଲ ଉପରେ ଆମ୍ଭମାନଙ୍କ ପିତା ଅଟନ୍ତି।’ ଆଉ ତୁମ୍ଭ ଦାସ ଦାଉଦର ବଂଶ ତୁମ୍ଭ ସମ୍ମୁଖରେ ସ୍ଥିରୀକୃତ ହେଉ। କାରଣ ହେ ମୋʼ ପିତଃ, ତୁମ୍ଭେ ଆପଣା ଦାସ ନିମନ୍ତେ ଏକ ଗୃହ ନିର୍ମାଣ କରିବ ବୋଲି ତାହା ତାହା ନିକଟରେ ପ୍ରକାଶ କଲ; ଏହେତୁ ତୁମ୍ଭ ଦାସ ତୁମ୍ଭ ସମ୍ମୁଖରେ ପ୍ରାର୍ଥନା କରିବା ପାଇଁ ସାହସ ପାଇଲା। ଆଉ ହେ ମୋʼ ପିତଃ, ତୁମ୍ଭେ ହିଁ ଆମ୍ଭମାନଙ୍କ ପିତା ଅଟ ଓ ତୁମ୍ଭେ ଆପଣା ଦାସ ନିକଟରେ ଏହି ମଙ୍ଗଳ ବିଷୟ ପ୍ରତିଜ୍ଞା କରିଅଛ। ଏବେ ଆପଣା ଦାସର ବଂଶ ଯେପରି ତୁମ୍ଭ ସମ୍ମୁଖରେ ଅନନ୍ତକାଳ ପର୍ଯ୍ୟନ୍ତ ରହିବ, ସେଥିପାଇଁ ତାହାକୁ ଆଶୀର୍ବାଦ କରିବାକୁ ତୁମ୍ଭେ ମନସ୍ଥ କରିଅଛ; କାରଣ ହେ ମୋʼ ପିତଃ, ତୁମ୍ଭେ ତାହାକୁ ଆଶୀର୍ବାଦ କରିଅଛ ଓ ତାହା ଅନନ୍ତକାଳ ପର୍ଯ୍ୟନ୍ତ ଆଶୀର୍ବାଦ-ପ୍ରାପ୍ତ ଅଟେ।”