ମୂର୍ଖର ଅସ୍ୱୀକାର
ପ୍ରଧାନ ବାଦ୍ୟକରଙ୍କ ନିମନ୍ତେ। ଦାଉଦଙ୍କ ଗୀତ।
'ପରମେଶ୍ୱର ନାହାନ୍ତି' ବୋଲି ମୂର୍ଖର ଦାବିକୁ ତାତ୍ତ୍ୱିକ ନୁହେଁ, ବ୍ୟାବହାରିକ ବୋଲି ଗଣାଯାଏ। ଆମ ପିତା ସମଗ୍ର ମାନବଜାତି ମଧ୍ୟରେ ବୁଝୁଥିବା କାହାକୁ ଖୋଜନ୍ତି ଓ କାହାକୁ ପାଆନ୍ତି ନାହିଁ। ଯେଉଁମାନେ ତାଙ୍କ ଲୋକମାନଙ୍କୁ ଗ୍ରାସ କରନ୍ତି, ସେମାନେ ହଠାତ୍ ଆତଙ୍କର ସମ୍ମୁଖୀନ ହୁଅନ୍ତି; ସିୟୋନରୁ ପରିତ୍ରାଣ ପାଇଁ ଆକାଂକ୍ଷା କରି ଗୀତଟି ଶେଷ ହୁଏ।
14 1ମୂର୍ଖ ଆପଣା ମନରେ କହେ, “ଈଶ୍ଵର ନାହାନ୍ତି।” ସେମାନେ ଭ୍ରଷ୍ଟ, ସେମାନଙ୍କ କର୍ମ ଘୃଣ୍ୟ; ସୁକର୍ମ କରେ, ଏପରି କେହି ନାହିଁ।
2ବୁଝୁଥିବା ଓ ଆପଣାଙ୍କୁ ଅନ୍ୱେଷଣ କରୁଥିବା କେହି ଅଛନ୍ତି କି ନାହିଁ, ଏହା ଦେଖିବା ନିମନ୍ତେ ଆମ୍ଭମାନଙ୍କ ପିତା ସ୍ଵର୍ଗରୁ ମନୁଷ୍ୟସନ୍ତାନଗଣଙ୍କ ପ୍ରତି ଦୃଷ୍ଟିପାତ କରନ୍ତି। 3ସେମାନେ ସମସ୍ତେ ବିପଥଗାମୀ ହୋଇଅଛନ୍ତି; ସେମାନେ ଏକତ୍ର ଭ୍ରଷ୍ଟ ହୋଇଅଛନ୍ତି; ସୁକର୍ମ କରେ, ଏପରି କେହି ନାହିଁ, ଜଣେ ହେଲେ ନାହିଁ।
4ଯେଉଁ ଦୁଷ୍କର୍ମକାରୀମାନେ ଆମ୍ଭ ଲୋକଙ୍କୁ ଅନ୍ନ ଖାଇବା ପରି ଗ୍ରାସ କରନ୍ତି, ପୁଣି କେବେ ଆମ୍ଭମାନଙ୍କ ପିତାଙ୍କୁ ଡାକନ୍ତି ନାହିଁ, ସେହି ସମସ୍ତେ କʼଣ କିଛି ଜାଣନ୍ତି ନାହିଁ? 5ସେଠାରେ ସେମାନେ ମହାଭୟରେ ଆଚ୍ଛନ୍ନ ହେଲେ, କାରଣ ଆମ୍ଭମାନଙ୍କ ପିତା ଧାର୍ମିକ ବଂଶ ସହିତ ଅଛନ୍ତି। 6ହେ ଦୁଷ୍କର୍ମକାରୀମାନେ, ତୁମ୍ଭେମାନେ ଦୀନହୀନର ମନ୍ତ୍ରଣା ବିଫଳ କରିବାକୁ ଚାହଁ, ମାତ୍ର ଆମ୍ଭମାନଙ୍କ ପିତା ତାହାର ଆଶ୍ରୟ ଅଟନ୍ତି।
7ଆହା, ସିୟୋନଠାରୁ ଇସ୍ରାଏଲର ପରିତ୍ରାଣ ଉପସ୍ଥିତ ହୁଅନ୍ତା! ଯେତେବେଳେ ଆମ୍ଭମାନଙ୍କ ପିତା ଆପଣା ଲୋକଙ୍କ ବନ୍ଦୀତ୍ୱ ଫେରାଇ ଆଣିବେ, ସେତେବେଳେ ଯାକୁବ ଉଲ୍ଲସିତ ହେଉ, ଇସ୍ରାଏଲ ଆନନ୍ଦ କରୁ।