ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ତୁମ୍ଭେ କେତେ କାଳ ଆପଣା ମୁଖ ଲୁଚାଇ ରଖିବ?

ପ୍ରଧାନ ବାଦ୍ୟକରଙ୍କ ନିମନ୍ତେ। ଦାଉଦଙ୍କର ଗୀତ।

ଚାରିଥର ଦାଉଦ ପଚାରନ୍ତି ଆଉ କେତେ କାଳ — କେତେ କାଳ ପାସୋରା ହୋଇ ରହିବେ, କେତେ କାଳ ତାଙ୍କଠାରୁ ମୁଖ ଲୁଚାଯିବ, କେତେ କାଳ ଦୁଃଖ ବହିବେ, କେତେ କାଳ ଶତ୍ରୁ ତାଙ୍କ ଉପରେ ରହିବ। ତାଙ୍କ ପରିସ୍ଥିତିରେ କିଛି ବଦଳେ ନାହିଁ। ତଥାପି ଗୀତଟି ତାଙ୍କ ପିତାଙ୍କ ପ୍ରେମ ଉପରେ ମୋଡ଼ ନିଏ, ଏବଂ ପୂର୍ବରୁ ପାଇଥିବା ମଙ୍ଗଳ ବିଷୟରେ ଗାନ କରି ଶେଷ ହୁଏ।

ଅଧ୍ୟାୟ 13।

ହେ ମୋହର ପିତା, ତୁମ୍ଭେ କେତେ କାଳ ମୋତେ ପାସୋରିବ? ସଦାକାଳ କି? ତୁମ୍ଭେ କେତେ କାଳ ମୋʼଠାରୁ ଆପଣା ମୁଖ ଲୁଚାଇ ରଖିବ?

ମୁଁ କେତେ କାଳ ଆପଣା ଚିନ୍ତା ସହିତ ସଂଗ୍ରାମ କରିବି ଓ ଦିନସାରା ମୋʼ ହୃଦୟରେ ଦୁଃଖ ବହନ କରିବି? ମୋହର ଶତ୍ରୁ କେତେ କାଳ ମୋʼ ଉପରେ ଜୟଯୁକ୍ତ ହେବ? ହେ ମୋହର ପିତା, ମୋʼ ପ୍ରତି ଦୃଷ୍ଟି କରି ଉତ୍ତର ଦିଅ; ମୋʼ ଚକ୍ଷୁକୁ ଆଲୋକ ଦିଅ, ନୋହିଲେ ମୁଁ ମୃତ୍ୟୁ ନିଦ୍ରାରେ ଶୟନ କରିବି।

ମୋହର ଶତ୍ରୁ କହିବ, “ମୁଁ ତାହାକୁ ପରାସ୍ତ କରିଅଛି,” ପୁଣି ମୁଁ ପତିତ ହେଲେ ମୋହର ବିପକ୍ଷଗଣ ଆନନ୍ଦ କରିବେ। ମାତ୍ର ମୁଁ ତୁମ୍ଭ ବିଶ୍ଵସ୍ତ ପ୍ରେମରେ ନିର୍ଭର କରିଅଛି; ମୋʼ ହୃଦୟ ତୁମ୍ଭ ପରିତ୍ରାଣରେ ଆନନ୍ଦ କରିବ। ମୁଁ ମୋହର ପିତାଙ୍କ ଉଦ୍ଦେଶ୍ୟରେ ଗାନ କରିବି, କାରଣ ସେ ମୋʼ ପ୍ରତି ଏତେ ମଙ୍ଗଳମୟ ହୋଇଅଛନ୍ତି।