ପିଲେଷ୍ଟୀୟ ଦେଶ ଉପରେ ପିତାଙ୍କ ଖଡ୍ଗ ପଡ଼ଇ
ଆମ୍ଭମାନଙ୍କ ପିତାଙ୍କ ବନ୍ୟା ଉତ୍ତରରୁ ପଲେଷ୍ଟୀୟ ଦେଶ ଉପରେ ଉଠେ, ଏତେ ହଠାତ୍ ଯେ ପିତାମାନେ ନିଜ ସନ୍ତାନମାନଙ୍କ ପାଇଁ ପଛକୁ ଫେରନ୍ତି ନାହିଁ। ଘସା ଓ ଅସ୍କିଲୋନ ଶୋକ କରନ୍ତି। ଶେଷରେ ଖଡ୍ଗକୁ ପଚରାଯାଏ ସେ କେବେ ବିଶ୍ରାମ କରିବ, ଓ ଉତ୍ତର ମିଳେ: ଯେପର୍ଯ୍ୟନ୍ତ ତାହାର ଆଜ୍ଞା ବାକି ଅଛି ସେପର୍ଯ୍ୟନ୍ତ ନୁହେଁ।
47 1ଫାରୋ ଘସାକୁ ଆଘାତ କରିବା ପୂର୍ବରୁ ପିଲେଷ୍ଟୀୟମାନଙ୍କ ବିଷୟରେ ଯିରିମିୟ ଭାବବାଦୀଙ୍କ ନିକଟକୁ ଆମ୍ଭମାନଙ୍କ ପିତାଙ୍କ ଯେଉଁ ବାକ୍ୟ ଉପସ୍ଥିତ ହେଲା।
2ଆମ୍ଭମାନଙ୍କ ପିତା ଏହି କଥା କହନ୍ତି, “ଦେଖ, ଉତ୍ତର ଦିଗରୁ ଜଳରାଶି ଉଠି ଉଚ୍ଛୁଳିତ ବନ୍ୟା ହୋଇ ପ୍ଲାବିତ ହେଉଅଛି। ତାହା ଦେଶ ଓ ତନ୍ମଧ୍ୟସ୍ଥ ସକଳ, ନଗର ଓ ତନ୍ନିବାସୀ ଲୋକମାନଙ୍କୁ ପ୍ଲାବିତ କରିବ। ଲୋକମାନେ କ୍ରନ୍ଦନ କରିବେ, ଆଉ ଦେଶନିବାସୀ ସମସ୍ତେ ହାହାକାର କରିବେ। 3ତାହାର ବଳବାନ ଅଶ୍ଵଗଣର ଖୁରା ଦାପଟିବାର ଶବ୍ଦରେ, ତାହାର ରଥସମୂହର ଗର୍ଜନରେ ଓ ଚକ୍ରସମୂହର ଘର୍ଘର ଶବ୍ଦରେ, ପିତାମାନଙ୍କ ହସ୍ତ ଦୁର୍ବଳ ହୋଇ ଝୁଲି ପଡ଼ିବାରୁ ସେମାନେ ଆପଣା ସନ୍ତାନଗଣ ନିମନ୍ତେ ବାହୁଡ଼ି ଚାହିଁବେ ନାହିଁ, 4କାରଣ ସମସ୍ତ ପିଲେଷ୍ଟୀୟମାନଙ୍କୁ ବିନାଶ କରିବା ନିମନ୍ତେ ଓ ସୋର ଏବଂ ସୀଦୋନ୍ର ସାହାଯ୍ୟକାରୀ ପ୍ରତ୍ୟେକ ଅବଶିଷ୍ଟ ଲୋକକୁ ଉଚ୍ଛିନ୍ନ କରିବା ନିମନ୍ତେ ଗୋଟିଏ ଦିନ ଆସୁଅଛି। ଯେଣୁ ଆମ୍ଭମାନଙ୍କ ପିତା ପିଲେଷ୍ଟୀୟମାନଙ୍କୁ, କପ୍ତୋର ଉପକୂଳର ଅବଶିଷ୍ଟାଂଶକୁ ବିନାଶ କରୁଅଛନ୍ତି। 5ଘସା ଶୋକରେ ଆପଣା ମସ୍ତକ ମୁଣ୍ଡନ କରିବ; ଅସ୍କିଲୋନ୍ ନୀରବ ହେବ। ହେ ସେମାନଙ୍କ ଉପତ୍ୟକାର ଅବଶିଷ୍ଟାଂଶ, ତୁମ୍ଭେ କେତେ କାଳ ଆପଣାକୁ କ୍ଷତବିକ୍ଷତ କରିବ? 6ହାୟ, ଆମ୍ଭମାନଙ୍କ ପିତାଙ୍କ ଖଡ୍ଗ! ତୁମ୍ଭେ କେତେ କାଳ ବିଶ୍ରାମ ନ କରି ରହିବ? ଆପଣା କୋଷରେ ପ୍ରବେଶ କର; ସ୍ଥିର ଓ ଶାନ୍ତ ହୁଅ। 7ମାତ୍ର ଆମ୍ଭମାନଙ୍କ ପିତା ତାହାକୁ ଆଜ୍ଞା ଦେଇଥିବା ବେଳେ ତାହା କିପରି ବିଶ୍ରାମ କରିପାରିବ? ଅସ୍କିଲୋନ୍ ବିରୁଦ୍ଧରେ ଓ ସମୁଦ୍ର ତୀର ବିରୁଦ୍ଧରେ—ସେଠାକୁ ହିଁ ସେ ତାହାକୁ ନିଯୁକ୍ତ କରିଅଛନ୍ତି।”