ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ଯିରୂଶାଲମର ପତନ

ଅବରୋଧ ଶେଷ ହୁଏ। ପ୍ରାଚୀର ଭାଙ୍ଗେ, ସିଦିକିୟ ପଳାନ୍ତି ଓ ଧରାପଡ଼ନ୍ତି, ନିଜ ପୁତ୍ରମାନଙ୍କୁ ହତ୍ୟା ହେବା ଦେଖନ୍ତି, ଓ ଅନ୍ଧ କରାଯାଇ ଶିକୁଳିରେ ବନ୍ଧା ହୁଅନ୍ତି। ନଗର ଜଳେ ଓ ଗରିବମାନଙ୍କୁ କ୍ଷେତ ଛଡ଼ାଯାଏ। ନବୂଖଦ୍‌ନିତ୍ସରଙ୍କ ନିଜ ଆଜ୍ଞାରେ ଯିରିମୀୟ ମୁକ୍ତ ହୁଅନ୍ତି; ଆମ୍ଭମାନଙ୍କ ପିତା ଏବଦ୍‌-ମେଲକଙ୍କୁ ତାଙ୍କ ଉପରେ ଭରସା ରଖିଥିବାରୁ ପ୍ରାଣ ରକ୍ଷାର ପ୍ରତିଜ୍ଞା ଦିଅନ୍ତି।

ଅଧ୍ୟାୟ 39।

ଯିହୂଦାର ରାଜା ସିଦିକୀୟଙ୍କ ରାଜତ୍ଵର ନବମ ବର୍ଷ, ଦଶମ ମାସରେ ବାବିଲର ରାଜା ନବୂଖଦ୍‍ନିତ୍ସର ଆପଣା ସମସ୍ତ ସୈନ୍ୟ ସହିତ ଯିରୂଶାଲମ ବିରୁଦ୍ଧରେ ଆସି ତାହା ଅବରୋଧ କଲେ। ସିଦିକୀୟଙ୍କ ରାଜତ୍ଵର ଏକାଦଶ ବର୍ଷ, ଚତୁର୍ଥ ମାସର ନବମ ଦିନରେ ନଗରର ପ୍ରାଚୀର ଭଗ୍ନ ହେଲା। ସେତେବେଳେ ବାବିଲ ରାଜାଙ୍କ ସମସ୍ତ ଅଧିପତି ଆସି ମଧ୍ୟବର୍ତ୍ତୀ ଦ୍ଵାରରେ ଉପବିଷ୍ଟ ହେଲେ, ଅର୍ଥାତ୍‍ ନେର୍ଗଲ-ଶରେତ୍ସର, ସମ୍‍ଗର-ନବୂ, ରବ୍‍-ସାରୀସ୍‍ ସର୍ସଖୀମ୍‍, ରବ୍‍-ମାଗ୍‍ ନେର୍ଗଲ-ଶରେତ୍ସର ଓ ବାବିଲ ରାଜାଙ୍କ ଅବଶିଷ୍ଟ ସମସ୍ତ ଅଧିପତି। a a v3 ରବ୍‍-ସାରୀସ୍‍ ଓ ରବ୍‍-ମାଗ୍‍ ବାବିଲୀୟ ରାଜକର୍ମଚାରୀଙ୍କ ମଧ୍ୟରେ ଉଚ୍ଚ ପଦବୀ ଥିଲା। ଯିହୂଦାର ରାଜା ସିଦିକୀୟ ଓ ସମସ୍ତ ଯୋଦ୍ଧା ସେମାନଙ୍କୁ ଦେଖି ରାତ୍ରିରେ ରାଜ-ଉଦ୍ୟାନ ପଥ ଦେଇ ଦୁଇ ପ୍ରାଚୀର ମଧ୍ୟବର୍ତ୍ତୀ ଦ୍ଵାର ଦେଇ ନଗରରୁ ପଳାୟନ କଲେ; ଆଉ ସେ ଅରାବା ଅଭିମୁଖେ ବାହାରିଗଲେ। ମାତ୍ର ବାବିଲୀୟ ସୈନ୍ୟଦଳ ସେମାନଙ୍କ ପଛେ ପଛେ ଯାଇ ଯିରୀହୋର ପଦାରେ ସିଦିକୀୟଙ୍କୁ ଧରିଲେ। ସେମାନେ ତାହାଙ୍କୁ ଧରି ହମାତ୍‍ ଦେଶସ୍ଥ ରିବ୍‍ଲାରେ ବାବିଲର ରାଜା ନବୂଖଦ୍‍ନିତ୍ସରଙ୍କ ନିକଟକୁ ନେଇଗଲେ, ଆଉ ସେ ତାହାଙ୍କ ବିଷୟରେ ଦଣ୍ଡାଜ୍ଞା ଦେଲେ। ବାବିଲର ରାଜା ରିବ୍‍ଲାରେ ସିଦିକୀୟଙ୍କ ଚକ୍ଷୁ ସମ୍ମୁଖରେ ତାହାଙ୍କ ପୁତ୍ରମାନଙ୍କୁ ବଧ କଲେ, ପୁଣି ଯିହୂଦାର ସମସ୍ତ କୁଳୀନଙ୍କୁ ବଧ କଲେ। ତାʼପରେ ସେ ସିଦିକୀୟଙ୍କୁ ଅନ୍ଧ କରି ବାବିଲକୁ ନେବା ନିମନ୍ତେ ତାହାଙ୍କୁ ପିତ୍ତଳ-ଶୃଙ୍ଖଳରେ ବାନ୍ଧିଲେ।

ବାବିଲୀୟମାନେ ରାଜଗୃହ ଓ ଲୋକମାନଙ୍କ ଗୃହସବୁ ଅଗ୍ନିରେ ଦଗ୍ଧ କଲେ, ପୁଣି ଯିରୂଶାଲମର ପ୍ରାଚୀରସବୁ ଭାଙ୍ଗି ପକାଇଲେ। ରକ୍ଷକ-ସୈନ୍ୟାଧ୍ୟକ୍ଷ ନବୂଷରଦନ୍‍ ନଗରରେ ଅବଶିଷ୍ଟ ଲୋକମାନଙ୍କୁ, ତାହା ପକ୍ଷକୁ ଯାଇଥିବା ପଳାତକମାନଙ୍କୁ ଓ ଅବଶିଷ୍ଟ ଲୋକମାନଙ୍କୁ ବାବିଲକୁ ବନ୍ଦୀ କରି ନେଇଗଲା। ମାତ୍ର ରକ୍ଷକ-ସୈନ୍ୟାଧ୍ୟକ୍ଷ ନବୂଷରଦନ୍‍ ଲୋକମାନଙ୍କ ମଧ୍ୟରୁ ଯେଉଁ ନିତାନ୍ତ ଦରିଦ୍ର ଲୋକମାନଙ୍କର କିଛି ନ ଥିଲା, ସେମାନଙ୍କୁ ଯିହୂଦା ଦେଶରେ ରଖିଲା, ପୁଣି ସେହି ଦିନ ସେମାନଙ୍କୁ ଦ୍ରାକ୍ଷାକ୍ଷେତ୍ର ଓ ଭୂମି ଦେଲା।

ବାବିଲର ରାଜା ନବୂଖଦ୍‍ନିତ୍ସର ଯିରିମିୟଙ୍କ ବିଷୟରେ ରକ୍ଷକ-ସୈନ୍ୟାଧ୍ୟକ୍ଷ ନବୂଷରଦନ୍‍ ଦ୍ଵାରା ଏହି ଆଜ୍ଞା ଦେଇ କହିଥିଲେ, “ତାହାକୁ ଘେନି ତାହାର ତତ୍ତ୍ଵାବଧାନ କର; ତାହାର କୌଣସି ଅନିଷ୍ଟ ନ କରି ସେ ତୁମ୍ଭକୁ ଯାହା କହିବ, ସେହିପରି ତାହା ପ୍ରତି କର।”

ଏଣୁ ରକ୍ଷକ-ସୈନ୍ୟାଧ୍ୟକ୍ଷ ନବୂଷରଦନ୍‍, ରବ୍‍-ସାରୀସ୍‍ ନବୂଶସ୍‍ବନ୍‍, ରବ୍‍-ମାଗ୍‍ ନେର୍ଗଲ-ଶରେତ୍ସର ଓ ବାବିଲ ରାଜାଙ୍କ ସମସ୍ତ ପ୍ରଧାନ କର୍ମଚାରୀ ଲୋକ ପଠାଇଲେ, ପୁଣି ସେମାନେ ଲୋକ ପଠାଇ ରକ୍ଷକ-ପ୍ରାଙ୍ଗଣରୁ ଯିରିମିୟଙ୍କୁ ଆଣି ତାହାଙ୍କୁ ଗୃହକୁ ନେବା ନିମନ୍ତେ ଶାଫନ୍‍ର ପୌତ୍ର, ଅହୀକାମ୍‍ର ପୁତ୍ର ଗଦଲୀୟ ହସ୍ତରେ ସମର୍ପଣ କଲେ। ତହିଁରେ ସେ ଲୋକମାନଙ୍କ ମଧ୍ୟରେ ବାସ କଲେ।

ଯିରିମିୟ ରକ୍ଷକ-ପ୍ରାଙ୍ଗଣରେ ବନ୍ଦୀ ଥିବା ବେଳେ ତାହାଙ୍କ ନିକଟରେ ଆମ୍ଭମାନଙ୍କ ପିତାଙ୍କ ବାକ୍ୟ ଉପସ୍ଥିତ ହୋଇ କହିଲା,

“ତୁମ୍ଭେ ଯାଇ କୂଶୀୟ ଏବଦ-ମେଲକ୍‍କୁ କୁହ: ବାହିନୀଗଣର ପିତା, ଇସ୍ରାଏଲର ପିତା ଏହି କଥା କହନ୍ତି: ଦେଖ, ଆମ୍ଭେ ଏହି ନଗର ବିରୁଦ୍ଧରେ ମଙ୍ଗଳ ନୁହେଁ, ମାତ୍ର ଅମଙ୍ଗଳ ନିମନ୍ତେ ଆମ୍ଭର ବାକ୍ୟ ଉପସ୍ଥିତ କରାଉଅଛୁ, ଆଉ ସେହି ଦିନ ତାହା ତୁମ୍ଭ ସମ୍ମୁଖରେ ସଫଳ ହେବ। ମାତ୍ର ଆମ୍ଭେ ସେହି ଦିନ ତୁମ୍ଭକୁ ଉଦ୍ଧାର କରିବା, ଆମ୍ଭମାନଙ୍କ ପିତା ଏହା କହନ୍ତି; ପୁଣି ତୁମ୍ଭେ ଯେଉଁ ଲୋକମାନଙ୍କୁ ଭୟ କରୁଅଛ, ସେମାନଙ୍କ ହସ୍ତରେ ତୁମ୍ଭେ ସମର୍ପିତ ହେବ ନାହିଁ। ଆମ୍ଭେ ତୁମ୍ଭକୁ ନିଶ୍ଚୟ ଉଦ୍ଧାର କରିବା; ତୁମ୍ଭେ ଖଡ଼୍ଗରେ ପତିତ ହେବ ନାହିଁ, ମାତ୍ର ତୁମ୍ଭର ପ୍ରାଣ ତୁମ୍ଭ ପ୍ରତି ଲୁଟଦ୍ରବ୍ୟ ସ୍ଵରୂପ ହେବ, କାରଣ ତୁମ୍ଭେ ଆମ୍ଭଠାରେ ବିଶ୍ଵାସ କରିଅଛ, ଆମ୍ଭମାନଙ୍କ ପିତା ଏହା କହନ୍ତି।”