ପ୍ରକୃତ ଉପବାସ, ପ୍ରକୃତ ବିଶ୍ଵସ୍ତତା
ବେଥେଲ ଉପବାସ ଜାରି ରଖିବେ କି ନାହିଁ ପଚାରିବାକୁ ଲୋକ ପଠାଏ। ପ୍ରଶ୍ନଟି ଓଲଟାଇ ଦିଆଯାଏ: ସତୁରି ବର୍ଷର ଉପବାସ ନିଜ ପାଇଁ ଥିଲା, ଆମ ପିତାଙ୍କ ପାଇଁ ନୁହେଁ। ପୂର୍ବ ଭାବବାଦୀମାନଙ୍କ ଦ୍ୱାରା ସେ ଯାହା ମାଗିଥିଲେ ତାହା ସତ୍ୟ ନ୍ୟାୟ, ଦୟା, ଏବଂ ବିଧବା, ଅନାଥ, ବିଦେଶୀ କିମ୍ବା ଦରିଦ୍ରଙ୍କ ଉପରେ ଅତ୍ୟାଚାର ନ କରିବା।
7 1ଦାରୀୟାବସ ରାଜାଙ୍କ ଚତୁର୍ଥ ବର୍ଷରେ, ନବମ ମାସ, ଅର୍ଥାତ୍ କିସ୍ଲେବ ମାସର ଚତୁର୍ଥ ଦିନରେ ଜିଖରିୟଙ୍କ ନିକଟରେ ଆମ୍ଭମାନଙ୍କ ପିତାଙ୍କ ବାକ୍ୟ ଉପସ୍ଥିତ ହେଲା। 2ବେଥେଲ୍ର ଲୋକମାନେ ଆମ୍ଭମାନଙ୍କ ପିତାଙ୍କ ଅନୁଗ୍ରହ ଭିକ୍ଷା କରିବା ନିମନ୍ତେ ଶରେତ୍ସର ଓ ରେଗମ୍-ମେଲକ୍ ଓ ସେମାନଙ୍କ ଲୋକମାନଙ୍କୁ ପ୍ରେରଣ କଲେ, 3ପୁଣି ବାହିନୀଗଣର ପିତାଙ୍କ ଗୃହର ଯାଜକମାନଙ୍କୁ ଓ ଭାବବାଦୀମାନଙ୍କୁ ପଚାରିବା ନିମନ୍ତେ ପଠାଇଲେ, “ମୁଁ ଏତେ ବର୍ଷ ଯାହା କରିଅଛି, ସେପରି ପଞ୍ଚମ ମାସରେ କ୍ରନ୍ଦନ କରି ଉପବାସ କରିବି କି?”
4ସେତେବେଳେ ବାହିନୀଗଣର ପିତାଙ୍କ ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା:
5ଦେଶର ସମସ୍ତ ଲୋକଙ୍କୁ ଓ ଯାଜକମାନଙ୍କୁ କୁହ: ତୁମ୍ଭେମାନେ ଏହି ସତୁରି ବର୍ଷ ପଞ୍ଚମ ଓ ସପ୍ତମ ମାସରେ ଯେତେବେଳେ ଉପବାସ କରି ବିଳାପ କଲ, ସେତେବେଳେ କʼଣ ପ୍ରକୃତରେ ଆମ୍ଭ ନିମନ୍ତେ ଉପବାସ କଲ? a a v5 ପଞ୍ଚମ ମାସର ଉପବାସ ବାବିଲ ଦ୍ଵାରା ଶଲୋମନଙ୍କ ମନ୍ଦିର ଦହନର ସ୍ମରଣାର୍ଥେ ଥିଲା; ସପ୍ତମ ମାସର ଉପବାସ ଯିହୂଦାର ଶେଷ ଶାସନକର୍ତ୍ତା ଗଦଲୀୟଙ୍କ ହତ୍ୟାର ସ୍ମରଣାର୍ଥେ ଥିଲା। 6ପୁଣି ଯେତେବେଳେ ତୁମ୍ଭେମାନେ ଭୋଜନ ଓ ପାନ କର, ସେତେବେଳେ କʼଣ ଆପଣାମାନଙ୍କ ନିମନ୍ତେ ଭୋଜନ ଓ ପାନ କର ନାହିଁ?
7ଯିରୂଶାଲମ ଓ ତାହାର ଚତୁର୍ଦ୍ଦିଗସ୍ଥ ନଗରମାନ ବସତିବିଶିଷ୍ଟ ଓ ଶାନ୍ତ ଥିବା ବେଳେ, ଆଉ ଦକ୍ଷିଣାଞ୍ଚଳ ଓ ତଳଭୂମି ବସତିବିଶିଷ୍ଟ ଥିବା ବେଳେ, ଆମ୍ଭମାନଙ୍କ ପିତା ପୂର୍ବକାଳର ଭାବବାଦୀମାନଙ୍କ ଦ୍ଵାରା ଯେଉଁ ବାକ୍ୟ ଘୋଷଣା କରିଥିଲେ, ତାହା କʼଣ ଏହି ବାକ୍ୟ ନୁହେଁ?
8ଆଉ ଜିଖରିୟଙ୍କ ନିକଟରେ ଆମ୍ଭମାନଙ୍କ ପିତାଙ୍କ ବାକ୍ୟ ଉପସ୍ଥିତ ହେଲା:
9ବାହିନୀଗଣର ପିତା ଏହା କହନ୍ତି: ପ୍ରକୃତ ବିଚାର କର; ପରସ୍ପର ପ୍ରତି ଦୟା ଓ କୃପା ଦେଖାଅ। 10ବିଧବା, ପିତୃହୀନ, ବିଦେଶୀ ଅବା ଦରିଦ୍ର ଲୋକକୁ ଉପଦ୍ରବ କର ନାହିଁ; ଆଉ ଆପଣା ଆପଣା ହୃଦୟରେ ପରସ୍ପର ବିରୁଦ୍ଧରେ ଅନିଷ୍ଟ କଳ୍ପନା କର ନାହିଁ।
11ମାତ୍ର ସେମାନେ ଶୁଣିବାକୁ ଅସମ୍ମତ ହେଲେ, ଅବାଧ୍ୟ ହୋଇ ପିଠି ଫେରାଇଲେ, ପୁଣି ଯେପରି ଶୁଣି ନ ପାରିବେ, ଏଥିପାଇଁ ଆପଣା ଆପଣା କର୍ଣ୍ଣ ବନ୍ଦ କଲେ। 12ହଁ, ବ୍ୟବସ୍ଥା ଓ ବାହିନୀଗଣର ପିତା ଆପଣା ଆତ୍ମାଙ୍କ ଦ୍ଵାରା ପୂର୍ବକାଳର ଭାବବାଦୀମାନଙ୍କ ମାଧ୍ୟମରେ ଯେଉଁ ବାକ୍ୟ ପଠାଇଥିଲେ, ତାହା ଶୁଣିବାକୁ ଅସମ୍ମତ ହୋଇ ସେମାନେ ଆପଣା ଆପଣା ହୃଦୟ ହୀରା ପରି କଠିନ କଲେ। ଏଥିପାଇଁ ବାହିନୀଗଣର ପିତାଙ୍କଠାରୁ ମହାକ୍ରୋଧ ଉତ୍ପନ୍ନ ହେଲା।
13ବାହିନୀଗଣର ପିତା କହନ୍ତି, “ଆମ୍ଭେ ଡାକିଲା ବେଳେ ଯେପରି ସେମାନେ ଶୁଣିବାକୁ ଅସମ୍ମତ ହେଲେ, ସେହିପରି ସେମାନେ ଡାକିଲା ବେଳେ ଆମ୍ଭେ ଶୁଣିବାକୁ ଅସମ୍ମତ ହେବା।” 14ଆମ୍ଭେ ସେମାନଙ୍କ ଅଜ୍ଞାତ ସମୁଦାୟ ଜାତିଗଣ ମଧ୍ୟରେ ସେମାନଙ୍କୁ ଘୂର୍ଣ୍ଣିବାୟୁ ଦ୍ଵାରା ଛିନ୍ନଭିନ୍ନ କଲୁ। ସେମାନଙ୍କ ଗମନାଗମନ ପାଇଁ କେହି ନ ଥିବାରୁ ସେମାନଙ୍କ ପଛରେ ଦେଶ ଧ୍ଵଂସ ହୋଇ ପଡ଼ିରହିଲା। ଏହିପରି ସେମାନେ ସେହି ରମଣୀୟ ଦେଶକୁ ଧ୍ଵଂସସ୍ଥାନ କଲେ।