ଦାଉଦ ଗୁମ୍ଫାରୁ କ୍ରନ୍ଦନ କରନ୍ତି
ଦାଉଦଙ୍କ ଏକ ଜ୍ଞାନଗର୍ଭକ ଗୀତ, ଯେତେବେଳେ ସେ ଗୁମ୍ଫାରେ ଥିଲେ। ଏକ ପ୍ରାର୍ଥନା।
ଦାଉଦ ଏକ ଗୁମ୍ଫାରେ ପ୍ରାର୍ଥନା କରନ୍ତି ଓ ସମ୍ପୂର୍ଣ୍ଣ ଏକାକୀତ୍ୱର ବର୍ଣ୍ଣନା କରନ୍ତି: ମୋର ଡାହାଣକୁ ଚାହଁ, କେହି ମୋତେ ଚିହ୍ନେ ନାହିଁ, କୌଣସି ଆଶ୍ରୟ ବାକି ନାହିଁ, ମୁଁ ବଞ୍ଚେ କି ମରେ କେହି ଚିନ୍ତା କରେ ନାହିଁ। ସେ ତାଙ୍କ ପିତାଙ୍କୁ ଜୀବିତମାନଙ୍କ ଦେଶରେ ତାଙ୍କର ଅଂଶ ବୋଲି କହନ୍ତି ଏବଂ କାରାଗାରରୁ ବାହାର କରି ଆଣିବାକୁ ନିବେଦନ କରନ୍ତି।
142 1ମୁଁ ଆପଣା ସ୍ଵରରେ ମୋହର ପିତାଙ୍କ ନିକଟରେ କ୍ରନ୍ଦନ କରେ; ଆପଣା ସ୍ଵରରେ ମୁଁ ତାହାଙ୍କ ନିକଟରେ କୃପା ନିମନ୍ତେ ବିନତି କରେ। a a v1 ମସ୍କୀଲ୍ ଏକ ଧ୍ୟାନଗର୍ଭକ ଶିକ୍ଷାଦାୟକ ଗୀତ—ଯାହା କେବଳ ଗାନ କରିବା ନିମନ୍ତେ ନୁହେଁ, ବରଂ ଧ୍ୟାନ କରିବା ନିମନ୍ତେ ରଚିତ ଏକ ଗୀତ। 2ମୁଁ ତାହାଙ୍କ ଛାମୁରେ ଆପଣା ଦୁଃଖ ଢାଳି ଦିଏ; ତାହାଙ୍କ ଛାମୁରେ ମୁଁ ଆପଣା ସଙ୍କଟ ଜଣାଏ। 3ଯେତେବେଳେ ମୋʼ ଅନ୍ତରରେ ମୋହର ଆତ୍ମା କ୍ଷୀଣ ହୁଏ, ସେତେବେଳେ ତୁମ୍ଭେ ହିଁ ମୋହର ପଥ ଜାଣ। ମୁଁ ଯେଉଁ ମାର୍ଗରେ ଚାଲେ, ସେଠାରେ ସେମାନେ ମୋʼ ନିମନ୍ତେ ଫାନ୍ଦ ଗୋପନ କରିଅଛନ୍ତି। 4ମୋʼ ଡାହାଣ ଆଡ଼କୁ ଅନାଇ ଦେଖ— ମୋତେ ଚିହ୍ନିବା ଲୋକ କେହି ନାହିଁ; ମୋʼ ନିମନ୍ତେ କୌଣସି ଆଶ୍ରୟ ନାହିଁ; ମୋʼ ପ୍ରାଣ ବିଷୟରେ କେହି ଚିନ୍ତା କରେ ନାହିଁ। 5ହେ ମୋହର ପିତା, ମୁଁ ତୁମ୍ଭ ନିକଟରେ କ୍ରନ୍ଦନ କରେ; ମୁଁ କହେ, “ତୁମ୍ଭେ ମୋହର ଆଶ୍ରୟ, ଜୀବିତମାନଙ୍କ ଦେଶରେ ମୋହର ଅଂଶ।” 6ମୋʼ କ୍ରନ୍ଦନ ପ୍ରତି କର୍ଣ୍ଣପାତ କର, କାରଣ ମୁଁ ଅତ୍ୟନ୍ତ ହୀନ ହୋଇଅଛି। ମୋʼ ପଛେ ଗୋଡ଼ାଉଥିବା ଲୋକମାନଙ୍କଠାରୁ ମୋତେ ଉଦ୍ଧାର କର, କାରଣ ସେମାନେ ମୋʼ ଅପେକ୍ଷା ଅତି ବଳବାନ। 7ମୋʼ ପ୍ରାଣକୁ କାରାଗାରରୁ ବାହାର କରି ଆଣ, ଯେପରି ମୁଁ ତୁମ୍ଭ ନାମର ଧନ୍ୟବାଦ କରିପାରେ। ଧାର୍ମିକମାନେ ମୋʼ ଚାରିଆଡ଼େ ଏକତ୍ର ହେବେ, କାରଣ ତୁମ୍ଭେ ମୋʼ ପ୍ରତି ଅତି ମଙ୍ଗଳମୟ ହେବ।