ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ବିଲଦଦ୍ ପୁନର୍ବାର କହନ୍ତି

ବିଲ୍‌ଦଦଙ୍କ ଶେଷ ବକ୍ତୃତା ଛଅ ପଦର, ଏବଂ ସେଥିରେ ଦୂରତା ଛଡ଼ା ଆଉ କିଛି ବାକି ନାହିଁ: କର୍ତ୍ତୃତ୍ୱ ପରମେଶ୍ୱରଙ୍କର, ତାହାଙ୍କ ଦୃଷ୍ଟିରେ ଚନ୍ଦ୍ର ଓ ତାରାଗଣ ମଧ୍ୟ ଶୁଦ୍ଧ ନୁହନ୍ତି, ତେବେ ମର୍ତ୍ତ୍ୟ ମନୁଷ୍ୟ କଅଣ? ଏକ କୀଟ, ଏକ କୃମି। ବନ୍ଧୁମାନଙ୍କ ଯୁକ୍ତିର ଶବ୍ଦ ସରିଗଲା।

ଅଧ୍ୟାୟ 25।

ସେତେବେଳେ ଶୂହୀୟ ବିଲଦଦ୍ ଉତ୍ତର ଦେଲା, “ପ୍ରଭୁତ୍ଵ ଓ ଭୟ ତାହାଙ୍କର ଅଟେ; ସେ ଆପଣା ଉଚ୍ଚସ୍ଥାନରେ ଶାନ୍ତି ସ୍ଥାପନ କରନ୍ତି। ତାହାଙ୍କ ସୈନ୍ୟଗଣଙ୍କୁ କେହି ଗଣି ପାରେ କି? ତାହାଙ୍କ ଆଲୋକ କି ସମସ୍ତଙ୍କ ଉପରେ ଉଦିତ ହୁଏ ନାହିଁ? ତେବେ ମର୍ତ୍ତ୍ୟ ମନୁଷ୍ୟ କିପରି ଈଶ୍ଵରଙ୍କ ସମ୍ମୁଖରେ ଧାର୍ମିକ ହୋଇପାରେ? ସ୍ତ୍ରୀଜାତ ମନୁଷ୍ୟ କିପରି ଶୁଚି ହୋଇପାରେ? ଦେଖ, ଚନ୍ଦ୍ର ସୁଦ୍ଧା ଉଜ୍ଜ୍ଵଳ ନୁହେଁ, ପୁଣି ତାରାଗଣ ତାହାଙ୍କ ଦୃଷ୍ଟିରେ ଶୁଚି ନୁହନ୍ତି; ତେବେ ଯେଉଁ ମର୍ତ୍ତ୍ୟ ମନୁଷ୍ୟ କୀଟ ସ୍ଵରୂପ, ପୁଣି ଯେଉଁ ମନୁଷ୍ୟସନ୍ତାନ ପୋକ ସ୍ଵରୂପ, ସେ କେତେ ଅଧିକ ତୁଚ୍ଛ!”