ପରିତ୍ରାଣ କରିବାକୁ ପରାକ୍ରମୀ ଯୀଶୁ
ଇଦୋମରୁ ରକ୍ତରଞ୍ଜିତ ବସ୍ତ୍ର ପିନ୍ଧି ଜଣେ ଆସନ୍ତି, ଯେ ସାହାଯ୍ୟ କରିବାକୁ କେହି ନ ଥାଇ ଏକାକୀ ଦ୍ରାକ୍ଷାକୁଣ୍ଡ ଦଳିଛନ୍ତି। ତାʼପରେ ସ୍ମୃତି କୋମଳ ହୋଇଯାଏ: ନିଜ ଲୋକଙ୍କ କ୍ଲେଶରେ ଆମ ପିତା କ୍ଲେଶିତ ହେଲେ, ସେମାନଙ୍କୁ ବୋହିନେଲେ, ଯେପର୍ଯ୍ୟନ୍ତ ସେମାନେ ତାହାଙ୍କ ଆତ୍ମାଙ୍କୁ ଦୁଃଖ ଦେଲେ। ଶେଷରେ ପ୍ରଶ୍ନ ଉଠେ, ତାହାଙ୍କ କରୁଣା କେଉଁଠି ଗଲା।
63 1ଇଦୋମରୁ ଆସୁଅଛନ୍ତି ଯେ, ବସ୍ରାରୁ ରକ୍ତବର୍ଣ୍ଣ-ରଞ୍ଜିତ ବସ୍ତ୍ର ପରିହିତ, ଆପଣା ପୋଷାକରେ ପ୍ରତାପଶାଳୀ, ମହାବଳରେ ଗମନକାରୀ ଏ କିଏ? “ଏ ଆମ୍ଭେ, ଧାର୍ମିକତା ଘୋଷଣା କରୁଅଛୁ, ପରିତ୍ରାଣ କରିବାକୁ ପରାକ୍ରମୀ।” a a v1 ପ୍ରେରିତ ଯୋହନ ଯୀଶୁଙ୍କୁ ଦେଖିଲେ, ସେ ରକ୍ତରେ ବୁଡ଼ାଯାଇଥିବା ବସ୍ତ୍ର ପରିହିତ ହୋଇ ଆପଣା ପିତାଙ୍କ କୋପର ଦ୍ରାକ୍ଷାକୁଣ୍ଡ ଦଳୁଥିଲେ — ପ୍ରକାଶିତ ବାକ୍ୟ ୧୯:୧୧-୧୫।
2ଆପଣଙ୍କ ପୋଷାକ କାହିଁକି ରକ୍ତବର୍ଣ୍ଣ, ଆଉ ଆପଣଙ୍କ ବସ୍ତ୍ର ଦ୍ରାକ୍ଷାକୁଣ୍ଡରେ ଦଳିବା ଲୋକ ପରି କାହିଁକି?
3“ଆମ୍ଭେ ଏକାକୀ ଦ୍ରାକ୍ଷାକୁଣ୍ଡ ଦଳିଅଛୁ, ଆଉ ଗୋଷ୍ଠୀସମୂହ ମଧ୍ୟରୁ କେହି ଆମ୍ଭ ସଙ୍ଗରେ ନ ଥିଲା; ଆମ୍ଭେ ଆପଣା କ୍ରୋଧରେ ସେମାନଙ୍କୁ ଚୂର୍ଣ୍ଣ କଲୁ ପୁଣି ଆପଣା କୋପରେ ସେମାନଙ୍କୁ ଦଳିଲୁ; ସେମାନଙ୍କ ରକ୍ତ ଆମ୍ଭ ବସ୍ତ୍ର ଉପରେ ଛିଟିକି ପଡ଼ିଲା, ଆଉ ଆମ୍ଭେ ଆପଣା ସମସ୍ତ ପୋଷାକ ରଞ୍ଜିତ କଲୁ। 4କାରଣ ପ୍ରତିଶୋଧର ଦିନ ଆମ୍ଭ ହୃଦୟରେ ଥିଲା, ଆଉ ଆମ୍ଭ ମୁକ୍ତିପ୍ରାପ୍ତ ଲୋକଙ୍କ ବର୍ଷ ଉପସ୍ଥିତ ହୋଇଥିଲା। 5ଆମ୍ଭେ ଦୃଷ୍ଟିପାତ କଲୁ, ମାତ୍ର ସାହାଯ୍ୟ କରିବାକୁ କେହି ନ ଥିଲା; ରକ୍ଷା କରିବାକୁ କେହି ନ ଥିବାରୁ ଆମ୍ଭେ ବିସ୍ମିତ ହେଲୁ; ଏଣୁ ଆମ୍ଭର ନିଜ ବାହୁ ଆମ୍ଭ ନିମନ୍ତେ ପରିତ୍ରାଣ ସାଧନ କଲା, ଆଉ ଆମ୍ଭର କୋପ ଆମ୍ଭକୁ ଧରି ରଖିଲା। 6ଆମ୍ଭେ ଆପଣା କ୍ରୋଧରେ ଗୋଷ୍ଠୀସମୂହକୁ ଦଳିଲୁ; ଆମ୍ଭେ ଆପଣା କୋପରେ ସେମାନଙ୍କୁ ମତ୍ତ କଲୁ, ଆଉ ସେମାନଙ୍କ ରକ୍ତ ଭୂମିରେ ଢାଳିଦେଲୁ।”
ମୁଁ ଆମ୍ଭମାନଙ୍କ ପିତାଙ୍କ ପ୍ରେମ ବର୍ଣ୍ଣନା କରିବି
7ମୁଁ ଆମ୍ଭମାନଙ୍କ ପିତାଙ୍କ ନିୟମର ଦୟା ଓ ତାହାଙ୍କ ପ୍ରଶଂସା ବର୍ଣ୍ଣନା କରିବି; ସେ ଆମ୍ଭମାନଙ୍କ ପ୍ରତି ଯାହା ସବୁ କରିଅଛନ୍ତି ଓ ଆପଣା କୃପା ଅନୁସାରେ, ଆପଣା ପ୍ରଚୁର ଦୟା ଅନୁସାରେ ଇସ୍ରାଏଲ ବଂଶ ପ୍ରତି ଯେଉଁ ମହା ମଙ୍ଗଳ ଦେଖାଇଅଛନ୍ତି, ସେହି ସମସ୍ତ ଅନୁସାରେ ତାହା ବର୍ଣ୍ଣନା କରିବି।
8କାରଣ ସେ କହିଲେ, “ନିଶ୍ଚୟ ସେମାନେ ଆମ୍ଭର ଲୋକ, ଯେଉଁ ସନ୍ତାନମାନେ ମିଥ୍ୟା ବ୍ୟବହାର କରିବେ ନାହିଁ।” ଆଉ ସେ ସେମାନଙ୍କ ତ୍ରାଣକର୍ତ୍ତା ହେଲେ।
9ସେମାନଙ୍କ ସମସ୍ତ ଦୁଃଖରେ ସେ ଦୁଃଖିତ ହେଲେ, ଆଉ ତାହାଙ୍କ ଉପସ୍ଥିତିର ଦୂତ ସେମାନଙ୍କୁ ଉଦ୍ଧାର କଲେ; ଆପଣା ପ୍ରେମ ଓ ଆପଣା କୃପାରେ ସେ ସେମାନଙ୍କୁ ମୁକ୍ତ କଲେ; ସେ ପୁରାତନ କାଳର ସମସ୍ତ ଦିନ ସେମାନଙ୍କୁ ଉଠାଇ ବୋହିଲେ। 10ମାତ୍ର ସେମାନେ ବିଦ୍ରୋହ କଲେ ଆଉ ତାହାଙ୍କ ପବିତ୍ର ଆତ୍ମାଙ୍କୁ ଦୁଃଖିତ କଲେ; ଏଣୁ ସେ ଫେରି ସେମାନଙ୍କ ଶତ୍ରୁ ହେଲେ, ଆଉ ସେ ନିଜେ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ। 11ସେତେବେଳେ ସେ ପୁରାତନ କାଳକୁ, ମୋଶାଙ୍କୁ ଓ ଆପଣା ଲୋକମାନଙ୍କୁ ସ୍ମରଣ କଲେ। ଆପଣା ପଲର ପାଳକମାନଙ୍କ ସହିତ ସେମାନଙ୍କୁ ସମୁଦ୍ରରୁ ଉଠାଇ ଆଣିଲେ ଯେ, ସେ କାହାନ୍ତି? ସେମାନଙ୍କ ମଧ୍ୟରେ ଆପଣା ପବିତ୍ର ଆତ୍ମାଙ୍କୁ ସ୍ଥାପନ କଲେ ଯେ, ସେ କାହାନ୍ତି, 12ଯେ ମୋଶାଙ୍କ ଦକ୍ଷିଣ ହସ୍ତ ନିକଟରେ ଆପଣା ମହିମାନ୍ଵିତ ବାହୁ ବିସ୍ତାର କଲେ, ଯେ ଆପଣା ନିମନ୍ତେ ଅନନ୍ତ ନାମ ସ୍ଥାପନ କରିବାକୁ ସେମାନଙ୍କ ସମ୍ମୁଖରେ ଜଳ ବିଭକ୍ତ କଲେ, 13ଯେ ସେମାନଙ୍କୁ ଗଭୀର ଜଳ ମଧ୍ୟ ଦେଇ କଢ଼ାଇ ନେଲେ, ସେ କାହାନ୍ତି? ପ୍ରାନ୍ତରରେ ଅଶ୍ଵ ପରି, ସେମାନେ ଝୁଣ୍ଟି ପଡ଼ିଲେ ନାହିଁ। 14ଉପତ୍ୟକାକୁ ଓହ୍ଲାଇ ଯାଉଥିବା ପଶୁ ପରି, ଆମ୍ଭମାନଙ୍କ ପିତାଙ୍କ ଆତ୍ମା ସେମାନଙ୍କୁ ବିଶ୍ରାମ ଦେଲେ। ଏହିପରି ଆପଣା ନିମନ୍ତେ ମହିମାନ୍ଵିତ ନାମ ସ୍ଥାପନ କରିବାକୁ ତୁମ୍ଭେ ଆପଣା ଲୋକମାନଙ୍କୁ କଢ଼ାଇ ନେଲ।
ସ୍ଵର୍ଗରୁ ଅନାଇ ଦେଖ
15ସ୍ଵର୍ଗରୁ ଅନାଇ ଦେଖ, ତୁମ୍ଭ ପବିତ୍ର ଓ ମହିମାମୟ ବାସସ୍ଥାନରୁ। ତୁମ୍ଭର ଉଦ୍ଯୋଗ ଓ ତୁମ୍ଭର ପରାକ୍ରମ କାର୍ଯ୍ୟସବୁ କାହାନ୍ତି? ତୁମ୍ଭ ଅନ୍ତଃକରଣର ଆବେଗ ଓ ତୁମ୍ଭର କରୁଣା ମୋʼଠାରୁ ସଙ୍କୁଚିତ ହୋଇଅଛି। 16କାରଣ ତୁମ୍ଭେ ଆମ୍ଭମାନଙ୍କ ପିତା, ଯଦ୍ୟପି ଅବ୍ରହାମ ଆମ୍ଭମାନଙ୍କୁ ଜାଣନ୍ତି ନାହିଁ ଓ ଇସ୍ରାଏଲ ଆମ୍ଭମାନଙ୍କୁ ସ୍ଵୀକାର କରେ ନାହିଁ; ତଥାପି ତୁମ୍ଭେ ଆମ୍ଭମାନଙ୍କ ପିତା; ଅନାଦିକାଳରୁ ଆମ୍ଭମାନଙ୍କ ମୁକ୍ତିଦାତା ତୁମ୍ଭର ନାମ। 17ହେ ଆମ୍ଭମାନଙ୍କ ପିତା, ତୁମ୍ଭେ କାହିଁକି ଆମ୍ଭମାନଙ୍କୁ ତୁମ୍ଭ ପଥରୁ ଭ୍ରାନ୍ତ ହେବାକୁ ଦେଉଅଛ ଆଉ ଆମ୍ଭମାନଙ୍କ ହୃଦୟ କଠିନ କରୁଅଛ, ଯେପରି ଆମ୍ଭେମାନେ ତୁମ୍ଭକୁ ଭୟ ନ କରୁ? ତୁମ୍ଭ ଦାସମାନଙ୍କ ସକାଶେ, ତୁମ୍ଭ ଅଧିକାରର ଗୋଷ୍ଠୀସମୂହ ନିମନ୍ତେ ଫେରି ଆସ। 18ତୁମ୍ଭ ପବିତ୍ର ଲୋକମାନେ ଅଳ୍ପ କାଳ ଅଧିକାର କଲେ; ଆମ୍ଭମାନଙ୍କ ଶତ୍ରୁମାନେ ତୁମ୍ଭ ଧର୍ମଧାମକୁ ଦଳିତ କରିଅଛନ୍ତି। 19ତୁମ୍ଭେ ଯେଉଁମାନଙ୍କ ଉପରେ କେବେ ଶାସନ କରି ନାହଁ, ଆମ୍ଭେମାନେ ସେମାନଙ୍କ ପରି ହୋଇଅଛୁ, ତୁମ୍ଭ ନାମରେ ଖ୍ୟାତ ନ ହୋଇଥିବା ଲୋକଙ୍କ ପରି ହୋଇଅଛୁ।