ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ଏଷୌଙ୍କ ବଂଶ

ଏଷୌଙ୍କ ବଂଶଧରମାନଙ୍କର ନିଜସ୍ୱ ଏକ ସମ୍ପୂର୍ଣ୍ଣ ବିବରଣୀ ଅଛି — ପତ୍ନୀମାନେ, ଅଧିପତିମାନେ, ଓ ଇସ୍ରାଏଲର କୌଣସି ରାଜା ହେବା ପୂର୍ବରୁ ଇଦୋମରେ ରାଜତ୍ୱ କରିଥିବା ରାଜାମାନେ। ଯେଉଁ ଭାଇଙ୍କୁ ଅଣଦେଖା କରାଯାଇଥିଲା, ତାଙ୍କୁ ବିବରଣୀରୁ ବାଦ୍ ଦିଆଯାଏ ନାହିଁ; ସେ ଏକ ସ୍ଥିର ଇତିହାସ ସହିତ ପଡ଼ୋଶୀ ଜାତି ହୁଅନ୍ତି।

ଅଧ୍ୟାୟ 36।

ଏଷୌଙ୍କ, ଅର୍ଥାତ୍ ଇଦୋମଙ୍କ ବଂଶାବଳୀ ଏହି। ଏଷୌ କିଣାନର କନ୍ୟାମାନଙ୍କ ମଧ୍ୟରୁ ଆପଣା ଭାର୍ଯ୍ୟାମାନଙ୍କୁ ଗ୍ରହଣ କଲେ; ହିତ୍ତୀୟ ଏଲୋନର କନ୍ୟା ଆଦା ଓ ହିବ୍ବୀୟ ସିବୀୟୋନର କନ୍ୟା, ଅନାର କନ୍ୟା ଅହଲୀବାମା, ପୁଣି ଇଶ୍ମାୟେଲଙ୍କ କନ୍ୟା, ନବାୟୋତର ଭଗିନୀ ବାସମତ୍। ଆଦା ଏଷୌଙ୍କ ନିମନ୍ତେ ଇଲୀଫସ୍କୁ ଜନ୍ମ ଦେଲା, ବାସମତ୍ ରୁୟେଲକୁ ଜନ୍ମ ଦେଲା, ପୁଣି ଅହଲୀବାମା ଯିୟୂଶ୍, ଯାଲମ୍ ଓ କୋରହକୁ ଜନ୍ମ ଦେଲା; ଏମାନେ ଏଷୌଙ୍କ ପୁତ୍ର, କିଣାନ ଦେଶରେ ତାହାଙ୍କ ନିମନ୍ତେ ଜାତ ହେଲେ। ଏଷୌ ଆପଣା ଭାର୍ଯ୍ୟାଗଣ, ପୁତ୍ରଗଣ, କନ୍ୟାଗଣ, ସମସ୍ତ ପରିବାରବର୍ଗ, ଆପଣା ପଶୁଧନ, ସମସ୍ତ ପଶୁ ଓ କିଣାନ ଦେଶରେ ଅର୍ଜିତ ସମସ୍ତ ସମ୍ପତ୍ତି ଘେନି ଆପଣା ଭ୍ରାତା ଯାକୁବଙ୍କଠାରୁ ଦୂର ଅନ୍ୟ ଏକ ଦେଶକୁ ଚାଲିଗଲେ। କାରଣ ଏକତ୍ର ବାସ କରିବା ନିମନ୍ତେ ସେମାନଙ୍କ ସମ୍ପତ୍ତି ଅତି ଅଧିକ ଥିଲା; ପୁଣି ସେମାନଙ୍କ ପଶୁଧନ ହେତୁ ସେମାନଙ୍କ ପ୍ରବାସ ଦେଶ ଉଭୟଙ୍କୁ ପ୍ରତିପାଳନ କରି ପାରିଲା ନାହିଁ। ଏଣୁ ଏଷୌ ସେୟୀର ପର୍ବତମୟ ଦେଶରେ ବାସ କଲେ। (ଏଷୌ ତ ଇଦୋମ)।

ସେୟୀର ପର୍ବତମୟ ଦେଶସ୍ଥିତ ଇଦୋମୀୟମାନଙ୍କ ପୂର୍ବପୁରୁଷ ଏଷୌଙ୍କ ବଂଶାବଳୀ ଏହି। ଏଷୌଙ୍କ ପୁତ୍ରମାନଙ୍କ ନାମ ଏହି; ଏଷୌଙ୍କ ଭାର୍ଯ୍ୟା ଆଦାର ପୁତ୍ର ଇଲୀଫସ୍, ପୁଣି ଏଷୌଙ୍କ ଭାର୍ଯ୍ୟା ବାସମତ୍ର ପୁତ୍ର ରୁୟେଲ। ଇଲୀଫସ୍ର ପୁତ୍ର ତୈମନ୍, ଓମାର, ସଫୋ, ଗୟିତମ୍ ଓ କନସ୍ ଥିଲେ। ଆଉ ତିମ୍ନା ଏଷୌଙ୍କ ପୁତ୍ର ଇଲୀଫସ୍ର ଉପପତ୍ନୀ ଥିଲା; ସେ ଇଲୀଫସ୍ ନିମନ୍ତେ ଅମାଲେକକୁ ଜନ୍ମ ଦେଲା। ଏମାନେ ଏଷୌଙ୍କ ଭାର୍ଯ୍ୟା ଆଦାର ପୁତ୍ର। ଆଉ ରୁୟେଲର ପୁତ୍ର ଏହି; ନହତ୍, ସେରହ, ଶମ୍ମ ଓ ମିସା। ଏମାନେ ଏଷୌଙ୍କ ଭାର୍ଯ୍ୟା ବାସମତ୍ର ପୁତ୍ର। ଆଉ ସିବୀୟୋନର କନ୍ୟା, ଅନାର କନ୍ୟା, ଏଷୌଙ୍କ ଭାର୍ଯ୍ୟା ଅହଲୀବାମାର ପୁତ୍ର ଏହି; ସେ ଏଷୌଙ୍କ ନିମନ୍ତେ ଯିୟୂଶ୍, ଯାଲମ୍ ଓ କୋରହକୁ ଜନ୍ମ ଦେଲା।

ଏଷୌଙ୍କ ପୁତ୍ରମାନଙ୍କ ମଧ୍ୟରେ ଅଧିପତିମାନେ ଏହି। ଏଷୌଙ୍କ ପ୍ରଥମଜାତ ଇଲୀଫସ୍ର ପୁତ୍ର; ତୈମନ୍ ଅଧିପତି, ଓମାର ଅଧିପତି, ସଫୋ ଅଧିପତି, କନସ୍ ଅଧିପତି, କୋରହ ଅଧିପତି, ଗୟିତମ୍ ଅଧିପତି, ଅମାଲେକ ଅଧିପତି; ଇଦୋମ ଦେଶରେ ଏମାନେ ଇଲୀଫସ୍ଜାତ ଅଧିପତି; ଏମାନେ ଆଦାର ପୁତ୍ର। ଆଉ ଏଷୌଙ୍କ ପୁତ୍ର ରୁୟେଲର ପୁତ୍ର ଏହି; ନହତ୍ ଅଧିପତି, ସେରହ ଅଧିପତି, ଶମ୍ମ ଅଧିପତି, ମିସା ଅଧିପତି; ଇଦୋମ ଦେଶରେ ଏମାନେ ରୁୟେଲଜାତ ଅଧିପତି; ଏମାନେ ଏଷୌଙ୍କ ଭାର୍ଯ୍ୟା ବାସମତ୍ର ପୁତ୍ର। ଆଉ ଏଷୌଙ୍କ ଭାର୍ଯ୍ୟା ଅହଲୀବାମାର ପୁତ୍ର; ଯିୟୂଶ୍ ଅଧିପତି, ଯାଲମ୍ ଅଧିପତି, କୋରହ ଅଧିପତି; ଅନାର କନ୍ୟା ଏଷୌଙ୍କ ଭାର୍ଯ୍ୟା ଅହଲୀବାମାଜାତ ଅଧିପତି ଏମାନେ। ଏମାନେ ଏଷୌଙ୍କ, ଅର୍ଥାତ୍ ଇଦୋମଙ୍କ ପୁତ୍ର, ପୁଣି ଏମାନେ ସେମାନଙ୍କ ଅଧିପତି।

ସେହି ଦେଶ-ନିବାସୀ ହୋରୀୟ ସେୟୀରର ପୁତ୍ର ଏହି; ଲୋଟନ୍, ଶୋବଲ, ସିବୀୟୋନ, ଅନା, ଦିଶୋନ୍, ଏତ୍ସର ଓ ଦୀଶନ୍; ଇଦୋମ ଦେଶରେ ସେୟୀରର ପୁତ୍ର ଏହି ହୋରୀୟମାନଙ୍କ ଅଧିପତି ଥିଲେ। ଲୋଟନ୍ର ପୁତ୍ର ହୋରି ଓ ହେମମ୍ ଥିଲେ, ପୁଣି ତିମ୍ନା ଲୋଟନ୍ର ଭଗିନୀ ଥିଲା। ଶୋବଲର ପୁତ୍ର ଏହି; ଅଲ୍ବନ୍, ମାନହତ୍, ଐବଲ, ଶଫୋ ଓ ଓନମ୍। ସିବୀୟୋନର ପୁତ୍ର ଏହି; ଅୟା ଓ ଅନା; ଏହି ଅନା ଆପଣା ପିତା ସିବୀୟୋନର ଗର୍ଦ୍ଦଭ ଚରାଇବା ସମୟରେ ପ୍ରାନ୍ତରରେ ଉତ୍ତପ୍ତ ନିର୍ଝର ପାଇଲା। ଅନାର ସନ୍ତାନ ଏହି; ଦିଶୋନ୍ ଓ ଅନାର କନ୍ୟା ଅହଲୀବାମା। ଦିଶୋନ୍ର ପୁତ୍ର ଏହି; ହିମ୍ଦନ୍, ଇଶ୍ବନ୍, ଯିତ୍ରନ୍ ଓ କରାନ୍। ଏତ୍ସରର ପୁତ୍ର ଏହି; ବିଲହନ୍, ସାବନ୍ ଓ ଆକନ୍। ଦୀଶନ୍ର ପୁତ୍ର ଏହି; ଊଷ୍ ଓ ଅରାନ୍। ହୋରୀୟମାନଙ୍କ ଅଧିପତି ଏହି; ଲୋଟନ୍ ଅଧିପତି, ଶୋବଲ ଅଧିପତି, ସିବୀୟୋନ ଅଧିପତି, ଅନା ଅଧିପତି, ଦିଶୋନ୍ ଅଧିପତି, ଏତ୍ସର ଅଧିପତି, ଦୀଶନ୍ ଅଧିପତି; ସେୟୀର ଦେଶରେ ଆପଣା ଆପଣା ବଂଶାନୁସାରେ ଏମାନେ ହୋରୀୟମାନଙ୍କ ଅଧିପତି ଥିଲେ।

ଇସ୍ରାଏଲର ରାଜାମାନଙ୍କ ପୂର୍ବରୁ ରାଜାମାନେ

ଇସ୍ରାଏଲ-ସନ୍ତାନଗଣ ଉପରେ କୌଣସି ରାଜା ରାଜତ୍ୱ କରିବା ପୂର୍ବରୁ ଇଦୋମ ଦେଶରେ ଏହି ରାଜାମାନେ ରାଜତ୍ୱ କରିଥିଲେ। ବିୟୋରର ପୁତ୍ର ବେଲା ଇଦୋମ ଦେଶରେ ରାଜତ୍ୱ କଲା, ପୁଣି ତାହାର ନଗରର ନାମ ଦିନ୍ହାବା ଥିଲା। ବେଲା ମଲା ଉତ୍ତାରେ ବସ୍ରା-ନିବାସୀ ସେରହର ପୁତ୍ର ଯୋବବ୍ ତାହାର ପଦରେ ରାଜତ୍ୱ କଲା। ଯୋବବ୍ ମଲା ଉତ୍ତାରେ ତୈମନୀୟମାନଙ୍କ ଦେଶସ୍ଥ ହୂଶମ୍ ତାହାର ପଦରେ ରାଜତ୍ୱ କଲା। ହୂଶମ୍ ମଲା; ଯେ ମୋୟାବ-କ୍ଷେତ୍ରରେ ମିଦୀୟନକୁ ପରାସ୍ତ କରିଥିଲା, ସେହି ବଦଦର ପୁତ୍ର ହଦଦ୍ ତାହାର ପଦରେ ରାଜତ୍ୱ କଲା; ପୁଣି ତାହାର ନଗରର ନାମ ଅବୀତ୍ ଥିଲା। ହଦଦ୍ ମଲା ଉତ୍ତାରେ ମସ୍ରେକା-ନିବାସୀ ସମ୍ଲ ତାହାର ପଦରେ ରାଜତ୍ୱ କଲା। ସମ୍ଲ ମଲା ଉତ୍ତାରେ ଫରାତ୍ ନଦୀତୀରସ୍ଥ ରହୋବୋତ୍-ନିବାସୀ ଶାଉଲ ତାହାର ପଦରେ ରାଜତ୍ୱ କଲା। ଶାଉଲ ମଲା ଉତ୍ତାରେ ଅକ୍ବୋରର ପୁତ୍ର ବାଲ୍-ହାନନ୍ ତାହାର ପଦରେ ରାଜତ୍ୱ କଲା। ଅକ୍ବୋରର ପୁତ୍ର ବାଲ୍-ହାନନ୍ ମଲା ଉତ୍ତାରେ ହଦର ତାହାର ପଦରେ ରାଜତ୍ୱ କଲା; ପୁଣି ତାହାର ନଗରର ନାମ ପାଉ ଓ ତାହାର ଭାର୍ଯ୍ୟାର ନାମ ମହେଟବେଲ ଥିଲା; ସେ ମଟ୍ରେଦର କନ୍ୟା, ମେଷାହବର କନ୍ୟା।

ଏଷୌଙ୍କଠାରୁ ଉତ୍ପନ୍ନ ଅଧିପତିମାନଙ୍କ ବଂଶ ଅନୁସାରେ, ସ୍ଥାନ ଅନୁସାରେ, ନାମ ଅନୁସାରେ ଏମାନଙ୍କ ନାମ ଏହି; ତିମ୍ନା ଅଧିପତି, ଅଲ୍ୱା ଅଧିପତି, ଯିଥେତ୍ ଅଧିପତି, ଅହଲୀବାମା ଅଧିପତି, ଏଲା ଅଧିପତି, ପୀନୋନ୍ ଅଧିପତି, କନସ୍ ଅଧିପତି, ତୈମନ୍ ଅଧିପତି, ମିବ୍ସର ଅଧିପତି, ମଗଦୀୟେଲ ଅଧିପତି ଓ ଈରମ୍ ଅଧିପତି; ଆପଣା ଆପଣା ଅଧିକୃତ ଦେଶସ୍ଥିତ ବସତି ଅନୁସାରେ ଏମାନେ ଇଦୋମଙ୍କ ଅଧିପତି ଥିଲେ। ଏଷୌ ଇଦୋମୀୟମାନଙ୍କ ପୂର୍ବପୁରୁଷ ଥିଲେ।