ଜାତିସମୂହ ତୁମ୍ଭ ବିରୁଦ୍ଧରେ ଚକ୍ରାନ୍ତ କରନ୍ତି
ଗୀତ। ଆସଫଙ୍କ ଗୀତ।
ଏକ ମିଳିତ ଦଳ — ଇଦୋମ, ମୋୟାବ, ଅମ୍ମୋନ, ଅଶୂର ଓ ଆହୁରି ଅନେକ — ଇସ୍ରାଏଲର ନାମ ସମ୍ପୂର୍ଣ୍ଣ ଲୋପ କରିବାକୁ ସହମତ ହୋଇଛନ୍ତି। ଆସଫ ପ୍ରତ୍ୟେକର ନାମ ନିଅନ୍ତି, ମିଦିୟନ ଉପରେ ଘଟିଥିବା ପରାଜୟ ମାଗନ୍ତି, ଏବଂ ତାʼପରେ ଏପରି ଲଜ୍ଜା ମାଗନ୍ତି ଯାହା ସେମାନଙ୍କୁ ଆମ ପିତାଙ୍କ ନାମ ଖୋଜିବାକୁ ପ୍ରେରିତ କରିବ।
83 1ହେ ଆମ୍ଭମାନଙ୍କ ପିତା, ନୀରବ ହୁଅ ନାହିଁ; ହେ ଆମ୍ଭମାନଙ୍କ ପିତା, ତୁମ୍ଭେ ତୁନି ହୋଇ ରୁହ ନାହିଁ କିମ୍ବା ସ୍ଥିର ହୋଇ ରୁହ ନାହିଁ। 2କାରଣ ଦେଖ, ତୁମ୍ଭର ଶତ୍ରୁମାନେ କଳହ କରୁଅଛନ୍ତି; ତୁମ୍ଭକୁ ଘୃଣା କରୁଥିବା ଲୋକମାନେ ଆପଣା ଆପଣା ମସ୍ତକ ଉଠାଇ ଅଛନ୍ତି। 3ସେମାନେ ତୁମ୍ଭ ଲୋକଙ୍କ ବିରୁଦ୍ଧରେ ଗୋପନରେ ଚତୁର ମନ୍ତ୍ରଣା କରୁଅଛନ୍ତି; ତୁମ୍ଭ ପ୍ରିୟପାତ୍ରମାନଙ୍କ ବିରୁଦ୍ଧରେ ଏକତ୍ର ଚକ୍ରାନ୍ତ କରୁଅଛନ୍ତି। 4ସେମାନେ କହନ୍ତି, “ଆସ, ଆମ୍ଭେମାନେ ସେମାନଙ୍କୁ ଏକ ଜାତି ରୂପେ ବିନଷ୍ଟ କରୁ; ଇସ୍ରାଏଲର ନାମ ଯେପରି ଆଉ ସ୍ମରଣ ନ ହେଉ।” 5ସେମାନେ ଏକ ମନରେ ଚକ୍ରାନ୍ତ କରୁଅଛନ୍ତି; ତୁମ୍ଭ ବିରୁଦ୍ଧରେ ନିୟମ କରୁଅଛନ୍ତି, 6ଇଦୋମର ତମ୍ବୁ ଓ ଇଶ୍ମାୟେଲୀୟମାନେ, ମୋୟାବ ଓ ହାଗରୀୟମାନେ, 7ଗବାଲ ଓ ଅମ୍ମୋନ ଓ ଅମାଲେକ, ପଲେଷ୍ଟୀୟା ସୋରନିବାସୀମାନଙ୍କ ସହିତ। 8ଅଶୂରୀୟା ମଧ୍ୟ ସେମାନଙ୍କ ସଙ୍ଗରେ ମିଳିତ ହୋଇଅଛି; ସେମାନେ ଲୋଟର ସନ୍ତାନମାନଙ୍କର ବଳବନ୍ତ ବାହୁ ହୋଇଅଛନ୍ତି।
9ତୁମ୍ଭେ ମିଦୀୟନ ପ୍ରତି ଯେପରି କରିଥିଲ, ସେମାନଙ୍କ ପ୍ରତି ସେପରି କର, କୀଶୋନ ନଦୀ ନିକଟରେ ସୀଷରା ଓ ଯାବୀନ ପ୍ରତି ଯେପରି କରିଥିଲ, 10ସେମାନେ ଐନ୍-ଦୋରରେ ବିନଷ୍ଟ ହୋଇଥିଲେ ଓ ଭୂମିର ଖତ ସ୍ଵରୂପ ହୋଇଥିଲେ। 11ତୁମ୍ଭେ ସେମାନଙ୍କ ଅଧିପତିମାନଙ୍କୁ ଓରେବ ଓ ସେବ ତୁଲ୍ୟ କର, ସେମାନଙ୍କ ସମସ୍ତ ଅଧିପତିଙ୍କୁ ସେବହ ଓ ସଲ୍ମୁନ୍ନ ତୁଲ୍ୟ କର, 12ସେମାନେ କହିଥିଲେ, “ଆସ, ଆମ୍ଭେମାନେ ଈଶ୍ଵରଙ୍କ ଚରାଣିସ୍ଥାନ ଆପଣାମାନଙ୍କ ନିମନ୍ତେ ଅଧିକାର କରୁ।” 13ହେ ମୋହର ପିତା, ସେମାନଙ୍କୁ ଘୂର୍ଣ୍ଣ ଧୂଳି ତୁଲ୍ୟ, ବାୟୁ ସମ୍ମୁଖସ୍ଥ ତୁଷ ତୁଲ୍ୟ କର। 14ଅଗ୍ନି ଯେପରି ବଣ ଦଗ୍ଧ କରେ, ଅଗ୍ନିଶିଖା ଯେପରି ପର୍ବତସମୂହ ପ୍ରଜ୍ଵଳିତ କରେ, 15ସେପରି ତୁମ୍ଭେ ଆପଣା ତୋଫାନ ଦ୍ଵାରା ସେମାନଙ୍କ ପଛେ ଗୋଡ଼ାଅ ଓ ଆପଣା ଝଡ଼ ଦ୍ଵାରା ସେମାନଙ୍କୁ ଭୟଭୀତ କର। 16ହେ ଆମ୍ଭମାନଙ୍କ ପିତା, ସେମାନଙ୍କ ମୁଖ ଲଜ୍ଜାରେ ଆଚ୍ଛନ୍ନ କର, ଯେପରି ସେମାନେ ତୁମ୍ଭ ନାମ ଅନ୍ଵେଷଣ କରିବେ। 17ସେମାନେ ଅନନ୍ତକାଳ ପର୍ଯ୍ୟନ୍ତ ଲଜ୍ଜିତ ଓ ଉଦ୍ବିଗ୍ନ ହେଉନ୍ତୁ; ସେମାନେ ଅପମାନରେ ବିନଷ୍ଟ ହେଉନ୍ତୁ, 18ଯେପରି ସେମାନେ ଜାଣିବେ ଯେ, କେବଳ ତୁମ୍ଭେ, ଯାହାଙ୍କ ନାମ ଆମ୍ଭମାନଙ୍କ ପିତା, ସମୁଦାୟ ପୃଥିବୀ ଉପରେ ସର୍ବୋପରିସ୍ଥ ଅଟ।