ଇସ୍ରାଏଲର ବଞ୍ଚିବାର ଗୀତ
ଆରୋହଣ ଗୀତ।
ଇସ୍ରାଏଲ ଦାଗ ଥିବା ଜଣେ ବଞ୍ଚିଯାଇଥିବା ଲୋକ ପରି କଥା କହେ, ଏପରି ଆକ୍ରମଣକାରୀଙ୍କ ବର୍ଣ୍ଣନା କରେ ଯେଉଁମାନେ ତାʼର ପିଠି ଉପରେ ଲମ୍ବା ସିଆର କାଟି ହଳ କଲେ ତଥାପି ଜିତିଲେ ନାହିଁ। ମଗାଯାଇଥିବା ଅଭିଶାପଟି କୃଷି ସମ୍ବନ୍ଧୀୟ: ସେମାନେ ଛାତ ଉପରର ଘାସ ପରି ହୁଅନ୍ତୁ, ଅମଳ ପୂର୍ବରୁ ଶୁଖିଯାଆନ୍ତୁ, ଯାହାକୁ ଆଶୀର୍ବାଦ କରିବା ପାଇଁ କୌଣସି ପଥିକ ଅଟକେ ନାହିଁ।
129 1“ସେମାନେ ମୋହର ଯୌବନକାଳଠାରୁ ମୋତେ ଅତିଶୟ କ୍ଲେଶ ଦେଇଅଛନ୍ତି”—ଏହା ଇସ୍ରାଏଲ ଏବେ କହୁ। 2“ସେମାନେ ମୋହର ଯୌବନକାଳଠାରୁ ମୋତେ ଅତିଶୟ କ୍ଲେଶ ଦେଇଅଛନ୍ତି, ତଥାପି ମୋʼ ବିରୁଦ୍ଧରେ ଜୟଯୁକ୍ତ ହୋଇ ନାହାନ୍ତି। 3ହଳବାହକମାନେ ମୋʼ ପିଠି ଉପରେ ହଳ କଲେ; ସେମାନେ ଆପଣାମାନଙ୍କ ଲଙ୍ଗଳ-ରେଖା ଦୀର୍ଘ କଲେ।” 4ଆମ୍ଭମାନଙ୍କ ପିତା ଧାର୍ମିକ ଅଟନ୍ତି; ସେ ଦୁଷ୍ଟମାନଙ୍କ ରଜ୍ଜୁ ଛେଦନ କରିଅଛନ୍ତି।
5ଯେଉଁମାନେ ସିୟୋନକୁ ଘୃଣା କରନ୍ତି, ସେମାନେ ସମସ୍ତେ ଲଜ୍ଜିତ ହୋଇ ପଛକୁ ଫେରନ୍ତୁ। 6ଯେଉଁ ତୃଣ ବଢ଼ିବା ପୂର୍ବରୁ ଶୁଷ୍କ ହୁଏ, ସେହି ଛାତ ଉପରିସ୍ଥ ତୃଣ ତୁଲ୍ୟ ସେମାନେ ହେଉନ୍ତୁ, 7ଯଦ୍ଦ୍ଵାରା ଶସ୍ୟକାଟିବା ଲୋକ ଆପଣା ହସ୍ତ ପୂର୍ଣ୍ଣ କରେ ନାହିଁ, କିଅବା ଶସ୍ୟ ବନ୍ଧିବା ଲୋକ ଆପଣା ବାହୁ ପୂର୍ଣ୍ଣ କରେ ନାହିଁ, 8ପୁଣି, ପଥିକମାନେ କୁହନ୍ତି ନାହିଁ, “ଆମ୍ଭମାନଙ୍କ ପିତାଙ୍କ ଆଶୀର୍ବାଦ ତୁମ୍ଭମାନଙ୍କ ଉପରେ ବର୍ତ୍ତୁ! ଆମ୍ଭେମାନେ ଆମ୍ଭମାନଙ୍କ ପିତାଙ୍କ ନାମରେ ତୁମ୍ଭମାନଙ୍କୁ ଆଶୀର୍ବାଦ କରୁଅଛୁ।”