ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ହାଲ୍ଲିଲୂୟା

ଆମ ପିତାଙ୍କ କାର୍ଯ୍ୟ ବିଷୟରେ ଏକ ବର୍ଣ୍ଣମାଳା-କବିତା: ଅଧ୍ୟୟନ ଯୋଗ୍ୟ, ଜାଣିଶୁଣି ସ୍ମରଣୀୟ କରାଯାଇଥିବା, ବିଶ୍ୱସ୍ତ ଓ ନ୍ୟାୟପୂର୍ଣ୍ଣ। ଯେଉଁମାନେ ତାହାଙ୍କୁ ଭୟ କରନ୍ତି ସେ ସେମାନଙ୍କୁ ଆହାର ଦିଅନ୍ତି ଓ ନିଜ ନିୟମ ଚିରକାଳ ରକ୍ଷା କରନ୍ତି। ଶେଷ ଧାଡ଼ି ଏହାକୁ ବ୍ୟବହାରିକ କରେ — ଏହି ଭୟରୁ ହିଁ ଜ୍ଞାନର ଆରମ୍ଭ।

ଅଧ୍ୟାୟ 111।

ହାଲ୍ଲିଲୂୟା! ମୁଁ ସରଳ ଲୋକଙ୍କ ସଙ୍ଗରେ ଓ ସମାଜ ମଧ୍ୟରେ ସମସ୍ତ ଅନ୍ତଃକରଣ ସହିତ ଆମ୍ଭମାନଙ୍କ ପିତାଙ୍କ ପ୍ରଶଂସା କରିବି। ଆମ୍ଭମାନଙ୍କ ପିତାଙ୍କ କର୍ମସବୁ ମହତ୍, ଯେଉଁମାନେ ସେଥିରେ ଆନନ୍ଦ କରନ୍ତି, ସେସମସ୍ତେ ତାହା ଅନୁଧ୍ୟାନ କରନ୍ତି। ତାହାଙ୍କ କର୍ମ ଗୌରବ ଓ ପ୍ରତାପବିଶିଷ୍ଟ, ପୁଣି ତାହାଙ୍କ ଧାର୍ମିକତା ଅନନ୍ତକାଳସ୍ଥାୟୀ। ସେ ଆପଣା ଆଶ୍ଚର୍ଯ୍ୟକର୍ମସବୁ ସ୍ମରଣୀୟ କରିଅଛନ୍ତି; ଆମ୍ଭମାନଙ୍କ ପିତା ଅନୁଗ୍ରହମୟ, ତାହାଙ୍କ ଅନ୍ତଃକରଣ କୃପାରେ ପରିପୂର୍ଣ୍ଣ। ଯେଉଁମାନେ ତାହାଙ୍କୁ ଭୟ କରନ୍ତି, ସେମାନଙ୍କୁ ସେ ଆହାର ଦିଅନ୍ତି; ସେ ଆପଣା ନିୟମ ଅନନ୍ତକାଳ ସ୍ମରଣ କରନ୍ତି। ସେ ଆପଣା ଲୋକଙ୍କୁ ଆପଣା କର୍ମର ପରାକ୍ରମ ଦେଖାଇଅଛନ୍ତି, ସେମାନଙ୍କୁ ଅନ୍ୟ ଦେଶୀୟମାନଙ୍କ ଅଧିକାର ଦେଇଅଛନ୍ତି। ତାହାଙ୍କ ହସ୍ତକୃତ କର୍ମ ବିଶ୍ଵସ୍ତ ଓ ନ୍ୟାଯ୍ୟ; ତାହାଙ୍କ ଆଜ୍ଞାସବୁ ବିଶ୍ଵାସଯୋଗ୍ୟ। ସେହିସବୁ ଅନନ୍ତକାଳ ପର୍ଯ୍ୟନ୍ତ ସ୍ଥିର ରଖାଯାଇଅଛି, ବିଶ୍ଵସ୍ତତା ଓ ସରଳତାରେ ସାଧିତ ହୋଇଅଛି। ସେ ଆପଣା ଲୋକଙ୍କ ନିକଟକୁ ମୁକ୍ତି ପଠାଇଲେ; ସେ ଆପଣା ନିୟମ ଅନନ୍ତକାଳ ନିମନ୍ତେ ବିଧାନ କଲେ। ତାହାଙ୍କ ନାମ ପବିତ୍ର ଓ ଭୟାବହ। ଆମ୍ଭମାନଙ୍କ ପିତାଙ୍କ ଭୟ ହିଁ ଜ୍ଞାନର ଆରମ୍ଭ; ଯେଉଁମାନେ ତାହା ପାଳନ କରନ୍ତି, ସେସମସ୍ତେ ଉତ୍ତମ ବୁଦ୍ଧି ପ୍ରାପ୍ତ ହୁଅନ୍ତି। ତାହାଙ୍କ ପ୍ରଶଂସା ଅନନ୍ତକାଳସ୍ଥାୟୀ। a a v10 ଏଠାରେ ଭୟ ଅର୍ଥ ଭକ୍ତିପୂର୍ଣ୍ଣ ଶ୍ରଦ୍ଧା ଓ ଗଭୀର ସମ୍ମାନ, ଆତଙ୍କ ବା ଭୀତି ନୁହେଁ।