ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ଅଶଦୋଦ ଅଶୂରର ହସ୍ତଗତ ହୁଏ

ଆମ ପିତା ଯିଶାଇୟଙ୍କୁ ତାଙ୍କ ଚଟବସ୍ତ୍ର ଓ ପାଦୁକା ଖୋଲି ତିନି ବର୍ଷ ପର୍ଯ୍ୟନ୍ତ ବିବସ୍ତ୍ର ଓ ଖାଲି ପାଦରେ ଚାଲିବାକୁ କହନ୍ତି — ଅନାବୃତ ଅବସ୍ଥାରେ ନିଆଯାଉଥିବା ବନ୍ଦୀମାନଙ୍କର ଏକ ଜୀବନ୍ତ ଚିତ୍ର। ଏହା ସେହି ମିତ୍ରମାନଙ୍କ ଉପରେ ଯିହୁଦାର ଭରସାକୁ ଲକ୍ଷ୍ୟ କରେ। ଉପକୂଳବାସୀ ପଚାରନ୍ତି ସେମାନେ କିପରି ରକ୍ଷା ପାଇବେ।

ଅଧ୍ୟାୟ 20।

ଯେଉଁ ବର୍ଷ ଅଶୂରର ରାଜା ସର୍ଗୋନଙ୍କ ଦ୍ଵାରା ପ୍ରେରିତ ହୋଇ ପ୍ରଧାନ ସେନାପତି ଅଶଦୋଦକୁ ଆସିଲେ, ସେ ଅଶଦୋଦ ବିରୁଦ୍ଧରେ ଯୁଦ୍ଧ କରି ତାହା ହସ୍ତଗତ କଲେ।

ସେହି ସମୟରେ ଆମ୍ଭମାନଙ୍କ ପିତା ଆମୋସଙ୍କ ପୁତ୍ର ଯିଶାଇୟଙ୍କ ଦ୍ଵାରା କହିଲେ, “ତୁମ୍ଭ କଟିଦେଶରୁ ଚଟବସ୍ତ୍ର ଫିଟାଅ ଓ ଆପଣା ପାଦରୁ ପାଦୁକା କାଢ଼।” ତହିଁରେ ସେ ସେହିପରି କରି ଉଲଙ୍ଗ ଓ ଖାଲି ପାଦରେ ଭ୍ରମଣ କଲେ। ତେବେ ଆମ୍ଭମାନଙ୍କ ପିତା କହିଲେ, “ଆମ୍ଭର ସେବକ ଯିଶାଇୟ ମିସର ଓ କୂଶ ବିରୁଦ୍ଧରେ ଚିହ୍ନ ଓ ଅଦ୍ଭୁତ ଲକ୍ଷଣ ସ୍ଵରୂପେ ଯେପରି ତିନି ବର୍ଷ ଉଲଙ୍ଗ ଓ ଖାଲି ପାଦରେ ଭ୍ରମଣ କରିଅଛି, a a v3 କୂଶ ହେଉଛି ସେହି ଅଞ୍ଚଳର ପ୍ରାଚୀନ ନାମ, ଯାହା ବର୍ତ୍ତମାନ ସୁଦାନ ଓ ଉତ୍ତର ଇଥିଓପିଆକୁ ଅନ୍ତର୍ଭୁକ୍ତ କରେ। ସେପରି ଅଶୂରର ରାଜା ମିସରୀୟ ବନ୍ଦୀମାନଙ୍କୁ ଓ କୂଶୀୟ ନିର୍ବାସିତ ଲୋକମାନଙ୍କୁ, ଯୁବା ଓ ବୃଦ୍ଧ, ଉଲଙ୍ଗ, ଖାଲି ପାଦ ଓ ଅନାବୃତ ନିତମ୍ବରେ ତଡ଼ି ନେଇଯିବେ, ଏଥିରେ ମିସରର ଲଜ୍ଜା ଅନାବୃତ ହେବ। ତହିଁରେ ସେମାନେ ଆପଣାମାନଙ୍କ ଭରସାସ୍ଥାନ କୂଶ ଓ ଆପଣାମାନଙ୍କ ଗର୍ବସ୍ଥାନ ମିସର ସକାଶୁ ଉଦ୍‍ବିଗ୍ନ ଓ ଲଜ୍ଜିତ ହେବେ। ସେହି ଦିନ ଏହି ସମୁଦ୍ରତୀରବାସୀ ଲୋକମାନେ କହିବେ, ‘ଦେଖ, ଆମ୍ଭମାନଙ୍କ ଭରସାର ଦଶା କଅଣ ହେଲା, ଅଶୂରର ରାଜାଠାରୁ ଉଦ୍ଧାର ପାଇବା ନିମନ୍ତେ ଆମ୍ଭେମାନେ ସାହାଯ୍ୟ ପାଇଁ ଯେଉଁଠାକୁ ପଳାଇଥିଲୁ! ତେବେ ଆମ୍ଭେମାନେ କିପରି ରକ୍ଷା ପାଇବା?’”