ପିତା ପ୍ରତିମାପୂଜକ ହୃଦୟର ସମ୍ମୁଖୀନ ହୁଅନ୍ତି
ପ୍ରାଚୀନମାନେ ହୃଦୟରେ ପ୍ରତିମା ଧରି ତାଙ୍କ ପରାମର୍ଶ ନେବାକୁ ଆସନ୍ତି, ଓ ଆମର ପିତା କହନ୍ତି ସେ ସେହି ପ୍ରତିମାମାନଙ୍କ ଅନୁସାରେ ସେମାନଙ୍କୁ ଉତ୍ତର ଦେବେ। ଏକ ଦୋଷୀ ଦେଶରେ ନୋହ, ଦାନିୟେଲ ଓ ଆୟୁବ ଠିଆ ହେଲେ ମଧ୍ୟ କେବଳ ଆପଣାମାନଙ୍କୁ ରକ୍ଷା କରନ୍ତେ। ଅନ୍ୟ ଜଣଙ୍କର ଧାର୍ମିକତା ଦ୍ୱାରା କେହି ଉଦ୍ଧାର ପାଏ ନାହିଁ।
14 1ଏଥିଉତ୍ତାରେ ଇସ୍ରାଏଲର କେତେକ ପ୍ରାଚୀନ ମୋʼ ନିକଟକୁ ଆସି ମୋʼ ସମ୍ମୁଖରେ ବସିଲେ। 2ସେତେବେଳେ ଆମ୍ଭମାନଙ୍କ ପିତାଙ୍କ ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା,
3ହେ ମନୁଷ୍ୟପୁତ୍ର, ଏହି ଲୋକମାନେ ଆପଣା ଆପଣା ପ୍ରତିମାଗଣକୁ ହୃଦୟ ମଧ୍ୟରେ ଗ୍ରହଣ କରିଅଛନ୍ତି ଓ ଆପଣାମାନଙ୍କ ଅପରାଧର ବିଘ୍ନ ଆପଣାମାନଙ୍କ ସମ୍ମୁଖରେ ସ୍ଥାପନ କରିଅଛନ୍ତି। ଆମ୍ଭେ କʼଣ ସେମାନଙ୍କୁ କୌଣସିମତେ ଆମ୍ଭ ନିକଟରେ ଅନୁସନ୍ଧାନ କରିବାକୁ ଦେବା? 4ଏଣୁ ତୁମ୍ଭେ ସେମାନଙ୍କୁ କୁହ ଓ କହିବ, ପ୍ରଭୁ ପିତା ଏହା କହନ୍ତି: ଇସ୍ରାଏଲ ବଂଶ ମଧ୍ୟରୁ ଯେକେହି ଆପଣା ପ୍ରତିମାଗଣକୁ ହୃଦୟ ମଧ୍ୟରେ ଗ୍ରହଣ କରି ଆପଣା ଅପରାଧର ବିଘ୍ନ ଆପଣା ସମ୍ମୁଖରେ ସ୍ଥାପନ କରି ଭବିଷ୍ୟଦ୍ବକ୍ତା ନିକଟକୁ ଆସେ, ଆମ୍ଭେ, ତୁମ୍ଭମାନଙ୍କ ପିତା, ତାହାର ଅନେକ ପ୍ରତିମା ଅନୁସାରେ ତାହାକୁ ଆପେ ଉତ୍ତର ଦେବା, 5ଯେପରି ଆମ୍ଭେ ଇସ୍ରାଏଲ ବଂଶର ହୃଦୟ ଧରି ପାରିବା, କାରଣ ସେମାନେ ସମସ୍ତେ ଆପଣା ଆପଣା ପ୍ରତିମାଗଣ ଦ୍ଵାରା ଆମ୍ଭଠାରୁ ବିମୁଖ ହୋଇଅଛନ୍ତି।
6ଏଣୁ ତୁମ୍ଭେ ଇସ୍ରାଏଲ ବଂଶକୁ କୁହ, ପ୍ରଭୁ ପିତା କହନ୍ତି: “ମନ ପରିବର୍ତ୍ତନ କର! ଆପଣା ଆପଣା ପ୍ରତିମାଗଣଠାରୁ ଫେର, ପୁଣି ଆପଣାମାନଙ୍କ ସମସ୍ତ ଘୃଣାଯୋଗ୍ୟ ବସ୍ତୁରୁ ଆପଣା ଆପଣା ମୁଖ ଫେରାଅ। 7କାରଣ ଇସ୍ରାଏଲ ବଂଶ ମଧ୍ୟରୁ, କିମ୍ବା ଇସ୍ରାଏଲ ମଧ୍ୟରେ ବାସ କରୁଥିବା ବିଦେଶୀମାନଙ୍କ ମଧ୍ୟରୁ ଯେକେହି ଆମ୍ଭଠାରୁ ଆପଣାକୁ ପୃଥକ କରି, ଆପଣା ପ୍ରତିମାଗଣକୁ ହୃଦୟ ମଧ୍ୟରେ ଗ୍ରହଣ କରି, ଆପଣା ଅପରାଧର ବିଘ୍ନ ଆପଣା ସମ୍ମୁଖରେ ସ୍ଥାପନ କରି, ଆମ୍ଭ ନିକଟରେ ଅନୁସନ୍ଧାନ କରିବା ନିମନ୍ତେ ଭବିଷ୍ୟଦ୍ବକ୍ତା ନିକଟକୁ ଆସେ, ଆମ୍ଭେ, ତୁମ୍ଭମାନଙ୍କ ପିତା, ତାହାକୁ ଆପେ ଉତ୍ତର ଦେବା। 8ପୁଣି ଆମ୍ଭେ ସେହି ମନୁଷ୍ୟ ବିରୁଦ୍ଧରେ ଆପଣା ମୁଖ ରଖିବା ଓ ତାହାକୁ ଏକ ଚିହ୍ନ ଓ ଏକ ପ୍ରବାଦସ୍ୱରୂପ କରିବା; ପୁଣି ଆମ୍ଭେ ତାହାକୁ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ କରିବା। ସେତେବେଳେ ଆମ୍ଭେ ଯେ ତୁମ୍ଭମାନଙ୍କ ପିତା, ଏହା ତୁମ୍ଭେମାନେ ଜାଣିବ।
9ଆଉ ଯଦି ଭବିଷ୍ୟଦ୍ବକ୍ତା ଏକ ବାକ୍ୟ କହିବା ପାଇଁ ପ୍ରବର୍ତ୍ତିତ ହୁଏ, ତେବେ ଆମ୍ଭେ, ତୁମ୍ଭମାନଙ୍କ ପିତା, ସେହି ଭବିଷ୍ୟଦ୍ବକ୍ତାକୁ ପ୍ରବର୍ତ୍ତାଇଅଛୁ; ଆମ୍ଭେ ତାହା ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରିବା ଓ ଆପଣା ଲୋକ ଇସ୍ରାଏଲ ମଧ୍ୟରୁ ତାହାକୁ ବିନାଶ କରିବା। 10ପୁଣି ସେମାନେ ଆପଣା ଆପଣା ଅପରାଧ ବହିବେ—ଯେ ଅନୁସନ୍ଧାନ କରେ, ତାହାର ଅପରାଧ ଓ ଭବିଷ୍ୟଦ୍ବକ୍ତାର ଅପରାଧ ସମାନ ହେବ, 11ଯେପରି ଇସ୍ରାଏଲ ବଂଶ ଆଉ ଆମ୍ଭଠାରୁ ବିପଥଗାମୀ ନ ହେବେ କିଅବା ଆପଣାମାନଙ୍କ ସମସ୍ତ ବିଦ୍ରୋହ ଦ୍ଵାରା ଆପଣାମାନଙ୍କୁ ଅଶୁଚି ନ କରିବେ। ସେମାନେ ଆମ୍ଭର ସନ୍ତାନ ହେବେ, ଆଉ ଆମ୍ଭେ ସେମାନଙ୍କର ପିତା ହେବା, ଏହା ପ୍ରଭୁ ପିତା କହନ୍ତି।”
ପିତାଙ୍କ ଚାରି ଭୟଙ୍କର ଦଣ୍ଡ
12ପୁଣି ଆମ୍ଭମାନଙ୍କ ପିତାଙ୍କ ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା,
13ହେ ମନୁଷ୍ୟପୁତ୍ର, କୌଣସି ଦେଶ ଅବିଶ୍ୱସ୍ତ ହୋଇ ଆମ୍ଭ ବିରୁଦ୍ଧରେ ପାପ କଲେ, ଆମ୍ଭେ ତାହା ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରି ତାହାର ଅନ୍ନର ଆଶ୍ରୟ ଉଚ୍ଛିନ୍ନ କରିବା, ତହିଁ ଉପରେ ଦୁର୍ଭିକ୍ଷ ପଠାଇବା ଓ ତହିଁ ମଧ୍ୟରୁ ମନୁଷ୍ୟ ଓ ପଶୁ ଉଭୟକୁ ଉଚ୍ଛିନ୍ନ କରିବା, 14ଏହି ତିନି ଜଣ—ନୋହ, ଦାନିୟେଲ ଓ ଆୟୁବ—ତହିଁ ମଧ୍ୟରେ ଥିଲେ ହେଁ, ସେମାନେ ଆପଣା ଆପଣା ଧାର୍ମିକତା ଦ୍ଵାରା କେବଳ ଆପଣାମାନଙ୍କ ପ୍ରାଣକୁ ରକ୍ଷା କରିବେ, ଏହା ପ୍ରଭୁ ପିତା କହନ୍ତି।
15ଅଥବା ଯଦି ଆମ୍ଭେ ସେହି ଦେଶ ମଧ୍ୟଦେଇ ବନ୍ୟ ପଶୁଗଣ ପଠାଇବା ଓ ସେମାନେ ତାହାକୁ ନିର୍ଜନ କରନ୍ତି, ଆଉ ପଶୁମାନଙ୍କ ସକାଶୁ କେହି ତହିଁ ମଧ୍ୟଦେଇ ଗମନ ନ କରିବାରୁ ତାହା ଲୋକଶୂନ୍ୟ ଓ ଧ୍ୱଂସସ୍ଥାନ ହୁଏ, 16ତେବେ ଆମ୍ଭେ ଜୀବିତ ଥିବା ପ୍ରମାଣେ, ଏହା ପ୍ରଭୁ ପିତା କହନ୍ତି, ଏହି ତିନି ଜଣ ତହିଁ ମଧ୍ୟରେ ଥିଲେ ହେଁ, ସେମାନେ ପୁତ୍ର କି କନ୍ୟା କାହାକୁ ରକ୍ଷା କରି ପାରିବେ ନାହିଁ। କେବଳ ସେମାନେ ହିଁ ରକ୍ଷା ପାଇବେ, ମାତ୍ର ଦେଶ ଧ୍ୱଂସସ୍ଥାନ ହେବ।
17ଅଥବା ଯଦି ଆମ୍ଭେ ସେହି ଦେଶ ବିରୁଦ୍ଧରେ ଖଡ୍ଗ ଆଣି କହୁ, ‘ଖଡ୍ଗ ଦେଶ ମଧ୍ୟଦେଇ ଗମନ କରୁ,’ ପୁଣି ତହିଁ ମଧ୍ୟରୁ ମନୁଷ୍ୟ ଓ ପଶୁ ଉଭୟକୁ ଉଚ୍ଛିନ୍ନ କରୁ, 18ତେବେ ଆମ୍ଭେ ଜୀବିତ ଥିବା ପ୍ରମାଣେ, ଏହା ପ୍ରଭୁ ପିତା କହନ୍ତି, ଏହି ତିନି ଜଣ ତହିଁ ମଧ୍ୟରେ ଥିଲେ ହେଁ, ସେମାନେ ପୁତ୍ର କି କନ୍ୟା କାହାକୁ ରକ୍ଷା କରି ପାରିବେ ନାହିଁ; କେବଳ ସେମାନେ ହିଁ ରକ୍ଷା ପାଇବେ।
19ଅଥବା ଯଦି ଆମ୍ଭେ ସେହି ଦେଶ ମଧ୍ୟକୁ ମହାମାରୀ ପଠାଇ ତହିଁ ମଧ୍ୟରୁ ମନୁଷ୍ୟ ଓ ପଶୁକୁ ଉଚ୍ଛିନ୍ନ କରିବା ନିମନ୍ତେ ରକ୍ତ ଦ୍ଵାରା ତହିଁ ଉପରେ ଆପଣା କ୍ରୋଧ ଢାଳିବା। 20ଆମ୍ଭେ ଜୀବିତ ଥିବା ପ୍ରମାଣେ, ଏହା ପ୍ରଭୁ ପିତା କହନ୍ତି, ନୋହ, ଦାନିୟେଲ ଓ ଆୟୁବ ତହିଁ ମଧ୍ୟରେ ଥିଲେ ହେଁ, ସେମାନେ ପୁତ୍ର କି କନ୍ୟାକୁ ରକ୍ଷା କରି ପାରିବେ ନାହିଁ; କେବଳ ଆପଣା ଆପଣା ଧାର୍ମିକତା ଦ୍ଵାରା ଆପଣାମାନଙ୍କୁ ହିଁ ରକ୍ଷା କରିବେ।
21ପ୍ରଭୁ ପିତା ଏହା କହନ୍ତି: ଯେତେବେଳେ ଆମ୍ଭେ ଆପଣା ଚାରି ଭୟଙ୍କର ଦଣ୍ଡ—ଖଡ୍ଗ, ଦୁର୍ଭିକ୍ଷ, ବନ୍ୟ ପଶୁ ଓ ମହାମାରୀ—ଯିରୂଶାଲମ ବିରୁଦ୍ଧରେ ତହିଁ ମଧ୍ୟରୁ ମନୁଷ୍ୟ ଓ ପଶୁ ଉଭୟକୁ ଉଚ୍ଛିନ୍ନ କରିବା ନିମନ୍ତେ ପଠାଇବା, ସେତେବେଳେ ତାହା କେତେ ଅଧିକ ଭୟଙ୍କର ହେବ! 22ତଥାପି ତହିଁ ମଧ୍ୟରେ ଅବଶିଷ୍ଟ ଲୋକ ରହିବେ, ବାହାର କରାଯିବା ପୁତ୍ର ଓ କନ୍ୟାମାନେ। ସେମାନେ ତୁମ୍ଭ ନିକଟକୁ ବାହାରି ଆସିବେ, ଆଉ ଯେତେବେଳେ ତୁମ୍ଭେ ସେମାନଙ୍କ ଆଚରଣ ଓ କ୍ରିୟା ଦେଖିବ, ସେତେବେଳେ ଆମ୍ଭେ ଯିରୂଶାଲମ ଉପରେ ଆଣିଥିବା ବିପଦ—ତହିଁ ଉପରେ ଆଣିଥିବା ସମସ୍ତ ବିଷୟ ବିଷୟରେ ତୁମ୍ଭେ ସାନ୍ତ୍ୱନା ପାଇବ। 23ତୁମ୍ଭେ ଯେତେବେଳେ ସେମାନଙ୍କ ଆଚରଣ ଓ କ୍ରିୟା ଦେଖିବ, ସେତେବେଳେ ସେମାନେ ତୁମ୍ଭକୁ ସାନ୍ତ୍ୱନା ଦେବେ, ଆଉ ଆମ୍ଭେ ଯେ ସେଠାରେ ଅକାରଣରେ କିଛି କରି ନାହୁଁ, ଏହା ତୁମ୍ଭେ ଜାଣିବ, ଏହା ପ୍ରଭୁ ପିତା କହନ୍ତି।