ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ତୁମ୍ଭ ପିତା ଦେଉଥିବା ଦେଶ

ଫସଲର ପ୍ରଥମ ଅଂଶ ଆଣି ଉପାସକ ନିଜ ଇତିହାସ ଉଚ୍ଚସ୍ୱରରେ କହେ — ମୋର ପିତୃପୁରୁଷ ଜଣେ ଭ୍ରମଣକାରୀ ଅରାମୀୟ ଥିଲେ, ଆମେ କ୍ରନ୍ଦନ କଲୁ, ଆମ ପିତା ଶୁଣିଲେ ଓ ଆମକୁ ବାହାର କରି ଆଣିଲେ — ତାʼପରେ ସେ ଦାନ କରେ ଓ ଲେବୀୟ ଓ ବିଦେଶୀ ସହିତ ଆନନ୍ଦ କରେ। ଆଜି ସେ ତୁମକୁ ତାଙ୍କର ଲୋକ ବୋଲି ଘୋଷଣା କଲେ।

ଅଧ୍ୟାୟ 26।

ତୁମ୍ଭ ପିତା ତୁମ୍ଭକୁ ଅଧିକାରାର୍ଥେ ଦେଉଥିବା ଦେଶରେ ପ୍ରବେଶ କରି ତାହା ଅଧିକାର କରି ତହିଁ ମଧ୍ୟରେ ବାସ କଲା ଉତ୍ତାରେ, ତୁମ୍ଭ ପିତା ତୁମ୍ଭକୁ ଦେଉଥିବା ଦେଶର ଭୂମିରୁ ତୁମ୍ଭେ ସଂଗ୍ରହ କରିଥିବା ସମସ୍ତ ଫଳର କିଛି ପ୍ରଥମ ଫଳ ନେଇ ଗୋଟିଏ ଟୋକେଇରେ ରଖି, ତୁମ୍ଭ ପିତା ଆପଣା ନାମ ସ୍ଥାପନ କରିବା ନିମନ୍ତେ ଯେଉଁ ସ୍ଥାନ ମନୋନୀତ କରିବେ, ସେହି ସ୍ଥାନକୁ ଯାଅ। ସେସମୟରେ ସେବା କରୁଥିବା ଯାଜକ ନିକଟକୁ ଯାଇ କୁହ, “ଆମ୍ଭମାନଙ୍କ ପିତା ଆମ୍ଭମାନଙ୍କ ପିତୃପୁରୁଷଙ୍କ ନିକଟରେ ଆମ୍ଭମାନଙ୍କୁ ଯେଉଁ ଦେଶ ଦେବା ପାଇଁ ଶପଥ କରିଥିଲେ, ସେହି ଦେଶରେ ମୁଁ ପ୍ରବେଶ କରିଅଛି ବୋଲି ଆଜି ତୁମ୍ଭ ପିତାଙ୍କ ନିକଟରେ ଘୋଷଣା କରୁଅଛି।” ତହିଁରେ ଯାଜକ ତୁମ୍ଭ ହସ୍ତରୁ ସେହି ଟୋକେଇ ନେଇ ତୁମ୍ଭ ପିତାଙ୍କ ଯଜ୍ଞବେଦି ସମ୍ମୁଖରେ ରଖିବେ। ପୁଣି ତୁମ୍ଭେ ଆପଣା ପିତାଙ୍କ ସମ୍ମୁଖରେ ଘୋଷଣା କରିବ, “ମୋହର ପିତା ଜଣେ ଭ୍ରମଣକାରୀ ଅରାମୀୟ ଥିଲେ, ସେ ମିସରକୁ ଓହ୍ଲାଇ ଯାଇ ଅଳ୍ପ ସଂଖ୍ୟକ ହୋଇ ସେଠାରେ ବିଦେଶୀ ରୂପେ ବାସ କଲେ, ପୁଣି ସେଠାରେ ଏକ ମହାନ, ବଳବାନ ଓ ବହୁସଂଖ୍ୟକ ଜାତି ହୋଇ ଉଠିଲେ।” ମାତ୍ର ମିସ୍ରୀୟ ଲୋକମାନେ ଆମ୍ଭମାନଙ୍କ ପ୍ରତି କୁବ୍ୟବହାର କରି ଆମ୍ଭମାନଙ୍କୁ କ୍ଲେଶ ଦେଲେ ଓ ଆମ୍ଭମାନଙ୍କ ଉପରେ କଠିନ ପରିଶ୍ରମ ଚାପିଦେଲେ। ତହିଁରେ ଆମ୍ଭେମାନେ ଆମ୍ଭମାନଙ୍କ ପିତାଙ୍କ ନିକଟରେ କ୍ରନ୍ଦନ କଲୁ; ଆମ୍ଭମାନଙ୍କ ପିତା ଆମ୍ଭମାନଙ୍କ କ୍ରନ୍ଦନ ଶୁଣିଲେ ଓ ଆମ୍ଭମାନଙ୍କ ଦୁଃଖ, ପରିଶ୍ରମ ଓ ଉପଦ୍ରବ ଦେଖିଲେ। ଏଣୁ ଆମ୍ଭମାନଙ୍କ ପିତା ବଳବାନ ହସ୍ତ, ବିସ୍ତାରିତ ବାହୁ, ମହା ଭୟାନକତା ଓ ନାନା ଚିହ୍ନ ଓ ଅଦ୍ଭୁତ କର୍ମ ଦ୍ଵାରା ଆମ୍ଭମାନଙ୍କୁ ମିସରରୁ ବାହାର କରି ଆଣିଲେ। ପୁଣି ସେ ଆମ୍ଭମାନଙ୍କୁ ଏହି ସ୍ଥାନକୁ ଆଣି ଏହି ଦେଶ, ଅର୍ଥାତ୍ ଦୁଗ୍ଧ ଓ ମଧୁ ପ୍ରବାହୀ ଏକ ଦେଶ ଆମ୍ଭମାନଙ୍କୁ ଦେଲେ। “ଏବେ ହେ ଆମ୍ଭମାନଙ୍କ ପିତା, ତୁମ୍ଭେ ମୋତେ ଯେଉଁ ଭୂମି ଦେଇଅଛ, ତହିଁର ପ୍ରଥମ ଫଳ ମୁଁ ଆଣିଅଛି।” ତହିଁ ଉତ୍ତାରେ ତାହା ତାହାଙ୍କ ସମ୍ମୁଖରେ ରଖି ତାହାଙ୍କ ସମ୍ମୁଖରେ ଉପାସନା କର। ପୁଣି ତୁମ୍ଭ ପିତା ତୁମ୍ଭକୁ ଓ ତୁମ୍ଭ ପରିବାରକୁ ଯେଉଁ ସମସ୍ତ ମଙ୍ଗଳ ଦେଇଅଛନ୍ତି, ତହିଁରେ ତୁମ୍ଭେ, ଲେବୀୟ ଓ ତୁମ୍ଭ ମଧ୍ୟରେ ବାସ କରୁଥିବା ବିଦେଶୀ ଆନନ୍ଦ କର।

ତୃତୀୟ ବର୍ଷ, ଅର୍ଥାତ୍ ଦଶମାଂଶର ବର୍ଷରେ ତୁମ୍ଭେ ଆପଣା ଫଳର ସମ୍ପୂର୍ଣ୍ଣ ଦଶମାଂଶ ଆଣିବା ସମାପ୍ତ କରି ଲେବୀୟ, ବିଦେଶୀ, ପିତୃହୀନ ଓ ବିଧଵାକୁ ତାହା ଦେଲା ଉତ୍ତାରେ, ସେମାନେ ଯେପରି ତୁମ୍ଭ ନଗରଦ୍ଵାରରେ ଭୋଜନ କରି ତୃପ୍ତ ହେବେ, ସେତେବେଳେ ତୁମ୍ଭେ ଆପଣା ପିତାଙ୍କ ସମ୍ମୁଖରେ କହିବ, ମୁଁ ଆପଣା ଗୃହରୁ ପବିତ୍ର ଅଂଶ ବାହାର କରିଅଛି, ପୁଣି ତୁମ୍ଭେ ମୋତେ ଆଜ୍ଞା କଲା ପ୍ରକାରେ ତାହା ଲେବୀୟ, ବିଦେଶୀ, ପିତୃହୀନ ଓ ବିଧଵାକୁ ଦେଇଅଛି। ମୁଁ ତୁମ୍ଭ ଆଜ୍ଞା ଲଙ୍ଘନ କରି ନାହିଁ କିମ୍ବା ପାସୋରି ନାହିଁ। ମୁଁ ଶୋକ କରୁ କରୁ ତହିଁରୁ କିଛି ଖାଇ ନାହିଁ, ଅଶୁଚି ଥାଇ କିଛି ବାହାର କରି ନାହିଁ, ମୃତ ଲୋକ ନିମନ୍ତେ କିଛି ଦେଇ ନାହିଁ। ମୁଁ ମୋହର ପିତାଙ୍କ ରବରେ ମନୋଯୋଗ କରିଅଛି; ତୁମ୍ଭେ ମୋତେ ଯାହା ଆଜ୍ଞା କଲ, ସେସବୁ ମୁଁ କରିଅଛି। ତୁମ୍ଭର ପବିତ୍ର ବାସସ୍ଥାନ ସ୍ଵର୍ଗରୁ ଅବଲୋକନ କରି ତୁମ୍ଭ ଲୋକ ଇସ୍ରାଏଲଙ୍କୁ ଓ ଆମ୍ଭମାନଙ୍କ ପିତୃପୁରୁଷଙ୍କ ନିକଟରେ ଶପଥ ଅନୁସାରେ ତୁମ୍ଭେ ଆମ୍ଭମାନଙ୍କୁ ଯେଉଁ ଦେଶ, ଅର୍ଥାତ୍ ଦୁଗ୍ଧ ଓ ମଧୁ ପ୍ରବାହୀ ଏକ ଦେଶ ଦେଇଅଛ, ତାହା ଆଶୀର୍ବାଦ କର।

ଅନ୍ତର ଓ ପ୍ରାଣ ସହିତ ଆଜ୍ଞାପାଳନ

ଆଜି ତୁମ୍ଭ ପିତା ତୁମ୍ଭକୁ ଏହିସବୁ ବିଧି ଓ ଶାସନ ପାଳନ କରିବା ନିମନ୍ତେ ଆଜ୍ଞା ଦେଉଅଛନ୍ତି; ଏଣୁ ତୁମ୍ଭେ ଆପଣାର ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ତାହା ରକ୍ଷା କରି ପାଳନ କର। ଆଜି ତୁମ୍ଭେ ତୁମ୍ଭ ପିତାଙ୍କ ପଥରେ ଚାଲିବା ନିମନ୍ତେ, ତାହାଙ୍କ ବିଧି, ତାହାଙ୍କ ଆଜ୍ଞା ଓ ତାହାଙ୍କ ଶାସନ ପାଳନ କରିବା ନିମନ୍ତେ ଓ ତାହାଙ୍କ ରବରେ ମନୋଯୋଗ କରିବା ନିମନ୍ତେ ତୁମ୍ଭ ପିତାଙ୍କୁ ଆପଣା ପିତା ବୋଲି ଘୋଷଣା କରିଅଛ। ଆଉ ଆଜି ତୁମ୍ଭ ପିତା ତୁମ୍ଭ ପ୍ରତି ଆପଣା ପ୍ରତିଜ୍ଞା କଲା ପ୍ରକାରେ ତୁମ୍ଭକୁ ଆପଣାର ନିଜ ଲୋକ, ଅର୍ଥାତ୍ ଆପଣାର ବିଶେଷ ଧନ ବୋଲି ଘୋଷଣା କରିଅଛନ୍ତି ଓ ତୁମ୍ଭେ ଯେ ତାହାଙ୍କ ସମସ୍ତ ଆଜ୍ଞା ପାଳନ କରିବ, ଏହା ଘୋଷଣା କରିଅଛନ୍ତି, ପୁଣି ସେ ଆପଣା ନିର୍ମିତ ସମସ୍ତ ଜାତି ଅପେକ୍ଷା ତୁମ୍ଭକୁ ପ୍ରଶଂସା, କୀର୍ତ୍ତି ଓ ସମ୍ମାନରେ ଉଚ୍ଚ କରିବେ, ଆଉ ତୁମ୍ଭେ ଆପଣା ପ୍ରତିଜ୍ଞା କଲା ପ୍ରକାରେ ତୁମ୍ଭ ପିତାଙ୍କ ଉଦ୍ଦେଶ୍ୟରେ ଏକ ପବିତ୍ର ଲୋକ ହେବ।