ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ପର୍ବତ ଉପରେ ମୋଶା

ମୋଶା ନବୋ ପର୍ବତକୁ ଚଢ଼ନ୍ତି, ଏବଂ ଆମ ପିତା ତାଙ୍କୁ ସେହି ସମଗ୍ର ଦେଶ ଦେଖାନ୍ତି ଯେଉଁଠାରେ ସେ ପ୍ରବେଶ କରିବେ ନାହିଁ। ସେ ସେଠାରେ ଏକ ଶହ କୋଡ଼ିଏ ବର୍ଷ ବୟସରେ ମରନ୍ତି, ତଥାପି ଆଖି ସ୍ପଷ୍ଟ ଥିଲା, ଏବଂ ଆମ ପିତା ତାଙ୍କୁ ଏପରି ସ୍ଥାନରେ କବର ଦିଅନ୍ତି ଯାହା କେହି ଜାଣେ ନାହିଁ। ଇସ୍ରାଏଲ ତିରିଶି ଦିନ କାନ୍ଦେ; ତାଙ୍କ ପରେ କୌଣସି ଭାବବାଦୀ ତାଙ୍କୁ ମୁଖାମୁଖି ଜାଣିନାହାନ୍ତି।

ଅଧ୍ୟାୟ 34।

ଏଥିଉତ୍ତାରେ ମୋଶା ମୋୟାବ ପଦାରୁ ଯିରୀହୋ ସମ୍ମୁଖସ୍ଥ ପିସ୍‌ଗା ପର୍ବତର ଶିଖର ନବୋ ଉପରକୁ ଉଠିଗଲେ, ଆଉ ପିତା ତାହାଙ୍କୁ ସମୁଦାୟ ଦେଶ, ଅର୍ଥାତ୍‍ ଦାନ ପର୍ଯ୍ୟନ୍ତ ଗିଲୀୟଦ ଦେଖାଇଲେ, ପୁଣି ସମୁଦାୟ ନପ୍ତାଲି, ଇଫ୍ରୟିମ ଓ ମନଃଶିର ଦେଶ, ପଶ୍ଚିମ ସମୁଦ୍ର ପର୍ଯ୍ୟନ୍ତ ସମୁଦାୟ ଯିହୂଦା ଦେଶ, ଆଉ ଦକ୍ଷିଣ ଦେଶ, ପୁଣି ସୋୟର ପର୍ଯ୍ୟନ୍ତ ଖର୍ଜ୍ଜୁରପୁର ଯିରୀହୋ ଉପତ୍ୟକାର ପଦା ଦେଖାଇଲେ।

ଆଉ ପିତା ତାହାଙ୍କୁ କହିଲେ, “ଆମ୍ଭେ ଅବ୍ରହାମ, ଇସ୍‌ହାକ ଓ ଯାକୁବଙ୍କ ନିକଟରେ ଯେଉଁ ଦେଶ ବିଷୟରେ, ‘ଆମ୍ଭେ ତୁମ୍ଭ ବଂଶକୁ ଏହା ଦେବା,’ ବୋଲି ଶପଥ କରିଥିଲୁ, ଏହା ସେହି ଦେଶ; ଆମ୍ଭେ ତୁମ୍ଭ ଚକ୍ଷୁ ଦ୍ଵାରା ତୁମ୍ଭକୁ ଏହା ଦେଖାଇଲୁ, ମାତ୍ର ତୁମ୍ଭେ ସେଠାକୁ ପାର ହୋଇ ଯିବ ନାହିଁ।”

ଏଉତ୍ତାରେ ପିତାଙ୍କ ବାକ୍ୟାନୁସାରେ ପିତାଙ୍କ ଦାସ ମୋଶା ସେହି ସ୍ଥାନରେ ମୋୟାବ ଦେଶରେ ପ୍ରାଣତ୍ୟାଗ କଲେ। ପୁଣି ପିତା ତାହାଙ୍କୁ ମୋୟାବ ଦେଶସ୍ଥ ଉପତ୍ୟକାରେ ବେଥ୍‌-ପୀୟୋର ସମ୍ମୁଖରେ କବର ଦେଲେ; ମାତ୍ର ଆଜି ପର୍ଯ୍ୟନ୍ତ ତାହାଙ୍କ କବରସ୍ଥାନ କେହି ଜାଣେ ନାହିଁ। ମୋଶା ପ୍ରାଣତ୍ୟାଗ କରିବା ସମୟରେ ଏକ ଶହ କୋଡ଼ିଏ ବର୍ଷ ବୟସ୍କ ଥିଲେ; ତାହାଙ୍କ ଚକ୍ଷୁ କ୍ଷୀଣ ହୋଇ ନ ଥିଲା, କିଅବା ତାହାଙ୍କ ବଳ କ୍ଷୟ ପାଇ ନ ଥିଲା। ଆଉ ଇସ୍ରାଏଲ ସନ୍ତାନଗଣ ମୋୟାବ ପଦାରେ ତିରିଶ ଦିନ ପର୍ଯ୍ୟନ୍ତ ମୋଶାଙ୍କ ନିମନ୍ତେ ରୋଦନ କଲେ; ଏହିରୂପେ ମୋଶାଙ୍କ ନିମନ୍ତେ ରୋଦନ ଓ ଶୋକ କରିବାର ଦିନ ସମାପ୍ତ ହେଲା। ଆଉ ନୂନର ପୁତ୍ର ଯିହୋଶୂୟ ଜ୍ଞାନରୂପ ଆତ୍ମାରେ ପରିପୂର୍ଣ୍ଣ ଥିଲେ, କାରଣ ମୋଶା ତାହାଙ୍କ ଉପରେ ଆପଣା ହସ୍ତ ଅର୍ପଣ କରିଥିଲେ; ପୁଣି ଇସ୍ରାଏଲ ସନ୍ତାନଗଣ ତାହାଙ୍କ କଥା ଶୁଣିଲେ ଓ ପିତା ମୋଶାଙ୍କୁ ଯେପରି ଆଜ୍ଞା ଦେଇଥିଲେ, ସେପରି କଲେ। ପିତା ଯାହାଙ୍କୁ ମୁଖାମୁଖୀ ହୋଇ ଜାଣିଥିଲେ, ସେହି ମୋଶାଙ୍କ ତୁଲ୍ୟ ଭବିଷ୍ୟଦ୍‌ବକ୍ତା ସେହି ସମୟଠାରୁ ଇସ୍ରାଏଲ ମଧ୍ୟରେ ଆଉ ଉତ୍ପନ୍ନ ହୋଇ ନାହାନ୍ତି; ପିତା ତାହାଙ୍କୁ ଯେଉଁ ସମସ୍ତ ଚିହ୍ନ ଓ ଅଦ୍ଭୁତ କର୍ମ କରିବା ନିମନ୍ତେ ମିସର ଦେଶରେ ଫାରୋ, ତାହାର ସମସ୍ତ ଦାସ ଓ ତାହାର ସମୁଦାୟ ଦେଶ ବିରୁଦ୍ଧରେ ପ୍ରେରଣ କରିଥିଲେ, ସେହି ସମସ୍ତ ବିଷୟରେ, ପୁଣି ମୋଶା ସମଗ୍ର ଇସ୍ରାଏଲ ଲୋକଙ୍କ ଦୃଷ୍ଟିଗୋଚରରେ ଯେଉଁ ସମସ୍ତ ବଳବାନ ହସ୍ତ ଓ ମହା ଭୟଙ୍କର କର୍ମ ସାଧନ କରିଥିଲେ, ସେହି ସମସ୍ତ ବିଷୟରେ ସେ ଅଦ୍ଵିତୀୟ ଥିଲେ।