ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ଆସା ପିତାଙ୍କ ପରିବର୍ତ୍ତେ ଅରାମକୁ ମନୋନୀତ କରନ୍ତି

ବାଶାର ସମ୍ମୁଖୀନ ହୋଇ ଆସା ନିଜ ପିତାଙ୍କୁ ପଚାରିବା ବଦଳରେ ମନ୍ଦିରର ରୂପା ଦେଇ ଅରାମର ସାହାଯ୍ୟ କିଣନ୍ତି। ହନାନି ତାଙ୍କୁ କହନ୍ତି ଯେ ଆମ ପିତାଙ୍କ ଚକ୍ଷୁ ସମଗ୍ର ପୃଥିବୀରେ ଭ୍ରମଣ କରି ତାଙ୍କ ପ୍ରତି ସମ୍ପୂର୍ଣ୍ଣ ସମର୍ପିତ ହୃଦୟ ଖୋଜେ। ଆସା ସେହି ଦର୍ଶକଙ୍କୁ କାରାଗାରରେ ପକାନ୍ତି, ଏବଂ ପରେ ନିଜ ରୋଗଗ୍ରସ୍ତ ପାଦ ପାଇଁ ପିତାଙ୍କୁ ନ ଖୋଜି ବୈଦ୍ୟମାନଙ୍କୁ ଖୋଜନ୍ତି।

ଅଧ୍ୟାୟ 16।

ଆସାଙ୍କ ଛତିଶ ବର୍ଷରେ ଇସ୍ରାଏଲର ରାଜା ବାଶା ଯିହୂଦା ଦେଶ ଆକ୍ରମଣ କଲେ, ପୁଣି ଯିହୂଦାର ରାଜା ଆସାଙ୍କ ଅଧିକାରକୁ କେହି ଯେପରି ବାହାରକୁ ନ ଯାଏ କିମ୍ବା ଭିତରକୁ ନ ଆସେ, ଏଥିପାଇଁ ରାମାକୁ ଦୃଢ଼ କରିବାକୁ ଲାଗିଲେ। ସେତେବେଳେ ଆସା ଆମ୍ଭମାନଙ୍କ ପିତାଙ୍କ ଗୃହର ଓ ରାଜଗୃହର ଭଣ୍ଡାରରୁ ରୂପା ଓ ସୁନା ନେଇ ଦମ୍ମେଶକ ନିବାସୀ ଅରାମର ରାଜା ବିନ୍‌ହଦଦଙ୍କ ନିକଟକୁ ଏହି ବାର୍ତ୍ତା ସହିତ ପଠାଇଲେ, “ମୋʼ ପିତା ଓ ଆପଣଙ୍କ ପିତାଙ୍କ ମଧ୍ୟରେ ଯେପରି ଥିଲା, ସେପରି ମୋʼ ଓ ଆପଣଙ୍କ ମଧ୍ୟରେ ଏକ ନିୟମ ହେଉ। ଦେଖନ୍ତୁ, ମୁଁ ଆପଣଙ୍କ ନିକଟକୁ ରୂପା ଓ ସୁନା ପଠାଉଅଛି। ଆପଣ ଯାଇ ଇସ୍ରାଏଲର ରାଜା ବାଶାଙ୍କ ସହିତ ଆପଣଙ୍କ ନିୟମ ଭାଙ୍ଗନ୍ତୁ, ଯେପରି ସେ ମୋʼ ନିକଟରୁ ଚାଲିଯାʼନ୍ତି।”

ବିନ୍‌ହଦଦ ରାଜା ଆସାଙ୍କ କଥାରେ ସମ୍ମତ ହୋଇ ଇସ୍ରାଏଲର ନଗରସମୂହ ବିରୁଦ୍ଧରେ ଆପଣା ସେନାପତିମାନଙ୍କୁ ପଠାଇଲେ, ଆଉ ସେମାନେ ଇୟୋନ୍, ଦାନ୍, ଆବେଲ୍-ମୟିମ ଓ ନପ୍ତାଲିର ସମସ୍ତ ଭଣ୍ଡାର-ନଗରକୁ ଆଘାତ କଲେ। ବାଶା ଏହା ଶୁଣନ୍ତେ, ରାମାକୁ ଦୃଢ଼ କରିବା ବନ୍ଦ କରି ଆପଣା କାର୍ଯ୍ୟ ପରିତ୍ୟାଗ କଲେ। ତେବେ ଆସା ରାଜା ସମସ୍ତ ଯିହୂଦାକୁ ଏକତ୍ର କଲେ; ବାଶା ଯେଉଁ ପ୍ରସ୍ତର ଓ କାଠ ଦ୍ଵାରା ରାମାକୁ ଦୃଢ଼ କରିଥିଲେ, ତାହା ସେମାନେ ବହି ନେଲେ, ପୁଣି ସେ ତଦ୍ଦ୍ଵାରା ଗେବା ଓ ମିସ୍ପାକୁ ଦୃଢ଼ କଲେ।

ସେହି ସମୟରେ ହନାନି ଦର୍ଶକ ଯିହୂଦାର ରାଜା ଆସାଙ୍କ ନିକଟକୁ ଆସି ତାଙ୍କୁ କହିଲେ, “ଆପଣ ଆପଣଙ୍କ ପିତାଙ୍କ ଉପରେ ନିର୍ଭର ନ କରି ଅରାମର ରାଜା ଉପରେ ନିର୍ଭର କରିବା ହେତୁ ତାହାର ସୈନ୍ୟ ଆପଣଙ୍କ ହସ୍ତରୁ ରକ୍ଷା ପାଇଲା। କୂଶୀୟ ଓ ଲୂବୀୟମାନେ କʼଣ ଅସଂଖ୍ୟ ରଥ ଓ ଅଶ୍ଵାରୋହୀ ସହିତ ବିରାଟ ସୈନ୍ୟଦଳ ନ ଥିଲେ? ତଥାପି ଆପଣ ଆପଣଙ୍କ ପିତାଙ୍କ ଉପରେ ନିର୍ଭର କରିବା ହେତୁ ସେ ସେମାନଙ୍କୁ ଆପଣଙ୍କ ହସ୍ତରେ ସମର୍ପଣ କଲେ। କାରଣ ଯେଉଁମାନଙ୍କ ହୃଦୟ ଆପଣାଙ୍କ ପ୍ରତି ସମ୍ପୂର୍ଣ୍ଣ ରୂପେ ସମର୍ପିତ, ସେମାନଙ୍କୁ ବଳବାନ କରିବା ନିମନ୍ତେ ଆମ୍ଭମାନଙ୍କ ପିତାଙ୍କ ଚକ୍ଷୁ ସମଗ୍ର ପୃଥିବୀକୁ ନିରୀକ୍ଷଣ କରେ। ଏ ବିଷୟରେ ଆପଣ ମୂର୍ଖର କର୍ମ କରିଅଛନ୍ତି; ଏହେତୁ ଆଜିଠାରୁ ଆପଣଙ୍କ ପ୍ରତି ଯୁଦ୍ଧ ଘଟିବ।”

ଏଥିରେ ଆସା ଦର୍ଶକଙ୍କ ପ୍ରତି କ୍ରୋଧ କରି ତାଙ୍କୁ କାରାଗାରର ହରିକାଠରେ ବନ୍ଦ କଲେ, କାରଣ ଏ ବିଷୟରେ ସେ ତାଙ୍କ ପ୍ରତି ଅତ୍ୟନ୍ତ କ୍ରୁଦ୍ଧ ହୋଇଥିଲେ; ଆଉ ସେହି ସମୟରେ ଆସା କେତେକ ଲୋକଙ୍କ ପ୍ରତି ନିଷ୍ଠୁର ଅତ୍ୟାଚାର କଲେ।

ଆଦ୍ୟରୁ ଅନ୍ତ ପର୍ଯ୍ୟନ୍ତ ଆସାଙ୍କ କର୍ମ ଯିହୂଦା ଓ ଇସ୍ରାଏଲର ରାଜାମାନଙ୍କ ପୁସ୍ତକରେ ଲିଖିତ ଅଛି। ଆପଣା ରାଜତ୍ଵର ଅଣଚାଳିଶ ବର୍ଷରେ ଆସାଙ୍କ ପାଦ ପୀଡ଼ିତ ହେଲା, ଆଉ ସେହି ପୀଡ଼ା ଅତ୍ୟନ୍ତ ଉତ୍କଟ ହେଲା। ତଥାପି ଆପଣା ପୀଡ଼ା ସମୟରେ ହେଁ ସେ ଆମ୍ଭମାନଙ୍କ ପିତାଙ୍କ ଅନ୍ଵେଷଣ ନ କରି କେବଳ ବୈଦ୍ୟମାନଙ୍କ ଅନ୍ଵେଷଣ କଲେ। ତହିଁ ଉତ୍ତାରେ ଆସା ଆପଣା ରାଜତ୍ଵର ଏକଚାଳିଶ ବର୍ଷରେ ମୃତ୍ୟୁ ଭୋଗ କରି ଆପଣା ପିତୃଲୋକଙ୍କ ସହିତ ଶୟନ କଲେ। ଆଉ ସେ ଦାଉଦ-ନଗରରେ ଆପଣା ନିମନ୍ତେ ଯେଉଁ କବର ଖୋଳାଇଥିଲେ, ଆପଣାର ସେହି କବରରେ ଲୋକମାନେ ତାଙ୍କୁ କବର ଦେଲେ, ପୁଣି ସୁନିପୁଣ ଗନ୍ଧବଣିକମାନଙ୍କ ପ୍ରସ୍ତୁତ ସୁଗନ୍ଧି ଦ୍ରବ୍ୟ ଓ ବିଭିନ୍ନ ମିଶ୍ରିତ ସୁଗନ୍ଧିରେ ପରିପୂର୍ଣ୍ଣ ଶୟ୍ୟା ଉପରେ ତାଙ୍କୁ ଶୟନ କରାଇଲେ, ଆଉ ତାଙ୍କ ନିମନ୍ତେ ଅତି ବୃହତ ଅଗ୍ନି ଜ୍ଵଳାଇଲେ। a a v14 ସେହି ବୃହତ ଅଗ୍ନି ରାଜାଙ୍କ ସମ୍ମାନାର୍ଥେ ସୁଗନ୍ଧି ଦ୍ରବ୍ୟ ଦଗ୍ଧ କଲା; ଏହା ଶବଦାହ ନ ଥିଲା, କାରଣ ଇସ୍ରାଏଲ ଶବଦାହ କରୁ ନ ଥିଲେ।