ଅସରୀୟ ପିତାଙ୍କଠାରୁ ବାକ୍ୟ ଆଣନ୍ତି
ଅସରୀୟ ସର୍ତ୍ତ ଆଣନ୍ତି: ଯେତେବେଳେ ତୁମ୍ଭେମାନେ ଆମ୍ଭମାନଙ୍କ ପିତାଙ୍କ ସହିତ ଥାଅ, ସେ ତୁମ୍ଭମାନଙ୍କ ସହିତ ଥାଆନ୍ତି; ତାଙ୍କୁ ଅନ୍ୱେଷଣ କର ଓ ସେ ମିଳିବେ। ଆସା ସାହସ ପାଆନ୍ତି, ପ୍ରତିମାଗୁଡ଼ିକ ଦୂର କରନ୍ତି, ଯଜ୍ଞବେଦି ପୁନଃସ୍ଥାପନ କରନ୍ତି, ଏବଂ ଲୋକମାନେ ସମସ୍ତ ହୃଦୟ ସହିତ ନିୟମ କରନ୍ତି — ଏବଂ ଚାରିଆଡ଼େ ବିଶ୍ରାମ ପାଆନ୍ତି।
15 1ଆମ୍ଭମାନଙ୍କ ପିତାଙ୍କ ଆତ୍ମା ଓଦେଦଙ୍କ ପୁତ୍ର ଅସରୀୟଙ୍କ ଉପରେ ଆସିଲେ। 2ସେ ଆସାଙ୍କୁ ଭେଟିବା ପାଇଁ ବାହାରିଗଲେ ଓ ତାହାଙ୍କୁ କହିଲେ, “ହେ ଆସା, ଆଉ ସମସ୍ତ ଯିହୂଦା ଓ ବିନ୍ୟାମୀନ, ମୋʼ କଥା ଶୁଣନ୍ତୁ; ତୁମ୍ଭେମାନେ ଯେପର୍ଯ୍ୟନ୍ତ ଆମ୍ଭମାନଙ୍କ ପିତାଙ୍କ ସଙ୍ଗରେ ଥାଅ, ସେପର୍ଯ୍ୟନ୍ତ ସେ ତୁମ୍ଭମାନଙ୍କ ସଙ୍ଗରେ ଅଛନ୍ତି। ଯଦି ତୁମ୍ଭେମାନେ ତାହାଙ୍କର ଅନ୍ଵେଷଣ କରିବ, ତେବେ ତାହାଙ୍କୁ ପାଇବ; କିନ୍ତୁ ଯଦି ତୁମ୍ଭେମାନେ ତାହାଙ୍କୁ ତ୍ୟାଗ କରିବ, ତେବେ ସେ ତୁମ୍ଭମାନଙ୍କୁ ତ୍ୟାଗ କରିବେ। 3ବହୁକାଳ ପର୍ଯ୍ୟନ୍ତ ଇସ୍ରାଏଲ ଆମ୍ଭମାନଙ୍କ ପିତାଙ୍କ ବିନା, ଶିକ୍ଷାଦାୟକ ଯାଜକ ବିନା ଓ ବ୍ୟବସ୍ଥା ବିନା ରହିଥିଲା। 4ମାତ୍ର ସେମାନେ ଆପଣାମାନଙ୍କ ସଙ୍କଟ ସମୟରେ ଇସ୍ରାଏଲର ପରମେଶ୍ଵର ଆମ୍ଭମାନଙ୍କ ପିତାଙ୍କ ଆଡ଼କୁ ଫେରି ତାହାଙ୍କର ଅନ୍ଵେଷଣ କଲେ, ପୁଣି ତାହାଙ୍କୁ ପାଇଲେ। 5ସେହି ସମୟମାନଙ୍କରେ ବାହାରକୁ ଯିବା କି ଭିତରକୁ ଆସିବା ଲୋକ ପାଇଁ କୌଣସି ନିରାପତ୍ତା ନ ଥିଲା, କାରଣ ନାନା ଦେଶନିବାସୀ ସମସ୍ତଙ୍କ ଉପରେ ମହା ଉତ୍ପାତ ଘଟିଥିଲା। 6ପୁଣି ଗୋଷ୍ଠୀ ଗୋଷ୍ଠୀକୁ ଓ ନଗର ନଗରକୁ ଚୂର୍ଣ୍ଣ କଲା, ଯେଣୁ ଆମ୍ଭମାନଙ୍କ ପିତା ସର୍ବପ୍ରକାର ସଙ୍କଟ ଦ୍ଵାରା ସେମାନଙ୍କୁ ବ୍ୟଥିତ କରିଥିଲେ। 7ମାତ୍ର ତୁମ୍ଭେମାନେ ବଳବାନ ହୁଅ; ତୁମ୍ଭମାନଙ୍କ ହସ୍ତ ଶିଥିଳ ନ ହେଉ, କାରଣ ତୁମ୍ଭମାନଙ୍କ କର୍ମର ଫଳ ମିଳିବ।”
8ଆସା ଏହିସବୁ ବାକ୍ୟ, ଅର୍ଥାତ୍ ଓଦେଦ ଭାବବାଦୀଙ୍କ ଭବିଷ୍ୟଦ୍ବାକ୍ୟ ଶୁଣନ୍ତେ, ସେ ସାହସ ଧରି ଯିହୂଦା ଓ ବିନ୍ୟାମୀନର ସମୁଦାୟ ଦେଶରୁ, ପୁଣି ଇଫ୍ରୟିମ ପର୍ବତମୟ ଅଞ୍ଚଳରେ ଆପଣା ଅଧିକୃତ ନଗରସମୂହରୁ ସେହି ଘୃଣ୍ୟ ପ୍ରତିମାସବୁ ଦୂର କଲେ, ଆଉ ପିତାଙ୍କ ମନ୍ଦିର-ଦ୍ଵାର ସମ୍ମୁଖସ୍ଥ ଆମ୍ଭମାନଙ୍କ ପିତାଙ୍କ ଯଜ୍ଞବେଦି ପୁନଃସ୍ଥାପନ କଲେ। 9ପୁଣି ସେ ସମସ୍ତ ଯିହୂଦା ଓ ବିନ୍ୟାମୀନକୁ, ଆଉ ସେମାନଙ୍କ ମଧ୍ୟରେ ବାସ କରୁଥିବା ଇଫ୍ରୟିମ, ମନଃଶି ଓ ଶିମୀୟୋନର ଲୋକମାନଙ୍କୁ ଏକତ୍ର କଲେ; କାରଣ ଇସ୍ରାଏଲ ମଧ୍ୟରୁ ଅନେକ ଲୋକ ଆମ୍ଭମାନଙ୍କ ପିତା ତାହାଙ୍କ ସଙ୍ଗରେ ଅଛନ୍ତି ବୋଲି ଦେଖି ତାହାଙ୍କ ପକ୍ଷକୁ ଚାଲି ଆସିଥିଲେ। 10ଆସାଙ୍କ ରାଜତ୍ଵର ପଞ୍ଚଦଶ ବର୍ଷର ତୃତୀୟ ମାସରେ ସେମାନେ ଯିରୂଶାଲମରେ ଏକତ୍ର ହେଲେ। 11ସେହି ଦିନ ସେମାନେ ଆପଣାମାନଙ୍କ ଆନୀତ ଲୁଟଦ୍ରବ୍ୟରୁ ସାତ ଶହ ଗୋରୁ ଓ ସାତ ହଜାର ମେଷ ଆମ୍ଭମାନଙ୍କ ପିତାଙ୍କ ଉଦ୍ଦେଶ୍ୟରେ ବଳିଦାନ କଲେ। 12ପୁଣି ସେମାନେ ଆପଣାମାନଙ୍କ ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ଆପଣାମାନଙ୍କ ପିତୃଗଣର ପରମେଶ୍ଵର ଆମ୍ଭମାନଙ୍କ ପିତାଙ୍କ ଅନ୍ଵେଷଣ କରିବେ ବୋଲି ନିୟମ କଲେ। 13ଆଉ ଯେକେହି ଇସ୍ରାଏଲର ପରମେଶ୍ଵର ଆମ୍ଭମାନଙ୍କ ପିତାଙ୍କ ଅନ୍ଵେଷଣ ନ କରିବ, ସେ କ୍ଷୁଦ୍ର ହେଉ କି ମହାନ ହେଉ, ପୁରୁଷ ହେଉ କି ସ୍ତ୍ରୀ ହେଉ, ତାହାର ପ୍ରାଣଦଣ୍ଡ ହେବ। 14ଆଉ ସେମାନେ ଉଚ୍ଚସ୍ଵରରେ ଓ ଜୟଧ୍ଵନିରେ, ପୁଣି ତୂରୀ ଓ ଶିଙ୍ଗା ବଜାଇ ଆମ୍ଭମାନଙ୍କ ପିତାଙ୍କ ଉଦ୍ଦେଶ୍ୟରେ ଶପଥ କଲେ। 15ପୁଣି ସମସ୍ତ ଯିହୂଦା ସେହି ଶପଥ ବିଷୟରେ ଆନନ୍ଦ କଲେ, କାରଣ ସେମାନେ ଆପଣାମାନଙ୍କ ସମସ୍ତ ଅନ୍ତଃକରଣ ସହିତ ଶପଥ କଲେ ଓ ଆପଣାମାନଙ୍କ ସମସ୍ତ ବାଞ୍ଛା ସହିତ ତାହାଙ୍କର ଅନ୍ଵେଷଣ କରି ତାହାଙ୍କୁ ପାଇଲେ। ଆଉ ଆମ୍ଭମାନଙ୍କ ପିତା ସେମାନଙ୍କୁ ଚତୁର୍ଦ୍ଦିଗରେ ବିଶ୍ରାମ ଦେଲେ।
16ଆଉ ଆସା ରାଜା ଆପଣା ମାତା ମାଖାଙ୍କୁ ମଧ୍ୟ ରାଜମାତା ପଦରୁ ଦୂର କଲେ, କାରଣ ସେ ଆଶେରା ପାଇଁ ଏକ ଘୃଣ୍ୟ ପ୍ରତିମା ନିର୍ମାଣ କରିଥିଲେ; ପୁଣି ଆସା ତାହାର ପ୍ରତିମା କାଟି ପକାଇ ଚୂର୍ଣ୍ଣ କରି କିଦ୍ରୋଣ ଉପତ୍ୟକାରେ ଦଗ୍ଧ କଲେ। 17ଯଦ୍ୟପି ଇସ୍ରାଏଲ ମଧ୍ୟରୁ ଉଚ୍ଚସ୍ଥଳୀସବୁ ଦୂର କରାଗଲା ନାହିଁ, ତଥାପି ଆସାଙ୍କ ଅନ୍ତଃକରଣ ତାହାଙ୍କ ସମଗ୍ର ଜୀବନକାଳ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରୂପେ ଏକନିଷ୍ଠ ରହିଲା। a a v17 ଉଚ୍ଚସ୍ଥଳୀ ଥିଲା ପର୍ବତ-ଶୃଙ୍ଗସ୍ଥ ଦେବମନ୍ଦିର, ଯେଉଁଠାରେ ବଳିଦାନ, ପ୍ରାୟଶଃ ଦେବତାମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଉଥିଲା। 18ଆଉ ସେ ଆପଣା ପିତାଙ୍କ ଉତ୍ସର୍ଗୀକୃତ ଦ୍ରବ୍ୟ ଓ ଆପଣାର ଉତ୍ସର୍ଗୀକୃତ ଦ୍ରବ୍ୟ, ଅର୍ଥାତ୍ ରୌପ୍ୟ, ସୁବର୍ଣ୍ଣ ଓ ପାତ୍ରସମୂହ ଆମ୍ଭମାନଙ୍କ ପିତାଙ୍କ ଗୃହକୁ ଆଣିଲେ। 19ପୁଣି ଆସାଙ୍କ ରାଜତ୍ଵର ପଞ୍ଚତ୍ରିଂଶ ବର୍ଷ ପର୍ଯ୍ୟନ୍ତ ଆଉ ଯୁଦ୍ଧ ହେଲା ନାହିଁ।