ଶୁଚିକରଣ ନିମନ୍ତେ ଉନ୍ମୁକ୍ତ ଏକ ନିର୍ଝର
ପାପ ଧୋଇଦେବା ପାଇଁ ଏକ ନିର୍ଝର ଖୋଲାଯାଏ, ପ୍ରତିମା ଓ ମିଥ୍ୟା ଭାବବାଦୀମାନଙ୍କୁ ଦୂର କରାଯାଏ, ଏବଂ ପାଳକଙ୍କୁ ଆଘାତ କରାଯାଏ ଯେପରି ମେଷମାନେ ଛିନ୍ନଭିନ୍ନ ହୁଅନ୍ତି। ଏକ ତୃତୀୟାଂଶକୁ ଅଗ୍ନି ମଧ୍ୟ ଦେଇ ଆଣି ଶୋଧନ କରାଯାଏ, ଯେପର୍ଯ୍ୟନ୍ତ ସେ କହନ୍ତି ସେମାନେ ମୋହର ସନ୍ତାନ ଏବଂ ସେମାନେ କହନ୍ତି, ଆମ ପିତା।
13 1ସେହି ଦିନ ଦାଉଦଙ୍କ ବଂଶ ଓ ଯିରୂଶାଲମ ନିବାସୀମାନଙ୍କୁ ପାପ ଓ ଅଶୁଚିତାରୁ ଶୁଚି କରିବା ନିମନ୍ତେ ଏକ ନିର୍ଝର ଉନ୍ମୁକ୍ତ ହେବ।
2ସେହି ଦିନ ଆମ୍ଭେ ଦେଶରୁ ପ୍ରତିମାଗଣର ନାମ ଉଚ୍ଛିନ୍ନ କରିବା, ଆଉ ସେସବୁ କେହି ସ୍ମରଣ କରିବେ ନାହିଁ; ପୁଣି ଆମ୍ଭେ ଭବିଷ୍ୟଦ୍ବକ୍ତାମାନଙ୍କୁ ଓ ଅଶୁଚି ଆତ୍ମାକୁ ଦେଶରୁ ଦୂର କରିବା ବୋଲି ବାହିନୀଗଣର ପିତା କହନ୍ତି।
3ଆଉ ଯଦି କେହି ପୁନର୍ବାର ଭବିଷ୍ୟଦ୍ବାକ୍ୟ କହେ, ତେବେ ତାହାର ଜନ୍ମଦାତା ପିତା ଓ ମାତା ତାହାକୁ କହିବେ, “ତୁ ଅବଶ୍ୟ ମରିବୁ, କାରଣ ତୁ ଆମ୍ଭମାନଙ୍କ ପିତାଙ୍କ ନାମରେ ମିଥ୍ୟା କହିଅଛୁ।” ପୁଣି ସେ ଭବିଷ୍ୟଦ୍ବାକ୍ୟ କହିବା ବେଳେ ତାହାର ଜନ୍ମଦାତା ପିତା ଓ ମାତା ତାହାକୁ ବିନ୍ଧି ପକାଇବେ।
4ସେହି ଦିନ ପ୍ରତ୍ୟେକ ଭବିଷ୍ୟଦ୍ବକ୍ତା ଭବିଷ୍ୟଦ୍ବାକ୍ୟ କହିବା ବେଳେ ଆପଣା ଦର୍ଶନ ବିଷୟରେ ଲଜ୍ଜିତ ହେବ; ଆଉ ପ୍ରବଞ୍ଚନା କରିବା ନିମନ୍ତେ ସେମାନେ ଲୋମଜାତ ବସ୍ତ୍ର ପରିଧାନ କରିବେ ନାହିଁ।
5ମାତ୍ର ସେ କହିବ, “ମୁଁ ଭବିଷ୍ୟଦ୍ବକ୍ତା ନୁହେଁ; ମୁଁ ଜଣେ କୃଷକ, କାରଣ ଯୌବନକାଳଠାରୁ ଭୂମି ହିଁ ମୋହର ସମ୍ପତ୍ତି।” 6ଯଦି କେହି ତାହାକୁ ପଚାରେ, “ତୁମ୍ଭ ହସ୍ତଦ୍ଵୟ ମଧ୍ୟରେ ଏହି ସବୁ କ୍ଷତ କʼଣ?” ତେବେ ସେ କହିବ, “ମୁଁ ଆପଣା ବନ୍ଧୁମାନଙ୍କ ଗୃହରେ ଏହି ସବୁ କ୍ଷତ ପାଇଲି।” a a v6 “ତୁମ୍ଭ ହସ୍ତଦ୍ଵୟ ମଧ୍ୟରେ” ବାକ୍ୟାଂଶ ଶରୀରର ସମ୍ମୁଖ ଭାଗରେ ଦୃଶ୍ୟମାନ କ୍ଷତ ବୁଝାଇବା ନିମନ୍ତେ ଏକ ପ୍ରାଚୀନ ଲୋକୋକ୍ତି ଅଟେ।
ପାଳକ ଆଘାତ ପାଇଲେ, ମେଷଗଣ ଛିନ୍ନଭିନ୍ନ ହେଲେ
7ହେ ଖଡ୍ଗ, ଆମ୍ଭ ପାଳକଙ୍କ ବିରୁଦ୍ଧରେ, ଆମ୍ଭର ସଙ୍ଗୀ ପୁରୁଷଙ୍କ ବିରୁଦ୍ଧରେ ଜାଗ୍ରତ ହୁଅ ବୋଲି ବାହିନୀଗଣର ପିତା କହନ୍ତି। ପାଳକଙ୍କୁ ଆଘାତ କର, ଆଉ ମେଷଗଣ ଛିନ୍ନଭିନ୍ନ ହୋଇଯିବେ; ପୁଣି ଆମ୍ଭେ କ୍ଷୁଦ୍ରମାନଙ୍କ ଉପରେ ଆପଣା ହସ୍ତ ଫେରାଇବା। b b v7 ଯୀଶୁ ଆପଣା ବନ୍ଦୀ ହେବା ରାତ୍ରିରେ ଏହି ପଦ ନିଜ ପ୍ରତି ପ୍ରୟୋଗ କଲେ: “ଆମ୍ଭେ ପାଳକଙ୍କୁ ଆଘାତ କରିବା, ଆଉ ପଲର ମେଷଗଣ ଛିନ୍ନଭିନ୍ନ ହୋଇଯିବେ” (ମାଥିଉ ୨୬:୩୧; ମାର୍କ ୧୪:୨୭)। 8ଆଉ ସମୁଦାୟ ଦେଶରେ ଦୁଇ ଅଂଶ ଉଚ୍ଛିନ୍ନ ହୋଇ ବିନଷ୍ଟ ହେବେ, ମାତ୍ର ତନ୍ମଧ୍ୟରେ ଏକ ଅଂଶ ଜୀବିତ ରହିବେ ବୋଲି ଆମ୍ଭମାନଙ୍କ ପିତା କହନ୍ତି। 9ସେହି ଅବଶିଷ୍ଟ ଏକ ଅଂଶକୁ ଆମ୍ଭେ ଅଗ୍ନି ମଧ୍ୟକୁ ନେଇଯିବା; ଆମ୍ଭେ ରୂପା ପରି ସେମାନଙ୍କୁ ପରିଷ୍କାର କରିବା, ସୁବର୍ଣ୍ଣ ପରି ପରୀକ୍ଷା କରିବା। ସେମାନେ ଆମ୍ଭର ନାମରେ ପ୍ରାର୍ଥନା କରିବେ; ଆମ୍ଭେ ସେମାନଙ୍କୁ ଉତ୍ତର ଦେବା। ସେତେବେଳେ ଆମ୍ଭେ କହିବା, “ଏମାନେ ଆମ୍ଭର ସନ୍ତାନ,” ଆଉ ସେମାନେ କହିବେ, “ଆମ୍ଭମାନଙ୍କ ପିତା।”