ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ରଥ ନୁହେଁ, ମାତ୍ର ତାହାଙ୍କ ନାମ

ପ୍ରଧାନ ବାଦ୍ୟକରଙ୍କ ନିମନ୍ତେ। ଦାଉଦଙ୍କ ଗୀତ।

ରାଜା ଯୁଦ୍ଧକୁ ବାହାରିବା ପୂର୍ବରୁ ମଣ୍ଡଳୀ ତାଙ୍କ ପାଇଁ ପ୍ରାର୍ଥନା କରେ: ତୁମର ନୈବେଦ୍ୟ ସ୍ମରଣ କରାଯାଉ, ତୁମର ଯୋଜନା ସଫଳ ହେଉ, ତୁମର ନିବେଦନର ଉତ୍ତର ମିଳୁ। ମଝିରେ ମୋଡ଼ ଆସେ — ଅନ୍ୟମାନେ ରଥ ଓ ଘୋଡ଼ା ଉପରେ ଭରସା କରନ୍ତି, କିନ୍ତୁ ଏହି ଲୋକମାନେ ଆମ ପିତାଙ୍କ ନାମ ଉପରେ ଭରସା କରନ୍ତି।

ଅଧ୍ୟାୟ 20।

ସଙ୍କଟ ଦିନରେ ଆମ୍ଭମାନଙ୍କ ପିତା ତୁମ୍ଭକୁ ଉତ୍ତର ଦେଉନ୍ତୁ; ଯାକୁବଙ୍କ ଈଶ୍ଵରଙ୍କ ନାମ ତୁମ୍ଭକୁ ରକ୍ଷା କରୁ। ସେ ପବିତ୍ର ସ୍ଥାନରୁ ତୁମ୍ଭ ନିକଟକୁ ସାହାଯ୍ୟ ପ୍ରେରଣ କରୁନ୍ତୁ, ପୁଣି ସିୟୋନରୁ ତୁମ୍ଭକୁ ସମ୍ଭାଳନ୍ତୁ। ସେ ତୁମ୍ଭର ସମସ୍ତ ନୈବେଦ୍ୟ ସ୍ମରଣ କରୁନ୍ତୁ ଓ ତୁମ୍ଭର ହୋମବଳି ପ୍ରତି ପ୍ରସନ୍ନ ଦୃଷ୍ଟି କରୁନ୍ତୁ। ସେ ତୁମ୍ଭ ହୃଦୟର ବାଞ୍ଛା ତୁମ୍ଭକୁ ଦେଉନ୍ତୁ ଓ ତୁମ୍ଭର ସମସ୍ତ ସଂକଳ୍ପ ସଫଳ କରୁନ୍ତୁ।

ଆମ୍ଭେମାନେ ତୁମ୍ଭ ପରିତ୍ରାଣ ସକାଶେ ଆନନ୍ଦଧ୍ଵନି କରିବୁ, ପୁଣି ଆମ୍ଭମାନଙ୍କ ପିତାଙ୍କ ନାମରେ ଆପଣାମାନଙ୍କ ଧ୍ଵଜା ଉଠାଇବୁ। ଆମ୍ଭମାନଙ୍କ ପିତା ତୁମ୍ଭର ସମସ୍ତ ନିବେଦନ ସଫଳ କରୁନ୍ତୁ। ଏବେ ମୁଁ ଜାଣେ ଯେ, ଆମ୍ଭମାନଙ୍କ ପିତା ଆପଣା ଅଭିଷିକ୍ତଙ୍କୁ ପରିତ୍ରାଣ କରନ୍ତି; ସେ ଆପଣା ପବିତ୍ର ସ୍ଵର୍ଗରୁ ଆପଣା ଦକ୍ଷିଣ ହସ୍ତର ପରିତ୍ରାଣଜନକ ପରାକ୍ରମ ଦ୍ଵାରା ତାହାଙ୍କୁ ଉତ୍ତର ଦିଅନ୍ତି। କେହି କେହି ରଥରେ ଓ କେହି କେହି ଅଶ୍ଵରେ ନିର୍ଭର କରନ୍ତି, ମାତ୍ର ଆମ୍ଭେମାନେ ଆମ୍ଭମାନଙ୍କ ପିତାଙ୍କ ନାମରେ ନିର୍ଭର କରୁ। ସେମାନେ ନଇଁ ପଡ଼ନ୍ତି, ମାତ୍ର ଆମ୍ଭେମାନେ ଉଠି ସ୍ଥିର ହୋଇ ଠିଆ ହେଉ। ହେ ପିତା, ରାଜାଙ୍କୁ ପରିତ୍ରାଣ କର! ଆମ୍ଭେମାନେ ଡାକିଲା ବେଳେ ଆମ୍ଭମାନଙ୍କୁ ଉତ୍ତର ଦିଅ।