ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ଯିହୋଶୂୟ ଇସ୍ରାଏଲକୁ ଦୃଢ଼ ହୋଇ ରହିବା ନିମନ୍ତେ ଆହ୍ଵାନ କଲେ

ବୃଦ୍ଧ ଯିହୋଶୂୟ ନେତାମାନଙ୍କୁ ଏକତ୍ର କରି ନିଜ ଚେତାବନୀ ସରଳ ରଖନ୍ତି: ଦୃଢ଼ ହୋଇ ଧରି ରଖ, ଅବଶିଷ୍ଟ ଜାତିମାନଙ୍କ ସହିତ କିମ୍ବା ସେମାନଙ୍କ ଦେବତାମାନଙ୍କ ସହିତ ବିବାହ-ସମ୍ବନ୍ଧ କର ନାହିଁ। ସେ ଅଭିଜ୍ଞତାରୁ ଯୁକ୍ତି କରନ୍ତି — ଆମ ପିତାଙ୍କ ପ୍ରତିଜ୍ଞାମାନଙ୍କ ମଧ୍ୟରୁ ଗୋଟିଏ ହେଲେ ବିଫଳ ହୋଇନାହିଁ — ଏବଂ କହନ୍ତି ଯେ ଅନିଷ୍ଟର ବାକ୍ୟସବୁ ମଧ୍ୟ ସେତିକି ନିଶ୍ଚିତ ପ୍ରମାଣିତ ହେବ।

ଅଧ୍ୟାୟ 23।

ଆମ୍ଭମାନଙ୍କ ପିତା ଇସ୍ରାଏଲକୁ ଚତୁର୍ଦିଗସ୍ଥ ସମସ୍ତ ଶତ୍ରୁଠାରୁ ବିଶ୍ରାମ ଦେବାର ଅନେକ କାଳ ପରେ ଯିହୋଶୂୟ ବୃଦ୍ଧ, ବୟୋବୃଦ୍ଧ ହୋଇଥିଲେ। ଯିହୋଶୂୟ ସମସ୍ତ ଇସ୍ରାଏଲକୁ, ଅର୍ଥାତ୍‍ ପ୍ରାଚୀନବର୍ଗ, ମୁଖ୍ୟବର୍ଗ, ବିଚାରକର୍ତ୍ତା ଓ ଅଧ୍ୟକ୍ଷମାନଙ୍କୁ ଡାକି କହିଲେ, “ମୁଁ ବୃଦ୍ଧ, ବୟୋବୃଦ୍ଧ ହୋଇଅଛି। ତୁମ୍ଭମାନଙ୍କ ପିତା ତୁମ୍ଭମାନଙ୍କ ସକାଶେ ଏହିସବୁ ଜାତି ପ୍ରତି ଯାହା କଲେ, ତାହାସବୁ ତୁମ୍ଭେମାନେ ଦେଖିଅଛ; କାରଣ ତୁମ୍ଭମାନଙ୍କ ପିତା ତୁମ୍ଭମାନଙ୍କ ପକ୍ଷରେ ଯୁଦ୍ଧ କଲେ। ଦେଖ, ଯର୍ଦ୍ଦନଠାରୁ ପଶ୍ଚିମ ଦିଗରେ ମହାସମୁଦ୍ର ପର୍ଯ୍ୟନ୍ତ ଏହିସବୁ ଅବଶିଷ୍ଟ ଜାତି ଓ ଯେଉଁ ସମସ୍ତ ଜାତିଙ୍କୁ ମୁଁ ଉଚ୍ଛିନ୍ନ କରିଅଛି, ସେମାନଙ୍କ ଦେଶ ତୁମ୍ଭମାନଙ୍କ ଗୋଷ୍ଠୀଗଣ ନିମନ୍ତେ ଅଧିକାର ସ୍ଵରୂପେ ବାଣ୍ଟି ଦେଇଅଛି। ତୁମ୍ଭମାନଙ୍କ ପିତା ସ୍ଵୟଂ ସେମାନଙ୍କୁ ତୁମ୍ଭମାନଙ୍କ ସମ୍ମୁଖରୁ ହଟାଇ ଘଉଡ଼ାଇ ଦେବେ, ଆଉ ତୁମ୍ଭମାନଙ୍କ ପିତା ତୁମ୍ଭମାନଙ୍କୁ ଯେପରି ପ୍ରତିଜ୍ଞା କରିଅଛନ୍ତି, ସେପରି ତୁମ୍ଭେମାନେ ସେମାନଙ୍କ ଦେଶ ଅଧିକାର କରିବ।

ଅତଏବ ମୋଶାଙ୍କ ବ୍ୟବସ୍ଥା-ପୁସ୍ତକରେ ଲିଖିତ ସମସ୍ତ କଥା ପାଳନ ଓ ସାଧନ କରିବା ନିମନ୍ତେ, ପୁଣି ତହିଁରୁ ଦକ୍ଷିଣ କି ବାମକୁ ବିମୁଖ ନ ହେବା ନିମନ୍ତେ ଅତିଶୟ ଦୃଢ଼ ହୁଅ। ତୁମ୍ଭମାନଙ୍କ ମଧ୍ୟରେ ଅବଶିଷ୍ଟ ଏହିସବୁ ଜାତି ସହିତ ମିଶ ନାହିଁ। ସେମାନଙ୍କ ଦେବତାମାନଙ୍କ ନାମ ଉଚ୍ଚାରଣ କର ନାହିଁ କିମ୍ବା ସେମାନଙ୍କ ନାମରେ ଶପଥ କର ନାହିଁ; ସେମାନଙ୍କୁ ସେବା କର ନାହିଁ କି ସେମାନଙ୍କୁ ପ୍ରଣାମ କର ନାହିଁ। ମାତ୍ର ଆଜି ପର୍ଯ୍ୟନ୍ତ ଯେପରି କରିଅଛ, ସେପରି ତୁମ୍ଭମାନଙ୍କ ପିତାଙ୍କଠାରେ ଦୃଢ଼ ହୋଇ ରୁହ।

ତୁମ୍ଭମାନଙ୍କ ପିତା ତୁମ୍ଭମାନଙ୍କ ସମ୍ମୁଖରୁ ମହାନ ଓ ବଳବାନ ଜାତିମାନଙ୍କୁ ଘଉଡ଼ାଇ ଦେଇଅଛନ୍ତି; ଆଜି ପର୍ଯ୍ୟନ୍ତ କେହି ତୁମ୍ଭମାନଙ୍କ ସମ୍ମୁଖରେ ଠିଆ ହୋଇ ପାରି ନାହିଁ। ତୁମ୍ଭମାନଙ୍କ ମଧ୍ୟରୁ ଜଣେ ଏକ ହଜାରକୁ ଘଉଡ଼ାଇଥାଏ, କାରଣ ତୁମ୍ଭମାନଙ୍କ ପିତା ତୁମ୍ଭମାନଙ୍କୁ ଯେପରି ପ୍ରତିଜ୍ଞା କରିଅଛନ୍ତି, ସେପରି ସେ ସ୍ଵୟଂ ତୁମ୍ଭମାନଙ୍କ ପକ୍ଷରେ ଯୁଦ୍ଧ କରନ୍ତି। ଏଣୁ ତୁମ୍ଭମାନଙ୍କ ପିତାଙ୍କୁ ପ୍ରେମ କରିବା ନିମନ୍ତେ ତୁମ୍ଭେମାନେ ଆପଣା ଆପଣା ବିଷୟରେ ସାବଧାନ ହୁଅ। କିନ୍ତୁ ଯଦି ତୁମ୍ଭେମାନେ କୌଣସିମତେ ବିମୁଖ ହୋଇ ତୁମ୍ଭମାନଙ୍କ ମଧ୍ୟରେ ଅବଶିଷ୍ଟ ଏହିସବୁ ଜାତି ସହିତ ଆସକ୍ତ ହୁଅ, ପୁଣି ସେମାନଙ୍କ ସଙ୍ଗେ ବିବାହ-ସମ୍ବନ୍ଧ ସ୍ଥାପନ କରି ସେମାନଙ୍କ ସହିତ ଓ ସେମାନେ ତୁମ୍ଭମାନଙ୍କ ସହିତ ମିଶ, ତେବେ ନିଶ୍ଚୟ ଜାଣ ଯେ, ତୁମ୍ଭମାନଙ୍କ ପିତା ତୁମ୍ଭମାନଙ୍କ ସମ୍ମୁଖରୁ ଏହିସବୁ ଜାତିଙ୍କୁ ଆଉ ଘଉଡ଼ାଇ ଦେବେ ନାହିଁ। ତୁମ୍ଭମାନଙ୍କ ପିତା ତୁମ୍ଭମାନଙ୍କୁ ଯେଉଁ ଉତ୍ତମ ଦେଶ ଦେଇଅଛନ୍ତି, ତହିଁରୁ ତୁମ୍ଭେମାନେ ବିନଷ୍ଟ ହେବା ପର୍ଯ୍ୟନ୍ତ ସେମାନେ ତୁମ୍ଭମାନଙ୍କ ପ୍ରତି ଫାନ୍ଦ ଓ ଜାଲ ସ୍ଵରୂପ, ତୁମ୍ଭମାନଙ୍କ ପାର୍ଶ୍ଵରେ କୋରଡ଼ା ଓ ତୁମ୍ଭମାନଙ୍କ ଚକ୍ଷୁରେ କଣ୍ଟକ ସ୍ଵରୂପ ହେବେ।

ଦେଖ, ମୁଁ ଆଜି ସମଗ୍ର ପୃଥିବୀର ଗନ୍ତବ୍ୟ ପଥରେ ଯାଉଅଛି। ତୁମ୍ଭମାନଙ୍କ ପିତା ତୁମ୍ଭମାନଙ୍କ ବିଷୟରେ ଯେଉଁସବୁ ଉତ୍ତମ କଥା ପ୍ରତିଜ୍ଞା କରିଥିଲେ, ତହିଁ ମଧ୍ୟରୁ ଗୋଟିଏ କଥା ବିଫଳ ହୋଇ ନାହିଁ, ବରଂ ସମସ୍ତ ତୁମ୍ଭମାନଙ୍କ ପ୍ରତି ସଫଳ ହୋଇଅଛି; ତହିଁରୁ ଗୋଟିଏ ହେଲେ ବିଫଳ ହୋଇ ନାହିଁ ବୋଲି ତୁମ୍ଭେମାନେ ଆପଣାମାନଙ୍କ ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ଜାଣ। ପୁଣି ତୁମ୍ଭମାନଙ୍କ ପିତା ତୁମ୍ଭମାନଙ୍କୁ ଯେଉଁ ପ୍ରତ୍ୟେକ ଉତ୍ତମ କଥା କହିଥିଲେ, ତାହା ଯେପରି ତୁମ୍ଭମାନଙ୍କ ପ୍ରତି ସଫଳ ହୋଇଅଛି, ସେପରି ସେ ତୁମ୍ଭମାନଙ୍କୁ ଯେଉଁ ଉତ୍ତମ ଦେଶ ଦେଇଅଛନ୍ତି, ତହିଁରୁ ତୁମ୍ଭମାନଙ୍କୁ ବିନଷ୍ଟ କରିବା ପର୍ଯ୍ୟନ୍ତ ସେ ତୁମ୍ଭମାନଙ୍କ ଉପରେ ପ୍ରତ୍ୟେକ ଅମଙ୍ଗଳ ଘଟାଇବେ। ତୁମ୍ଭମାନଙ୍କ ପିତା ତୁମ୍ଭମାନଙ୍କୁ ଆପଣାଙ୍କ ଯେଉଁ ନିୟମ ଆଜ୍ଞା କରିଥିଲେ, ଯଦି ତୁମ୍ଭେମାନେ ତାହା ଲଙ୍ଘନ କରି ଯାଇ ଅନ୍ୟ ଦେବତାମାନଙ୍କୁ ସେବା କର ଓ ସେମାନଙ୍କୁ ପ୍ରଣାମ କର, ତେବେ ତୁମ୍ଭମାନଙ୍କ ପିତାଙ୍କ କ୍ରୋଧ ତୁମ୍ଭମାନଙ୍କ ବିରୁଦ୍ଧରେ ପ୍ରଜ୍ଵଳିତ ହେବ, ଆଉ ସେ ତୁମ୍ଭମାନଙ୍କୁ ଯେଉଁ ଉତ୍ତମ ଦେଶ ଦେଇଅଛନ୍ତି, ତହିଁରୁ ତୁମ୍ଭେମାନେ ଶୀଘ୍ର ବିନଷ୍ଟ ହେବ।”