ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ତୁମ୍ଭେ ମୋତେ ସାନ୍ତ୍ଵନା ଦେଇଅଛ

ବିଚାର ପରବର୍ତ୍ତୀ ଦିନ ପାଇଁ ଏକ ଛୋଟ ଗୀତ। ଗାୟକ ସରଳ ଭାବରେ ନିଜ ପିତାଙ୍କୁ ଧନ୍ୟବାଦ ଦିଅନ୍ତି ଯେ କ୍ରୋଧ ଫେରିଗଲା ଓ ସାନ୍ତ୍ୱନା ଆସିଲା, ଏବଂ କହନ୍ତି ଯେ ସେ ବିଶ୍ୱାସ କରିବେ ଓ ଭୟ କରିବେ ନାହିଁ। ଆନନ୍ଦରେ ଜଳ କଢ଼ାଯାଏ, ଏବଂ ସିୟୋନ ଗୀତ ଗାଏ କାରଣ ଧର୍ମସ୍ୱରୂପ ନିକଟରେ ଅଛନ୍ତି।

ଅଧ୍ୟାୟ 12।

ଆଉ ସେହି ଦିନ ତୁମ୍ଭେ କହିବ: “ହେ ମୋହର ପିତା, ମୁଁ ତୁମ୍ଭର ପ୍ରଶଂସା କରିବି, କାରଣ ତୁମ୍ଭେ ମୋʼ ଉପରେ କ୍ରୋଧିତ ହୋଇଥିଲେ ହେଁ ତୁମ୍ଭର କ୍ରୋଧ ନିବୃତ୍ତ ହୋଇଅଛି, ଆଉ ତୁମ୍ଭେ ମୋତେ ସାନ୍ତ୍ଵନା ଦେଇଅଛ। ଦେଖ, ଆମ୍ଭମାନଙ୍କ ପିତା ମୋହର ପରିତ୍ରାଣ ଅଟନ୍ତି; ମୁଁ ଭରସା କରିବି ଓ ଭୟ କରିବି ନାହିଁ, କାରଣ ମୋହର ପିତା ମୋହର ବଳ ଓ ମୋହର ଗୀତ ଅଟନ୍ତି; ସେ ମୋହର ପରିତ୍ରାଣ ହୋଇଅଛନ୍ତି।” ତୁମ୍ଭେମାନେ ଆନନ୍ଦରେ ପରିତ୍ରାଣରୂପ କୂପରୁ ଜଳ କାଢ଼ିବ। ଆଉ ସେହି ଦିନ ତୁମ୍ଭେମାନେ କହିବ: “ଆମ୍ଭମାନଙ୍କ ପିତାଙ୍କୁ ଧନ୍ୟବାଦ ଦିଅ, ତାହାଙ୍କ ନାମରେ ପ୍ରାର୍ଥନା କର, ସମସ୍ତ ଗୋଷ୍ଠୀ ମଧ୍ୟରେ ତାହାଙ୍କ କର୍ମ ପ୍ରକାଶ କର, ତାହାଙ୍କ ନାମ ଉନ୍ନତ ବୋଲି ଘୋଷଣା କର। ଆମ୍ଭମାନଙ୍କ ପିତାଙ୍କ ଉଦ୍ଦେଶ୍ୟରେ ଗାନ କର, କାରଣ ସେ ମହତ୍ କର୍ମ କରିଅଛନ୍ତି; ଏହା ସମୁଦାୟ ପୃଥିବୀରେ ଜ୍ଞାତ ହେଉ। ହେ ସିୟୋନ ନିବାସିନୀ, ଉଚ୍ଚ ସ୍ଵରରେ ଜୟଧ୍ଵନି କର ଓ ଆନନ୍ଦରେ ଗାନ କର, କାରଣ ଇସ୍ରାଏଲର ଧର୍ମସ୍ଵରୂପ — ଆମ୍ଭମାନଙ୍କ ପିତା — ତୁମ୍ଭ ମଧ୍ୟରେ ମହାନ୍ ଅଟନ୍ତି।”