ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ମର୍ଦ୍ଦଖୟଙ୍କ ମହତ୍ତ୍ଵ

ରାଜକୀୟ ଇତିହାସ ଶୈଳୀରେ ତିନି ପଦର ଏକ ସମାପ୍ତି ଟିପ୍ପଣୀ: ରାଜା ସ୍ଥଳ ଓ ଉପକୂଳ ଦେଶସବୁରେ କର ଧାର୍ଯ୍ୟ କରନ୍ତି, ଏବଂ ମର୍ଦ୍ଦଖୟ, ଯେ ଏବେ ସିଂହାସନ ପରେ ଦ୍ୱିତୀୟ, ସେହି କ୍ଷମତାକୁ ନିଜ ଲୋକମାନଙ୍କ ମଙ୍ଗଳ ଖୋଜିବା ଓ ନିଜ ଜାତିକୁ ଶାନ୍ତିର କଥା କହିବା ପାଇଁ ବ୍ୟବହାର କରିଥିବାରୁ ସ୍ମରଣୀୟ ହୁଅନ୍ତି।

ଅଧ୍ୟାୟ 10।

ଅକ୍ଷଶ୍ଵେରଶ ରାଜା ଦେଶ ଓ ସମୁଦ୍ରର ଉପକୂଳ ଉପରେ କର ବସାଇଲେ। ପୁଣି, ତାହାଙ୍କ ପରାକ୍ରମ ଓ ବିକ୍ରମର ସମସ୍ତ କାର୍ଯ୍ୟ, ଆଉ ରାଜା ମର୍ଦ୍ଦଖୟଙ୍କୁ ଯେଉଁ ମହତ୍ତ୍ଵ ପର୍ଯ୍ୟନ୍ତ ଉନ୍ନତ କରିଥିଲେ, ତହିଁର ସମ୍ପୂର୍ଣ୍ଣ ବୃତ୍ତାନ୍ତ କʼଣ ମାଦୀୟ ଓ ପାରସ୍ୟ ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ନାହିଁ? କାରଣ ଯିହୁଦୀୟ ମର୍ଦ୍ଦଖୟ ଅକ୍ଷଶ୍ଵେରଶ ରାଜାଙ୍କ ପରେ ଦ୍ଵିତୀୟ ସ୍ଥାନୀୟ ହୋଇ ଯିହୁଦୀୟମାନଙ୍କ ମଧ୍ୟରେ ମହାନ, ପୁଣି ଆପଣା ଅନେକ ଭ୍ରାତାଙ୍କ ନିକଟରେ ଅନୁଗୃହୀତ ଥିଲେ; ସେ ଆପଣା ଲୋକମାନଙ୍କ ମଙ୍ଗଳ ଚେଷ୍ଟା କରି ଆପଣା ବଂଶ ସମସ୍ତଙ୍କୁ ଶାନ୍ତିର କଥା କହୁଥିଲେ।