ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ଆଵାସ ପବିତ୍ରୀକରଣ

ବାର ଜଣ ଗୋଷ୍ଠୀନେତା ଯଜ୍ଞବେଦି ପାଇଁ ଏକାପରି ଉତ୍ସର୍ଗ ଦାନ ଆଣନ୍ତି, ଦିନକୁ ଜଣେ ନେତା, ସହିତ ଲେବୀୟମାନଙ୍କ ଭାର ବହିବା ପାଇଁ ଶଗଡ଼ ଓ ବଳଦ। ତାଲିକାଟି ଜାଣିଶୁଣି ଲମ୍ବା: କେହି କାହାଠାରୁ ଅଧିକ ଦିଏ ନାହିଁ। ତାʼପରେ ମୋଶା ସିନ୍ଦୁକ ଉପରୁ କଥା କହୁଥିବା ଆପଣା ପିତାଙ୍କ ସ୍ୱର ଶୁଣନ୍ତି।

ଅଧ୍ୟାୟ 7।

ମୋଶା ଆଵାସ ସ୍ଥାପନ କାର୍ଯ୍ୟ ସମାପ୍ତ କଲା ଉତ୍ତାରେ, ସେ ତାହା ଓ ତହିଁର ସମସ୍ତ ସାମଗ୍ରୀ ପୁଣି ବେଦି ଓ ତହିଁର ସମସ୍ତ ପାତ୍ର ଅଭିଷେକ କରି ପବିତ୍ର କଲେ, ଅର୍ଥାତ୍ ସେହିସବୁ ଅଭିଷେକ କରି ପବିତ୍ର କଲେ। ସେତେବେଳେ ଇସ୍ରାଏଲର ଅଧିପତିମାନେ, ଅର୍ଥାତ୍ ଆପଣା ଆପଣା ପିତୃଵଂଶର ପ୍ରଧାନମାନେ, ଯେଉଁ ଗୋଷ୍ଠୀପତିମାନେ ଗଣନା କାର୍ଯ୍ୟର ତତ୍ତ୍ଵାଵଧାନରେ ଥିଲେ, ସେମାନେ ଏକ ନୈବେଦ୍ୟ ଆଣିଲେ। ସେମାନେ ଆମ୍ଭମାନଙ୍କ ପିତାଙ୍କ ଛାମୁକୁ ଆପଣାମାନଙ୍କ ନୈବେଦ୍ୟ ଆଣିଲେ, ଅର୍ଥାତ୍ ଆଚ୍ଛାଦିତ ଛଅ ଶଗଡ଼ ଓ ବାର ବଳଦ, ଦୁଇ ଅଧିପତି ପ୍ରତି ଗୋଟିଏ ଶଗଡ଼ ଓ ପ୍ରତ୍ୟେକ ପ୍ରତି ଗୋଟିଏ ବଳଦ, ପୁଣି ଆଵାସ ସମ୍ମୁଖରେ ସେହିସବୁ ଉତ୍ସର୍ଗ କଲେ। ଆଉ ଆମ୍ଭମାନଙ୍କ ପିତା ମୋଶାଙ୍କୁ କହିଲେ,

“ତୁମ୍ଭେ ସେମାନଙ୍କଠାରୁ ଏହିସବୁ ଗ୍ରହଣ କର, ଯେପରି ସମାଗମ ତମ୍ବୁର ସେଵାକାର୍ଯ୍ୟ ନିମନ୍ତେ ବ୍ୟଵହୃତ ହେବ; ପୁଣି ପ୍ରତ୍ୟେକ ଲେବୀୟ ଆପଣା ଆପଣା ସେଵାକାର୍ଯ୍ୟ ଅନୁସାରେ ସେହିସବୁ ପାଇବା ନିମନ୍ତେ ସେମାନଙ୍କୁ ଦିଅ।”

ତହିଁରେ ମୋଶା ସେହି ଶଗଡ଼ ଓ ବଳଦସବୁ ନେଇ ଲେବୀୟମାନଙ୍କୁ ଦେଲେ। ସେ ଗେର୍ଶୋନର ସନ୍ତାନମାନଙ୍କ ସେଵାକାର୍ଯ୍ୟ ଅନୁସାରେ ସେମାନଙ୍କୁ ଦୁଇ ଶଗଡ଼ ଓ ଚାରି ବଳଦ ଦେଲେ। ଆଉ ସେ ମରାରିର ସନ୍ତାନମାନଙ୍କ ସେଵାକାର୍ଯ୍ୟ ଅନୁସାରେ ହାରୋଣ ଯାଜକଙ୍କ ପୁତ୍ର ଈଥାମରଙ୍କ ଅଧୀନରେ ସେମାନଙ୍କୁ ଚାରି ଶଗଡ଼ ଓ ଆଠ ବଳଦ ଦେଲେ। ମାତ୍ର ସେ କହାତର ସନ୍ତାନମାନଙ୍କୁ କିଛି ଦେଲେ ନାହିଁ, କାରଣ ପଵିତ୍ର ଵସ୍ତୁର ସେଵାକାର୍ଯ୍ୟ ସେମାନଙ୍କର ଥିଲା, ତାହା ସ୍କନ୍ଧରେ ବୋହିବାକୁ ହେଉଥିଲା।

ଆଉ ଯେଉଁ ଦିନ ବେଦି ଅଭିଷିକ୍ତ ହେଲା, ସେଦିନ ଅଧିପତିମାନେ ତହିଁର ପ୍ରତିଷ୍ଠା ନୈବେଦ୍ୟ ଆଣିଲେ; ଅଧିପତିମାନେ ବେଦି ସମ୍ମୁଖରେ ଆପଣାମାନଙ୍କ ନୈବେଦ୍ୟ ଆଣିଲେ।

ତହିଁରେ ଆମ୍ଭମାନଙ୍କ ପିତା ମୋଶାଙ୍କୁ କହିଲେ, “ବେଦିର ପ୍ରତିଷ୍ଠା ନିମନ୍ତେ ପ୍ରତି ଦିନ ଜଣେ ଅଧିପତି ଆପଣା ନୈବେଦ୍ୟ ଆଣିବ।”

ଯିହୂଦା ଗୋଷ୍ଠୀର ଅମ୍ମୀନାଦବର ପୁତ୍ର ନହଶୋନ ପ୍ରଥମ ଦିନ ଆପଣା ନୈବେଦ୍ୟ ଉତ୍ସର୍ଗ କଲା। ତାହାର ନୈବେଦ୍ୟ ଥିଲା, ଅନୁମାନ ସାଢ଼େ ତିନି ସେର ଓଜନର ଗୋଟିଏ ରୌପ୍ୟ ପାତ୍ର ଓ ଅନୁମାନ ପୌଣେ ଦୁଇ ସେର ଓଜନର ଗୋଟିଏ ରୌପ୍ୟ କୁଣ୍ଡ, ଏ ଦୁଇ ଶସ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପରିପୂର୍ଣ୍ଣ ଥିଲା। ଅନୁମାନ ଚାରି ତୋଳା ଓଜନର ଗୋଟିଏ ସୁବର୍ଣ୍ଣ ପାତ୍ର, ତାହା ଧୂପରେ ପରିପୂର୍ଣ୍ଣ; ହୋମବଳି ନିମନ୍ତେ ଗୋଟିଏ ଯୁଵା ବୃଷ, ଗୋଟିଏ ମେଷ ଓ ଏକ ବର୍ଷୀୟ ଗୋଟିଏ ମେଷଶାଵକ; ପାପାର୍ଥକ ବଳି ନିମନ୍ତେ ଗୋଟିଏ ଛାଗ; ଆଉ ମଙ୍ଗଳାର୍ଥକ ବଳି ନିମନ୍ତେ ଦୁଇ ବଳଦ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷଶାଵକ। ଏହା ଅମ୍ମୀନାଦବର ପୁତ୍ର ନହଶୋନର ନୈବେଦ୍ୟ ଥିଲା।

ଦ୍ଵିତୀୟ ଦିନ ଇଷାଖରର ଅଧିପତି ସୂୟାରର ପୁତ୍ର ନଥନେଲ ଏକ ନୈବେଦ୍ୟ ଉତ୍ସର୍ଗ କଲା। ତାହାର ନୈବେଦ୍ୟ ଥିଲା, ଅନୁମାନ ସାଢ଼େ ତିନି ସେର ଓଜନର ଗୋଟିଏ ରୌପ୍ୟ ପାତ୍ର, ଅନୁମାନ ପୌଣେ ଦୁଇ ସେର ଓଜନର ଗୋଟିଏ ରୌପ୍ୟ କୁଣ୍ଡ, ଏ ଦୁଇ ଶସ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପରିପୂର୍ଣ୍ଣ ଥିଲା। ଅନୁମାନ ଚାରି ତୋଳା ଓଜନର ଗୋଟିଏ ସୁବର୍ଣ୍ଣ ପାତ୍ର, ତାହା ଧୂପରେ ପରିପୂର୍ଣ୍ଣ; ହୋମବଳି ନିମନ୍ତେ ଗୋଟିଏ ଯୁଵା ବୃଷ, ଗୋଟିଏ ମେଷ ଓ ଏକ ବର୍ଷୀୟ ଗୋଟିଏ ମେଷଶାଵକ; ପାପାର୍ଥକ ବଳି ନିମନ୍ତେ ଗୋଟିଏ ଛାଗ; ଆଉ ମଙ୍ଗଳାର୍ଥକ ବଳି ନିମନ୍ତେ ଦୁଇ ବଳଦ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷଶାଵକ। ଏହା ସୂୟାରର ପୁତ୍ର ନଥନେଲର ନୈବେଦ୍ୟ ଥିଲା।

ତୃତୀୟ ଦିନ ସବୂଲୂନ ସନ୍ତାନମାନଙ୍କ ଅଧିପତି ହେଲୋନର ପୁତ୍ର ଇଲୀୟାବ ଥିଲା। ତାହାର ନୈବେଦ୍ୟ ଥିଲା, ଅନୁମାନ ସାଢ଼େ ତିନି ସେର ଓଜନର ଗୋଟିଏ ରୌପ୍ୟ ପାତ୍ର, ଅନୁମାନ ପୌଣେ ଦୁଇ ସେର ଓଜନର ଗୋଟିଏ ରୌପ୍ୟ କୁଣ୍ଡ, ଏ ଦୁଇ ଶସ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପରିପୂର୍ଣ୍ଣ; ଅନୁମାନ ଚାରି ତୋଳା ଓଜନର ଗୋଟିଏ ସୁବର୍ଣ୍ଣ ପାତ୍ର, ତାହା ଧୂପରେ ପରିପୂର୍ଣ୍ଣ; ହୋମବଳି ନିମନ୍ତେ ଗୋଟିଏ ଯୁଵା ବୃଷ, ଗୋଟିଏ ମେଷ ଓ ଏକ ବର୍ଷୀୟ ଗୋଟିଏ ମେଷଶାଵକ; ପାପାର୍ଥକ ବଳି ନିମନ୍ତେ ଗୋଟିଏ ଛାଗ; ଆଉ ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ବଳଦ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷଶାଵକ। ଏହା ହେଲୋନର ପୁତ୍ର ଇଲୀୟାବର ନୈବେଦ୍ୟ ଥିଲା।

ଚତୁର୍ଥ ଦିନ ରୁବେନ ସନ୍ତାନମାନଙ୍କ ଅଧିପତି ଶଦେୟୂରର ପୁତ୍ର ଇଲୀଷୂର ଥିଲା। ତାହାର ନୈବେଦ୍ୟ ଥିଲା, ଅନୁମାନ ସାଢ଼େ ତିନି ସେର ଓଜନର ଗୋଟିଏ ରୌପ୍ୟ ପାତ୍ର ଓ ଅନୁମାନ ପୌଣେ ଦୁଇ ସେର ଓଜନର ଗୋଟିଏ ରୌପ୍ୟ କୁଣ୍ଡ, ଏ ଦୁଇ ଶସ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପରିପୂର୍ଣ୍ଣ। ଅନୁମାନ ଚାରି ତୋଳା ଓଜନର ଗୋଟିଏ ସୁବର୍ଣ୍ଣ ପାତ୍ର, ତାହା ଧୂପରେ ପରିପୂର୍ଣ୍ଣ; ହୋମବଳି ନିମନ୍ତେ ଗୋଟିଏ ଯୁଵା ବୃଷ, ଗୋଟିଏ ମେଷ ଓ ଏକ ବର୍ଷୀୟ ଗୋଟିଏ ମେଷଶାଵକ; ପାପାର୍ଥକ ବଳି ନିମନ୍ତେ ଗୋଟିଏ ଛାଗ; ଆଉ ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ବଳଦ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷଶାଵକ। ଏହା ଶଦେୟୂରର ପୁତ୍ର ଇଲୀଷୂରର ନୈବେଦ୍ୟ ଥିଲା।

ପଞ୍ଚମ ଦିନ ଶିମୀୟୋନ ସନ୍ତାନମାନଙ୍କ ଅଧିପତି ସୂରୀଶଦ୍ଦୟର ପୁତ୍ର ଶଲୁମୀୟେଲ ଥିଲା। ତାହାର ନୈବେଦ୍ୟ ଥିଲା, ଅନୁମାନ ସାଢ଼େ ତିନି ସେର ଓଜନର ଗୋଟିଏ ରୌପ୍ୟ ପାତ୍ର, ଅନୁମାନ ପୌଣେ ଦୁଇ ସେର ଓଜନର ଗୋଟିଏ ରୌପ୍ୟ କୁଣ୍ଡ, ଏ ଦୁଇ ଶସ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପରିପୂର୍ଣ୍ଣ। ଅନୁମାନ ଚାରି ତୋଳା ଓଜନର ଗୋଟିଏ ସୁବର୍ଣ୍ଣ ପାତ୍ର, ତାହା ଧୂପରେ ପରିପୂର୍ଣ୍ଣ; ହୋମବଳି ନିମନ୍ତେ ଗୋଟିଏ ଯୁଵା ବୃଷ, ଗୋଟିଏ ମେଷ ଓ ଏକ ବର୍ଷୀୟ ଗୋଟିଏ ମେଷଶାଵକ; ପାପାର୍ଥକ ବଳି ନିମନ୍ତେ ଗୋଟିଏ ଛାଗ; ଆଉ ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ବଳଦ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷଶାଵକ। ଏହା ସୂରୀଶଦ୍ଦୟର ପୁତ୍ର ଶଲୁମୀୟେଲର ନୈବେଦ୍ୟ ଥିଲା।

ଷଷ୍ଠ ଦିନ ଗାଦ ସନ୍ତାନମାନଙ୍କ ଅଧିପତି ଦ୍ୟୂୟେଲର ପୁତ୍ର ଇଲୀୟାସଫ ଥିଲା। ତାହାର ନୈବେଦ୍ୟ ଥିଲା, ଅନୁମାନ ସାଢ଼େ ତିନି ସେର ଓଜନର ଗୋଟିଏ ରୌପ୍ୟ ପାତ୍ର ଓ ଅନୁମାନ ପୌଣେ ଦୁଇ ସେର ଓଜନର ଗୋଟିଏ ରୌପ୍ୟ କୁଣ୍ଡ, ଏ ଦୁଇ ଶସ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପରିପୂର୍ଣ୍ଣ ଥିଲା। ଅନୁମାନ ଚାରି ତୋଳା ଓଜନର ଗୋଟିଏ ସୁବର୍ଣ୍ଣ ପାତ୍ର, ତାହା ଧୂପରେ ପରିପୂର୍ଣ୍ଣ; ହୋମବଳି ନିମନ୍ତେ ଗୋଟିଏ ଯୁଵା ବୃଷ, ଗୋଟିଏ ମେଷ ଓ ଏକ ବର୍ଷୀୟ ଗୋଟିଏ ମେଷଶାଵକ; ପାପାର୍ଥକ ବଳି ନିମନ୍ତେ ଗୋଟିଏ ଛାଗ; ଆଉ ମଙ୍ଗଳାର୍ଥକ ବଳି ନିମନ୍ତେ ଦୁଇ ବଳଦ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷଶାଵକ। ଏହା ଦ୍ୟୂୟେଲର ପୁତ୍ର ଇଲୀୟାସଫର ନୈବେଦ୍ୟ ଥିଲା।

ସପ୍ତମ ଦିନ ଇଫ୍ରୟିମ ସନ୍ତାନମାନଙ୍କ ଅଧିପତି ଅମ୍ମୀହୂଦର ପୁତ୍ର ଇଲୀଶାମା ଥିଲା। ତାହାର ନୈବେଦ୍ୟ ଥିଲା, ଅନୁମାନ ସାଢ଼େ ତିନି ସେର ଓଜନର ଗୋଟିଏ ରୌପ୍ୟ ପାତ୍ର ଓ ଅନୁମାନ ପୌଣେ ଦୁଇ ସେର ଓଜନର ଗୋଟିଏ ରୌପ୍ୟ କୁଣ୍ଡ, ଏ ଦୁଇ ଶସ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପରିପୂର୍ଣ୍ଣ; ଅନୁମାନ ଚାରି ତୋଳା ଓଜନର ଗୋଟିଏ ସୁବର୍ଣ୍ଣ ପାତ୍ର, ତାହା ଧୂପରେ ପରିପୂର୍ଣ୍ଣ; ହୋମବଳି ନିମନ୍ତେ ଗୋଟିଏ ଯୁଵା ବୃଷ, ଗୋଟିଏ ମେଷ ଓ ଏକ ବର୍ଷୀୟ ଗୋଟିଏ ମେଷଶାଵକ; ପାପାର୍ଥକ ବଳି ନିମନ୍ତେ ଗୋଟିଏ ଛାଗ; ଆଉ ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ବଳଦ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷଶାଵକ। ଏହା ଅମ୍ମୀହୂଦର ପୁତ୍ର ଇଲୀଶାମାର ନୈବେଦ୍ୟ ଥିଲା।

ଅଷ୍ଟମ ଦିନ ମନଃଶି ସନ୍ତାନମାନଙ୍କ ଅଧିପତି ପଦାହସୂରର ପୁତ୍ର ଗମଲୀୟେଲ ଥିଲା। ତାହାର ନୈବେଦ୍ୟ ଥିଲା, ଅନୁମାନ ସାଢ଼େ ତିନି ସେର ଓଜନର ଗୋଟିଏ ରୌପ୍ୟ ପାତ୍ର ଓ ଅନୁମାନ ପୌଣେ ଦୁଇ ସେର ଓଜନର ଗୋଟିଏ ରୌପ୍ୟ କୁଣ୍ଡ, ଏ ଦୁଇ ଶସ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପରିପୂର୍ଣ୍ଣ। ଅନୁମାନ ଚାରି ତୋଳା ଓଜନର ଗୋଟିଏ ସୁବର୍ଣ୍ଣ ପାତ୍ର, ତାହା ଧୂପରେ ପରିପୂର୍ଣ୍ଣ; ହୋମବଳି ନିମନ୍ତେ ଗୋଟିଏ ଯୁଵା ବୃଷ, ଗୋଟିଏ ମେଷ ଓ ଏକ ବର୍ଷୀୟ ଗୋଟିଏ ମେଷଶାଵକ; ପାପାର୍ଥକ ବଳି ନିମନ୍ତେ ଗୋଟିଏ ଛାଗ; ଆଉ ମଙ୍ଗଳାର୍ଥକ ବଳି ନିମନ୍ତେ ଦୁଇ ବଳଦ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷଶାଵକ। ଏହା ପଦାହସୂରର ପୁତ୍ର ଗମଲୀୟେଲର ନୈବେଦ୍ୟ।

ନଵମ ଦିନ ବିନ୍ୟାମୀନ ସନ୍ତାନମାନଙ୍କ ଅଧିପତି ଗିଦିୟୋନୀର ପୁତ୍ର ଅବୀଦାନ ଥିଲା। ତାହାର ନୈବେଦ୍ୟ ଥିଲା, ଅନୁମାନ ସାଢ଼େ ତିନି ସେର ଓଜନର ଗୋଟିଏ ରୌପ୍ୟ ପାତ୍ର, ଅନୁମାନ ପୌଣେ ଦୁଇ ସେର ଓଜନର ଗୋଟିଏ ରୌପ୍ୟ କୁଣ୍ଡ, ଏ ଦୁଇ ଶସ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପରିପୂର୍ଣ୍ଣ। ଅନୁମାନ ଚାରି ତୋଳା ଓଜନର ଗୋଟିଏ ସୁବର୍ଣ୍ଣ ପାତ୍ର, ତାହା ଧୂପରେ ପରିପୂର୍ଣ୍ଣ; ହୋମବଳି ନିମନ୍ତେ ଗୋଟିଏ ଯୁଵା ବୃଷ, ଗୋଟିଏ ମେଷ ଓ ଏକ ବର୍ଷୀୟ ଗୋଟିଏ ମେଷଶାଵକ; ପାପାର୍ଥକ ବଳି ନିମନ୍ତେ ଗୋଟିଏ ଛାଗ; ଆଉ ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ବଳଦ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷଶାଵକ। ଏହା ଗିଦିୟୋନୀର ପୁତ୍ର ଅବୀଦାନର ନୈବେଦ୍ୟ ଥିଲା।

ଦଶମ ଦିନ ଦାନ ସନ୍ତାନମାନଙ୍କ ଅଧିପତି ଅମ୍ମୀଶଦ୍ଦୟର ପୁତ୍ର ଅହୀୟେଷର ଥିଲା। ତାହାର ନୈବେଦ୍ୟ ଥିଲା, ଅନୁମାନ ସାଢ଼େ ତିନି ସେର ଓଜନର ଗୋଟିଏ ରୌପ୍ୟ ପାତ୍ର, ଅନୁମାନ ପୌଣେ ଦୁଇ ସେର ଓଜନର ଗୋଟିଏ ରୌପ୍ୟ କୁଣ୍ଡ, ଏ ଦୁଇ ଶସ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପରିପୂର୍ଣ୍ଣ। ଅନୁମାନ ଚାରି ତୋଳା ଓଜନର ଗୋଟିଏ ସୁବର୍ଣ୍ଣ ପାତ୍ର, ତାହା ଧୂପରେ ପରିପୂର୍ଣ୍ଣ; ହୋମବଳି ନିମନ୍ତେ ଗୋଟିଏ ଯୁଵା ବୃଷ, ଗୋଟିଏ ମେଷ ଓ ଏକ ବର୍ଷୀୟ ଗୋଟିଏ ମେଷଶାଵକ; ପାପାର୍ଥକ ବଳି ନିମନ୍ତେ ଗୋଟିଏ ଛାଗ; ଆଉ ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ବଳଦ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷଶାଵକ। ଏହା ଅମ୍ମୀଶଦ୍ଦୟର ପୁତ୍ର ଅହୀୟେଷରର ନୈବେଦ୍ୟ ଥିଲା।

ଏକାଦଶ ଦିନ ଆଶେର ସନ୍ତାନମାନଙ୍କ ଅଧିପତି ଅକ୍ରନର ପୁତ୍ର ପଗୀୟେଲ ଥିଲା। ସେ ଅନୁମାନ ସାଢ଼େ ତିନି ସେର ଓଜନର ଗୋଟିଏ ରୌପ୍ୟ ପାତ୍ର ଓ ଅନୁମାନ ପୌଣେ ଦୁଇ ସେର ଓଜନର ଗୋଟିଏ ରୌପ୍ୟ କୁଣ୍ଡ ଉତ୍ସର୍ଗ କଲା, ଏ ଦୁଇ ଶସ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପରିପୂର୍ଣ୍ଣ ଥିଲା; ଅନୁମାନ ଚାରି ତୋଳା ଓଜନର ଗୋଟିଏ ସୁବର୍ଣ୍ଣ ପାତ୍ର, ତାହା ଧୂପରେ ପରିପୂର୍ଣ୍ଣ; ହୋମବଳି ନିମନ୍ତେ ଗୋଟିଏ ଯୁଵା ବୃଷ, ଗୋଟିଏ ମେଷ ଓ ଏକ ବର୍ଷୀୟ ଗୋଟିଏ ମେଷଶାଵକ; ପାପାର୍ଥକ ବଳି ନିମନ୍ତେ ଗୋଟିଏ ଛାଗ; ଆଉ ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ବଳଦ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷଶାଵକ। ଏହା ଅକ୍ରନର ପୁତ୍ର ପଗୀୟେଲର ନୈବେଦ୍ୟ।

ଦ୍ଵାଦଶ ଦିନ ନପ୍ତାଲି ସନ୍ତାନମାନଙ୍କ ଅଧିପତି ଐନନର ପୁତ୍ର ଅହୀର ଥିଲା। ତାହାର ନୈବେଦ୍ୟ ଥିଲା, ଅନୁମାନ ସାଢ଼େ ତିନି ସେର ଓଜନର ଗୋଟିଏ ରୌପ୍ୟ ପାତ୍ର ଓ ଅନୁମାନ ପୌଣେ ଦୁଇ ସେର ଓଜନର ଗୋଟିଏ ରୌପ୍ୟ କୁଣ୍ଡ, ଏ ଦୁଇ ଶସ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପରିପୂର୍ଣ୍ଣ ଥିଲା। ଅନୁମାନ ଚାରି ତୋଳା ଓଜନର ଗୋଟିଏ ସୁବର୍ଣ୍ଣ ପାତ୍ର, ତାହା ଧୂପରେ ପରିପୂର୍ଣ୍ଣ; ହୋମବଳି ନିମନ୍ତେ ଗୋଟିଏ ଯୁଵା ବୃଷ, ଗୋଟିଏ ମେଷ ଓ ଏକ ବର୍ଷୀୟ ଗୋଟିଏ ମେଷଶାଵକ; ପାପାର୍ଥକ ବଳି ନିମନ୍ତେ ଗୋଟିଏ ଛାଗ; ଆଉ ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ବଳଦ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷଶାଵକ। ଏହା ଐନନର ପୁତ୍ର ଅହୀରର ନୈବେଦ୍ୟ।

ବେଦି ଅଭିଷିକ୍ତ ହେବା ଦିନ ଇସ୍ରାଏଲର ଅଧିପତିମାନଙ୍କଠାରୁ ଏହି ପ୍ରତିଷ୍ଠା ନୈବେଦ୍ୟ ଥିଲା, ଅର୍ଥାତ୍ ବାର ରୌପ୍ୟ ପାତ୍ର, ବାର ରୌପ୍ୟ କୁଣ୍ଡ ଓ ବାର ସୁବର୍ଣ୍ଣ ପାତ୍ର। ପ୍ରତ୍ୟେକ ରୌପ୍ୟ ପାତ୍ର ଅନୁମାନ ସାଢ଼େ ତିନି ସେର ଓ ପ୍ରତ୍ୟେକ କୁଣ୍ଡ ଅନୁମାନ ପୌଣେ ଦୁଇ ସେର ଓଜନର ଥିଲା; ପାତ୍ରସମୂହର ସମସ୍ତ ରୌପ୍ୟ ଅନୁମାନ ଷାଠିଏ ସେର ହେଲା। ଧୂପରେ ପରିପୂର୍ଣ୍ଣ ବାର ସୁବର୍ଣ୍ଣ ପାତ୍ର ପ୍ରତ୍ୟେକ ଅନୁମାନ ଚାରି ତୋଳା ଓଜନର ଥିଲା; ସମସ୍ତ ସୁବର୍ଣ୍ଣ ଅନୁମାନ ତିନି ସେର ହେଲା। ହୋମବଳି ନିମନ୍ତେ ସମସ୍ତ ପଶୁ ଥିଲା, ଅର୍ଥାତ୍ ବାର ବୃଷ, ବାର ମେଷ ଓ ଏକ ବର୍ଷୀୟ ବାର ମେଷଶାଵକ ସେମାନଙ୍କ ଶସ୍ୟ ନୈବେଦ୍ୟ ସହିତ; ଆଉ ପାପାର୍ଥକ ବଳି ନିମନ୍ତେ ବାର ଛାଗ। ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ସମସ୍ତ ପଶୁ ଥିଲା, ଅର୍ଥାତ୍ ଚବିଶ ବୃଷ, ଷାଠିଏ ମେଷ, ଷାଠିଏ ଛାଗ ଓ ଏକ ବର୍ଷୀୟ ଷାଠିଏ ମେଷଶାଵକ। ବେଦି ଅଭିଷିକ୍ତ ହେବା ଉତ୍ତାରେ ଏହା ତହିଁର ପ୍ରତିଷ୍ଠା ନୈବେଦ୍ୟ ଥିଲା।

ଯେତେବେଳେ ମୋଶା ଆମ୍ଭମାନଙ୍କ ପିତାଙ୍କ ସହିତ କଥାବାର୍ତ୍ତା କରିବା ନିମନ୍ତେ ସମାଗମ ତମ୍ବୁ ଭିତରକୁ ପ୍ରଵେଶ କଲେ, ସେତେବେଳେ ସେ ସାକ୍ଷ୍ୟ-ସିନ୍ଦୁକ ଉପରିସ୍ଥ ପାପାଚ୍ଛାଦନର ଉପରୁ, ଦୁଇ କିରୂବଙ୍କ ମଧ୍ୟରୁ, ଆପଣାକୁ କଥା କହୁଥିବା ସ୍ଵର ଶୁଣିଲେ; ଏହିପରି ଆମ୍ଭମାନଙ୍କ ପିତା ତାହାଙ୍କ ସହିତ କଥାବାର୍ତ୍ତା କଲେ। a a v89 ସମସ୍ତ ନୈବେଦ୍ୟ ଉତ୍ସର୍ଗ ହେବା ଉତ୍ତାରେ, ଅଧ୍ୟାୟଟି ସେହିସବୁ ଯାହା ନିମନ୍ତେ ଥିଲା, ତାହା କହି ଶେଷ ହୁଏ, ଅର୍ଥାତ୍ ଆମ୍ଭମାନଙ୍କ ପିତା ସେଠାରେ ମୋଶାଙ୍କ ସହିତ ସାକ୍ଷାତ କଲେ ଓ ଦୟାର ସେହି ସ୍ଥାନରୁ ସ୍ଵରରେ ସ୍ଵରରେ ତାହାଙ୍କ ସହିତ କଥାବାର୍ତ୍ତା କଲେ।