ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ପିତ୍ତଳମୟ ବେଦି

ଶିଙ୍ଗ ଥିବା ଏକ ପିତ୍ତଳ ଯଜ୍ଞବେଦି ଏକ ପ୍ରାଙ୍ଗଣରେ ଠିଆ ହୋଇଛି, ଯାହା ରୁପା-ବନ୍ଧନୀ ଥିବା ଖୁଣ୍ଟରେ ମସିନା ପରଦାରେ ଘେରା, ଗୋଟିଏ ଦ୍ୱାର ଥିବା ଏକ ନିର୍ଦ୍ଦିଷ୍ଟ ସ୍ଥାନ, ଯେଉଁଠାରେ ବଳିଦାନଗୁଡ଼ିକ ଦେଖାଯାଇପାରେ। ଇସ୍ରାଏଲ ପେଷା ଜୀତ ତୈଳ ଯୋଗାଏ ଯେପରି ହାରୋଣ ଓ ତାଙ୍କ ପୁତ୍ରମାନେ ସନ୍ଧ୍ୟାରୁ ସକାଳ ପର୍ଯ୍ୟନ୍ତ ଏକ ଦୀପ ଜଳାଇ ରଖନ୍ତି।

ଅଧ୍ୟାୟ 27।

“ଶିଟୀମ୍‌ କାଷ୍ଠରେ ବେଦି ନିର୍ମାଣ କର: ତାହା ସାଡ଼େ ସାତ ଫୁଟ ଦୀର୍ଘ, ସାଡ଼େ ସାତ ଫୁଟ ପ୍ରସ୍ଥ, ଚତୁଷ୍କୋଣ ଓ ସାଡ଼େ ଚାରି ଫୁଟ ଉଚ୍ଚ ହେବ। ତାହାର ଚାରି କୋଣରେ ଶୃଙ୍ଗ ନିର୍ମାଣ କର, ସେହି ଶୃଙ୍ଗ ତାହା ସହିତ ଏକ ଖଣ୍ଡରେ ହେବ; ପୁଣି ତାହା ପିତ୍ତଳରେ ମଣ୍ଡନ କର। ତାହାର ଭସ୍ମ ବାହାର କରିବା ନିମନ୍ତେ ହାଣ୍ଡି, ଓ କରଚୁଲି, କୁଣ୍ଡ, ତ୍ରିଶୂଳ ଓ ଅଙ୍ଗାରଧାନୀ ନିର୍ମାଣ କର; ତାହାର ସମସ୍ତ ପାତ୍ର ପିତ୍ତଳରେ ନିର୍ମାଣ କର। ତାହା ନିମନ୍ତେ ଗୋଟିଏ ଝାଞ୍ଜରୀ, ଅର୍ଥାତ୍‌ ପିତ୍ତଳମୟ ଜାଲି ନିର୍ମାଣ କର; ପୁଣି ସେହି ଜାଲିର ଚାରି କୋଣରେ ଚାରିଗୋଟି ପିତ୍ତଳମୟ କଡ଼ା ନିର୍ମାଣ କର। ତାହା ବେଦିର ବେଢ଼ ତଳେ ରଖ, ଯେପରି ସେହି ଜାଲି ବେଦିର ଅର୍ଦ୍ଧେକ ପର୍ଯ୍ୟନ୍ତ ପହଞ୍ଚିବ। ବେଦି ନିମନ୍ତେ ସାଙ୍ଗୀ, ଅର୍ଥାତ୍‌ ଶିଟୀମ୍‌ କାଷ୍ଠର ସାଙ୍ଗୀ ନିର୍ମାଣ କର, ପୁଣି ସେସବୁ ପିତ୍ତଳରେ ମଣ୍ଡନ କର। ବେଦି ବହିବା ନିମନ୍ତେ ତାହାର ଦୁଇ ପାର୍ଶ୍ଵରେ କଡ଼ା ମଧ୍ୟଦେଇ ସେହି ସାଙ୍ଗୀ ପ୍ରବେଶ କରାଇବ। ପର୍ବତ ଉପରେ ଯେପରି ତୁମ୍ଭକୁ ଦେଖାଯାଇଥିଲା, ସେହିପରି ତାହା ପଟା ଦେଇ ଫମ୍ପା କରି ନିର୍ମାଣ କର—ସେମାନେ ସେହିପରି ତାହା ନିର୍ମାଣ କରିବେ।

ପ୍ରାଙ୍ଗଣ

“ଆଉ ଆବାସର ପ୍ରାଙ୍ଗଣ ନିର୍ମାଣ କର: ଦକ୍ଷିଣ ପାର୍ଶ୍ଵ ନିମନ୍ତେ ବଳା ଶୁଭ୍ର କ୍ଷୌମସୂତ୍ରର ପରଦା, ସେହି ପାର୍ଶ୍ଵ ନିମନ୍ତେ ପ୍ରାୟ ଏକ ଶହ ପଚାଶ ଫୁଟ ଦୀର୍ଘ ହେବ। ତହିଁର କୋଡ଼ିଏ ସ୍ତମ୍ଭ ଓ କୋଡ଼ିଏ ପିତ୍ତଳମୟ ଚୁଙ୍ଗୀ ହେବ; ପୁଣି ସ୍ତମ୍ଭର ଆଙ୍କୁଡ଼ା ଓ ବନ୍ଧନୀ ରୂପାର ହେବ। ସେହିପରି ଉତ୍ତର ପାର୍ଶ୍ଵ ନିମନ୍ତେ ହେଁ ଏକ ଶହ ପଚାଶ ଫୁଟ ଦୀର୍ଘ ପରଦା, କୋଡ଼ିଏ ସ୍ତମ୍ଭ, କୋଡ଼ିଏ ପିତ୍ତଳମୟ ଚୁଙ୍ଗୀ, ଆଉ ସ୍ତମ୍ଭ ନିମନ୍ତେ ରୂପାର ଆଙ୍କୁଡ଼ା ଓ ବନ୍ଧନୀ ହେବ। ପ୍ରାଙ୍ଗଣର ପଶ୍ଚିମ ପ୍ରସ୍ଥ ନିମନ୍ତେ ପଞ୍ଚସ୍ତରି ଫୁଟ ଦୀର୍ଘ ପରଦା, ଦଶ ସ୍ତମ୍ଭ ଓ ଦଶ ଚୁଙ୍ଗୀ ହେବ। ପୂର୍ବ ପାର୍ଶ୍ଵରେ, ସୂର୍ଯ୍ୟୋଦୟ ଆଡ଼େ, ପ୍ରାଙ୍ଗଣର ପ୍ରସ୍ଥ ପ୍ରାୟ ପଞ୍ଚସ୍ତରି ଫୁଟ ହେବ। ଦ୍ଵାରର ଗୋଟିଏ ପାର୍ଶ୍ଵ ନିମନ୍ତେ ତିନି ସ୍ତମ୍ଭ ଓ ତିନି ଚୁଙ୍ଗୀ ସହିତ ପ୍ରାୟ ସାଡ଼େ ବାଇଶ ଫୁଟ ପରଦା ହେବ। ଅନ୍ୟ ପାର୍ଶ୍ଵରେ ସାଡ଼େ ବାଇଶ ଫୁଟ ପରଦା, ତିନି ସ୍ତମ୍ଭ ଓ ତିନି ଚୁଙ୍ଗୀ ହେବ। ପ୍ରାଙ୍ଗଣ ଦ୍ଵାରର ଆଚ୍ଛାଦନ ବସ୍ତ୍ର: ତିରିଶ ଫୁଟ, ନୀଳ, ଧୂମ୍ର ଓ ସିନ୍ଦୂରବର୍ଣ୍ଣ ସୂତ୍ର ଓ ବଳା ଶୁଭ୍ର କ୍ଷୌମସୂତ୍ରରେ ସୂଚିକର୍ମ କରାଯାଇ, ଚାରି ସ୍ତମ୍ଭ ଓ ଚାରି ଚୁଙ୍ଗୀ ସହିତ ହେବ। ପ୍ରାଙ୍ଗଣର ଚତୁର୍ଦ୍ଦିଗସ୍ଥ ସମସ୍ତ ସ୍ତମ୍ଭ ରୂପାରେ ବନ୍ଧାଯିବ, ଆଙ୍କୁଡ଼ା ରୂପାର ଓ ଚୁଙ୍ଗୀ ପିତ୍ତଳର ହେବ। ପ୍ରାଙ୍ଗଣ: ପ୍ରାୟ ଏକ ଶହ ପଚାଶ ଫୁଟ ଦୀର୍ଘ, ସର୍ବତ୍ର ପଞ୍ଚସ୍ତରି ଫୁଟ ପ୍ରସ୍ଥ ଓ ସାଡ଼େ ସାତ ଫୁଟ ଉଚ୍ଚ—ବଳା ଶୁଭ୍ର କ୍ଷୌମସୂତ୍ର ଓ ପିତ୍ତଳମୟ ଚୁଙ୍ଗୀ ହେବ। ଆବାସର ସମସ୍ତ ଉପକରଣ, ଯାହା କୌଣସି କାର୍ଯ୍ୟ ନିମନ୍ତେ ବ୍ୟବହୃତ ହେଉ, ତାହାର ସମସ୍ତ ଗୁଣ୍ଠ ଓ ପ୍ରାଙ୍ଗଣର ସମସ୍ତ ଗୁଣ୍ଠ—ସବୁ ପିତ୍ତଳର ହେବ।

ନିତ୍ୟ ପ୍ରଦୀପ ନିମନ୍ତେ ତୈଳ

“ଆଉ ନିତ୍ୟ ପ୍ରଦୀପ ଜ୍ଵଳାଇ ରଖିବା ନିମନ୍ତେ ଆଲୁଅ ପାଇଁ ପେଷା ନିର୍ମଳ ଜୀତ ତୈଳ ତୁମ୍ଭ ନିକଟକୁ ଆଣିବାକୁ ଇସ୍ରାଏଲ-ସନ୍ତାନଗଣଙ୍କୁ ଆଜ୍ଞା ଦିଅ। ସମାଗମ-ତମ୍ବୁ ମଧ୍ୟରେ, ସାକ୍ଷ୍ୟ ସମ୍ମୁଖସ୍ଥ ବିଚ୍ଛେଦବସ୍ତ୍ରର ବାହାରେ, ହାରୋଣ ଓ ତାହାର ପୁତ୍ରଗଣ ଆମ୍ଭମାନଙ୍କ ପିତାଙ୍କ ସମ୍ମୁଖରେ ସନ୍ଧ୍ୟାଠାରୁ ପ୍ରଭାତ ପର୍ଯ୍ୟନ୍ତ ତାହା ରକ୍ଷା କରିବେ—ଇସ୍ରାଏଲ-ସନ୍ତାନଗଣଙ୍କ ପକ୍ଷରେ ଏହା ସେମାନଙ୍କ ପୁରୁଷାନୁକ୍ରମେ ଏକ ଅନନ୍ତକାଳୀନ ବିଧି ହେବ।” a a v21 ‘ସାକ୍ଷ୍ୟ’ ବୋଲି ନିୟମ-ସିନ୍ଦୁକ ମଧ୍ୟରେ ରଖାଯାଇଥିବା ବ୍ୟବସ୍ଥାର ପ୍ରସ୍ତର ଫଳକକୁ ବୁଝାଏ।