ପିତାଙ୍କ ଲୋକମାନଙ୍କ ନିମନ୍ତେ ଭରସା ଅବଶିଷ୍ଟ ଅଛି
ଶଖନିୟ ସର୍ବସମକ୍ଷରେ କହନ୍ତି ଯେ ଏବେ ବି ଆଶା ଅଛି, ଏବଂ ସମାଜ ଶୀତର ବର୍ଷାରେ ଏକତ୍ର ହୋଇ ଆମ ପିତାଙ୍କ ସହିତ ନିୟମ କରେ ଯେ ବିଦେଶୀ ବିବାହଗୁଡ଼ିକ ଭଙ୍ଗ କରାଯିବ। ଏଜ୍ରା ନଗର ଅନୁସାରେ ପ୍ରତ୍ୟେକ ମାମଲା ପରୀକ୍ଷା କରିବା ପାଇଁ ଲୋକ ନିଯୁକ୍ତ କରନ୍ତି, ଏବଂ ଯେଉଁମାନେ ବିଶ୍ୱାସଘାତ କରିଥିଲେ ସେମାନଙ୍କ ନାମ ଉଲ୍ଲେଖ କରାଯାଏ।
10 1ଏଜ୍ରା ପ୍ରାର୍ଥନା କରି, ପାପ ସ୍ଵୀକାର କରି, ରୋଦନ କରି ଆମ୍ଭମାନଙ୍କ ପିତାଙ୍କ ଗୃହ ସମ୍ମୁଖରେ ମୁହଁ ମାଡ଼ି ପଡ଼ିବା ସମୟରେ, ଇସ୍ରାଏଲର ଏକ ବିରାଟ ସମାଜ—ପୁରୁଷ, ସ୍ତ୍ରୀ ଓ ବାଳକମାନେ—ତାହାଙ୍କ ନିକଟରେ ଏକତ୍ର ହେଲେ, ଆଉ ଲୋକମାନେ ଅତ୍ୟନ୍ତ ବିଳାପ କଲେ। 2ସେତେବେଳେ ଏଲାମର ବଂଶଧରମାନଙ୍କ ମଧ୍ୟରୁ ଜଣେ, ଯିହୀୟେଲର ପୁତ୍ର ଶଖନୀୟ ଏଜ୍ରାଙ୍କୁ କହିଲା, “ଆମ୍ଭେମାନେ ଆମ୍ଭମାନଙ୍କ ପିତାଙ୍କ ପ୍ରତି ବିଶ୍ଵାସଘାତକତା କରିଅଛୁ ଓ ଦେଶସ୍ଥ ଗୋଷ୍ଠୀମାନଙ୍କ ମଧ୍ୟରୁ ବିଦେଶୀୟା ସ୍ତ୍ରୀମାନଙ୍କୁ ବିବାହ କରିଅଛୁ। ତଥାପି ଏହା ସତ୍ତ୍ଵେ ଇସ୍ରାଏଲ ନିମନ୍ତେ ଏବେ ମଧ୍ୟ ଭରସା ଅଛି। 3ଅତଏବ ଏବେ ଆସ, ଆମ୍ଭେମାନେ ଏହିସବୁ ଭାର୍ଯ୍ୟା ଓ ସେମାନଙ୍କ ସନ୍ତାନମାନଙ୍କୁ ଦୂର କରିଦେବା ନିମନ୍ତେ ଆମ୍ଭମାନଙ୍କ ପିତାଙ୍କ ସହିତ ନିୟମ କରୁ, ଯେପରି ମୋʼ ପ୍ରଭୁ ଓ ଆମ୍ଭମାନଙ୍କ ପିତାଙ୍କ ଆଜ୍ଞାରେ ଭୟରେ କମ୍ପିତ ହେଉଥିବା ଲୋକମାନେ ପରାମର୍ଶ ଦେଇଅଛନ୍ତି; ବ୍ୟବସ୍ଥାନୁସାରେ ତାହା କରାଯାଉ। 4ଉଠ, କାରଣ ଏହି କାର୍ଯ୍ୟ ତୁମ୍ଭ ଉପରେ ନିର୍ଭର କରେ, ଆଉ ଆମ୍ଭେମାନେ ତୁମ୍ଭ ସହିତ ଅଛୁ। ବଳବାନ ହୁଅ ଓ କାର୍ଯ୍ୟ କର।”
5ତହିଁରେ ଏଜ୍ରା ଉଠି ପ୍ରଧାନ ଯାଜକମାନଙ୍କୁ, ଲେବୀୟମାନଙ୍କୁ ଓ ସମସ୍ତ ଇସ୍ରାଏଲଙ୍କୁ ଏହି ବାକ୍ୟାନୁସାରେ କରିବା ନିମନ୍ତେ ଶପଥ କରାଇଲେ। ତହୁଁ ସେମାନେ ଶପଥ କଲେ।
6ଏଉତ୍ତାରେ ଏଜ୍ରା ଆମ୍ଭମାନଙ୍କ ପିତାଙ୍କ ଗୃହ ସମ୍ମୁଖରୁ ଉଠି ଇଲୀୟାଶୀବର ପୁତ୍ର ଯିହୋହାନନର କୋଠରୀକୁ ଗଲେ, ଆଉ ସେଠାରେ ଅନ୍ନ ଭୋଜନ କି ଜଳ ପାନ ନ କରି ରାତ୍ରି କ୍ଷେପଣ କଲେ, କାରଣ ସେ ନିର୍ବାସିତ ଲୋକମାନଙ୍କ ବିଶ୍ଵାସଘାତକତା ହେତୁ ଶୋକ କରୁଥିଲେ। 7ଏଥିଉତ୍ତାରେ ନିର୍ବାସନରୁ ଫେରିଆସିଥିବା ସମସ୍ତ ଲୋକ ଯିରୂଶାଲମରେ ଏକତ୍ର ହେବା ନିମନ୍ତେ ସେମାନେ ଯିହୁଦା ଓ ଯିରୂଶାଲମ ଦେଇ ଘୋଷଣା କଲେ। 8ଅଧ୍ୟକ୍ଷ ଓ ପ୍ରାଚୀନବର୍ଗଙ୍କ ମନ୍ତ୍ରଣାନୁସାରେ, ଯେକେହି ତିନି ଦିନ ମଧ୍ୟରେ ନ ଆସିବ, ତାହାର ସମସ୍ତ ସମ୍ପତ୍ତି ବାଜ୍ୟାପ୍ତ ହେବ ଓ ସେ ନିର୍ବାସିତ ଲୋକମାନଙ୍କ ସମାଜରୁ ବହିଷ୍କୃତ ହେବ।
9ତହିଁରେ ଯିହୁଦା ଓ ବିନ୍ୟାମୀନର ସମସ୍ତ ଲୋକ ତିନି ଦିନ ମଧ୍ୟରେ—ନବମ ମାସର କୋଡ଼ିଏ ଦିନରେ—ଯିରୂଶାଲମରେ ଏକତ୍ର ହେଲେ। ଆଉ ସମସ୍ତ ଲୋକ ଆମ୍ଭମାନଙ୍କ ପିତାଙ୍କ ଗୃହ ସମ୍ମୁଖସ୍ଥ ଛକରେ ଏହି କଥା ଓ ଭାରୀ ବୃଷ୍ଟି ହେତୁ କମ୍ପିତ ହୋଇ ବସିଲେ।
10ତେବେ ଏଜ୍ରା ଯାଜକ ଉଠି ସେମାନଙ୍କୁ କହିଲେ, “ତୁମ୍ଭେମାନେ ବିଶ୍ଵାସଘାତକତା କରିଅଛ ଓ ବିଦେଶୀୟା ସ୍ତ୍ରୀମାନଙ୍କୁ ବିବାହ କରି ଇସ୍ରାଏଲର ଅପରାଧ ବୃଦ୍ଧି କରିଅଛ। 11ଏବେ ତୁମ୍ଭେମାନେ ଆମ୍ଭମାନଙ୍କ ପିତା, ତୁମ୍ଭ ପିତୃଗଣର ଈଶ୍ଵରଙ୍କ ନିକଟରେ ପାପ ସ୍ଵୀକାର କର ଓ ତାହାଙ୍କ ଇଚ୍ଛା ସାଧନ କର। ଦେଶସ୍ଥ ଗୋଷ୍ଠୀମାନଙ୍କଠାରୁ ଓ ବିଦେଶୀୟା ସ୍ତ୍ରୀମାନଙ୍କଠାରୁ ପୃଥକ ହୁଅ।”
12ତେବେ ସମଗ୍ର ସମାଜ ଉଚ୍ଚ ସ୍ଵରରେ ଉତ୍ତର ଦେଲେ, “ହଁ! ଆପଣ ଯେପରି କହିଅଛନ୍ତି, ସେପରି ଆମ୍ଭମାନଙ୍କୁ କରିବାକୁ ହେବ। 13ମାତ୍ର ଲୋକ ଅନେକ, ପୁଣି ବୃଷ୍ଟିକାଳ ଅଟେ, ଏଣୁ ଆମ୍ଭେମାନେ ବାହାରେ ଠିଆ ହୋଇ ପାରୁ ନାହୁଁ। ଆଉ ଏହା ଗୋଟିଏ କି ଦୁଇ ଦିନର କାର୍ଯ୍ୟ ନୁହେଁ, କାରଣ ଏହି ବିଷୟରେ ଆମ୍ଭେମାନେ ଅତିଶୟ ପାପ କରିଅଛୁ। 14ସମଗ୍ର ସମାଜ ନିମନ୍ତେ ଆମ୍ଭମାନଙ୍କ ଅଧ୍ୟକ୍ଷଗଣ କାର୍ଯ୍ୟ କରନ୍ତୁ। ଯେଉଁମାନେ ବିଦେଶୀୟା ସ୍ତ୍ରୀମାନଙ୍କୁ ବିବାହ କରିଅଛନ୍ତି, ଆମ୍ଭମାନଙ୍କ ନଗରସ୍ଥ ସେହି ସମସ୍ତେ, ପ୍ରତ୍ୟେକ ନଗରର ପ୍ରାଚୀନବର୍ଗ ଓ ବିଚାରକର୍ତ୍ତାମାନଙ୍କ ସହିତ, ନିରୂପିତ ସମୟରେ ଆସନ୍ତୁ, ଯେପର୍ଯ୍ୟନ୍ତ ଏହି ବିଷୟ ହେତୁ ଆମ୍ଭମାନଙ୍କ ପିତାଙ୍କ ପ୍ରଜ୍ଵଳିତ କ୍ରୋଧ ଆମ୍ଭମାନଙ୍କଠାରୁ ନ ଫେରେ।”
15କେବଳ ଅସାହେଲର ପୁତ୍ର ଯୋନାଥନ ଓ ତିକ୍ବର ପୁତ୍ର ଯହସୀୟ ଏଥିର ବିରୁଦ୍ଧରେ ଠିଆ ହେଲେ; ପୁଣି ମଶୁଲ୍ଲମ ଓ ଶବ୍ବଥୟ ଲେବୀୟ ସେମାନଙ୍କୁ ସମର୍ଥନ କଲେ।
16ତହିଁରେ ନିର୍ବାସିତ ଲୋକମାନେ ଏରୂପ କଲେ। ଏଜ୍ରା ଯାଜକ ପିତୃବଂଶର ପ୍ରଧାନ ପୁରୁଷମାନଙ୍କୁ, ପ୍ରତ୍ୟେକ ଜଣ ଆପଣା ଆପଣା ପିତୃବଂଶ ଅନୁସାରେ ନାମ ଦ୍ଵାରା ମନୋନୀତ କଲେ। ଆଉ ଦଶମ ମାସର ପ୍ରଥମ ଦିନରେ ସେମାନେ ଏହି ବିଷୟ ଅନୁସନ୍ଧାନ କରିବା ନିମନ୍ତେ ବସିଲେ, 17ପୁଣି ପ୍ରଥମ ମାସର ପ୍ରଥମ ଦିନ ବେଳକୁ, ଯେଉଁ ସମସ୍ତ ପୁରୁଷ ବିଦେଶୀୟା ସ୍ତ୍ରୀମାନଙ୍କୁ ବିବାହ କରିଥିଲେ, ସେମାନଙ୍କ ବିଷୟ ସମାପ୍ତ କଲେ।
ଯେଉଁମାନେ ବିଶ୍ଵାସଘାତକତା କରିଥିଲେ
18ଯାଜକମାନଙ୍କ ପୁତ୍ରମାନଙ୍କ ମଧ୍ୟରେ ଯେଉଁମାନେ ବିଦେଶୀୟା ସ୍ତ୍ରୀମାନଙ୍କୁ ବିବାହ କରିଥିଲେ ବୋଲି ଜଣାଗଲା, ସେମାନେ ଏହି—ଯୋଷାଦକର ପୁତ୍ର ଯେଶୂୟ ଓ ତାହାର ଭ୍ରାତୃଗଣର ପୁତ୍ର ମାସେୟ, ଇଲୀୟେଜର, ଯାରୀବ ଓ ଗଦଲୀୟ।
19ସେମାନେ ଆପଣା ଆପଣା ଭାର୍ଯ୍ୟାମାନଙ୍କୁ ଦୂର କରିଦେବା ନିମନ୍ତେ ପ୍ରତିଜ୍ଞା କଲେ; ଆଉ ଦୋଷୀ ହୋଇଥିବାରୁ, ସେମାନେ ଆପଣା ଆପଣା ଦୋଷ ନିମନ୍ତେ ପଲରୁ ଗୋଟିଏ ମେଷ ଉତ୍ସର୍ଗ କଲେ।
20ଇମ୍ମେରର ପୁତ୍ରମାନଙ୍କ ମଧ୍ୟରୁ ହନାନି ଓ ସବଦୀୟ।
21ହାରୀମର ପୁତ୍ରମାନଙ୍କ ମଧ୍ୟରୁ ମାସେୟ, ଏଲୀୟ, ଶମୟୀୟ, ଯିହୀୟେଲ ଓ ଉଷୀୟ।
22ପଶ୍ହୂରର ପୁତ୍ରମାନଙ୍କ ମଧ୍ୟରୁ ଇଲୀୟୋଐନୟ, ମାସେୟ, ଇଶ୍ମାୟେଲ, ନଥନେଲ, ଯୋଷାବଦ ଓ ଇଲୀୟାସା।
23ଲେବୀୟମାନଙ୍କ ମଧ୍ୟରୁ ଯୋଷାବଦ, ଶିମୀୟି, କେଲାୟ (ଅର୍ଥାତ୍ କେଲୀଟ), ପଥାହୀୟ, ଯିହୁଦା ଓ ଇଲୀୟେଜର।
24ଗାୟକମାନଙ୍କ ମଧ୍ୟରୁ ଇଲୀୟାଶୀବ। ଦ୍ଵାରପାଳମାନଙ୍କ ମଧ୍ୟରୁ ଶଲ୍ଲୁମ, ଟେଲମ ଓ ଊରି।
25ପୁଣି ଇସ୍ରାଏଲ ମଧ୍ୟରୁ, ପରିୟୋଶର ପୁତ୍ରମାନଙ୍କ ମଧ୍ୟରୁ—ରମୀୟ, ଯିଷୀୟ, ମଲ୍କୀୟ, ମିୟାମୀନ, ଇଲୀୟାସର, ମଲ୍କୀୟ ଓ ବନାୟ।
26ଏଲାମର ପୁତ୍ରମାନଙ୍କ ମଧ୍ୟରୁ ମତ୍ତନୀୟ, ଜିଖରୀୟ, ଯିହୀୟେଲ, ଅବ୍ଦି, ଯିରେମୋତ ଓ ଏଲୀୟ।
27ସତ୍ତୁର ପୁତ୍ରମାନଙ୍କ ମଧ୍ୟରୁ ଇଲୀୟୋଐନୟ, ଇଲୀୟାଶୀବ, ମତ୍ତନୀୟ, ଯିରେମୋତ, ସାବଦ ଓ ଅସୀସା।
28ବେବୟର ପୁତ୍ରମାନଙ୍କ ମଧ୍ୟରୁ ଯିହୋହାନନ, ହନାନୀୟ, ସବ୍ବୟ ଓ ଅତ୍ଲୟ।
29ବାନିର ପୁତ୍ରମାନଙ୍କ ମଧ୍ୟରୁ ମଶୁଲ୍ଲମ, ମଲ୍ଲୁକ, ଅଦାୟ, ଯାଶୂବ, ଶାଲ ଓ ଯିରେମୋତ।
30ପହତ୍-ମୋୟାବର ପୁତ୍ରମାନଙ୍କ ମଧ୍ୟରୁ ଅଦ୍ନା, କଲାଲ, ବନାୟ, ମାସେୟ, ମତ୍ତନୀୟ, ବତ୍ସଲେଲ, ବିନ୍ନୁୟୀ ଓ ମନଃଶି।
31ହାରୀମର ପୁତ୍ରମାନଙ୍କ ମଧ୍ୟରୁ ଇଲୀୟେଜର, ଯିଶୀୟ, ମଲ୍କୀୟ, ଶମୟୀୟ, ଶିମୀୟୋନ, 32ବିନ୍ୟାମୀନ, ମଲ୍ଲୁକ ଓ ଶମରୀୟ।
33ହଶୁମର ପୁତ୍ରମାନଙ୍କ ମଧ୍ୟରୁ ମତ୍ତନୟ, ମତ୍ତତ୍ତା, ସାବଦ, ଇଲୀଫେଲଟ, ଯିରେମୟ, ମନଃଶି ଓ ଶିମୀୟି।
34ବାନିର ପୁତ୍ରମାନଙ୍କ ମଧ୍ୟରୁ ମାଦୟ, ଅମ୍ରାମ, ଉୟେଲ, 35ବନାୟ, ବେଦୟ, କଲୂହି, 36ବନୀୟ, ମରେମୋତ, ଇଲୀୟାଶୀବ, 37ମତ୍ତନୀୟ, ମତ୍ତନୟ ଓ ଯାସୂ। 38ବିନ୍ନୁୟୀର ପୁତ୍ରମାନଙ୍କ ମଧ୍ୟରୁ ଶିମୀୟି, 39ଶେଲମୀୟ, ନାଥନ, ଅଦାୟ, 40ମକ୍ନଦ୍ବୟ, ଶାଶୟ, ଶାରୟ, 41ଅସରେଲ, ଶେଲମୀୟ, ଶମରୀୟ, 42ଶଲ୍ଲୁମ, ଅମରୀୟ ଓ ଯୋଷେଫ।
43ନବୋର ପୁତ୍ରମାନଙ୍କ ମଧ୍ୟରୁ ଯିୟେଲ, ମତ୍ତଥୀୟ, ସାବଦ, ସବୀନା, ଯଦ୍ଦୟ, ଯୋୟେଲ ଓ ବନାୟ।
44ଏହି ସମସ୍ତେ ବିଦେଶୀୟା ସ୍ତ୍ରୀମାନଙ୍କୁ ବିବାହ କରିଥିଲେ, ଆଉ ସେମାନଙ୍କ ମଧ୍ୟରୁ କେତେକର ଏପରି ଭାର୍ଯ୍ୟା ଥିଲେ, ଯେଉଁମାନଙ୍କ ଦ୍ଵାରା ସେମାନଙ୍କର ସନ୍ତାନ ଜନ୍ମିଥିଲେ।