ବଂଶପତିମାନଙ୍କ ନିବେଦନ
ମନଃଶିର ବଂଶର ପ୍ରଧାନମାନେ ଦର୍ଶାନ୍ତି ଯେ ସଲଫାଦର କନ୍ୟାମାନେ ଗୋଷ୍ଠୀ ବାହାରେ ବିବାହ କଲେ ସେମାନଙ୍କ ଭୂମି ସେମାନଙ୍କ ସହିତ ଚାଲିଯିବ। ନିଷ୍ପତ୍ତି: ସେମାନେ ଯାହାକୁ ଉତ୍ତମ ମନେ କରନ୍ତି ତାହାକୁ ବିବାହ କରିପାରିବେ, କିନ୍ତୁ ନିଜ ପିତୃବଂଶ ମଧ୍ୟରେ, ଯେପରି କୌଣସି ଗୋଷ୍ଠୀର ଅଧିକାର ନୀରବରେ ଅନ୍ୟ ଗୋଷ୍ଠୀକୁ ବହିଯାଏ ନାହିଁ।
36 1ଯୋଷେଫଙ୍କ ବଂଶସମୂହ ମଧ୍ୟରୁ ମନଃଶିର ପୁତ୍ର ମାଖୀରର ପୌତ୍ର ଗିଲୀୟଦର ବଂଶଜ ପରିବାରବର୍ଗର ପିତୃବଂଶର ପ୍ରଧାନମାନେ ଆସି ମୋଶା ଓ ଇସ୍ରାଏଲ ସନ୍ତାନଗଣର ପିତୃବଂଶର ପ୍ରଧାନ ଅଧ୍ୟକ୍ଷମାନଙ୍କ ସମ୍ମୁଖରେ କହିଲେ, 2ସେମାନେ କହିଲେ, “ଇସ୍ରାଏଲ ସନ୍ତାନଗଣଙ୍କୁ ଗୁଲିବାଣ୍ଟ ଦ୍ଵାରା ଅଧିକାରାର୍ଥେ ଦେଶ ଦେବା ନିମନ୍ତେ ଆମ୍ଭମାନଙ୍କ ପିତା ମୋʼ ପ୍ରଭୁଙ୍କୁ ଆଜ୍ଞା ଦେଲେ, ପୁଣି ଆମ୍ଭମାନଙ୍କ ଭ୍ରାତା ସଲଫାଦର ଅଧିକାର ତାହାର କନ୍ୟାମାନଙ୍କୁ ଦେବା ନିମନ୍ତେ ଆମ୍ଭମାନଙ୍କ ପିତା ମୋʼ ପ୍ରଭୁଙ୍କୁ ଆଜ୍ଞା ଦେଲେ। 3ଯଦି ସେମାନେ ଇସ୍ରାଏଲ ସନ୍ତାନଗଣର ଅନ୍ୟ ବଂଶର ପୁରୁଷମାନଙ୍କ ସହିତ ବିବାହ କରନ୍ତି, ତେବେ ସେମାନଙ୍କ ଅଧିକାର ଆମ୍ଭମାନଙ୍କ ପିତୃଗଣର ଅଧିକାରରୁ କଟି ଯାଇ ସେମାନଙ୍କ ନୂତନ ବଂଶର ଅଧିକାରରେ ଯୁକ୍ତ ହେବ, ଆଉ ଆମ୍ଭମାନଙ୍କ ବାଣ୍ଟରେ ପଡ଼ିବା ଅଧିକାର ନ୍ୟୂନ ହେବ। 4ପୁଣି ଇସ୍ରାଏଲ ସନ୍ତାନଗଣର ଯୁବ୍ଲୀ ବର୍ଷ ଉପସ୍ଥିତ ହେଲେ, ସେମାନଙ୍କ ଅଧିକାର ସେମାନେ ଯେଉଁ ବଂଶ ସହିତ ବିବାହ କରିବେ, ସେହି ବଂଶର ଅଧିକାରରେ ମିଶି ଯିବ; ଏହିପରି ଆମ୍ଭମାନଙ୍କ ପିତୃଗଣର ବଂଶର ଅଧିକାରରୁ ସେମାନଙ୍କ ଅଧିକାର କଟି ଯିବ।”
5ତହିଁରେ ମୋଶା ଆମ୍ଭମାନଙ୍କ ପିତାଙ୍କ ବାକ୍ୟାନୁସାରେ ଇସ୍ରାଏଲ ସନ୍ତାନଗଣଙ୍କୁ ଆଜ୍ଞା ଦେଇ କହିଲେ, “ଯୋଷେଫର ସନ୍ତାନଗଣର ବଂଶ ଯଥାର୍ଥ କହୁଅଛନ୍ତି।
6ସଲଫାଦର କନ୍ୟାମାନଙ୍କ ବିଷୟରେ ଆମ୍ଭମାନଙ୍କ ପିତା ଏହି ଆଜ୍ଞା ଦେଉଅଛନ୍ତି; ସେମାନେ ଯାହାକୁ ଉତ୍ତମ ବୋଧ କରନ୍ତି, ତାହା ସହିତ ବିବାହ କରନ୍ତୁ; କେବଳ ଆପଣା ପିତୃବଂଶ ମଧ୍ୟରେ ବିବାହ କରନ୍ତୁ।
7ଏହିରୂପେ ଇସ୍ରାଏଲ ସନ୍ତାନଗଣର କୌଣସି ଅଧିକାର ଏକ ବଂଶରୁ ଅନ୍ୟ ବଂଶକୁ ଯିବ ନାହିଁ; କାରଣ ଇସ୍ରାଏଲ ସନ୍ତାନଗଣର ପ୍ରତ୍ୟେକ ଜଣ ଆପଣା ପିତୃବଂଶର ଅଧିକାରରେ ସଂଲଗ୍ନ ରହିବ। 8ପୁଣି ଇସ୍ରାଏଲ ସନ୍ତାନଗଣର ବଂଶ ମଧ୍ୟରେ ଅଧିକାରପ୍ରାପ୍ତ ପ୍ରତ୍ୟେକ କନ୍ୟା ଆପଣା ପିତୃବଂଶ ମଧ୍ୟରେ ବିବାହ କରିବ, ଯେପରି ଇସ୍ରାଏଲ ସନ୍ତାନଗଣର ପ୍ରତ୍ୟେକ ଜଣ ଆପଣା ପିତୃଗଣର ଅଧିକାର ଭୋଗ କରିବ। 9ଏହିରୂପେ କୌଣସି ଅଧିକାର ଏକ ବଂଶରୁ ଅନ୍ୟ ବଂଶକୁ ଯିବ ନାହିଁ; କାରଣ ଇସ୍ରାଏଲ ସନ୍ତାନଗଣର ପ୍ରତ୍ୟେକ ବଂଶ ଆପଣା ଆପଣା ଅଧିକାରରେ ସଂଲଗ୍ନ ରହିବ।”
10ଆମ୍ଭମାନଙ୍କ ପିତା ମୋଶାଙ୍କୁ ଯେପରି ଆଜ୍ଞା ଦେଇଥିଲେ, ସଲଫାଦର କନ୍ୟାମାନେ ସେହିପରି କଲେ। 11ସଲଫାଦର କନ୍ୟା ମହଲା, ତିର୍ସା, ହଗ୍ଲା, ମିଲ୍କା ଓ ନୋୟା ଆପଣା ପିତୃଜ୍ଞାତି ଭ୍ରାତୃପୁତ୍ରମାନଙ୍କ ସହିତ ବିବାହ କଲେ। 12ସେମାନେ ଯୋଷେଫର ପୁତ୍ର ମନଃଶିର ସନ୍ତାନଗଣର ବଂଶ ମଧ୍ୟରେ ବିବାହ କଲେ, ପୁଣି ସେମାନଙ୍କ ଅଧିକାର ସେମାନଙ୍କ ପିତୃବଂଶ ମଧ୍ୟରେ ରହିଲା।
13ମୋୟାବ ପଦାରେ ଯିରୀହୋ ନିକଟସ୍ଥ ଯର୍ଦ୍ଦନ ତୀରରେ ଆମ୍ଭମାନଙ୍କ ପିତା ମୋଶାଙ୍କ ଦ୍ଵାରା ଇସ୍ରାଏଲ ସନ୍ତାନଗଣଙ୍କୁ ଏହିସବୁ ଆଜ୍ଞା ଓ ବିଧି ଦେଲେ।