ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ନାମ ଧରି ଆହୂତ ଶିଳ୍ପୀମାନେ

ବତ୍ସଲେଲଙ୍କୁ ନାମ ଧରି ଡକାଯାଏ ଏବଂ ଆତ୍ମାରେ ପରିପୂର୍ଣ୍ଣ କରାଯାଏ — ଜ୍ଞାନ, ବୁଦ୍ଧି ଓ ଶିଳ୍ପକୌଶଳ — ତାଙ୍କ ପାଖରେ ଅହଲୀୟାବ, ଏବଂ ପ୍ରତ୍ୟେକ ଇଚ୍ଛୁକ କାରିଗରଙ୍କ ହୃଦୟରେ ଦକ୍ଷତା ଦିଆଯାଏ। ତାʼପରେ ବିଶ୍ରାମବାରକୁ ଏହି ନିୟମର ଚିହ୍ନ ଭାବରେ ଦିଆଯାଏ। ଆମ ପିତା ନିଜ ଅଙ୍ଗୁଳିରେ ଲେଖିଥିବା ପ୍ରସ୍ତରଫଳକ ମୋଶାଙ୍କ ହାତରେ ଦିଅନ୍ତି।

ଅଧ୍ୟାୟ 31।

ଆମ୍ଭମାନଙ୍କ ପିତା ମୋଶାଙ୍କୁ କହିଲେ,

“ଦେଖ, ଆମ୍ଭେ ଯିହୂଦା ବଂଶୀୟ ହୂରର ପୌତ୍ର ଓ ଊରିର ପୁତ୍ର ବତ୍ସଲେଲକୁ ନାମ ଧରି ଆହ୍ଵାନ କରିଅଛୁ, ପୁଣି ଆମ୍ଭେ ତାହାକୁ ଜ୍ଞାନରେ, ବୁଦ୍ଧିରେ, ବିଦ୍ୟାରେ ଓ ସର୍ବପ୍ରକାର ଶିଳ୍ପକର୍ମରେ, ଅର୍ଥାତ୍ ଆପଣା ଆତ୍ମାରେ ପରିପୂର୍ଣ୍ଣ କରିଅଛୁ, ବିଚିତ୍ର ଶିଳ୍ପକର୍ମ କଳ୍ପନା କରିବାକୁ, ସୁନା, ରୂପା ଓ ପିତ୍ତଳରେ କାର୍ଯ୍ୟ କରିବାକୁ, ଖଚିତ କରିବା ନିମନ୍ତେ ମଣି କାଟିବାରେ ଓ କାଠ ଖୋଦନ କରିବାରେ, ଏହିପରି ସର୍ବପ୍ରକାର ଶିଳ୍ପକର୍ମରେ କାର୍ଯ୍ୟ କରିବାକୁ ଆହ୍ଵାନ କରିଅଛୁ। ଆଉ ଦେଖ, ଆମ୍ଭେ ତାହା ସଙ୍ଗରେ କାର୍ଯ୍ୟ କରିବା ନିମନ୍ତେ ଦାନ୍ ବଂଶୀୟ ଅହୀଷାମକର ପୁତ୍ର ଅହଲୀୟାବକୁ ନିଯୁକ୍ତ କରିଅଛୁ। ପୁଣି ଆମ୍ଭେ ତୁମ୍ଭକୁ ଯାହା ଆଜ୍ଞା କରିଅଛୁ, ସେସମସ୍ତ ସେମାନେ ଯେପରି କରିପାରନ୍ତି, ଏଥିପାଇଁ ପ୍ରତ୍ୟେକ ନିପୁଣ ଶିଳ୍ପୀର ହୃଦୟରେ ଆମ୍ଭେ ଜ୍ଞାନ ଦେଇଅଛୁ। ସମାଗମ ତମ୍ବୁ, ସାକ୍ଷ୍ୟ-ସିନ୍ଦୁକ, ତହିଁ ଉପରିସ୍ଥ ପ୍ରାୟଶ୍ଚିତ୍ତ-ଆଚ୍ଛାଦନ ଓ ତମ୍ବୁର ସମସ୍ତ ସାମଗ୍ରୀ, ମେଜ ଓ ତହିଁର ପାତ୍ରସବୁ, ନିର୍ମଳ ଦୀପବୃକ୍ଷ ଓ ତହିଁର ସମସ୍ତ ପାତ୍ର, ପୁଣି ଧୂପବେଦି; ହୋମବେଦି ଓ ତହିଁର ସମସ୍ତ ପାତ୍ର, ପୁଣି ପ୍ରକ୍ଷାଳନ-ପାତ୍ର ଓ ତହିଁର ବୈଠିକି; ବୁଣା ବସ୍ତ୍ର, ହାରୋଣ ଯାଜକର ପବିତ୍ର ବସ୍ତ୍ର ଓ ଯାଜକ କର୍ମ କରିବା ନିମନ୍ତେ ତାହାର ପୁତ୍ରମାନଙ୍କ ବସ୍ତ୍ର, ପୁଣି ଅଭିଷେକାର୍ଥକ ତୈଳ ଓ ପବିତ୍ର ସ୍ଥାନ ନିମନ୍ତେ ସୁଗନ୍ଧି ଧୂପ; ଆମ୍ଭେ ତୁମ୍ଭକୁ ଯେପରି ଆଜ୍ଞା କରିଅଛୁ, ସେମାନେ ଠିକ୍ ସେହିପରି ସେସବୁ ନିର୍ମାଣ କରିବେ।”

ଚିହ୍ନ ସ୍ଵରୂପେ ଦତ୍ତ ବିଶ୍ରାମଦିନ

ଏଥିଉତ୍ତାରେ ଆମ୍ଭମାନଙ୍କ ପିତା ମୋଶାଙ୍କୁ କହିଲେ,

“ତୁମ୍ଭେ ଇସ୍ରାଏଲ-ସନ୍ତାନମାନଙ୍କୁ କୁହ, ତୁମ୍ଭେମାନେ ସର୍ବୋପରି ଆମ୍ଭର ବିଶ୍ରାମଦିନସବୁ ପାଳନ କରିବ; କାରଣ ଆମ୍ଭେ ଯେ ତୁମ୍ଭମାନଙ୍କ ପିତା, ତୁମ୍ଭମାନଙ୍କୁ ପବିତ୍ର କରୁ, ଏହା ଯେପରି ତୁମ୍ଭେମାନେ ଜାଣିପାର, ଏଥିପାଇଁ ପୁରୁଷାନୁକ୍ରମେ ଆମ୍ଭ ଓ ତୁମ୍ଭମାନଙ୍କ ମଧ୍ୟରେ ଏହା ଗୋଟିଏ ଚିହ୍ନ ଅଟେ। a a v13 ଆମ୍ଭମାନଙ୍କ ପିତା ବିଶ୍ରାମଦିନକୁ ଏକ ଚିହ୍ନ ସ୍ଵରୂପେ ଦିଅନ୍ତି ଯେ, ସେମାନଙ୍କ ନିଜ ଉଦ୍ୟମ ନୁହେଁ, ମାତ୍ର ସେ ହିଁ ଆପଣା ଲୋକମାନଙ୍କୁ ପବିତ୍ର ବୋଲି ପୃଥକ୍ କରନ୍ତି। ଏଣୁ ତୁମ୍ଭେମାନେ ବିଶ୍ରାମଦିନ ପାଳନ କରିବ, କାରଣ ତାହା ତୁମ୍ଭମାନଙ୍କ ପକ୍ଷରେ ପବିତ୍ର ଅଟେ। ଯେ ତାହା ଅପବିତ୍ର କରେ, ସେ ନିଶ୍ଚୟ ହତ ହେବ; ଯେକେହି ସେଥିରେ କାର୍ଯ୍ୟ କରେ, ସେ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ। ଛଅ ଦିନ କାର୍ଯ୍ୟ କରାଯାଇପାରେ, ମାତ୍ର ସପ୍ତମ ଦିନ ସମ୍ପୂର୍ଣ୍ଣ ବିଶ୍ରାମର ବିଶ୍ରାମଦିନ, ଆମ୍ଭ ଉଦ୍ଦେଶ୍ୟରେ ପବିତ୍ର ଅଟେ। ଯେକେହି ବିଶ୍ରାମଦିନରେ କାର୍ଯ୍ୟ କରେ, ସେ ନିଶ୍ଚୟ ହତ ହେବ। ଏଣୁ ଇସ୍ରାଏଲ-ସନ୍ତାନମାନେ ବିଶ୍ରାମଦିନ ପାଳନ କରିବେ, ପୁରୁଷାନୁକ୍ରମେ ଚିରସ୍ଥାୟୀ ନିୟମ ସ୍ଵରୂପେ ବିଶ୍ରାମଦିନ ପାଳନ କରିବେ। ତାହା ଅନନ୍ତକାଳ ପର୍ଯ୍ୟନ୍ତ ଆମ୍ଭ ଓ ଇସ୍ରାଏଲ-ସନ୍ତାନମାନଙ୍କ ମଧ୍ୟରେ ଏକ ଚିହ୍ନ ଅଟେ; କାରଣ ଛଅ ଦିନରେ ଆମ୍ଭେ ସ୍ଵର୍ଗ ଓ ପୃଥିବୀ ନିର୍ମାଣ କଲୁ, ପୁଣି ସପ୍ତମ ଦିନରେ ବିଶ୍ରାମ କରି ଆଶ୍ଵସ୍ତ ହେଲୁ।”

ସୀନୟ ପର୍ବତରେ ମୋଶାଙ୍କ ସହିତ କଥାବାର୍ତ୍ତା ସମାପ୍ତ କରିବା ଉତ୍ତାରେ, ସେ ତାହାଙ୍କୁ ସାକ୍ଷ୍ୟରୂପ ଦୁଇ ଫଳକ, ଅର୍ଥାତ୍ ଆମ୍ଭମାନଙ୍କ ପିତାଙ୍କ ଅଙ୍ଗୁଳି ଦ୍ଵାରା ଲିଖିତ ପ୍ରସ୍ତର ଫଳକ ଦେଲେ।