ଆମ୍ଭମାନଙ୍କ ପିତା ଆପଣା ବିପଥଗାମୀ ରାଜାଙ୍କୁ ସଂଶୋଧନ କରନ୍ତି
ଫେରୁଥିବା ରାଜାଙ୍କୁ ଯେହୂ ଏକ ପ୍ରଶ୍ନ ସହିତ ଭେଟନ୍ତି: ଆପଣ କʼଣ ଦୁଷ୍ଟମାନଙ୍କୁ ସାହାଯ୍ୟ କରିବା ଉଚିତ? ଯିହୋଶାଫଟ ଲୋକମାନଙ୍କ ମଧ୍ୟରେ ଭ୍ରମଣ କରି ବିଚାରକମାନଙ୍କୁ ନିଯୁକ୍ତ କରି ଉତ୍ତର ଦିଅନ୍ତି, ଏବଂ ସେମାନଙ୍କୁ କହନ୍ତି ଯେ ସେମାନେ ମନୁଷ୍ୟ ପାଇଁ ନୁହେଁ, ଆମ ପିତାଙ୍କ ପାଇଁ ବିଚାର କରନ୍ତି, ଏବଂ ତାଙ୍କ ନିକଟରେ ଅନ୍ୟାୟ, ପକ୍ଷପାତ କିମ୍ବା ଲାଞ୍ଚ ନାହିଁ।
19 1ଯିହୂଦାର ରାଜା ଯିହୋଶାଫଟ୍ ନିରାପଦରେ ଯିରୂଶାଲମସ୍ଥ ଆପଣା ଗୃହକୁ ଫେରିଲେ। 2ହନାନିର ପୁତ୍ର ଯେହୂ ଦର୍ଶକ ରାଜା ଯିହୋଶାଫଟ୍ଙ୍କ ସଙ୍ଗେ ସାକ୍ଷାତ କରି ପଚାରିଲେ, “ଆପଣ କି ଦୁଷ୍ଟର ସାହାଯ୍ୟ କରିବା ଓ ଆମ୍ଭମାନଙ୍କ ପିତାଙ୍କୁ ଘୃଣା କରୁଥିବା ଲୋକମାନଙ୍କୁ ପ୍ରେମ କରିବା ଉଚିତ? ଏଥିପାଇଁ ଆମ୍ଭମାନଙ୍କ ପିତାଙ୍କ କ୍ରୋଧ ଆପଣଙ୍କ ଉପରେ ଅଛି। 3ତଥାପି ଆପଣଙ୍କ ଠାରେ ଉତ୍ତମ ବିଷୟ ଦେଖାଯାଏ; ଆପଣ ଦେଶରୁ ଆଶେରା ସ୍ତମ୍ଭସବୁ ଦୂର କରିଅଛନ୍ତି ଓ ଆମ୍ଭମାନଙ୍କ ପିତାଙ୍କର ଅନ୍ଵେଷଣ କରିବାକୁ ଆପଣା ମନ ସ୍ଥିର କରିଅଛନ୍ତି।”
4ଯିହୋଶାଫଟ୍ ଯିରୂଶାଲମରେ ବାସ କଲେ, ପୁଣି ବେର୍ଶେବାଠାରୁ ଇଫ୍ରୟିମ ପର୍ବତମୟ ଦେଶ ପର୍ଯ୍ୟନ୍ତ ଲୋକମାନଙ୍କ ମଧ୍ୟକୁ ପୁନର୍ବାର ବାହାରିଯାଇ ସେମାନଙ୍କୁ ସେମାନଙ୍କ ପିତୃପୁରୁଷଙ୍କ ଈଶ୍ଵର ଆମ୍ଭମାନଙ୍କ ପିତାଙ୍କ ନିକଟକୁ ଫେରାଇ ଆଣିଲେ। 5ସେ ଦେଶରେ, ଯିହୂଦାର ପ୍ରତ୍ୟେକ ପ୍ରାଚୀର-ବେଷ୍ଟିତ ନଗରରେ, ନଗରକୁ ନଗର ବିଚାରକର୍ତ୍ତା ନିଯୁକ୍ତ କଲେ। 6ସେ ବିଚାରକର୍ତ୍ତାମାନଙ୍କୁ କହିଲେ, “ତୁମ୍ଭେମାନେ ଯାହା କରୁଅଛ, ତାହା ବିଚାର କର; କାରଣ ତୁମ୍ଭେମାନେ ମନୁଷ୍ୟ ନିମନ୍ତେ ବିଚାର କରୁ ନାହଁ, ମାତ୍ର ଆମ୍ଭମାନଙ୍କ ପିତାଙ୍କ ନିମନ୍ତେ କରୁଅଛ, ପୁଣି ବିଚାର କରିବା ବେଳେ ସେ ତୁମ୍ଭମାନଙ୍କ ସଙ୍ଗେ ଅଛନ୍ତି। 7ଏବେ ଆମ୍ଭମାନଙ୍କ ପିତାଙ୍କ ଭୟ ତୁମ୍ଭମାନଙ୍କ ଉପରେ ଥାଉ। ସାବଧାନ ହୋଇ କାର୍ଯ୍ୟ କର; କାରଣ ଆମ୍ଭମାନଙ୍କ ପିତାଙ୍କ ଠାରେ କୌଣସି ଅନ୍ୟାୟ, କି ମୁଖାପେକ୍ଷା, କି ଲାଞ୍ଚ ନାହିଁ।”
8ଆହୁରି, ଆମ୍ଭମାନଙ୍କ ପିତାଙ୍କ ବିଚାର ସମ୍ପାଦନ କରିବାକୁ ଓ ବିବାଦ ମୀମାଂସା କରିବାକୁ ଯିହୋଶାଫଟ୍ ଯିରୂଶାଲମରେ କେତେକ ଲେବୀୟ, ଯାଜକ ଓ ଇସ୍ରାଏଲର ପିତୃବଂଶର ପ୍ରଧାନମାନଙ୍କୁ ନିଯୁକ୍ତ କଲେ; ସେମାନେ ଯିରୂଶାଲମକୁ ଫେରିଲେ। 9ସେ ସେମାନଙ୍କୁ ଆଜ୍ଞା ଦେଇ କହିଲେ, “ଆମ୍ଭମାନଙ୍କ ପିତାଙ୍କ ଭୟରେ, ବିଶ୍ଵସ୍ତ ଭାବରେ ଓ ସର୍ବାନ୍ତଃକରଣରେ ଏହିପରି କର। 10ଯେତେବେଳେ ଆପଣା ଆପଣା ନଗରବାସୀ ତୁମ୍ଭମାନଙ୍କ ଭ୍ରାତୃଗଣ ରକ୍ତପାତ ବିଷୟରେ, କିଅବା ବ୍ୟବସ୍ଥା ଓ ଆଜ୍ଞା, ବିଧି ଓ ଶାସନ ବିଷୟରେ ତୁମ୍ଭମାନଙ୍କ ନିକଟକୁ କୌଣସି ବିବାଦ ଆଣିବେ, ସେତେବେଳେ ତୁମ୍ଭେମାନେ ସେମାନଙ୍କୁ ସତର୍କ କରିଦେବ, ଯେପରି ସେମାନେ ଆମ୍ଭମାନଙ୍କ ପିତାଙ୍କ ଛାମୁରେ ଦୋଷୀ ହୋଇ ତୁମ୍ଭମାନଙ୍କ ଓ ତୁମ୍ଭମାନଙ୍କ ଭ୍ରାତୃଗଣ ଉପରେ କ୍ରୋଧ ନ ଆଣିବେ। ଏହା କର, ତେବେ ତୁମ୍ଭେମାନେ ଦୋଷୀ ହେବ ନାହିଁ। 11ଏବେ ଦେଖ, ଆମ୍ଭମାନଙ୍କ ପିତାଙ୍କ ପ୍ରତ୍ୟେକ ବିଷୟରେ ପ୍ରଧାନ ଯାଜକ ଅମରୀୟ ତୁମ୍ଭମାନଙ୍କ ଉପରେ ଅଛନ୍ତି; ରାଜାଙ୍କ ପ୍ରତ୍ୟେକ ବିଷୟରେ ଯିହୂଦା ବଂଶର ଅଧିପତି ଇଶ୍ମାୟେଲର ପୁତ୍ର ସବଦୀୟ ଅଛନ୍ତି। ଲେବୀୟମାନେ ତୁମ୍ଭମାନଙ୍କ ସମ୍ମୁଖରେ କର୍ମଚାରୀ ହୋଇ ସେବା କରନ୍ତି। ବଳବାନ ହୋଇ କାର୍ଯ୍ୟ କର, ଆଉ ଆମ୍ଭମାନଙ୍କ ପିତା ସତ୍କର୍ମକାରୀମାନଙ୍କ ସଙ୍ଗେ ଥାଉନ୍ତୁ।”