ଶିଟୀମରେ ଇସ୍ରାଏଲ
ଶିଟୀମରେ ଇସ୍ରାଏଲ ମୋୟାବୀୟ ସ୍ତ୍ରୀମାନଙ୍କ ମାଧ୍ୟମରେ ବାଲ୍-ପିୟୋର ସହିତ ନିଜକୁ ଯୋଡ଼େ, ଏବଂ ଆମ ପିତାଙ୍କ କ୍ରୋଧ ମହାମାରୀରେ ଜଳି ଉଠେ। ଅନ୍ୟ ସମସ୍ତେ କାନ୍ଦୁଥିବା ବେଳେ ପୀନହସ ବର୍ଚ୍ଛା ନେଇ କାର୍ଯ୍ୟ କରନ୍ତି, ଚବିଶ ହଜାରରେ ମହାମାରୀ ବନ୍ଦ ହୁଏ, ଏବଂ ତାଙ୍କୁ ଚିରସ୍ଥାୟୀ ଯାଜକତ୍ୱର ଏକ ନିୟମ ଦିଆଯାଏ।
25 1ଇସ୍ରାଏଲ ଶିଟୀମରେ ବାସ କରୁଥିବା ସମୟରେ ଲୋକମାନେ ମୋୟାବର କନ୍ୟାମାନଙ୍କ ସହିତ ବ୍ୟଭିଚାର କରିବାକୁ ଆରମ୍ଭ କଲେ। 2ସେମାନେ ଲୋକମାନଙ୍କୁ ଆପଣାମାନଙ୍କ ଦେବତାମାନଙ୍କ ବଳିଦାନକୁ ନିମନ୍ତ୍ରଣ କଲେ; ତହିଁରେ ଲୋକମାନେ ଭୋଜନ କଲେ ଓ ସେମାନଙ୍କ ଦେବତାମାନଙ୍କୁ ପ୍ରଣାମ କଲେ। 3ଏହିରୂପେ ଇସ୍ରାଏଲ ବାଲ୍-ପୀୟୋରଠାରେ ଆସକ୍ତ ହେଲା, ଆଉ ଇସ୍ରାଏଲ ବିରୁଦ୍ଧରେ ଆମ୍ଭମାନଙ୍କ ପିତାଙ୍କ କ୍ରୋଧ ପ୍ରଜ୍ଵଳିତ ହେଲା।
4ଆମ୍ଭମାନଙ୍କ ପିତା ମୋଶାଙ୍କୁ କହିଲେ, “ତୁମ୍ଭେ ଲୋକମାନଙ୍କ ସମସ୍ତ ଅଧିପତିଙ୍କୁ ଘେନି ଆମ୍ଭ ସମ୍ମୁଖରେ ଦିବାଲୋକରେ ବଧ କର, ଯେପରି ଇସ୍ରାଏଲଠାରୁ ଆମ୍ଭର ପ୍ରଜ୍ଵଳିତ କ୍ରୋଧ ନିବୃତ୍ତ ହେବ।”
5ତହିଁରେ ମୋଶା ଇସ୍ରାଏଲର ବିଚାରକର୍ତ୍ତାମାନଙ୍କୁ କହିଲେ, “ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ଅଧୀନ ଯେଉଁ ଲୋକମାନେ ବାଲ୍-ପୀୟୋରଠାରେ ଆସକ୍ତ ହୋଇଅଛନ୍ତି, ସେମାନଙ୍କୁ ବଧ କର।”
6ତେବେ ଦେଖ, ଇସ୍ରାଏଲ-ସନ୍ତାନମାନେ ସମାଗମ-ତମ୍ବୁର ଦ୍ଵାର ନିକଟରେ ରୋଦନ କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ମୋଶା ଓ ଇସ୍ରାଏଲର ସମଗ୍ର ମଣ୍ଡଳୀ ସାକ୍ଷାତରେ ଆପଣା ଭ୍ରାତୃଗଣ ନିକଟକୁ ଏକ ମିଦୀୟନୀୟା ସ୍ତ୍ରୀକୁ ଆଣିଲା। 7ଏହା ଦେଖି ହାରୋଣ ଯାଜକଙ୍କ ପୌତ୍ର, ଇଲୀୟାସରଙ୍କ ପୁତ୍ର ପୀନହସ ମଣ୍ଡଳୀ ମଧ୍ୟରୁ ଉଠି ଆପଣା ହସ୍ତରେ ଗୋଟିଏ ବର୍ଚ୍ଛା ଘେନି, 8ସେହି ଇସ୍ରାଏଲୀୟ ଲୋକର ପଛେ ପଛେ ଅନ୍ତଃକକ୍ଷକୁ ଯାଇ ସେହି ଦୁହିଁଙ୍କୁ, ଅର୍ଥାତ୍ ସେହି ଇସ୍ରାଏଲୀୟ ଲୋକକୁ ଓ ସେହି ସ୍ତ୍ରୀର ଉଦର ଭେଦ କରି ବିନ୍ଧିଲା। ତହିଁରେ ଇସ୍ରାଏଲ-ସନ୍ତାନମାନଙ୍କ ବିରୁଦ୍ଧରେ ଥିବା ମହାମାରୀ ନିବୃତ୍ତ ହେଲା। 9ସେହି ମହାମାରୀରେ ମୃତ ଲୋକ ଚବିଶ ହଜାର ଥିଲେ।
10ତହୁଁ ଆମ୍ଭମାନଙ୍କ ପିତା ମୋଶାଙ୍କୁ କହିଲେ,
11“ହାରୋଣ ଯାଜକଙ୍କ ପୌତ୍ର, ଇଲୀୟାସରଙ୍କ ପୁତ୍ର ପୀନହସ ଇସ୍ରାଏଲ-ସନ୍ତାନମାନଙ୍କ ମଧ୍ୟରେ ଆମ୍ଭର ଅନ୍ତର୍ଜ୍ଵାଳା ନିମନ୍ତେ ଉଦ୍ଯୋଗୀ ହୋଇ ସେମାନଙ୍କଠାରୁ ଆମ୍ଭର କ୍ରୋଧ ନିବୃତ୍ତ କରିଅଛି, ଏଥିପାଇଁ ଆମ୍ଭେ ଆପଣା ଅନ୍ତର୍ଜ୍ଵାଳାରେ ଇସ୍ରାଏଲ-ସନ୍ତାନମାନଙ୍କୁ ସଂହାର କଲୁ ନାହିଁ। 12ଏଣୁ କୁହ, ଦେଖ, ଆମ୍ଭେ ତାହାକୁ ଆପଣାର ଶାନ୍ତିର ନିୟମ ଦେଉଅଛୁ; 13ପୁଣି ତାହା ତାହା ଓ ତାହା ଉତ୍ତାରେ ତାହାର ବଂଶ ପ୍ରତି ଅନନ୍ତକାଳୀନ ଯାଜକପଦର ନିୟମ ହେବ; କାରଣ ସେ ଆପଣା ଈଶ୍ଵରଙ୍କ ନିମନ୍ତେ ଉଦ୍ଯୋଗୀ ହୋଇ ଇସ୍ରାଏଲ-ସନ୍ତାନମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କଲା।” a a v13 ପୀନହସର ଅନନ୍ତକାଳୀନ ଯାଜକପଦର ନିୟମ ଓ ତାହାର ପ୍ରାୟଶ୍ଚିତ୍ତ କର୍ମ ଯୀଶୁଙ୍କ ଆଡ଼କୁ ସୂଚାଇ ଦିଏ, ଯେ ସେହି ଅନନ୍ତ ଯାଜକ, ଯାହାଙ୍କ ଆମ୍ଭମାନଙ୍କ ପିତାଙ୍କ ନିମନ୍ତେ ଉଦ୍ଯୋଗ ଓ ଏକାଥରକେ ଉତ୍ସର୍ଗୀକୃତ ବଳିଦାନ ଏପରି ଏକ ସ୍ଥାୟୀ ଶାନ୍ତି ଆଣେ, ଯାହା କୌଣସି ମାନବ ଯାଜକ ସ୍ଥିର କରିପାରିବ ନାହିଁ।
14ସେହି ମିଦୀୟନୀୟା ସ୍ତ୍ରୀ ସଙ୍ଗେ ହତ ଇସ୍ରାଏଲୀୟ ଲୋକର ନାମ ସିମ୍ରି, ସେ ଶିମୀୟୋନୀୟମାନଙ୍କ ମଧ୍ୟରେ ଏକ ପିତୃବଂଶର ଅଧିପତି ସାଲୂର ପୁତ୍ର ଥିଲା। 15ଆଉ ହତ ମିଦୀୟନୀୟା ସେହି ସ୍ତ୍ରୀର ନାମ କସ୍ବୀ, ସେ ମିଦୀୟନ ମଧ୍ୟରେ ଏକ ପିତୃବଂଶର ପ୍ରଧାନ ସୂରର କନ୍ୟା ଥିଲା।
16ତହୁଁ ଆମ୍ଭମାନଙ୍କ ପିତା ମୋଶାଙ୍କୁ କହିଲେ,
17“ତୁମ୍ଭେମାନେ ମିଦୀୟନୀୟମାନଙ୍କୁ ଶତ୍ରୁ ଜ୍ଞାନ କରି ସେମାନଙ୍କୁ ଆଘାତ କର; 18କାରଣ ସେମାନେ ଆପଣାମାନଙ୍କ ଯେଉଁ ଚତୁରତା ଦ୍ଵାରା ତୁମ୍ଭମାନଙ୍କ ପ୍ରତି ଛଳନା କରିଅଛନ୍ତି, ତଦ୍ଵାରା ସେମାନେ ତୁମ୍ଭମାନଙ୍କର ଶତ୍ରୁ ଅଟନ୍ତି, ଅର୍ଥାତ୍ ପୀୟୋର ବିଷୟରେ ଓ ପୀୟୋର ସମ୍ବନ୍ଧୀୟ ମହାମାରୀ ଦିନ ହତ ହୋଇଥିବା ସେମାନଙ୍କ ଭଗିନୀ ମିଦୀୟନର ଅଧିପତିର କନ୍ୟା କସ୍ବୀ ବିଷୟରେ ଛଳନା କରିଅଛନ୍ତି।”