ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ଆମ୍ଭମାନଙ୍କ ପିତା ରିହବୀୟାମଙ୍କ ଯୁଦ୍ଧ ବନ୍ଦ କରନ୍ତି

ଉତ୍ତରକୁ ପୁଣି ଜିତିବା ପାଇଁ ରିହବୀୟାମ ଏକ ସୈନ୍ୟ ସଂଗ୍ରହ କରନ୍ତି ଏବଂ ଆମ୍ଭମାନଙ୍କ ପିତାଙ୍କ ବାକ୍ୟ ଦ୍ୱାରା ଅଟକାଯାଆନ୍ତି: ଏହା ମୋଠାରୁ ଆସିଛି, ଘରକୁ ଫେରିଯାଅ। ତା' ବଦଳରେ ସେ ଯିହୁଦାର ନଗରଗୁଡ଼ିକୁ ସୁଦୃଢ଼ କରନ୍ତି, ଏବଂ ଯାରବୀୟାମଙ୍କ ବାଛୁରି-ମନ୍ଦିରଗୁଡ଼ିକ ଦ୍ୱାରା ତଡ଼ି ଦିଆଯାଇଥିବା ଯାଜକ ଓ ଲେବୀୟମାନେ ତାଙ୍କ ପାଖକୁ ଆସନ୍ତି, ତିନି ବର୍ଷ ପର୍ଯ୍ୟନ୍ତ ରାଜ୍ୟକୁ ବଳବାନ କରନ୍ତି।

ଅଧ୍ୟାୟ 11।

ରିହବୀୟାମ ଯିରୂଶାଲମକୁ ଆସି ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରିବା ନିମନ୍ତେ ଓ ରାଜ୍ୟ ପୁନର୍ବାର ରିହବୀୟାମଙ୍କ ଅଧୀନକୁ ଆଣିବା ନିମନ୍ତେ ଯିହୁଦା ଓ ବିନ୍ୟାମୀନ ବଂଶର ଏକ ଲକ୍ଷ ଅଶୀ ହଜାର ବଛା ଯୋଦ୍ଧାମାନଙ୍କୁ ଏକତ୍ର କଲେ। କିନ୍ତୁ ଆମ୍ଭମାନଙ୍କ ପିତାଙ୍କ ବାକ୍ୟ ପିତାଙ୍କ ଲୋକ ଶମୟୀୟଙ୍କ ନିକଟରେ ଉପସ୍ଥିତ ହୋଇ କହିଲା,

“ଯିହୁଦାର ରାଜା ଶଲୋମନଙ୍କ ପୁତ୍ର ରିହବୀୟାମଙ୍କୁ, ପୁଣି ଯିହୁଦା ଓ ବିନ୍ୟାମୀନରେ ଥିବା ସମସ୍ତ ଇସ୍ରାଏଲଙ୍କୁ କୁହ, ଆମ୍ଭମାନଙ୍କ ପିତା ଏହା କହନ୍ତି: ତୁମ୍ଭେମାନେ ଯାଅ ନାହିଁ କିମ୍ବା ଆପଣା ଭ୍ରାତୃଗଣ ବିରୁଦ୍ଧରେ ଯୁଦ୍ଧ କର ନାହିଁ। ପ୍ରତ୍ୟେକେ ଆପଣା ଆପଣା ଗୃହକୁ ଫେରିଯାଅ, କାରଣ ଏହି ଘଟଣା ଆମ୍ଭଠାରୁ ହୋଇଅଛି।” ତେଣୁ ସେମାନେ ଆମ୍ଭମାନଙ୍କ ପିତାଙ୍କ ବାକ୍ୟ ମାନି ଯାରବୀୟାମ ବିରୁଦ୍ଧରେ ଅଗ୍ରସର ହେବାରୁ ନିବୃତ୍ତ ହୋଇ ଫେରିଗଲେ।

ରିହବୀୟାମ ଯିହୁଦାକୁ ସୁଦୃଢ଼ କରନ୍ତି

ରିହବୀୟାମ ଯିରୂଶାଲମରେ ବାସ କଲେ ଓ ଯିହୁଦାରେ ଆତ୍ମରକ୍ଷା ନିମନ୍ତେ ନଗରମାନ ନିର୍ମାଣ କଲେ। ସେ ବେଥଲିହିମ, ଐତମ ଓ ତକୋୟ, ବେଥ୍‌ସୂର, ସୋଖୋ, ଅଦୁଲ୍ଲମ, ଗାଥ୍‌, ମାରେଶା, ସୀଫ, ଅଦୋରୟିମ, ଲାଖୀଶ, ଅସେକା, ସରା, ଅୟାଲୋନ ଓ ହିବ୍ରୋଣ, ଏହିସବୁ ଯିହୁଦା ଓ ବିନ୍ୟାମୀନରେ ଥିବା ପ୍ରାଚୀରବେଷ୍ଟିତ ନଗର ନିର୍ମାଣ କଲେ। ପୁଣି ସେ ଦୁର୍ଗସବୁ ଦୃଢ଼ କରି ସେଥିରେ ସେନାପତିମାନଙ୍କୁ, ଆଉ ଖାଦ୍ୟଦ୍ରବ୍ୟ, ତୈଳ ଓ ଦ୍ରାକ୍ଷାରସର ଭଣ୍ଡାର ରଖିଲେ। ଆଉ ପ୍ରତ୍ୟେକ ନଗରରେ ସେ ଢାଲ ଓ ବର୍ଚ୍ଛା ରଖି ସେହିସବୁକୁ ଅତ୍ୟନ୍ତ ଦୃଢ଼ କଲେ। ଏହିପରି ଯିହୁଦା ଓ ବିନ୍ୟାମୀନ ତାହାଙ୍କ ଅଧୀନରେ ରହିଲା।

ପୁଣି ସମଗ୍ର ଇସ୍ରାଏଲରେ ଥିବା ଯାଜକ ଓ ଲେବୀୟମାନେ ଆପଣାମାନଙ୍କ ସମସ୍ତ ଅଞ୍ଚଳରୁ ତାହାଙ୍କ ନିକଟକୁ ଆସିଲେ, କାରଣ ଲେବୀୟମାନେ ଆପଣାମାନଙ୍କ ଗୋଚର ଭୂମି ଓ ସମ୍ପତ୍ତି ପରିତ୍ୟାଗ କରି ଯିହୁଦା ଓ ଯିରୂଶାଲମକୁ ଆସିଲେ, ଯେହେତୁ ଯାରବୀୟାମ ଓ ତାହାର ପୁତ୍ରମାନେ ସେମାନଙ୍କୁ ଆମ୍ଭମାନଙ୍କ ପିତାଙ୍କ ଯାଜକରୂପେ ସେବା କରିବାରୁ ଅପସାରଣ କରିଥିଲେ। ପୁଣି ସେ ଉଚ୍ଚସ୍ଥଳୀସବୁ ନିମନ୍ତେ, ଛାଗ ପ୍ରତିମାସବୁ ନିମନ୍ତେ ଓ ଆପଣା ନିର୍ମିତ ବାଛୁରି ପ୍ରତିମାସବୁ ନିମନ୍ତେ ଆପଣା ନିଜ ଯାଜକମାନଙ୍କୁ ନିଯୁକ୍ତ କଲା। ଆଉ ଇସ୍ରାଏଲର ପ୍ରତ୍ୟେକ ବଂଶ ମଧ୍ୟରୁ ଯେଉଁମାନେ ଇସ୍ରାଏଲର ଈଶ୍ଵର ଆମ୍ଭମାନଙ୍କ ପିତାଙ୍କ ଅନ୍ଵେଷଣ କରିବାକୁ ଆପଣା ଆପଣା ମନ ସ୍ଥିର କଲେ, ସେମାନେ ଆପଣାମାନଙ୍କ ପିତୃପୁରୁଷଙ୍କ ଈଶ୍ଵର ଆମ୍ଭମାନଙ୍କ ପିତାଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ନିମନ୍ତେ ଲେବୀୟମାନଙ୍କ ପଛେ ପଛେ ଯିରୂଶାଲମକୁ ଆସିଲେ। ଏହିରୂପେ ସେମାନେ ଯିହୁଦା ରାଜ୍ୟକୁ ଦୃଢ଼ କରି ତିନି ବର୍ଷ ପର୍ଯ୍ୟନ୍ତ ଶଲୋମନଙ୍କ ପୁତ୍ର ରିହବୀୟାମଙ୍କୁ ସହାୟ ହେଲେ, କାରଣ ସେମାନେ ତିନି ବର୍ଷ ପର୍ଯ୍ୟନ୍ତ ଦାଉଦ ଓ ଶଲୋମନଙ୍କ ପଥରେ ଚାଲିଲେ।

ରିହବୀୟାମଙ୍କ ପରିବାର

ଏଥିଉତ୍ତାରେ ରିହବୀୟାମ ଦାଉଦଙ୍କ ପୁତ୍ର ଯିରୀମୋତର କନ୍ୟା ମହଲତକୁ ଓ ଯିଶୀର ପୁତ୍ର ଇଲୀୟାବର କନ୍ୟା ଅବୀହୟିଲକୁ ବିବାହ କଲେ। ସେ ତାହାଙ୍କ ନିମନ୍ତେ ଯିୟୂଶ, ଶମରୀୟ ଓ ସହମ, ଏହି ପୁତ୍ରମାନଙ୍କୁ ଜନ୍ମ ଦେଲା। ତାହା ଉତ୍ତାରେ ସେ ଅବଶାଲୋମର କନ୍ୟା ମାଖାକୁ ବିବାହ କଲେ, ଆଉ ସେ ତାହାଙ୍କ ନିମନ୍ତେ ଅବୀୟ, ଅତ୍ତୟ, ସୀଷ ଓ ଶଲୋମୀତକୁ ଜନ୍ମ ଦେଲା। ରିହବୀୟାମ ଆପଣାର ଅନ୍ୟ ସମସ୍ତ ଭାର୍ଯ୍ୟା ଓ ଉପପତ୍ନୀମାନଙ୍କ ଅପେକ୍ଷା ଅବଶାଲୋମର କନ୍ୟା ମାଖାକୁ ଅଧିକ ପ୍ରେମ କଲେ, କାରଣ ତାହାଙ୍କ ଅଠର ଭାର୍ଯ୍ୟା, ଷାଠିଏ ଉପପତ୍ନୀ, ଅଠାଇଶ ପୁତ୍ର ଓ ଷାଠିଏ କନ୍ୟା ଥିଲେ। ପୁଣି ରିହବୀୟାମ ମାଖାର ପୁତ୍ର ଅବୀୟକୁ ରାଜା କରିବାକୁ ମନସ୍ଥ କରି ତାହାର ଭ୍ରାତୃଗଣ ମଧ୍ୟରେ ତାହାକୁ ପ୍ରଧାନ ନେତା ଓ ଅଧିପତି କଲେ। ଆଉ ସେ ବୁଦ୍ଧିପୂର୍ବକ କାର୍ଯ୍ୟ କରି ଯିହୁଦା ଓ ବିନ୍ୟାମୀନର ପ୍ରତ୍ୟେକ ଅଞ୍ଚଳରେ ଓ ପ୍ରତ୍ୟେକ ପ୍ରାଚୀରବେଷ୍ଟିତ ନଗରରେ ଆପଣା ପୁତ୍ରମାନଙ୍କ ମଧ୍ୟରୁ କେତେକଙ୍କୁ ବିସ୍ତାର କଲେ; ପୁଣି ସେ ସେମାନଙ୍କୁ ପ୍ରଚୁର ଖାଦ୍ୟଦ୍ରବ୍ୟ ଦେଲେ ଓ ସେମାନଙ୍କ ନିମନ୍ତେ ଅନେକ ଭାର୍ଯ୍ୟା ଅନ୍ଵେଷଣ କଲେ।