ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ଶିମୀୟୋନ ନିମନ୍ତେ ପିତାଙ୍କ ଅଂଶ

ଶେଷ ଛଅଟି ଅଧିକାର, ବଂଶ ପରେ ବଂଶ, ଯେଉଁଥିରେ ଶିମୀୟୋନ ଯିହୁଦାର ଅତି ବଡ଼ ଅଂଶ ଭିତରେ ଅନ୍ତର୍ଭୁକ୍ତ। ଦାନ ନିଜ ଅଞ୍ଚଳ ହରାଏ ଏବଂ ଉତ୍ତରରେ ବଳପୂର୍ବକ ଆଉ ଏକ ଅଞ୍ଚଳ ଅଧିକାର କରେ। କେବଳ ଶେଷରେ ଯିହୋଶୂୟ ଆମର ପିତାଙ୍କ ଆଜ୍ଞାରେ ଏକ ନଗର ପାଆନ୍ତି — ଯେଉଁ ବ୍ୟକ୍ତି ଦେଶ ବାଣ୍ଟିଲେ, ସେ ସବୁଠାରୁ ଶେଷରେ ପାଆନ୍ତି।

ଅଧ୍ୟାୟ 19।

ଦ୍ଵିତୀୟ ବାଣ୍ଟ ଶିମୀୟୋନ, ଅର୍ଥାତ୍‍ ଶିମୀୟୋନ-ସନ୍ତାନଙ୍କ ବଂଶ ନିମନ୍ତେ ସେମାନଙ୍କ ଗୋଷ୍ଠୀ ଅନୁସାରେ ବାହାର ହେଲା। ସେମାନଙ୍କ ଅଧିକାର ଯିହୂଦାର ଅଧିକାର ମଧ୍ୟରେ ଥିଲା। ବେର୍‍ଶେବା, ଶେବା, ମୋଲାଦା, ହତ୍ସର-ଶୂୟାଲ, ବାଲା, ଏତ୍ସମ, ଇଲ୍‍ତୋଲଦ, ବଥୂଲ, ହର୍ମା, ସିକ୍‍ଲଗ, ବେଥ-ମର୍କାବୋତ, ହତ୍ସର-ସୂସା, ବେଥ-ଲବାୟୋତ ଓ ଶାରୂହନ— ଏହିପରି ତେର ନଗର ଓ ସେଗୁଡ଼ିକର ଗ୍ରାମସମୂହ ସେମାନଙ୍କ ଅଧିକାର ହେଲା; ଐନ, ରିମ୍ମୋନ, ଏଥର ଓ ଆଶନ— ଏହିପରି ଚାରି ନଗର ଓ ସେଗୁଡ଼ିକର ଗ୍ରାମସମୂହ; ପୁଣି ବାଲତ-ବେର, ଅର୍ଥାତ୍‍ ଦକ୍ଷିଣ ଦେଶସ୍ଥ ରାମା ପର୍ଯ୍ୟନ୍ତ ଏହିସବୁ ନଗରର ଚତୁର୍ଦ୍ଦିଗସ୍ଥ ସମସ୍ତ ଗ୍ରାମ। ଏହା ସେମାନଙ୍କ ଗୋଷ୍ଠୀ ଅନୁସାରେ ଶିମୀୟୋନ-ସନ୍ତାନଙ୍କ ବଂଶର ଅଧିକାର ହେଲା। ଯିହୂଦା-ସନ୍ତାନଙ୍କ ଅଂଶ ସେମାନଙ୍କ ପକ୍ଷରେ ଅତ୍ୟଧିକ ହେବାରୁ ଶିମୀୟୋନ-ସନ୍ତାନଗଣ ସେମାନଙ୍କ ଅଂଶ ମଧ୍ୟରୁ ଅଧିକାର ପାଇଲେ; ଏହିପରି ଶିମୀୟୋନ-ସନ୍ତାନଗଣ ଯିହୂଦାର ସୀମା ମଧ୍ୟରେ ଅଧିକାର ପାଇଲେ।

ସବୂଲୂନ ନିମନ୍ତେ ପିତାଙ୍କ ଅଂଶ

ତୃତୀୟ ବାଣ୍ଟ ସବୂଲୂନ-ସନ୍ତାନଙ୍କ ନିମନ୍ତେ ସେମାନଙ୍କ ଗୋଷ୍ଠୀ ଅନୁସାରେ ଉଠିଲା। ସେମାନଙ୍କ ଅଧିକାରର ସୀମା ସାରୀଦ ପର୍ଯ୍ୟନ୍ତ ବ୍ୟାପିଲା। ସେମାନଙ୍କ ସୀମା ପଶ୍ଚିମ ଆଡ଼େ ମରାଲା ପର୍ଯ୍ୟନ୍ତ ଉଠି ଦବ୍ବେଶତକୁ ସ୍ପର୍ଶ କରି ଯଗ୍ନିୟାମ ସମ୍ମୁଖସ୍ଥ ନଦୀ ପର୍ଯ୍ୟନ୍ତ ବ୍ୟାପିଲା। ଆଉ ସାରୀଦଠାରୁ ପୂର୍ବ ଆଡ଼େ, ସୂର୍ଯ୍ୟୋଦୟ ଆଡ଼େ, କିସଲୋତ-ତାବୋରର ସୀମା ପର୍ଯ୍ୟନ୍ତ, ତହିଁରୁ ଦାବରତ ଆଡ଼େ, ଯାଫୀୟ ଆଡ଼େ ଉଠିଗଲା। ପୁଣି ସେଠାରୁ ପୂର୍ବ ଆଡ଼େ ଗାଥ-ହେଫର ଓ ଏତ-କାସୀନ ଆଡ଼େ ଗଲା, ଆଉ ନେୟା ଆଡ଼େ ବଙ୍କି ରିମ୍ମୋନଠାରେ ବାହାର ହେଲା। ପୁଣି ସେହି ସୀମା ଉତ୍ତର ଆଡ଼େ ହନ୍ନାଥୋନ ଆଡ଼େ ବୁଲିଗଲା, ଆଉ ଯିପ୍‍ତହେଲ ଉପତ୍ୟକାରେ ଶେଷ ହେଲା। ଆହୁରି ତହିଁ ମଧ୍ୟରେ କଟ୍ଟତ, ନହଲାଲ, ଶିମ୍ରୋନ, ଯିଦଲା ଓ ବେଥଲିହିମ— ଏହିପରି ବାର ନଗର ଓ ସେଗୁଡ଼ିକର ଗ୍ରାମସମୂହ ଥିଲା। ଏହି ନଗରସମୂହ ଓ ସେଗୁଡ଼ିକର ଗ୍ରାମସମୂହ ସେମାନଙ୍କ ଗୋଷ୍ଠୀ ଅନୁସାରେ ସବୂଲୂନ-ସନ୍ତାନଙ୍କ ଅଧିକାର ହେଲା।

ଇଷାଖର ନିମନ୍ତେ ପିତାଙ୍କ ଅଂଶ

ଚତୁର୍ଥ ବାଣ୍ଟ ଇଷାଖର ନିମନ୍ତେ, ଅର୍ଥାତ୍‍ ଇଷାଖର-ସନ୍ତାନଙ୍କ ନିମନ୍ତେ ସେମାନଙ୍କ ଗୋଷ୍ଠୀ ଅନୁସାରେ ବାହାର ହେଲା। ସେମାନଙ୍କ ସୀମା ମଧ୍ୟରେ ଯିଷ୍ରିୟେଲ, କସୁଲ୍ଲୋତ, ଶୂନେମ, ହଫାରୟିମ, ଶୀୟୋନ, ଅନାହରତ, ରବ୍ବୀତ, କିଶୀୟୋନ, ଏବସ, ରେମତ, ଐନ୍‍-ଗନ୍ନୀମ, ଐନ୍‍-ହଦ୍ଦା ଓ ବେଥ-ପତ୍ସେସ ଥିଲା। ପୁଣି ସେହି ସୀମା ତାବୋର, ଶହତ୍ସୁମା ଓ ବେଥ-ଶେମଶକୁ ସ୍ପର୍ଶ କଲା, ଆଉ ସେମାନଙ୍କ ସୀମା ଯର୍ଦ୍ଦନରେ ଶେଷ ହେଲା— ଏହିପରି ଷୋହଳ ନଗର ଓ ସେଗୁଡ଼ିକର ଗ୍ରାମସମୂହ ଥିଲା। ଏହି ନଗରସମୂହ ଓ ସେଗୁଡ଼ିକର ଗ୍ରାମସମୂହ ସେମାନଙ୍କ ଗୋଷ୍ଠୀ ଅନୁସାରେ ଇଷାଖର-ସନ୍ତାନଙ୍କ ବଂଶର ଅଧିକାର ହେଲା।

ଆଶେର ନିମନ୍ତେ ପିତାଙ୍କ ଅଂଶ

ପଞ୍ଚମ ବାଣ୍ଟ ଆଶେର-ସନ୍ତାନଙ୍କ ବଂଶ ନିମନ୍ତେ ସେମାନଙ୍କ ଗୋଷ୍ଠୀ ଅନୁସାରେ ବାହାର ହେଲା। ସେମାନଙ୍କ ସୀମା ମଧ୍ୟରେ ହିଲ୍‍କତ, ହଲୀ, ବେଟନ, ଅକ୍‍ଷଫ, ଅଲମ୍ମେଲକ, ଅମାଦ ଓ ମିଶାଲ ଥିଲା; ପୁଣି ପଶ୍ଚିମ ଆଡ଼େ ତାହା କର୍ମିଲ ଓ ଶୀହୋର-ଲିବନତକୁ ସ୍ପର୍ଶ କଲା; ଆଉ ପୂର୍ବ ଆଡ଼େ ବେଥ-ଦାଗୋନ ଆଡ଼େ ବୁଲି ସବୂଲୂନ ଓ ଯିପ୍‍ତହେଲ ଉପତ୍ୟକାକୁ ସ୍ପର୍ଶ କଲା, ପୁଣି ଉତ୍ତର ଆଡ଼େ ବେଥ-ଏମକ ଓ ନୀୟେଲ ଆଡ଼େ ଗଲା, ଆଉ ବାମ ଆଡ଼େ କାବୂଲ ପର୍ଯ୍ୟନ୍ତ ବାହାର ହେଲା, ପୁଣି ଏବ୍ରୋନ, ରହୋବ, ହମ୍ମୋନ ଓ କାନା, ମହାନ ସୀଦୋନ ପର୍ଯ୍ୟନ୍ତ ଗଲା। ଆଉ ସେହି ସୀମା ରାମା ଆଡ଼େ ଓ ସୋର ନାମକ ଦୃଢ଼ ନଗର ଆଡ଼େ ବୁଲିଗଲା, ପୁଣି ସେହି ସୀମା ହୋଷା ଆଡ଼େ ବୁଲିଗଲା, ଆଉ ଅକ୍‍ଷୀବ ଅଞ୍ଚଳସ୍ଥ ସମୁଦ୍ରରେ ଶେଷ ହେଲା, ପୁଣି ଉମ୍ମା, ଅଫେକ ଓ ରହୋବ ତହିଁ ମଧ୍ୟରେ ଥିଲା— ଏହିପରି ବାଇଶ ନଗର ଓ ସେଗୁଡ଼ିକର ଗ୍ରାମସମୂହ ଥିଲା। ଏହି ନଗରସମୂହ ଓ ସେଗୁଡ଼ିକର ଗ୍ରାମସମୂହ ସେମାନଙ୍କ ଗୋଷ୍ଠୀ ଅନୁସାରେ ଆଶେର-ସନ୍ତାନଙ୍କ ବଂଶର ଅଧିକାର ହେଲା।

ନପ୍ତାଲି ନିମନ୍ତେ ପିତାଙ୍କ ଅଂଶ

ଷଷ୍ଠ ବାଣ୍ଟ ନପ୍ତାଲି-ସନ୍ତାନଙ୍କ ନିମନ୍ତେ, ଅର୍ଥାତ୍‍ ନପ୍ତାଲି-ସନ୍ତାନଙ୍କ ନିମନ୍ତେ ସେମାନଙ୍କ ଗୋଷ୍ଠୀ ଅନୁସାରେ ବାହାର ହେଲା। ସେମାନଙ୍କ ସୀମା ହେଲଫଠାରୁ, ସାନନ୍ନୀମସ୍ଥ ଅଲୋନ ବୃକ୍ଷଠାରୁ, ଅଦାମି-ନେକବ ଓ ଯବ୍ନେଲ ଦେଇ ଲକ୍କୂମ ପର୍ଯ୍ୟନ୍ତ ଗଲା, ଆଉ ଯର୍ଦ୍ଦନରେ ଶେଷ ହେଲା। ପୁଣି ସେହି ସୀମା ପଶ୍ଚିମ ଆଡ଼େ ଅସ୍ନୋତ-ତାବୋର ଆଡ଼େ ବୁଲିଗଲା, ଆଉ ସେଠାରୁ ହୁକ୍କୋକ ଆଡ଼େ ବାହାର ହୋଇ ଦକ୍ଷିଣ ଆଡ଼େ ସବୂଲୂନକୁ, ପଶ୍ଚିମ ଆଡ଼େ ଆଶେରକୁ ଓ ସୂର୍ଯ୍ୟୋଦୟ ଆଡ଼େ ଯର୍ଦ୍ଦନ ନିକଟସ୍ଥ ଯିହୂଦାକୁ ସ୍ପର୍ଶ କଲା। ଆଉ ଦୃଢ଼ ନଗରସମୂହ ସିଦ୍ଦୀମ, ସେର, ହମ୍ମତ, ରକ୍କତ, କିନ୍ନେରତ, ଅଦାମା, ରାମା, ହାତ୍ସୋର, କେଦଶ, ଇଦ୍ରିୟୀ, ଐନ୍‍-ହାତ୍ସୋର, ଯିରୋନ, ମିଗ୍ଦଲ-ଏଲ, ହୋରେମ, ବେଥ-ଅନାତ ଓ ବେଥ-ଶେମଶ— ଏହିପରି ଉଣେଇଶ ନଗର ଓ ସେଗୁଡ଼ିକର ଗ୍ରାମସମୂହ ଥିଲା। ଏହି ନଗରସମୂହ ଓ ସେଗୁଡ଼ିକର ଗ୍ରାମସମୂହ ସେମାନଙ୍କ ଗୋଷ୍ଠୀ ଅନୁସାରେ ନପ୍ତାଲି-ସନ୍ତାନଙ୍କ ବଂଶର ଅଧିକାର ହେଲା।

ଦାନ ନିମନ୍ତେ ପିତାଙ୍କ ଅଂଶ

ସପ୍ତମ ବାଣ୍ଟ ଦାନ-ସନ୍ତାନଙ୍କ ବଂଶ ନିମନ୍ତେ ସେମାନଙ୍କ ଗୋଷ୍ଠୀ ଅନୁସାରେ ବାହାର ହେଲା। ସେମାନଙ୍କ ଅଧିକାରର ସୀମା ମଧ୍ୟରେ ସରା, ଇଷ୍ଟାୟୋଲ, ଈର-ଶେମଶ, ଶାଲବ୍ବୀନ, ଅୟାଲୋନ, ଯିତ୍‍ଲା, ଏଲୋନ, ତିମ୍ନା, ଇକ୍ରୋନ, ଇଲ୍‍ତକି, ଗିବ୍ବଥୋନ, ବାଲତ, ଯିହୁଦ, ବନେ-ବରକ, ଗାଥ-ରିମ୍ମୋନ, ମେ-ଯର୍କୋନ ଓ ରକ୍କୋନ, ଯାଫୋ ସମ୍ମୁଖସ୍ଥ ଅଞ୍ଚଳ ସହିତ ଥିଲା। ମାତ୍ର ଦାନ-ସନ୍ତାନଙ୍କ ସୀମା ସେମାନଙ୍କଠାରୁ ଖସିଯାʼନ୍ତେ, ଦାନ-ସନ୍ତାନଗଣ ଉଠିଯାଇ ଲେଶମ ବିରୁଦ୍ଧରେ ଯୁଦ୍ଧ କରି ତାହା ହସ୍ତଗତ କଲେ, ପୁଣି ଖଡ଼୍ଗଧାରରେ ଆଘାତ କରି ତାହା ଅଧିକାର କରି ସେଠାରେ ବାସ କଲେ, ଆଉ ଆପଣାମାନଙ୍କ ପିତୃପୁରୁଷ ଦାନଙ୍କ ନାମାନୁସାରେ ଲେଶମର ନାମ ଦାନ ଦେଲେ। ଏହି ନଗରସମୂହ ଓ ସେଗୁଡ଼ିକର ଗ୍ରାମସମୂହ ସେମାନଙ୍କ ଗୋଷ୍ଠୀ ଅନୁସାରେ ଦାନ-ସନ୍ତାନଙ୍କ ବଂଶର ଅଧିକାର ହେଲା।

ଯିହୋଶୂୟଙ୍କ ପ୍ରତି ପିତାଙ୍କ ଦାନ

ଏହିରୂପେ ଇସ୍ରାଏଲ ଦେଶକୁ ତହିଁର ସୀମାନୁସାରେ ବିଭାଗ କରିବା ସମାପ୍ତ କଲା ଉତ୍ତାରେ, ସେମାନେ ଆପଣାମାନଙ୍କ ମଧ୍ୟରେ ନୂନର ପୁତ୍ର ଯିହୋଶୂୟଙ୍କୁ ଏକ ଅଧିକାର ଦେଲେ। ଆମ୍ଭମାନଙ୍କ ପିତାଙ୍କ ଆଜ୍ଞାନୁସାରେ ସେମାନେ ତାହାଙ୍କ ମାଗିବା ନଗର, ଅର୍ଥାତ୍‍ ଇଫ୍ରୟିମର ପର୍ବତମୟ ଦେଶସ୍ଥ ତିମ୍ନତ-ସେରହ ତାହାଙ୍କୁ ଦେଲେ। ତହିଁରେ ସେ ସେହି ନଗର ପୁନର୍ନିର୍ମାଣ କରି ସେଠାରେ ବାସ କଲେ। ଇଲୀୟାସର ଯାଜକ, ନୂନର ପୁତ୍ର ଯିହୋଶୂୟ ଓ ଇସ୍ରାଏଲ-ସନ୍ତାନଙ୍କ ବଂଶସମୂହର ପିତୃବଂଶର ପ୍ରଧାନବର୍ଗ ଶୀଲୋରେ ସମାଗମ-ତମ୍ବୁର ଦ୍ଵାର ନିକଟରେ ଆମ୍ଭମାନଙ୍କ ପିତାଙ୍କ ସମ୍ମୁଖରେ ବାଣ୍ଟ ଦ୍ଵାରା ଯେଉଁ ଅଧିକାରସବୁ ବିଭାଗ କଲେ, ତାହା ଏହି। ଏହିରୂପେ ସେମାନେ ଦେଶ ବିଭାଗ କରିବା ସମାପ୍ତ କଲେ।