ବିନ୍ୟାମୀନଙ୍କ ବଂଶ: ଶାଉଲଙ୍କ ବଂଶାବଳୀ
ବିନ୍ୟାମୀନର ଗୋଷ୍ଠୀମାନେ ବିସ୍ତାରରେ, ଗିବୀୟୋନ ଓ ଯିରୂଶାଲମ ପର୍ଯ୍ୟନ୍ତ ଅନୁସୃତ, ଏବଂ କୀଶ, ଶାଉଲ, ଯୋନାଥନ ଓ ସେମାନଙ୍କ ପୁତ୍ର ଓ ପୌତ୍ରମାନଙ୍କ ପର୍ଯ୍ୟନ୍ତ। ଇସ୍ରାଏଲର ପ୍ରଥମ ରାଜାଙ୍କର ଏଠାରେ କୌଣସି କାହାଣୀ ନାହିଁ, କେବଳ ପୂର୍ବପୁରୁଷ ଓ ବଂଶଧର, ଅନ୍ୟ ଯେକୌଣସି ଲୋକ ପରି ତାଲିକାଭୁକ୍ତ।
8 1ବିନ୍ୟାମୀନ ଆପଣା ପ୍ରଥମଜାତ ବେଲା, ଦ୍ଵିତୀୟ ଅସବେଲ, ତୃତୀୟ ଅହରହକୁ ଜନ୍ମ ଦେଲେ, 2ଚତୁର୍ଥ ନୋହ ଓ ପଞ୍ଚମ ରାଫାକୁ ଜନ୍ମ ଦେଲେ। 3ବେଲାର ପୁତ୍ରମାନେ ଥିଲେ: ଅଦ୍ଦର, ଗେରା, ଅବୀହୂଦ, 4ଅବୀଶୂୟ, ନାମାନ, ଅହୋହ, 5ଗେରା, ଶଫୂଫନ ଓ ହୂରମ। 6ଏମାନେ ଏହୂଦର ପୁତ୍ର—ଗେବା-ନିବାସୀମାନଙ୍କ ବଂଶର ପ୍ରଧାନ ଥିଲେ, ଆଉ ସେମାନେ ବନ୍ଦୀ ହୋଇ ମାନହତକୁ ନିଆଗଲେ: 7ନାମାନ, ଅହୀୟ ଓ ଗେରା—ଗେରା ସେମାନଙ୍କୁ ବନ୍ଦୀ କରି ନେଇଗଲା—ପୁଣି ଉଷ ଓ ଅହୀହୂଦକୁ ଜନ୍ମ ଦେଲା।
8ଶହରୟିମ ଆପଣା ଭାର୍ଯ୍ୟା ହୂଶୀମ ଓ ବାରାକୁ ପରିତ୍ୟାଗ କଲା ଉତ୍ତାରେ ମୋୟାବ ଦେଶରେ ସନ୍ତାନମାନଙ୍କୁ ଜନ୍ମ ଦେଲା। 9ସେ ଆପଣା ଭାର୍ଯ୍ୟା ହୋଦଶ ଦ୍ଵାରା ଯୋବବ, ସିବୀୟ, ମେଶା, ମଲ୍କମ, 10ଯିଯୂସ, ସଖୀୟ ଓ ମିର୍ମାକୁ ଜନ୍ମ ଦେଲା। ଏମାନେ ତାହାର ପୁତ୍ର, ବଂଶର ପ୍ରଧାନ ଥିଲେ। 11ସେ ହୂଶୀମ ଦ୍ଵାରା ଅବୀଟୂବ ଓ ଇଲ୍ପାଲକୁ ଜନ୍ମ ଦେଲା। 12ଇଲ୍ପାଲର ପୁତ୍ରମାନେ: ଏବର, ମିଶାମ ଓ ଶେମଦ, ଏହି ଶେମଦ ଓନୋ ଓ ଲୋଦ ପୁଣି ତହିଁର ଚତୁର୍ଦିଗସ୍ଥ ଗ୍ରାମମାନ ନିର୍ମାଣ କଲା, 13ବରୀୟ ଓ ଶେମା ଅୟାଲୋନ-ନିବାସୀମାନଙ୍କ ବଂଶର ପ୍ରଧାନ ଥିଲେ; ସେମାନେ ଗାଥ-ନିବାସୀମାନଙ୍କୁ ତଡ଼ିଦେଲେ। 14ଅହୀୟୋ, ଶାଶକ, ଯିରେମୋତ, 15ସବଦୀୟ, ଅରାଦ, ଏଦର, 16ମୀଖାଏଲ, ଯିଶ୍ପ ଓ ଯୋହ ବରୀୟର ପୁତ୍ର ଥିଲେ। 17ସବଦୀୟ, ମଶୁଲ୍ଲମ, ହିଷ୍କି, ହେବର, 18ଯିଶ୍ମରୟ, ଯିଷ୍ଲୀୟ ଓ ଯୋବବ ଇଲ୍ପାଲର ପୁତ୍ର ଥିଲେ। 19ଯାକୀମ, ସିଖ୍ରି, ସବ୍ଦି, 20ଇଲୀୟୋଐନୟ, ସିଲ୍ଲଥୟ, ଇଲୀୟେଲ, 21ଅଦାୟ, ବରାୟ ଓ ଶିମ୍ରତ ଶିମୀୟିର ପୁତ୍ର ଥିଲେ। 22ଯିଶ୍ପନ, ଏବର, ଇଲୀୟେଲ, 23ଅବ୍ଦୋନ, ସିଖ୍ରି, ହାନନ, 24ହନାନୀୟ, ଏଲମ, ଅନ୍ତୋଥୀୟ, 25ଯିଫ୍ଦୀୟ ଓ ପନୂୟେଲ ଶାଶକର ପୁତ୍ର ଥିଲେ। 26ଶମ୍ଶରୟ, ଶିହରୀୟ, ଅଥଲୀୟ, 27ଯାରେଶୀୟ, ଏଲୀୟ ଓ ସିଖ୍ରି ଯିରୋହମର ପୁତ୍ର ଥିଲେ। 28ଆପଣା ବଂଶାବଳୀ ଅନୁସାରେ ଲିଖିତ ଏମାନେ ବଂଶର ପ୍ରଧାନ ଓ ଅଧିପତି ଥିଲେ; ସେମାନେ ଯିରୂଶାଲମରେ ବାସ କଲେ।
29ଗିବୀୟୋନରେ ଗିବୀୟୋନର ପିତା ବାସ କଲା, ତାହାର ଭାର୍ଯ୍ୟାର ନାମ ମାଖା, 30ଆଉ ତାହାର ପ୍ରଥମଜାତ ପୁତ୍ର ଅବ୍ଦୋନ, ତହିଁ ଉତ୍ତାରେ ସୂର, କୀଶ, ବାଲ, ନାଦବ, 31ଗଦୋର, ଅହୀୟୋ ଓ ସେଖର। 32ମିକ୍ଲୋତ ଶିମୀୟକୁ ଜନ୍ମ ଦେଲା। ଏମାନେ ମଧ୍ୟ ଆପଣା ଭାଇମାନଙ୍କ ସଙ୍ଗେ ଯିରୂଶାଲମରେ ବାସ କଲେ।
33ନେର କୀଶକୁ ଜନ୍ମ ଦେଲା, କୀଶ ଶାଉଲକୁ ଜନ୍ମ ଦେଲା, ଆଉ ଶାଉଲ ଯୋନାଥନ, ମଲ୍କୀଶୂୟ, ଅବୀନାଦବ ଓ ଇଶ୍ବାଲକୁ ଜନ୍ମ ଦେଲା। 34ଯୋନାଥନର ପୁତ୍ର ମରୀବ୍ବାଲ, ଆଉ ମରୀବ୍ବାଲ ମୀଖାକୁ ଜନ୍ମ ଦେଲା। 35ମୀଖାର ପୁତ୍ରମାନେ: ପୀଥୋନ, ମେଲକ, ତାରେୟ ଓ ଆହସ। 36ଆହସ ଯିହୋୟାଦାକୁ ଜନ୍ମ ଦେଲା, ଯିହୋୟାଦା ଆଲେମତ, ଅସ୍ମାବତ ଓ ସିମ୍ରିକୁ ଜନ୍ମ ଦେଲା, ଆଉ ସିମ୍ରି ମୋତ୍ସାକୁ ଜନ୍ମ ଦେଲା। 37ମୋତ୍ସା ବିନୀୟକୁ ଜନ୍ମ ଦେଲା; ତାହାର ପୁତ୍ର ରାଫା, ତାହାର ପୁତ୍ର ଇଲୀୟାସା, ତାହାର ପୁତ୍ର ଆତ୍ସେଲ। 38ଆତ୍ସେଲର ଛଅ ପୁତ୍ର ଥିଲେ: ଅସ୍ରୀକାମ, ବୋଖରୁ, ଇଶ୍ମାୟେଲ, ଶିୟରୀୟ, ଓବଦୀୟ ଓ ହାନନ—ଏସମସ୍ତେ ଆତ୍ସେଲର ପୁତ୍ର। 39ତାହାର ଭାଇ ଏଷକର ପୁତ୍ରମାନେ: ତାହାର ପ୍ରଥମଜାତ ଉଲମ, ଦ୍ଵିତୀୟ ଯିୟୂଶ ଓ ତୃତୀୟ ଇଲୀଫେଲଟ। 40ଉଲମର ପୁତ୍ରମାନେ ମହାବୀର, ନିପୁଣ ଧନୁର୍ଦ୍ଧର ଥିଲେ, ଆଉ ସେମାନଙ୍କର ଅନେକ ପୁତ୍ର ଓ ପୌତ୍ର—ସର୍ବସୁଦ୍ଧା ଏକ ଶହ ପଚାଶ ଜଣ ଥିଲେ। ଏସମସ୍ତେ ବିନ୍ୟାମୀନର ସନ୍ତାନ ଥିଲେ।