ଦାଉଦଙ୍କ ପୁତ୍ରଗଣ: ପିତାଙ୍କ ରାଜକୀୟ ପରିବାର
ଦାଉଦଙ୍କ ପୁତ୍ରମାନେ ମାତା ଓ ଜନ୍ମସ୍ଥାନ ଅନୁସାରେ ତାଲିକାଭୁକ୍ତ, ତାʼପରେ ସିଂହାସନ ନାମ ପରେ ନାମ ଶଲୋମନଙ୍କଠାରୁ ଯୋଶିୟଙ୍କ ପର୍ଯ୍ୟନ୍ତ ଯାଏ, ଆଉ ସିଧା ବନ୍ଦୀ ଯିକନିୟଙ୍କ ସହ ନିର୍ବାସନକୁ। ବଂଶ ସେଠାରେ ଶେଷ ହୁଏ ନାହିଁ; ଏହା ନୀରବରେ ସରୁବ୍ବାବିଲଙ୍କ ଦେଇ ବାବିଲ ପରେ ଜନ୍ମିତ ଲୋକମାନଙ୍କ ପର୍ଯ୍ୟନ୍ତ ଚାଲେ।
3 1ହିବ୍ରୋଣରେ ଦାଉଦଙ୍କ ପ୍ରତି ଜନ୍ମ ହୋଇଥିବା ପୁତ୍ରଗଣ ଏହି; ଜ୍ୟେଷ୍ଠ ପୁତ୍ର ଅମ୍ନୋନ, ସେ ଯିଷ୍ରିୟେଲୀୟା ଅହୀନୋୟମଠାରୁ ଜାତ; ଦ୍ୱିତୀୟ ଦାନିୟେଲ, ସେ କର୍ମିଲୀୟା ଅବୀଗୟଲଠାରୁ ଜାତ; 2ତୃତୀୟ ଅବଶାଲୋମ, ସେ ଗଶୂରର ରାଜା ତଲ୍ମୟର କନ୍ୟା ମାଖାର ପୁତ୍ର; ଚତୁର୍ଥ ଅଦୋନୀୟ, ସେ ହଗୀତର ପୁତ୍ର; 3ପଞ୍ଚମ ଶଫଟୀୟ, ସେ ଅବୀଟଲଠାରୁ ଜାତ; ଷଷ୍ଠ ଯିତ୍ରୀୟମ, ସେ ତାହାଙ୍କ ଭାର୍ଯ୍ୟା ଇଗ୍ଲାଠାରୁ ଜାତ। 4ହିବ୍ରୋଣରେ ତାହାଙ୍କର ଏହି ଛଅ ପୁତ୍ର ଜନ୍ମ ହେଲେ; ସେ ସେଠାରେ ସାତ ବର୍ଷ ଛଅ ମାସ ରାଜ୍ୟ କଲେ; ଆଉ ଯିରୂଶାଲମରେ ତେତିଶ ବର୍ଷ ରାଜ୍ୟ କଲେ। 5ଯିରୂଶାଲମରେ ତାହାଙ୍କ ପ୍ରତି ଜନ୍ମ ହୋଇଥିବା ପୁତ୍ରଗଣ ଏହି; ଶିମୀୟ, ଶୋବବ, ନାଥନ ଓ ଶଲୋମନ, ଏହି ଚାରି ଜଣ ଅମ୍ମୀୟେଲର କନ୍ୟା ବତ୍ଶୂୟାଠାରୁ ଜାତ; 6ପୁଣି ଯିଭର, ଇଲୀଶାମା, ଇଲୀଫେଲଟ, 7ନୋଗହ, ନେଫଗ, ଯାଫୀୟ, 8ଇଲୀଶାମା, ଇଲୀୟାଦା ଓ ଇଲୀଫେଲଟ, ସର୍ବସୁଦ୍ଧା ନଅ ଜଣ। 9ଉପପତ୍ନୀମାନଙ୍କ ପୁତ୍ରଗଣ ବ୍ୟତୀତ ଏସମସ୍ତେ ଦାଉଦଙ୍କ ପୁତ୍ର ଥିଲେ; ଆଉ ତାମର ସେମାନଙ୍କ ଭଗିନୀ ଥିଲା।
10ଶଲୋମନଙ୍କ ପୁତ୍ର ରିହବୀୟାମ; ତାହାର ପୁତ୍ର ଅବୀୟ, ତାହାର ପୁତ୍ର ଆସା, ତାହାର ପୁତ୍ର ଯିହୋଶାଫଟ, 11ତାହାର ପୁତ୍ର ଯୋରାମ, ତାହାର ପୁତ୍ର ଅହସୀୟ, ତାହାର ପୁତ୍ର ଯୋୟାଶ, 12ତାହାର ପୁତ୍ର ଅମତ୍ସୀୟ, ତାହାର ପୁତ୍ର ଅସରୀୟ, ତାହାର ପୁତ୍ର ଯୋଥମ, 13ତାହାର ପୁତ୍ର ଆହସ, ତାହାର ପୁତ୍ର ହିଜକୀୟ, ତାହାର ପୁତ୍ର ମନଃଶି, 14ତାହାର ପୁତ୍ର ଆମୋନ, ତାହାର ପୁତ୍ର ଯୋଶୀୟ। 15ଯୋଶୀୟର ପୁତ୍ରଗଣ; ଜ୍ୟେଷ୍ଠ ଯୋହାନନ, ଦ୍ୱିତୀୟ ଯିହୋୟାକୀମ, ତୃତୀୟ ସିଦିକୀୟ, ଚତୁର୍ଥ ଶଲ୍ଲୁମ। 16ଯିହୋୟାକୀମର ପୁତ୍ରଗଣ; ତାହାର ପୁତ୍ର ଯିକନୀୟ, ତାହାର ପୁତ୍ର ସିଦିକୀୟ।
17ବନ୍ଦୀ ଯିକନୀୟର ପୁତ୍ରଗଣ; ତାହାର ପୁତ୍ର ଶଲ୍ଟୀୟେଲ, 18ପୁଣି ମଲ୍କୀରାମ, ପଦାୟ, ଶିନସର, ଯିକମୀୟ, ହୋଶାମା ଓ ନଦବୀୟ। 19ପଦାୟର ପୁତ୍ରଗଣ; ସରୁବ୍ବାବିଲ ଓ ଶିମୀୟି। ସରୁବ୍ବାବିଲର ପୁତ୍ରଗଣ; ମଶୁଲ୍ଲମ ଓ ହନନୀୟ, ଆଉ ସେମାନଙ୍କ ଭଗିନୀ ଶଲୋମୀତ, 20ପୁଣି ହଶୁବା, ଓହଲ, ବେରିଖୀୟ, ହସଦୀୟ ଓ ଯୂଶବ୍ହେସଦ, ଏହି ପାଞ୍ଚ ଜଣ। 21ହନନୀୟର ପୁତ୍ରଗଣ; ପଲଟୀୟ ଓ ଯିଶାୟ; ତାହାର ପୁତ୍ର ରଫାୟ, ତାହାର ପୁତ୍ର ଅର୍ନନ, ତାହାର ପୁତ୍ର ଓବଦୀୟ, ତାହାର ପୁତ୍ର ଶଖନୀୟ। 22ଶଖନୀୟର ପୁତ୍ରଗଣ; ଶମୟୀୟ; ଆଉ ଶମୟୀୟର ପୁତ୍ରଗଣ; ହଟୂଶ, ଯିଗାଲ, ବାରୀହ, ନୀୟରୀୟ ଓ ଶାଫଟ, ଏହି ଛଅ ଜଣ। 23ନୀୟରୀୟର ପୁତ୍ରଗଣ; ଇଲୀୟୋଐନୟ, ହିଜକୀୟ ଓ ଅସ୍ରୀକାମ, ଏହି ତିନି ଜଣ। 24ଇଲୀୟୋଐନୟର ପୁତ୍ରଗଣ; ହୋଦବୀୟ, ଇଲୀୟାଶୀବ, ପଲାୟ, ଅକ୍କୂବ, ଯୋହାନନ, ଦଲାୟ ଓ ଅନାନି, ଏହି ସାତ ଜଣ।